”ଯେଉଁମାନେ ଦେଖା କରିବାକୁ ଚାହୁଁଛନ୍ତି ଆସନ୍ତୁ…”, ପୁଣି ମେଡିକାଲ ବେଡରୁ ବାର୍ତ୍ତା ଦେଲେ ନବୀନ

ଭୁବନେଶ୍ୱର,୧୮।୮: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଡିକାଲ ବେଡରୁ ଏକ ଭିଡିଓ ବାର୍ତ୍ତାରେ ସମସ୍ତଙ୍କୁ ନମସ୍କାର ଜଣାଇଛନ୍ତି। ଡିହାଇଡ୍ରେସନ୍‌ ଯୋଗୁଁ ରବିବାର ଅପରାହ୍ନ ୫ଟା ୧୫ରେ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସୁସ୍ଥ ହେବା ପରେ ସେ ଡାକ୍ତରଙ୍କ ସହ ଆଲୋଚନା କରି କହିଛନ୍ତି, “ମୁଁ ଭଲ ଅଛି। ଡାକ୍ତରମାନେ ବହୁତ ଭଲ ଚିକିତ୍ସା କରୁଛନ୍ତି।” ସେ ସମସ୍ତଙ୍କର ଶୁଭକାମନା ପାଇଁ ଧନ୍ୟବାଦ ଜଣାଇବା ସହ ଦେଖା କରିବାକୁ ଚାହୁଁଥିବା ଲୋକଙ୍କୁ ନବୀନ ନିବାସକୁ ଆସିବାକୁ ଅନୁରୋଧ କରିଛନ୍ତି।

ନିକଟରେ ନବୀନ କୋକିଳବେନ ହସ୍ପିଟାଲରେ ଅସ୍ତ୍ରୋପଚାର କରି ଫେରିଥିବା ବେଳେ ଗତ ନିର୍ବାଚନ ସମୟରେ ମଧ୍ୟ ଅସୁସ୍ଥ ଥିଲେ। ପାଞ୍ଚଥର ମୁଖ୍ୟମନ୍ତ୍ରୀ ଭାବେ ଓଡ଼ିଶାର ବିକାଶରେ ତାଙ୍କର ଅବଦାନ ଉଲ୍ଲେଖନୀୟ। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ଡାକ୍ତରୀ ଦଳ ତାଙ୍କ ସ୍ୱାସ୍ଥ୍ୟର ତଦାରଖ କରୁଛନ୍ତି ଏବଂ ସେ ସ୍ଥିର ଅବସ୍ଥାରେ ଅଛନ୍ତି ବୋଲି ସୂଚନା ମିଳିଛି।

Share