ପ୍ରାଣୀ ଅସ୍ତିତ୍ୱ ପ୍ରତି ବିପଦ

ଚଳିତ ବର୍ଷ ମେ’ରେ ଅନେକ କ୍ଷେତ୍ରରୁ ଆସିଥିବା ବିଶେଷଜ୍ଞମାନେ ମଣ୍ଟେନେଗ୍ରୋରେ ଏକତ୍ର ହୋଇଥିଲେ। ଏମାନେ ଏକ୍‌ଜିଷ୍ଟେନ୍‌ସିଆଲ ଥ୍ରେଟ୍‌ସ ବା ପ୍ରାଣୀ ଅସ୍ତିତ୍ୱ ପ୍ରତି ସୃଷ୍ଟି ହେଉଥିବା ଜଳବାୟୁ ପରିବର୍ତ୍ତନଜନିତ ବିପଦ ଏବଂ ଅନ୍ୟାନ୍ୟ ବିପର୍ଯ୍ୟୟଗୁଡ଼ିକର କିପରି ସମାଧାନ କରାଯିବ ସେ ବିଷୟରେ ଆଲୋଚନା କରିଥିଲେ। ୨୦୦୨ରେ ‘ଏକ୍‌ଜିଷ୍ଟେନ୍‌ସିଆଲ ରିସ୍କ’ ଶବ୍ଦ ଦାର୍ଶନିକ ନିକ୍‌ ବୋଷ୍ଟ୍ରମ୍‌ଙ୍କର ଏକ ପ୍ରବନ୍ଧରେ ଅଧିକ ଚର୍ଚ୍ଚିତ ହୋଇଥିଲା। ଏଥିରେ ଏକ ପ୍ରତିକୂଳ ପରିଣାମ ପୃଥିବୀରୁ ଉତ୍ପନ୍ନ ବୁଦ୍ଧିମାନ୍‌ ଜୀବନକୁ ନଷ୍ଟକରିଦେବ କିମ୍ବା ସେମାନଙ୍କ ସାମର୍ଥ୍ୟକୁ ସ୍ଥାୟୀ ଏବଂ ଭୟଙ୍କର ଭାବରେ ହ୍ରାସ କରିବା ଭଳି ବିପଦ ସମ୍ପର୍କରେ ସେ ସୂଚିତ କରିଥିଲେ। ତେବେ ମଣିଷ ବଞ୍ଚିବାରେ ସମ୍ମୁଖୀନ ହେଉଥିବା ଜଳବାୟୁ ସମ୍ପର୍କିତ ବିପଦ ଏବଂ ଅନ୍ୟାନ୍ୟ ବିପର୍ଯ୍ୟୟ ମଧ୍ୟରେ ପାର୍ଥକ୍ୟକୁ ଚିହ୍ନଟ କରିବାକୁ ହେଲେ ଜଳବାୟୁ ପରିବର୍ତ୍ତନ ଉପରେ ବିଚାରକରିବାକୁ ହେବ। କେତେକ ପରିସ୍ଥିତିରେ, ବିଶ୍ୱତାପନ ବୃଦ୍ଧିକୁ ଅଣଦେଖା କରିବା ଯୋଗୁ ପୃଥିବୀର ଅଧିକାଂଶ ଭାଗ ଅତ୍ୟଧିକ ଉତ୍ତପ୍ତ ହୋଇପାରେ ଓ ସେଠାରେ ମନୁଷ୍ୟ ତଥା ଅନ୍ୟ ପ୍ରାଣୀମାନେ ରହିବାକୁ ବାଧ୍ୟ ହୋଇପାରନ୍ତି। କିନ୍ତୁ ଆଣ୍ଟାର୍କଟିକା, ୟୁରୋପ, ଏସିଆ ଏବଂ ଉତ୍ତର ଆମେରିକାର ପୂରା ଉତ୍ତରରେ ଥିବା କେତେକ ଅଞ୍ଚଳ ବାସୋପଯୋଗୀ ହେବ। ଏହା ପୃଥିବୀରେ ବୁଦ୍ଧିମାନ୍‌ ଜୀବନର ସମ୍ଭାବନାକୁ ହ୍ରାସ କରିବ, ବୋଧହୁଏ ସହସ୍ର ବର୍ଷ ପାଇଁ। କିନ୍ତୁ ପରିଶେଷରେ ପୃଥିବୀ ଶୀତଳ ହୋଇଯିବ ଏବଂ ବଞ୍ଚିଥିବା ମଣିଷଙ୍କ ବଂଶଧରମାନେ ପୁନର୍ବାର ବଂଶବୃଦ୍ଧି କରିବେ । ଯଦି ଏସବୁ ବାସ୍ତବରେ ସବୁଠାରୁ ଖରାପ ଘଟଣାର ପରିସ୍ଥିତି, ତେବେ ଜଳବାୟୁ ପରିବର୍ତ୍ତନ ଯେତେ ବିନାଶକାରୀ ହେଲେ ବି ତାହା ଏକ୍‌ଜିଷ୍ଟେନ୍‌ସିଆଲ ରିସ୍କ ହୋଇପାରିବ ନାହିଁ। ଯଦି ବିପର୍ଯ୍ୟୟର ଗମ୍ଭୀରତା ମୃତକଙ୍କ ସଂଖ୍ୟା ସହିତ ସିଧାସଳଖ ସମାନୁପାତିକ, ଅର୍ଥାତ୍‌ ଗମ୍ଭୀରତା ଅନୁଯାୟୀ ମୃତ୍ୟୁ ବଢୁଥାଏ, ତେବେ ପୃଥିବୀର ପ୍ରାୟ ସମସ୍ତ ମଣିଷଙ୍କ ଜୀବନ ନେଇପାରୁଥିବା ଏକ ବିପର୍ଯ୍ୟୟ ଏବଂ ପୃଥିବୀରୁ ସମ୍ପୂର୍ଣ୍ଣ ମଣିଷଙ୍କୁ ଶେଷ କରିଦେବା ଭଳି ବିପର୍ଯ୍ୟୟ ମଧ୍ୟରେ ପାର୍ଥକ୍ୟ ଅଧିକ ରହିବ ନାହିଁ । ଏକ୍‌ଜିଷ୍ଟେନ୍‌ସିଆଲ ରିସ୍କ ବିଷୟରେ ଅନେକ ଦାର୍ଶନିକ ମତ ରଖିଛନ୍ତି। ସେମାନେ କହନ୍ତି ଯେ, ଯଦି ଆମ ଜୀବଜଗତ ଦୀଘଦିନ ବଞ୍ଚିରହେ ତେବେ କେତେ ଅଧିକ ଲୋକ ବଞ୍ଚିବେ ତାହା ଉପରେ ଏହି ଦୃଷ୍ଟିକୋଣ ଅନୁଧ୍ୟାନ କରିବାରେ ବିଫଳ ହୋଇଛି।
ମଣ୍ଟେନେଗ୍ରୋ ସମ୍ମିଳନୀ ଏହାର ଟାଇଟଲରେ ‘ଅନ୍ୟ ସବୁ ବିପର୍ଯ୍ୟୟ’କୁ ଦର୍ଶାଇ କେବଳ ଏକ୍‌ଜିଷ୍ଟେନ୍‌ସିଆଲ ରିସ୍କରେ ସୀମିତ ନ ଥିଲା, ବରଂ ଏଗୁଡ଼ିକ ସମ୍ପର୍କରେ ବ୍ୟାପକ ଆଲୋଚନା କରିଥିଲା। ସମ୍ମିଳନୀର ଅନ୍ତିମ ଅଧିବେଶନ ଶେଷହୋଇ ଆସୁଥିବାବେଳେ ସେଠାରେ ଉପସ୍ଥିତ କେତେଜଣ ବିଶେଷଜ୍ଞ ଅନୁଭବ କରିଥିଲେ ଯେ ସେମାନେ ଆଲୋଚନା କରୁଥିବା ପ୍ରସଙ୍ଗଗୁଡ଼ିକ ଅଧିକ ଗମ୍ଭୀର, ତଥାପି ସେଗୁଡ଼ିକୁ ଏତେ ଅଣଦେଖା କରାଯାଉଛି ଯେ, ସେସବୁ ଉପରେ ଆମେ ଜନସାଧାରଣଙ୍କ ଏବଂ ସରକାରମାନଙ୍କର ଦୃଷ୍ଟି ଆକର୍ଷଣ କରିବା ଉଚିତ। ବୈଠକରେ ଏହିପରି ଏକ ଘୋଷଣା ଉପରେ ବିଶେଷଜ୍ଞମାନେ ଅଧିକ ଆଲୋଚନା କରିଥିଲେ ଏବଂ ମୁଁ ଏହାର ଏକ ଚିଠା ବା ଯୋଜନା ପ୍ରସ୍ତୁତ କରିବାକୁ ମନୋନୀତ ହୋଇଥିବା ଏକ ଛୋଟ ଗୋଷ୍ଠୀର ସଦସ୍ୟ ଥିଲି ।
ଘୋଷଣାପତ୍ରରେ ଦର୍ଶାଯାଇଛି ଯେ ମାନବଜାତିର ଅସ୍ତିତ୍ୱ ପ୍ରତି ଗମ୍ଭୀର ବିପଦ ରହିଛି, ଯେଉଁଗୁଡ଼ିକ ମଧ୍ୟରୁ ଅଧିକାଂଶ ମନୁଷ୍ୟକୃତ। ଉଦ୍ଦେଶ୍ୟମୂଳକ ଭାବରେ, ଜୈବ ଆତଙ୍କବାଦ ହେଉ ଅବା ଅଜାଣତରେ ଜଳବାୟୁ ପରିବର୍ତ୍ତନ କିମ୍ବା ଅତ୍ୟାଧୁନିକ କୃତ୍ରିମ ବୁଦ୍ଧିମତ୍ତା, ଏସବୁ ସୃଷ୍ଟିକରି ମଣିଷ ବିପଦକୁ ଆମନ୍ତ୍ରଣ କରିଛି। ଘୋଷଣାପତ୍ରରେ କୁହାଯାଇଛି, ଏହି ବିପଦଗୁଡ଼ିକ ଉପରେ ସରକାରମାନେ ଯେତିକି ଗମ୍ଭୀରତା ସହ କିମ୍ବା ଜରୁରୀ ପଦକ୍ଷେପ ନେବା କଥା ତାହା ହେଉନାହିଁ। ଏହି ଘୋଷଣାପତ୍ର ଟୋବି ଅର୍ଡଙ୍କ ଦ୍ୱାରା ପ୍ରକାଶିତ ପୁସ୍ତକ ଦି ପ୍ରିସିପିସିରେ କରିଥିବା ଦୁଇଟି ଦାବିକୁ ଉଦାହରଣ ଭାବେ ଦର୍ଶାଇ ତାହାର ଦୃଷ୍ଟିକୋଣକୁ ସମର୍ଥନକରେ। ଆଗାମୀ ୧୦୦ ବର୍ଷରେ ଆମ ଜୀବଜଗତର ୧୬-୧୭ ପ୍ରତିଶତ କିମ୍ବା ୬ଟିରେ ଗୋଟିଏ ପ୍ରଜାତି ବିଲୁପ୍ତ ହେବାକୁ ଯାଉିଛି ବୋଲି ଅର୍ଡ ଆକଳନ କରିଥିଲେ। ସେ ମଧ୍ୟ ଆକଳନ କରିଥିଲେ ଯେ ଏଭଳି ବିପଦକୁ ହ୍ରାସ କରିବା ପଦକ୍ଷେପରେ ମାନବ ଜାତି ବ୍ୟୟ କରୁଥିବା ବିଶ୍ୱର ଜିଡିପିର ଅଂଶ ୦.୦୦୧ ପ୍ରତିଶତରୁ କମ୍‌।
ଜୁଲାଇରେ ନୂଆକରି ସୂଚନା ଦେଇ ଅର୍ଡ କହିଛନ୍ତି, ନୂତନ ପ୍ରମାଣ ସୂଚିତକରେ ଯେ ଚରମ ଜଳବାୟୁ ପରିବର୍ତ୍ତନ ପରିସ୍ଥିତି ଆସିବା ସମ୍ଭବ ନୁହେଁ। ଏହି କାରଣରୁ ମଣିଷ ବା ପ୍ରାଣୀ ଅସ୍ତିତ୍ୱ ପ୍ରତି ଜଳବାୟୁ ପରିବର୍ତ୍ତନ ସୃଷ୍ଟି କରିଥିବା ବିପଦ ୨୦୨୦ରେ ସେ ଯେତିକି ହେବ ବୋଲି ଆକଳନ କରିଥିଲେ, ତାହାଠାରୁ କମ୍‌ ହେବ। ଅନ୍ୟପକ୍ଷରେ, ୟୁକ୍ରେନ୍‌ ଯୁଦ୍ଧରେ ସମ୍ଭାବ୍ୟ ଆଣବିକ ଅସ୍ତ୍ର ପ୍ରୟୋଗରେ ଆମ ବିଲୁପ୍ତିର ଆଶଙ୍କା ଅଧିକ ରହିଥିବାବେଳେ ସୁପର କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଏବଂ ମହାମାରୀର ବିପଦ ତାଙ୍କ ଦୃଷ୍ଟିରେ କିଛି କ୍ଷେତ୍ରରେ କମ୍‌ ଏବଂ ଅନ୍ୟ କେତେକ କ୍ଷେତ୍ରରେ ଅଧିକ ରହିଛି। ଅର୍ଡଙ୍କ ମତରେ ଟକିଂ ଏଆଇ ଚାଟ୍‌ବୋଟ୍‌ ଉପରେ ଧ୍ୟାନଦେବା କମ୍‌ ବିପଜ୍ଜନକ, କାରଣ ଚାଟ୍‌ବୋଟ୍‌ଗୁଡ଼ିକ ଏଜେଣ୍ଟ ନୁହନ୍ତି। ସେ ସ୍ବୀକାର କରିଛନ୍ତି ଯେ ଅତ୍ୟାଧୁନିକ ଏଆଇ ସୃଷ୍ଟି କରିବା ପାଇଁ ଅଧିକ ପ୍ରତିଯୋଗିତା ଚାଲିଥିବାରୁ ଏଆଇ ସୁରକ୍ଷା ଉପରେ ତୁରନ୍ତ କିଛି ପଦକ୍ଷେପ ନେବାକୁ ହେବ। ମୋଟ ଉପରେ, ଅର୍ଡ ତାଙ୍କର ଆକଳନକୁ ପରିବର୍ତ୍ତନ କରିନାହାନ୍ତି । ଆମ ପ୍ରାଣୀ ଓ ଉଦ୍ଭିଦ ଜଗତ ଆଗାମୀ ୧୦୦ ବର୍ଷ ବଞ୍ଚିପାରିବେ ନାହିଁ ଓ ୬ଟି ପ୍ରଜାତିରେ ଗୋଟିଏ ବିଲୁପ୍ତ ହେବା ସମ୍ଭାବନା ଥିବା ଆକଳନକୁ ପରିବର୍ତ୍ତନ କରିବା ସହଜ ନୁହେଁ ବୋଲି ସେ ସ୍ବୀକାର କରିଛନ୍ତି। ସେ ଆହୁରି ମଧ୍ୟ ସ୍ବୀକାର କରିଛନ୍ତି ଯେ ଜୀବଜଗତ ବିଲୁପ୍ତ ହେବାର ବିପଦକୁ ହ୍ରାସ କରିବାରେ ବର୍ତ୍ତମାନ ବିଶ୍ୱରେ ଅଧିକ ଆଗ୍ରହ ପ୍ରକାଶ ପାଇଛି। ଉଦାହରଣ ସ୍ବରୂପ ମିଳିତ ଜାତିସଂଘର ମହାସଚିବଙ୍କ ୨୦୨୧ ରିପୋର୍ଟରେ ଏହି ପ୍ରସଙ୍ଗକୁ ଅନ୍ତର୍ଭୁକ୍ତ କରିବା ଏବଂ ‘ଦି ଏଲ୍‌ଡର୍ସ’ ଭାବରେ ଜଣାଶୁଣା ପୂର୍ବତନ ବିଶ୍ୱର ନେତାଙ୍କ ଅନ୍ତର୍ଜାତୀୟ ଗୋଷ୍ଠୀର ଏଜେଣ୍ଡାରେ ଏହାକୁ ପ୍ରାଧାନ୍ୟ ଦିଆଯିବା।
ମଣ୍ଟେନେଗ୍ରୋ ଘୋଷଣାପତ୍ର ଚାହେଁ, ମଣିଷ ବା ପ୍ରାଣୀର ଅସ୍ତିତ୍ୱ ପ୍ରତି ବିପଦ ସୃଷ୍ଟି କରୁଥିବା ଜଳବାୟୁଜନିତ ବିପର୍ଯ୍ୟୟକୁ ହ୍ରାସ କରିବା ଲାଗି ସରକାରମାନେ ସହଯୋଗ ଭିତ୍ତିରେ କାର୍ଯ୍ୟ କରନ୍ତୁ। ମାନବ ବିଲୁପ୍ତିର ବିପଦ ହ୍ରାସ କରିବାକୁ ସବୁଠୁ ଭଲ ଉପାୟ ପାଇବା ସକାଶେ ବିଶେଷକରି ଧନୀ ଦେଶର ସରକାରଗୁଡ଼ିକ ସେମାନଙ୍କ ‘ମହତ୍ତ୍ୱପୂର୍ଣ୍ଣ ସଂସାଧନ’କୁ ଏଥିରେ ନିବେଶ କରିବାକୁ ଏହି ଘୋଷଣାପତ୍ର ଆହ୍ବାନ ଦିଏ। ଯଦିଓ ଏହି ପରିପ୍ରେକ୍ଷୀରେ ଘୋଷଣାପତ୍ର ‘ମହତ୍ତ୍ୱପୂର୍ଣ୍ଣ’ କ’ଣ ତାହା ସୂଚିତ କରିନାହିଁ, ତଥାପି ବିଲୁପ୍ତ ହେବାକୁ ଯାଉଥିବା ଆମ ଜୀବଜଗତ ଉପରୁ ବିପଦ ହ୍ରାସ କରିବା ପାଇଁ ବୈଶ୍ୱିକ ଜିଡିପିର ୧ ପ୍ରତିଶତ ନିବେଶ କରିବା ପ୍ରତିବଦ୍ଧତା ଗ୍ରହଣ କରିବାକୁ ଅର୍ଡ ପରାମର୍ଶ ଦେଇଛନ୍ତି। ଅର୍ଡଙ୍କ ମତରେ ୨୦୨୦ ବେଳକୁ ସରକାରଗୁଡ଼ିକ ଏହାପାଇଁ ଯେତିକି ବ୍ୟୟ କରୁଥିଲେ ତାହା ତୁଳନାରେ ଏହା ହଜାରେ ଗୁଣ ଅଧିକ। କିନ୍ତୁ ଏହା ଅତ୍ୟଧିକ କହି ଯୁକ୍ତି କରିବା କେବଳ ସମୟର ଅପଚୟ ଛଡ଼ା ଆଉ କିଛି ନୁହେଁ।

ପିଟର ସିଙ୍ଗର
ଏମିରିଟସ୍‌ ପ୍ର୍ରଫେସର ଅଫ୍‌ ବାୟୋଏଥିକ୍ସ,
ପ୍ରିନ୍ସଟନ୍‌ ୟୁନିଭର୍ସିଟି


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri