ପ୍ରାଣୀ ଅସ୍ତିତ୍ୱ ପ୍ରତି ବିପଦ

ଚଳିତ ବର୍ଷ ମେ’ରେ ଅନେକ କ୍ଷେତ୍ରରୁ ଆସିଥିବା ବିଶେଷଜ୍ଞମାନେ ମଣ୍ଟେନେଗ୍ରୋରେ ଏକତ୍ର ହୋଇଥିଲେ। ଏମାନେ ଏକ୍‌ଜିଷ୍ଟେନ୍‌ସିଆଲ ଥ୍ରେଟ୍‌ସ ବା ପ୍ରାଣୀ ଅସ୍ତିତ୍ୱ ପ୍ରତି ସୃଷ୍ଟି ହେଉଥିବା ଜଳବାୟୁ ପରିବର୍ତ୍ତନଜନିତ ବିପଦ ଏବଂ ଅନ୍ୟାନ୍ୟ ବିପର୍ଯ୍ୟୟଗୁଡ଼ିକର କିପରି ସମାଧାନ କରାଯିବ ସେ ବିଷୟରେ ଆଲୋଚନା କରିଥିଲେ। ୨୦୦୨ରେ ‘ଏକ୍‌ଜିଷ୍ଟେନ୍‌ସିଆଲ ରିସ୍କ’ ଶବ୍ଦ ଦାର୍ଶନିକ ନିକ୍‌ ବୋଷ୍ଟ୍ରମ୍‌ଙ୍କର ଏକ ପ୍ରବନ୍ଧରେ ଅଧିକ ଚର୍ଚ୍ଚିତ ହୋଇଥିଲା। ଏଥିରେ ଏକ ପ୍ରତିକୂଳ ପରିଣାମ ପୃଥିବୀରୁ ଉତ୍ପନ୍ନ ବୁଦ୍ଧିମାନ୍‌ ଜୀବନକୁ ନଷ୍ଟକରିଦେବ କିମ୍ବା ସେମାନଙ୍କ ସାମର୍ଥ୍ୟକୁ ସ୍ଥାୟୀ ଏବଂ ଭୟଙ୍କର ଭାବରେ ହ୍ରାସ କରିବା ଭଳି ବିପଦ ସମ୍ପର୍କରେ ସେ ସୂଚିତ କରିଥିଲେ। ତେବେ ମଣିଷ ବଞ୍ଚିବାରେ ସମ୍ମୁଖୀନ ହେଉଥିବା ଜଳବାୟୁ ସମ୍ପର୍କିତ ବିପଦ ଏବଂ ଅନ୍ୟାନ୍ୟ ବିପର୍ଯ୍ୟୟ ମଧ୍ୟରେ ପାର୍ଥକ୍ୟକୁ ଚିହ୍ନଟ କରିବାକୁ ହେଲେ ଜଳବାୟୁ ପରିବର୍ତ୍ତନ ଉପରେ ବିଚାରକରିବାକୁ ହେବ। କେତେକ ପରିସ୍ଥିତିରେ, ବିଶ୍ୱତାପନ ବୃଦ୍ଧିକୁ ଅଣଦେଖା କରିବା ଯୋଗୁ ପୃଥିବୀର ଅଧିକାଂଶ ଭାଗ ଅତ୍ୟଧିକ ଉତ୍ତପ୍ତ ହୋଇପାରେ ଓ ସେଠାରେ ମନୁଷ୍ୟ ତଥା ଅନ୍ୟ ପ୍ରାଣୀମାନେ ରହିବାକୁ ବାଧ୍ୟ ହୋଇପାରନ୍ତି। କିନ୍ତୁ ଆଣ୍ଟାର୍କଟିକା, ୟୁରୋପ, ଏସିଆ ଏବଂ ଉତ୍ତର ଆମେରିକାର ପୂରା ଉତ୍ତରରେ ଥିବା କେତେକ ଅଞ୍ଚଳ ବାସୋପଯୋଗୀ ହେବ। ଏହା ପୃଥିବୀରେ ବୁଦ୍ଧିମାନ୍‌ ଜୀବନର ସମ୍ଭାବନାକୁ ହ୍ରାସ କରିବ, ବୋଧହୁଏ ସହସ୍ର ବର୍ଷ ପାଇଁ। କିନ୍ତୁ ପରିଶେଷରେ ପୃଥିବୀ ଶୀତଳ ହୋଇଯିବ ଏବଂ ବଞ୍ଚିଥିବା ମଣିଷଙ୍କ ବଂଶଧରମାନେ ପୁନର୍ବାର ବଂଶବୃଦ୍ଧି କରିବେ । ଯଦି ଏସବୁ ବାସ୍ତବରେ ସବୁଠାରୁ ଖରାପ ଘଟଣାର ପରିସ୍ଥିତି, ତେବେ ଜଳବାୟୁ ପରିବର୍ତ୍ତନ ଯେତେ ବିନାଶକାରୀ ହେଲେ ବି ତାହା ଏକ୍‌ଜିଷ୍ଟେନ୍‌ସିଆଲ ରିସ୍କ ହୋଇପାରିବ ନାହିଁ। ଯଦି ବିପର୍ଯ୍ୟୟର ଗମ୍ଭୀରତା ମୃତକଙ୍କ ସଂଖ୍ୟା ସହିତ ସିଧାସଳଖ ସମାନୁପାତିକ, ଅର୍ଥାତ୍‌ ଗମ୍ଭୀରତା ଅନୁଯାୟୀ ମୃତ୍ୟୁ ବଢୁଥାଏ, ତେବେ ପୃଥିବୀର ପ୍ରାୟ ସମସ୍ତ ମଣିଷଙ୍କ ଜୀବନ ନେଇପାରୁଥିବା ଏକ ବିପର୍ଯ୍ୟୟ ଏବଂ ପୃଥିବୀରୁ ସମ୍ପୂର୍ଣ୍ଣ ମଣିଷଙ୍କୁ ଶେଷ କରିଦେବା ଭଳି ବିପର୍ଯ୍ୟୟ ମଧ୍ୟରେ ପାର୍ଥକ୍ୟ ଅଧିକ ରହିବ ନାହିଁ । ଏକ୍‌ଜିଷ୍ଟେନ୍‌ସିଆଲ ରିସ୍କ ବିଷୟରେ ଅନେକ ଦାର୍ଶନିକ ମତ ରଖିଛନ୍ତି। ସେମାନେ କହନ୍ତି ଯେ, ଯଦି ଆମ ଜୀବଜଗତ ଦୀଘଦିନ ବଞ୍ଚିରହେ ତେବେ କେତେ ଅଧିକ ଲୋକ ବଞ୍ଚିବେ ତାହା ଉପରେ ଏହି ଦୃଷ୍ଟିକୋଣ ଅନୁଧ୍ୟାନ କରିବାରେ ବିଫଳ ହୋଇଛି।
ମଣ୍ଟେନେଗ୍ରୋ ସମ୍ମିଳନୀ ଏହାର ଟାଇଟଲରେ ‘ଅନ୍ୟ ସବୁ ବିପର୍ଯ୍ୟୟ’କୁ ଦର୍ଶାଇ କେବଳ ଏକ୍‌ଜିଷ୍ଟେନ୍‌ସିଆଲ ରିସ୍କରେ ସୀମିତ ନ ଥିଲା, ବରଂ ଏଗୁଡ଼ିକ ସମ୍ପର୍କରେ ବ୍ୟାପକ ଆଲୋଚନା କରିଥିଲା। ସମ୍ମିଳନୀର ଅନ୍ତିମ ଅଧିବେଶନ ଶେଷହୋଇ ଆସୁଥିବାବେଳେ ସେଠାରେ ଉପସ୍ଥିତ କେତେଜଣ ବିଶେଷଜ୍ଞ ଅନୁଭବ କରିଥିଲେ ଯେ ସେମାନେ ଆଲୋଚନା କରୁଥିବା ପ୍ରସଙ୍ଗଗୁଡ଼ିକ ଅଧିକ ଗମ୍ଭୀର, ତଥାପି ସେଗୁଡ଼ିକୁ ଏତେ ଅଣଦେଖା କରାଯାଉଛି ଯେ, ସେସବୁ ଉପରେ ଆମେ ଜନସାଧାରଣଙ୍କ ଏବଂ ସରକାରମାନଙ୍କର ଦୃଷ୍ଟି ଆକର୍ଷଣ କରିବା ଉଚିତ। ବୈଠକରେ ଏହିପରି ଏକ ଘୋଷଣା ଉପରେ ବିଶେଷଜ୍ଞମାନେ ଅଧିକ ଆଲୋଚନା କରିଥିଲେ ଏବଂ ମୁଁ ଏହାର ଏକ ଚିଠା ବା ଯୋଜନା ପ୍ରସ୍ତୁତ କରିବାକୁ ମନୋନୀତ ହୋଇଥିବା ଏକ ଛୋଟ ଗୋଷ୍ଠୀର ସଦସ୍ୟ ଥିଲି ।
ଘୋଷଣାପତ୍ରରେ ଦର୍ଶାଯାଇଛି ଯେ ମାନବଜାତିର ଅସ୍ତିତ୍ୱ ପ୍ରତି ଗମ୍ଭୀର ବିପଦ ରହିଛି, ଯେଉଁଗୁଡ଼ିକ ମଧ୍ୟରୁ ଅଧିକାଂଶ ମନୁଷ୍ୟକୃତ। ଉଦ୍ଦେଶ୍ୟମୂଳକ ଭାବରେ, ଜୈବ ଆତଙ୍କବାଦ ହେଉ ଅବା ଅଜାଣତରେ ଜଳବାୟୁ ପରିବର୍ତ୍ତନ କିମ୍ବା ଅତ୍ୟାଧୁନିକ କୃତ୍ରିମ ବୁଦ୍ଧିମତ୍ତା, ଏସବୁ ସୃଷ୍ଟିକରି ମଣିଷ ବିପଦକୁ ଆମନ୍ତ୍ରଣ କରିଛି। ଘୋଷଣାପତ୍ରରେ କୁହାଯାଇଛି, ଏହି ବିପଦଗୁଡ଼ିକ ଉପରେ ସରକାରମାନେ ଯେତିକି ଗମ୍ଭୀରତା ସହ କିମ୍ବା ଜରୁରୀ ପଦକ୍ଷେପ ନେବା କଥା ତାହା ହେଉନାହିଁ। ଏହି ଘୋଷଣାପତ୍ର ଟୋବି ଅର୍ଡଙ୍କ ଦ୍ୱାରା ପ୍ରକାଶିତ ପୁସ୍ତକ ଦି ପ୍ରିସିପିସିରେ କରିଥିବା ଦୁଇଟି ଦାବିକୁ ଉଦାହରଣ ଭାବେ ଦର୍ଶାଇ ତାହାର ଦୃଷ୍ଟିକୋଣକୁ ସମର୍ଥନକରେ। ଆଗାମୀ ୧୦୦ ବର୍ଷରେ ଆମ ଜୀବଜଗତର ୧୬-୧୭ ପ୍ରତିଶତ କିମ୍ବା ୬ଟିରେ ଗୋଟିଏ ପ୍ରଜାତି ବିଲୁପ୍ତ ହେବାକୁ ଯାଉିଛି ବୋଲି ଅର୍ଡ ଆକଳନ କରିଥିଲେ। ସେ ମଧ୍ୟ ଆକଳନ କରିଥିଲେ ଯେ ଏଭଳି ବିପଦକୁ ହ୍ରାସ କରିବା ପଦକ୍ଷେପରେ ମାନବ ଜାତି ବ୍ୟୟ କରୁଥିବା ବିଶ୍ୱର ଜିଡିପିର ଅଂଶ ୦.୦୦୧ ପ୍ରତିଶତରୁ କମ୍‌।
ଜୁଲାଇରେ ନୂଆକରି ସୂଚନା ଦେଇ ଅର୍ଡ କହିଛନ୍ତି, ନୂତନ ପ୍ରମାଣ ସୂଚିତକରେ ଯେ ଚରମ ଜଳବାୟୁ ପରିବର୍ତ୍ତନ ପରିସ୍ଥିତି ଆସିବା ସମ୍ଭବ ନୁହେଁ। ଏହି କାରଣରୁ ମଣିଷ ବା ପ୍ରାଣୀ ଅସ୍ତିତ୍ୱ ପ୍ରତି ଜଳବାୟୁ ପରିବର୍ତ୍ତନ ସୃଷ୍ଟି କରିଥିବା ବିପଦ ୨୦୨୦ରେ ସେ ଯେତିକି ହେବ ବୋଲି ଆକଳନ କରିଥିଲେ, ତାହାଠାରୁ କମ୍‌ ହେବ। ଅନ୍ୟପକ୍ଷରେ, ୟୁକ୍ରେନ୍‌ ଯୁଦ୍ଧରେ ସମ୍ଭାବ୍ୟ ଆଣବିକ ଅସ୍ତ୍ର ପ୍ରୟୋଗରେ ଆମ ବିଲୁପ୍ତିର ଆଶଙ୍କା ଅଧିକ ରହିଥିବାବେଳେ ସୁପର କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଏବଂ ମହାମାରୀର ବିପଦ ତାଙ୍କ ଦୃଷ୍ଟିରେ କିଛି କ୍ଷେତ୍ରରେ କମ୍‌ ଏବଂ ଅନ୍ୟ କେତେକ କ୍ଷେତ୍ରରେ ଅଧିକ ରହିଛି। ଅର୍ଡଙ୍କ ମତରେ ଟକିଂ ଏଆଇ ଚାଟ୍‌ବୋଟ୍‌ ଉପରେ ଧ୍ୟାନଦେବା କମ୍‌ ବିପଜ୍ଜନକ, କାରଣ ଚାଟ୍‌ବୋଟ୍‌ଗୁଡ଼ିକ ଏଜେଣ୍ଟ ନୁହନ୍ତି। ସେ ସ୍ବୀକାର କରିଛନ୍ତି ଯେ ଅତ୍ୟାଧୁନିକ ଏଆଇ ସୃଷ୍ଟି କରିବା ପାଇଁ ଅଧିକ ପ୍ରତିଯୋଗିତା ଚାଲିଥିବାରୁ ଏଆଇ ସୁରକ୍ଷା ଉପରେ ତୁରନ୍ତ କିଛି ପଦକ୍ଷେପ ନେବାକୁ ହେବ। ମୋଟ ଉପରେ, ଅର୍ଡ ତାଙ୍କର ଆକଳନକୁ ପରିବର୍ତ୍ତନ କରିନାହାନ୍ତି । ଆମ ପ୍ରାଣୀ ଓ ଉଦ୍ଭିଦ ଜଗତ ଆଗାମୀ ୧୦୦ ବର୍ଷ ବଞ୍ଚିପାରିବେ ନାହିଁ ଓ ୬ଟି ପ୍ରଜାତିରେ ଗୋଟିଏ ବିଲୁପ୍ତ ହେବା ସମ୍ଭାବନା ଥିବା ଆକଳନକୁ ପରିବର୍ତ୍ତନ କରିବା ସହଜ ନୁହେଁ ବୋଲି ସେ ସ୍ବୀକାର କରିଛନ୍ତି। ସେ ଆହୁରି ମଧ୍ୟ ସ୍ବୀକାର କରିଛନ୍ତି ଯେ ଜୀବଜଗତ ବିଲୁପ୍ତ ହେବାର ବିପଦକୁ ହ୍ରାସ କରିବାରେ ବର୍ତ୍ତମାନ ବିଶ୍ୱରେ ଅଧିକ ଆଗ୍ରହ ପ୍ରକାଶ ପାଇଛି। ଉଦାହରଣ ସ୍ବରୂପ ମିଳିତ ଜାତିସଂଘର ମହାସଚିବଙ୍କ ୨୦୨୧ ରିପୋର୍ଟରେ ଏହି ପ୍ରସଙ୍ଗକୁ ଅନ୍ତର୍ଭୁକ୍ତ କରିବା ଏବଂ ‘ଦି ଏଲ୍‌ଡର୍ସ’ ଭାବରେ ଜଣାଶୁଣା ପୂର୍ବତନ ବିଶ୍ୱର ନେତାଙ୍କ ଅନ୍ତର୍ଜାତୀୟ ଗୋଷ୍ଠୀର ଏଜେଣ୍ଡାରେ ଏହାକୁ ପ୍ରାଧାନ୍ୟ ଦିଆଯିବା।
ମଣ୍ଟେନେଗ୍ରୋ ଘୋଷଣାପତ୍ର ଚାହେଁ, ମଣିଷ ବା ପ୍ରାଣୀର ଅସ୍ତିତ୍ୱ ପ୍ରତି ବିପଦ ସୃଷ୍ଟି କରୁଥିବା ଜଳବାୟୁଜନିତ ବିପର୍ଯ୍ୟୟକୁ ହ୍ରାସ କରିବା ଲାଗି ସରକାରମାନେ ସହଯୋଗ ଭିତ୍ତିରେ କାର୍ଯ୍ୟ କରନ୍ତୁ। ମାନବ ବିଲୁପ୍ତିର ବିପଦ ହ୍ରାସ କରିବାକୁ ସବୁଠୁ ଭଲ ଉପାୟ ପାଇବା ସକାଶେ ବିଶେଷକରି ଧନୀ ଦେଶର ସରକାରଗୁଡ଼ିକ ସେମାନଙ୍କ ‘ମହତ୍ତ୍ୱପୂର୍ଣ୍ଣ ସଂସାଧନ’କୁ ଏଥିରେ ନିବେଶ କରିବାକୁ ଏହି ଘୋଷଣାପତ୍ର ଆହ୍ବାନ ଦିଏ। ଯଦିଓ ଏହି ପରିପ୍ରେକ୍ଷୀରେ ଘୋଷଣାପତ୍ର ‘ମହତ୍ତ୍ୱପୂର୍ଣ୍ଣ’ କ’ଣ ତାହା ସୂଚିତ କରିନାହିଁ, ତଥାପି ବିଲୁପ୍ତ ହେବାକୁ ଯାଉଥିବା ଆମ ଜୀବଜଗତ ଉପରୁ ବିପଦ ହ୍ରାସ କରିବା ପାଇଁ ବୈଶ୍ୱିକ ଜିଡିପିର ୧ ପ୍ରତିଶତ ନିବେଶ କରିବା ପ୍ରତିବଦ୍ଧତା ଗ୍ରହଣ କରିବାକୁ ଅର୍ଡ ପରାମର୍ଶ ଦେଇଛନ୍ତି। ଅର୍ଡଙ୍କ ମତରେ ୨୦୨୦ ବେଳକୁ ସରକାରଗୁଡ଼ିକ ଏହାପାଇଁ ଯେତିକି ବ୍ୟୟ କରୁଥିଲେ ତାହା ତୁଳନାରେ ଏହା ହଜାରେ ଗୁଣ ଅଧିକ। କିନ୍ତୁ ଏହା ଅତ୍ୟଧିକ କହି ଯୁକ୍ତି କରିବା କେବଳ ସମୟର ଅପଚୟ ଛଡ଼ା ଆଉ କିଛି ନୁହେଁ।

ପିଟର ସିଙ୍ଗର
ଏମିରିଟସ୍‌ ପ୍ର୍ରଫେସର ଅଫ୍‌ ବାୟୋଏଥିକ୍ସ,
ପ୍ରିନ୍ସଟନ୍‌ ୟୁନିଭର୍ସିଟି


Enter your email to get our daily news in your inbox.

All Right Reserved By Dharitri.Com

ବିନା ଦର୍ଶକରେ ଖେଳାଯିବ PSL ମ୍ୟାଚ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ସୁପର ଲିଗ୍ (PSL)ର ନୂତନ ସିଜିନ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବାକୁ ଯାଉଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ, PCB ଟୁର୍ଣ୍ଣାମେଣ୍ଟ…

ସରକାରୀ ଜମି ଜବରଦଖଲ, ଚୌରଗଡ଼ିଆ ଗ୍ରାମରେ ତୀବ୍ର ଜନଅସନ୍ତୋଷ

ବଞ୍ଚୋ,୨୨।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,…

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବତୀ, ଯୁବକଙ୍କ ଜୀବନ

ମୁନିଗୁଡ଼ା,୨୨।୩: ରାୟଗଡ଼ା ଜିଲା ବିଷମକଟକ ଥାନା ଚାଟିକଣାଠାରେ ରବିବାର ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯୁବତୀ ଏବଂ ଯୁବକଙ୍କ ମୃତ୍ୟୁ ଘଟିଛି। ହେଲେ ସେମାନଙ୍କ ପରିଚୟ…

VIDEO:ଷ୍ଟେଟ ଅଫ୍ ହର୍ମୁଜରେ ଇରାନର ବଡ଼ ଆକ୍ରମଣ, F-୧୫ ଫାଇଟର ଜେଟକୁ ଖସାଇ ଦେଇଥିବା ଦାବି

ନୂଆଦିଲ୍ଲୀ,୨୨।୩: ଇରାନ ପୁଣିଥରେ ଇସ୍ରାଏଲ ଏବଂ ଆମେରିକାକୁ ଏକ ବଡ଼ ଝଟକା ଦେଇଛି । ଏକ ଇରାନୀ କ୍ଷେପଣାସ୍ତ୍ର ହର୍ମୁଜ୍ ଷ୍ଟ୍ରେଟରେ ଶତ୍ରୁପକ୍ଷର ଏକ F-୧୫ ଲଢ଼ୁଆ…

ଇରାନ ସହ ଯୁଦ୍ଧ ମଧ୍ୟରେ ବଡ଼ ବୟାନ ଦେଲେ ଟ୍ରମ୍ପ! ଜାଣନ୍ତୁ ତେହରାନକୁ ନେଇ କ’ଣ କହିଲେ

ଓ୍ବାଶିଂଟନ,୨୨।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଦେଶ ସମ୍ପର୍କରେ ଏକ…

ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ବଡ଼ ଘୋଷଣା କରି…..

ଭୁବନେଶ୍ବର,୨୨।୩: ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନ କନଭେନଶନ ସେଣ୍ଟର ଠାରେ…

ମନ୍ଦିରରୁ ରୂପା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ, ପୋଲିସ….

ଛତ୍ରପୁର,୨୨।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମଖଣ୍ଡି ଥାନା ଅଧୀନ ମାଣ୍ଡିଆପଲ୍ଲୀରେ ଥିବା ସିରିଡ଼ି ସାଇ ବାବା ମନ୍ଦିରରୁ ଚୋରି । କେହି ଦୁର୍ବୃତ୍ତ ମନ୍ଦିରରୁ ରୂପା ଚୋରି…

ଛାତିଥରା କାହାଣୀ, ପ୍ରେମିକ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ୪୪ ବର୍ଷୀୟ ବୋହୂ

ଲକ୍ଷ୍ନୌ,୨୨।୩: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ, ଜଣେ ୬୫ବର୍ଷୀୟା ମହିଳାଙ୍କୁ ତାଙ୍କ ନିଜ ଘର ଭିତରେ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଲକ୍ଷ୍ନୌ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri