ବଳଦିଆବନ୍ଧ ଲୁଟ୍‌ ଘଟଣାରେ ୩ ଗିରଫ

ଢେଙ୍କାନାଳ ଅଫିସ,୧୪ା୩: ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ବଳଦିଆବନ୍ଧର ସାଇପ୍ରସାଦ ଦାସଙ୍କ ଘରୁ ଗତ ଫେବୃୟାରୀ ୧୧ରେ ହୋଇଥିବା ଲୁଟ୍‌ ଘଟଣାର ଦେଢ଼ମାସ ପରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ବଳଦିଆବନ୍ଧ ଗ୍ରାମର ରଶ୍ମିରଞ୍ଜନ ସାହୁ ଓରଫ୍‌ ଗାନ୍ଧୀ (୩୮), ମିଥୁନ ମଲ୍ଲିକ ଓରଫ୍‌ ପିଣ୍ଟୁ (୨୩) ଏବଂ ଗୋବିନ୍ଦପୁର ବାରବାଙ୍କ ସାହିର ତୋଫାନ୍‌ ମଲ୍ଲିକ (୩୨)। ଢେଙ୍କାନାଳ ଜିଲାରେ ୨୨ବର୍ଷ ତଳେ ଘଟିଥିବା ବହୁଚର୍ଚ୍ଚିତ ବିଷ୍ଣୁବାବା ହତ୍ୟାକାଣ୍ଡ ମାମଲାରେ ଧରାପଡ଼ିଥିବା ଅଭିଯୁକ୍ତ ରଶ୍ମିରଞ୍ଜନ ଗିରଫ ହୋଇ ଜେଲ ଯାଇଥିଲେ। ବଳଦିଆବନ୍ଧ ଲୁଟ୍‌ ଘଟଣାରେ ସେ ଧରାପଡ଼ିବା ପରେ ପୁଣି ଥରେ ଚର୍ଚ୍ଚାକୁ ଆସିଛି ବିଷ୍ଣୁବାବା ହତ୍ୟାକାଣ୍ଡ।
ପୋଲିସ ଗିରଫ ଅଭିଯୁକ୍ତଙ୍କ ନିକଟରୁ ନଗଦ ୫ଲକ୍ଷ ୪୧ହଜାର ଟଙ୍କା, ବାଇକ୍‌ (ଓଡ଼ି ୦୬ କେ ୮୨୩୪), ଅଟୋରିକ୍ସା (ନଂ. ଓଡ଼ି ୧୯ କେ ୬୯୯୮), ଗୋଟିଏ ସୁନା ମଙ୍ଗଳସୂତ୍ର, ୨ ହଳ କାନଫୁଲ, ଗୋଟିଏ ସୁନା ମୁଦି ଏବଂ ୨ଟି ସୁନାହାର ଜବତ କରିଛି।
ଲୁଟ୍‌ ଟଙ୍କାରେ ତୋଫାନ୍‌ ଉକ୍ତ ବାଇକ୍‌ କିଣିଥିବା ପୋଲିସ ସ୍ପଷ୍ଟ କରିଛି। ଏ ନେଇ ସେହି ସମୟରେ ସଦର ଥାନାରେ ନଂ. ୮୫/୨୨ରେ ଏକ ମାମଲା ରୁଜୁ କରାଯାଇଥିଲା। ଅଭିଯୁକ୍ତଙ୍କୁ ରବିବାର କୋର୍ଟ ଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

ପୂର୍ବ ଶତୃତାରୁ ଛୁରାମାଡ଼, ଯୁବକ ଗୁରୁତର

ଭୁବନ ୧୪।୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ରୋଡଙ୍ଗ ଗ୍ରାମର କୈଳାଶ ମଳିକଙ୍କ ପୁଅ ଚନ୍ଦନ ଭଳି (୧୯)ଙ୍କୁ ଶୁକ୍ରବାର ସନ୍ଧ୍ୟାରେ କେତେଜଣ…

ଜଙ୍ଗଲକୁ କାଠ ସଂଗ୍ରହ ଯାଇଥିବାବେଳେ ଆକ୍ରମଣ କଲା ଦନ୍ତା: ୩ ମୃତ, ୩ ଗୁରୁତର

ଢେଙ୍କାନାଳ,୧୦।୨(ରତନ ନାୟାର): ଢେଙ୍କାନାଳ ସଦର ରେଞ୍ଜ ପାଟପୁରା ଗ୍ରାମ ଜଙ୍ଗଲ ନିକଟରେ ବଡ଼ ଅଘଟଣ ଘଟିଛି । ସଦର ରେଞ୍ଜ ଲୋଚାପଲି ଗ୍ରାମର କିଛି ମହିଳା ଓ…

ଜିଲାସ୍ତରୀୟ ପ୍ରେରଣା ଉତ୍ସବ, ସରାଙ୍ଗ ନବୋଦୟ ବିଦ୍ୟାଳୟ…

ପରଜଙ୍ଗ,୯ା୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ସରାଙ୍ଗ ସ୍ଥିତ ପିଏମଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟ ପରିସରରେ ସୋମବାର ଜିଲାସ୍ତରୀୟ ପ୍ରେରଣା ଉତ୍ସବ ପାଳିତ ହୋଇଯାଇଛି ।…

ପୁଅଙ୍କୁ ଛୁରି ଭୁସି ମାରିଦେଲେ ପିଶାଚ ବାପା

କାମାକ୍ଷାନଗର,୮।୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କମ୍ପୁଲେଇ ପୁରୁଣାସାହି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ନିଜ ପୁଅଙ୍କୁ ଛୁରି ଭୁସି…

ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…

ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍‌ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ…

ହନୁ ମାଙ୍କଡ଼ ଉପଦ୍ରବରେ ଆତଙ୍କିତ ଅଞ୍ଚଳବାସୀ, କାବୁ କରିବାରେ ବନ କର୍ମଚାରୀ ବିଫଳ

ପରଜଙ୍ଗ,୮।୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ପାଟରପଦା ନୂଆସାହି ଏବଂ ଆଖପାଖ ଅଞ୍ଚଳ କଟାବାହାଳ, ମେଣ୍ଢାପଦା, ଖଳିବାହାଳ, ମାଧପୁର ଗ୍ରାମବାସୀ ମାଙ୍କଡ ଆତଙ୍କରେ ଆତଙ୍କିତ…

ଜଙ୍ଗଲ ଜମି ଜବରଦଖଲ ଉଚ୍ଛେଦ: ପ୍ରଭାବଶାଳୀ ଗଳାବାଟ ଖୋଜୁଥିବା ବେଳେ ନିରୀହ ପଡୁଛନ୍ତି ବଳି

ପରଜଙ୍ଗ,୫।୨(ନିଗମାନନ୍ଦ ଦଳବେହେରା):ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ କୁଆଳୋ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଅନ୍ତର୍ଗତ କୁଆଳୋ ମୌଜାରେ ଦୁଇ କିସମ ଜଙ୍ଗଲ ଜମି ଜବରଦଖଲ ଉଚ୍ଛେଦ ନେଇ ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri