Posted inଜାତୀୟ

ଯେଉଁମାନେ ରାହୁଲଙ୍କ ସହ ନାହାନ୍ତି, ସେମାନଙ୍କର ଆବଶ୍ୟକତା ନାହିଁ…

ଜୟପୁର,୨୮।୩ : ସତ୍ୟାଗ୍ରହରେ ଜନସମାଗମ ନ କରି ପାରିବାରୁ ରାଜସ୍ଥାନ ପିସିସି ଅଧ୍ୟକ୍ଷ କ୍ରୋଧିତ ହୋଇ କହିଛନ୍ତି, ଯେଉଁମାନେ ରାହୁଲ ଗାନ୍ଧୀଙ୍କ ସହ ନାହାଁନ୍ତି, ସେମାନର ଆବଶ୍ୟକତା ନାହିଁ। ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟିର ଆହ୍ବାନରେ ସତ୍ୟାଗ୍ରହ ଘୋଷଣା ହେବା ପରେ ଆବଶ୍ୟକ ଜନସଂଖ୍ୟା ଧାରଣା ସ୍ଥଳରେ ଉପସ୍ଥିତ ନ ଥିବାରୁ ପିସିସି ଅଧ୍ୟକ୍ଷ ଗୋବିନ୍ଦ ସିଂ ଡୋଟାସରାଙ୍କ ଅସନ୍ତୁଷ୍ଟ ଅଛନ୍ତି। ତାଙ୍କ ପାଖରେ ପହଞ୍ଚିଥିବା ରିପୋର୍ଟରେ ୮୬ ଜଣ ନେତାଙ୍କ ନାମ ଅଛି ଯେଉଁମାନେ ସତ୍ୟାଗ୍ରହ ପ୍ରତି ଆଗ୍ରହ ଦେଖାଇ ନ ଥିବା ଏବଂ ଭିଡ଼ ସଂଗ୍ରହ କରିବାରେ ସଫଳ ହୋଇ ନ ଥିବା ଉଲ୍ଲେଖ କରାଯାଇଛି।

ଏହାର ଏକ ରିପୋର୍ଟ ପ୍ରସ୍ତୁତ କରି ହାଇ କମାଣ୍ଡକୁ ହସ୍ତାନ୍ତର ପାଇଁ ପ୍ରସ୍ତୁତି ଚାଲିଛି। ଏସବୁ ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଉପରେ ମଧ୍ୟ ଆଲୋଚନା ହେଉଛି। ଆଗାମୀ ନିର୍ବାଚନରେ ମଧ୍ୟ ସେମାନକୁ ଟିକେଟ ନ ଦେବା ଏବଂ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରୁ ହଟାଯିବାର ଯୋଜନା କରାଯାଉଛି।

ସେ ଏହା ମଧ୍ୟ ସୂଚାଇ ଦେଇଛନ୍ତି, ଯେଉଁମାନେ ପାର୍ଟି ଲାଇନରେ ଚାଲିବାକୁ ପ୍ରସ୍ତୁତ ନୁହଁନ୍ତି ସେମାନଙ୍କ ଦଳର ଆବଶ୍ୟକତା ନାହିଁ। ଏଭଳି ରାଜନୀତି ଲଜ୍ଜାଜନକ, ଯେଉଁମାନେ ହାଇକମାଣ୍ଡଙ୍କର ନିର୍ଦ୍ଦେଶ ପରେ ମଧ୍ୟ ପାର୍ଟି ଲାଇନରେ ଯାଇପାରିବେ ନାହିଁ, ସେମାନଙ୍କ ଆବଶ୍ୟକତା କ’ଣ? ଯେଉଁ ନେତାମାନେ ଖୋଲାଖୋଲି ବିରୋଧ କରୁନାହାଁନ୍ତି ଏବଂ ପରଦା ପଛରେ ଅଛନ୍ତି, ସେମାନଙ୍କ ଉପରେ ନଜର ରଖାଯାଉଛି। ଛଅ ମାସ ପରେ ସେମାନେ ଆଉ କଂଗ୍ରେସ କର୍ମୀ ରହିବେ ନାହିଁ। ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ କରାଯାଇଛି ଏବଂ ଯଦି ଜଣେ କଂଗ୍ରେସ କର୍ମୀଙ୍କର ଏନେଇ ଅସନ୍ତୋଷ ରହିବ ନାହିଁ, ତେବେ ସେ କେଉଁ ପ୍ରକାରର କଂଗ୍ରେସ କର୍ମୀ ? ବୋଲି ସେ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri