ତିନି ଘଣ୍ଟାର ଗସ୍ତ

ନୂଆଦିଲ୍ଲୀରେ ମଧ୍ୟାହ୍ନ ଭୋଜନ ସମୟରେ ଏକ ବିଜ୍‌ନେସ ସମ୍ପର୍କିତ ଆଲୋଚନା ପାଇଁ ତିନି ଘଣ୍ଟା ଯଥେଷ୍ଟ ସମୟ। ତେବେ ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣରେ ଯେତେବେଳେ ୟୁଏଇ ରାଷ୍ଟ୍ରପତି ମହମ୍ମଦ ବିନ୍‌ ଜାଏଦ ଆସିଥିଲେ, ସେତେବେଳେ ଏହି ଗସ୍ତ ଏକ ଲମ୍ବା କାର୍ଯ୍ୟର ମୂଳଦୁଆ ପକାଇଥିଲା। ୟୁଏଇ ରାଷ୍ଟ୍ରପତି ଭାବରେ ଏହା ତାଙ୍କର ତୃତୀୟ ଗସ୍ତ ଥିଲା । ବୈଦେଶିକ ମନ୍ତ୍ରଣାଳୟ (ଏମ୍‌ଇଏ) ଯୋଗୁ ଏହି ବ୍ୟବସ୍ଥିତ ଗସ୍ତ ଅଧିକ ସଫଳ ହୋଇଛି। ଏମ୍‌ଇଏ ଚୁପ୍‌ଚାପ୍‌ ସର୍ବାଧିକ ଗୁରୁତ୍ୱର ସହ ଯୋଜନା କରିଥିଲା। ଏହା ଥିଲା ଶାନ୍ତ, ସୁଚିନ୍ତିତ ତଥା ପ୍ରଭାବଶାଳୀ କୂଟନୀତି। ଏହାର ପ୍ରଚ୍ଛଦପଟରେ ପ୍ରତିରକ୍ଷା ଏବଂ ଆତଙ୍କବାଦ ବିରୋଧୀ ସହଯୋଗକୁ ଦୃଢ଼ କରିବାରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ପ୍ରମୁଖ ଭୂମିକା ରହିଛି। ଗସ୍ତ ସମୟରେ ସ୍ବାକ୍ଷରିତ ହୋଇଥିବା ଲିଖିତ ଘୋଷଣାନାମା ଭାରତ-ୟୁଏଇ ରଣନୈତିକ ପ୍ରତିରକ୍ଷା ସହଭାଗିତାକୁ ଗତିଶୀଳ କରିଛି। ୨୦୦୩ରେ ଆରମ୍ଭ ହୋଇଥିବା ପ୍ରତିରକ୍ଷା ସହଯୋଗ ଏବେ ଅଧିକ ମହତ୍ତ୍ୱାକାଂକ୍ଷୀ ପର୍ଯ୍ୟାୟରେ ପ୍ରବେଶ କରୁଛି, ଯେଉଁଥିରେ ମିଳିତ ଉତ୍ପାଦନ, ପ୍ରତିରକ୍ଷା ନବସୃଜନ, ଉନ୍ନତ ପ୍ରଯୁକ୍ତିବିଦ୍ୟା, ସାଇବର କ୍ଷମତା, ସ୍ବତନ୍ତ୍ର କାର୍ଯ୍ୟ ଏବଂ ଆନ୍ତଃ ସଞ୍ଚାଳନ କ୍ଷମତା ଅନ୍ତର୍ଭୁକ୍ତ। ସହଭାଗିତାରେ ପ୍ରତିରକ୍ଷା ହାର୍ଡୱେରର ନିର୍ମାଣ ଉପରେ ଗୁରୁତ୍ୱ ବିଶେଷ ଭାବରେ ଉଲ୍ଲେଖନୀୟ, ଯାହା ବ୍ୟବସାୟିକ ଚୁକ୍ତି ଅପେକ୍ଷା ବିଶ୍ୱାସ ଏବଂ ଦୀର୍ଘକାଳୀନ ସମନ୍ବୟକୁ ସୂଚିତ କରୁଛି। ଭାରତ ବିକାଶଶୀଳ ଦେଶଗୁଡ଼ିକର ନେତୃତ୍ୱ ନେବାକୁ ଆଶା ରଖୁଥିବା ବେଳେ ୟୁଏଇ ଅନ୍ୟ ଦେଶରେ ପ୍ରଭାବ ପକାଇବାକୁ ଆଗ୍ରହୀ। ଏହି ସହଭାଗିତା କେବଳ ଏକ ସମ୍ମିଳିତ ରଣନୀତି ନୁହେଁ ବରଂ ଏକ ଦୀର୍ଘକାଳୀନ ରଣନୈତିକ ଭାଗୀଦାରି। ଏହି ସମ୍ପର୍କ କେଉଁ ଆଡ଼କୁ ଯାଉଛି ଏବଂ ଉଭୟ ପକ୍ଷ ଶୀଘ୍ର ସେଠାରେ ପହଞ୍ଚତ୍ବାକୁ ଆଗ୍ରହୀ ବୋଲି ଏହି ୩ ଘଣ୍ଟାର ଗସ୍ତ ସ୍ପଷ୍ଟ କରିଥିଲା।
ଆଇନର ଅବମାନନା
ଆଇପିଏସ୍‌-ସିଏପିଏଫ୍‌ ମଧ୍ୟରେ ଦୀର୍ଘ ସମୟ ଧରି ଚାଲିଥିବା ବିବାଦ ସୁପ୍ରିମକୋର୍ଟକୁ ଫେରିଛି। ଏଥର ଏକ ଅବମାନନା ଆବେଦନ କରାଯାଇଛି। ଅବସରପ୍ରାପ୍ତ ସିଏପିଏଫ୍‌ ଅଧିକାରୀଙ୍କ ଏକ ଗୋଷ୍ଠୀ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀରେ ଆଇପିଏସ୍‌ ଡେପୁଟେଶନ ହ୍ରାସ କରିବା ପାଇଁ ଏକ ସ୍ପଷ୍ଟ ନ୍ୟାୟିକ ନିର୍ଦ୍ଦେଶନାମା ଉପରେ କେନ୍ଦ୍ର ସ୍ବରାଷ୍ଟ୍ର ସଚିବ ପଛଘୁଞ୍ଚା ଦେଉଛନ୍ତି। ତେବେ ପର୍ଯ୍ୟବେକ୍ଷକମାନେ ସୂଚାଇ ଦେଇଛନ୍ତି ଯେ, ଏହା ପଛରେ ସେମାନଙ୍କର ଏକ ଯୁକ୍ତି ଥାଇପାରେ। ଗତ ବର୍ଷ, ସୁପ୍ରିମକୋର୍ଟ ସ୍ପଷ୍ଟ ଭାବରେ ସିଏପିଏଫ୍‌ର ଗ୍ରୁପ୍‌-ଏ କ୍ୟାଡରଗୁଡ଼ିକୁ ସଙ୍ଗଠିତ ସେବାର ମାନ୍ୟତା ଦେଇଥିଲେ ଏବଂ ଦୁଇ ବର୍ଷ ମଧ୍ୟରେ ଆଇପିଏସ୍‌ ଡେପୁଟେଶନକୁ ପର୍ଯ୍ୟାୟକ୍ରମେ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାର ଉଦ୍ଦେଶ୍ୟ ଥିଲା ସେହି ବିଭେଦକୁ ଶେଷ କରିବା, ଯାହା ଅନେକ ହଜାର ସିଏପିଏଫ୍‌ ଅଧିକାରୀଙ୍କୁ ବରିଷ୍ଠ ନେତୃତ୍ୱ ପଦବୀ ପାଇବାରୁ ବଞ୍ଚତ୍ତ କରିଥିବା ବେଳେ ଅନ୍ୟ ସେବାର ଅଧିକାରୀଙ୍କୁ ନିୟମିତ ଭାବରେ ଶୀର୍ଷ ପଦବୀରେ ନିଯୁକ୍ତି ଦେଇଛି। ତଥାପ ଅନେକ ମାସ ବିତିଯାଇଥିଲେ ମଧ୍ୟ ସ୍ଥିତିରେ ବିଶେଷ କିଛି ପରିବର୍ତ୍ତନ ହୋଇ ନାହିଁ। ଆଇପିଏସ୍‌ ଅଧିକାରୀମାନେ ବରିଷ୍ଠ ପଦବୀ ଦଖଲ କରି ଚାଲିଛନ୍ତି। ସେବା ନିୟମ ଆଢ଼ୁଆଳରେ ରହିଯାଇଛି । ଅବମାନନା ଆବେଦନରେ ଯୁକ୍ତି କରାଯାଇଛି ଯେ ଏହା ଏକ ବିଳମ୍ବ ନୁହେଁ ବରଂ ଏହା ପ୍ରକ୍ରିୟାଗତ ତଥା ଯୋଜନାବଦ୍ଧ ଭାବରେ ଆଇନର ଅବମାନନା। ଏବେକାର ବ୍ୟବସ୍ଥାର ସମର୍ଥକମାନେ ଯୁକ୍ତି କରନ୍ତି ଯେ ଜାତୀୟ ସୁରକ୍ଷା ପାଇଁ ଆବଶ୍ୟକ ଗୁରୁତ୍ୱପୂର୍ଣ୍ଣ ରଣନୀତିକ ନିରୀକ୍ଷଣ ଏବଂ ପ୍ରଶାସନିକ ଅଭିଜ୍ଞତା ଆଇପିଏସ୍‌ ଅଧିକାରୀଙ୍କର ରହିଛି। ସିଏପିଏଫ୍‌ ଅଧିକାରୀଙ୍କୁ ସେମାନଙ୍କ ନିଜ ସଙ୍ଗଠନର ନେତୃତ୍ୱରୁ ସ୍ଥାୟୀ ଭାବରେ ବଞ୍ଚତ୍ତ କରାଯାଉଥିବାରୁ ଏହି ଯୁକ୍ତି ମୂଲ୍ୟହୀନ ମନେହୁଏ।
ସିଏଟିଙ୍କ ନିର୍ଦ୍ଦେଶ
କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ (ସିଏଟି) ସମୀର ୱାଙ୍ଖଡେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ କେତେ ଗମ୍ଭୀରତାର ସହିତ ନେଇଥିଲେ ତାହାକୁ ନେଇ ଯଦି କୌଣସି ସନ୍ଦେହ ଥିଲା, ତେବେ ସିଏଟି ନିର୍ଦ୍ଦେଶ ତାହାକୁ ସମାଧାନ କରିବା ଦରକାର। ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନକୁ ‘କ୍ଷତିକାରକ’ ଏବଂ ପ୍ରତିଶୋଧାତ୍ମକ ବୋଲି କହିବା ନ୍ୟାୟିକ ଦୃଷ୍ଟିରୁ କମ୍‌ ମହତ୍ତ୍ୱପୂର୍ଣ୍ଣ ନୁହେଁ। ଚାର୍ଜ ମେମୋରାଣ୍ଡମ୍‌କୁ ବାତିଲ କରିବା ସହ ସିବିଆଇସିକୁ ଆଗକୁ ବଢ଼ିବାକୁ ନିଷେଧ କରି, ସିଏଟି ଏକ ସ୍ପଷ୍ଟ ବାର୍ତ୍ତା ଦେଇଛି ଯେ, ନିୟମ ବଦଳାଇ କିମ୍ବା ଆଇନଗତ ଭାବରେ ଅସାମର୍ଥ୍ୟ ବିଷୟର ପୁନରାବୃତ୍ତି କରି ଶୃଙ୍ଖଳା ଲାଗୁ କରାଯାଇପାରିବ ନାହିଁ। ଟ୍ରିବ୍ୟୁନାଲ ଜାଣିପାରିଲେ ଯେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ଆଧାର କ’ଣ ହୋଇପାରିବ ସେ ବିଷୟରେ ସ୍ପଷ୍ଟ ଆଇନଗତ ସୀମା ଥିବା ସତ୍ତ୍ୱେ କର୍ତ୍ତୃପକ୍ଷ ଆଗକୁ ବଢ଼ୁଥିଲେ। ଏଭଳି କରିବା ଦ୍ୱାରା ଜଣାପଡ଼ିଥିଲା ଯେ, ସଂଶୋଧନ କରିବାର ଉଦ୍ଦେଶ୍ୟ କମ୍‌ ଏବଂ ଅଧିକ ଦଣ୍ଡଦାୟକ ଦେଖାଯାଉଥିଲା। ଭାରତର ପ୍ରବର୍ତ୍ତନ ଏଜେନ୍ସିଗୁଡ଼ିକ ପ୍ରାୟତଃ ଆଇନର ଶାସନ ଏବଂ ସଂସ୍ଥାଗତ ବିଶ୍ୱସନୀୟତା ବିଷୟରେ କୁହନ୍ତି। ତଥାପି ଏଠାରେ ସେମାନଙ୍କୁ ବ୍ୟବସ୍ଥା ସମ୍ପର୍କରେ ମନେ ପକାଇବାକୁ ପଡ଼ିଲା ଯେ, ନ୍ୟାୟ ବାହାରେ ଯେତିକି ପ୍ରଯୁଜ୍ୟ ଭିତରେ ମଧ୍ୟ ସେତିକି ଆବଶ୍ୟକ । ଏହି ଆଦେଶ ୱାଙ୍ଖଡେଙ୍କୁ ନେଇ ଉଠୁଥିବା ପ୍ରତ୍ୟେକ ଅଭିଯୋଗରୁ ମୁକ୍ତ କରେ ନାହିଁ। ଏହା ଯାହା କରିଛି ତାହା କୌଣସି ଛୋଟ କଥା ନୁହେଁ। ତାହା ହେଉଛି ବୈଧ ନିରୀକ୍ଷଣ ଏବଂ ପ୍ରଶାସନିକ ଦଣ୍ଡବିଧାନ ମଧ୍ୟରେ ଏକ ସୀମାରେଖା ଟାଣିଛି। ଆଜିର ଅଭିଯୋଗଯୁକ୍ତ ଅମଲାତାନ୍ତ୍ରିକ ପରିବେଶରେ ସେହି ପାର୍ଥକ୍ୟ ଅଧିକ ମୂଲ୍ୟବାନ୍‌।
Email: dilipcherian@gmail.com

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ, ମହୁଲି ମଦ ସହ ଦୁଇ….

ହାଟଡିହୀ,୧୮।୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ଫିଲ୍ମ ଷ୍ଟାଇଲରେ ଦୁଇ ଚୋରା ମହୁଲି ମଦ ବେପାରୀଙ୍କୁ ବୁଧବାର ରାତି ପ୍ରାୟ ୮ଟା ସମୟରେ ଧରିଛି ।…

ନିଶା ନିବାରଣ ପାଇଁ ବାହାରିଲେ ଛାତ୍ରୀଛାତ୍ର, ସ୍କୁଲରେ ହେଲା….

ବରଗଡ଼,୧୮।୩(ପ୍ରେମାନନ୍ଦ ଖମାରୀ): ନିଶା ମଣିଷକୁ ବିବେକ ଶୂନ୍ୟ କରି ଦିଏ । ନିଶାସକ୍ତ ବ୍ୟକ୍ତି ନିଜ ପରିବାର ସହିତ ସମାଜର ମଧ୍ୟ ଅନେକ କ୍ଷତି ପହଞ୍ଚାଇଥାଏ ।…

ଜମିପଟ୍ଟା ପ୍ରଦାନ ଦାବି, କୃଷକ ସଭା ପକ୍ଷରୁ ତହସିଲ ଅଫିସ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୧୮।୩(ସବିତାମିଶ୍ର): ଜମିହୀନଙ୍କୁ ଜମିପଟ୍ଟା ପ୍ରଦାନ ଦାବିରେ ଓଡିଶା କ୍ରୁଷକସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ପି ହରିକ୍ରୁଷ୍ଣରେଡୀଙ୍କ ନେତୃତ୍ବରେ ପୁରୁଷୋତ୍ତମପୁର ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ପ୍ରତିବାଦ ସହ…

ଯୋଗାଣ ବିଭାଗର ଚଢ଼ାଉ, ୧୨ ଗ୍ୟାସ ସିଲିଣ୍ଡର ସହିତ ୨୮୩….

ଅତାବିରା,୧୮।୩(ଯୁଧିଷ୍ଠିର ମହାପାତ୍ର ): ମଧ୍ୟପ୍ରାଚ୍ୟରେ ଗୋଟିଏ ପଟେ ଯୁଦ୍ଧ ଲାଗିରହିଥିବା ବେଳେ ଅନ୍ୟପଟରେ ସାରା ଭାରତ ଓ ଓଡ଼ିଶାରେ ମଧ୍ୟ ଗ୍ୟାସ ବା LPG ର ସଙ୍କଟ…

ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରି ଜେଲ୍‌ ଗଲେ ବାପ-ପୁଅ, ରକ୍ତଭିଜା କାଠଫାଳିଆ ଜବତ

ଦିଗପହଣ୍ଡି,୧୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ଗ୍ରାମର ସାମାଜିକ କର୍ମୀ ମାନସ ରଞ୍ଜନ ପଟ୍ଟନାୟକ ଓରଫ ମନୋଜଙ୍କୁ ମଙ୍ଗଳବାର ରାତିରେ ସଂଘବଦ୍ଧ…

ଗଞ୍ଜାମ ଜିଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଭାବେ ଭାବେ ଦାୟିତ୍ବ ନେଲେ ସମୀର କୁମାର ଜେନା

ଛତ୍ରପୁର,୧୮।୩(ଦିଲ୍ଲୀପ ସାମଲ) : ଦୀର୍ଘ ୮ ମାସ ପରେ ଆଜି ଗଞ୍ଜାମ ଜିଲାପରିଷଦର ନୂତନ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ସମୀର…

ବାସନ୍ଦ, ଜରିମାନାକୁ ନେଇ ଗୋଷ୍ଠୀ ସଂଘର୍ଷ, ୫ ଆହତ

ହିଞ୍ଜିଳିକାଟୁ,୧୮ା୩(ଦ୍ୱିତୀକୃଷ୍ଣ ପଣ୍ଡା):ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ନନ୍ଦିତା ଗାଁରେ ମଙ୍ଗଳବାର ରାତିରେ କୁଳରୁ ବାସନ୍ଦ, ଜରିମାନା ଆଦାୟକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୫…

ସରକାରଙ୍କ ବଡ଼ ଯୋଜନା, ବସରେ ଯାତ୍ରାବେଳେ ଦିବ୍ୟାଙ୍ଗଙ୍କୁ ଦେବାକୁ ହେବନି ଟଙ୍କା

ନୂଆଦିଲ୍ଲୀ,୧୮।୩: ଆନ୍ଧ୍ର ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱାଧୀନ ସରକାର ‘ଦିବ୍ୟାଙ୍ଗ ଶକ୍ତି ଯୋଜନା’ ଆରମ୍ଭ କରିଛନ୍ତି । ମହିଳାଙ୍କ ପାଇଁ ମାଗଣା ବସ୍ ଯାତ୍ରା ଯୋଜନାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri