ଦିନକୁ ମାତ୍ର ୩୦ ମିନିଟ୍‌ ଶୋଇଥାନ୍ତି ଏହି ଯୁବକ; ତଥାପି ଅଛନ୍ତି ଫିଟ୍‌,ସମସ୍ତେ ଆଶ୍ଚର୍ଯ୍ୟ

ଟୋକିଓ,୪।୯: ଜାପାନର ହାଇଗୋ ପ୍ରଦେଶରେ ରହୁଥିବା ଜଣେ ବ୍ୟକ୍ତି ୨୪ ଘଣ୍ଟାରେ ମାତ୍ର ୩୦ ମିନିଟ ଶୋଇଥାଏ। ଏହା ସତ୍ତ୍ୱେ ସେ ସମ୍ପୂର୍ଣ୍ଣ ଫିଟ ଏବଂ ପୂର୍ବ ଅପେକ୍ଷା ଭଲ ଅନୁଭବ କରନ୍ତି। ଏହି ବ୍ୟକ୍ତିଙ୍କ ନାମ ଡାଏସୁକେ ହୋରି। ସେ ଗତ ୧୨ ବର୍ଷ ଧରି ଏହା କରିଆସୁଛନ୍ତି। ଯୁବକ ଜଣକ କହିଛନ୍ତି ଯେ ସେ ତାଙ୍କ ଜୀବନକୁ ଦ୍ୱିଗୁଣିତ କରିବା ପାଇଁ ଏଭଳି ସୂତ୍ର ବ୍ୟବହାର କରୁଛନ୍ତି। ହୋରି ଦାବି କରିଛନ୍ତି ଯେ ସେ ନିଜ ଶରୀର ଏବଂ ମନକୁ ଏପରି ଭାବରେ ପ୍ରସ୍ତୁତ କରିଛନ୍ତି, ୩୦ ମିନିଟ ଶୋଇବା ପରେ ପୁନର୍ବାର କାମ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯାନ୍ତି।
ହୋରି ଦାବି କରିଛନ୍ତି, ମାତ୍ର ୩୦ ମିନିଟ ଶୋଇବା ଅଭ୍ୟାସ କରିବା ପରେ, ତାଙ୍କର କାର୍ଯ୍ୟ ଦକ୍ଷତା ହ୍ରାସ ହେବା ପରିବର୍ତ୍ତେ ବୃଦ୍ଧି ପାଇଛି। ହୋରିଙ୍କ ଏହି ଦାବି ସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କୁ ସିଦ୍ଧାନ୍ତଗୁଡ଼ିକୁ ପୁନର୍ବିଚାର କରିବାକୁ ବାଧ୍ୟ କରିଛି। ଏଥିରେ କୁହାଯାଇଛି ଯେ, ଜଣେ ମଣିଷ ସୁସ୍ଥ ରହିବା ପାଇଁ ଅତି କମରେ ୬-୮ ଘଣ୍ଟା ଶୋଇବା ଆବଶ୍ୟକ। ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ କମ ନିଦ୍ରାର ନକାରାତ୍ମକ ପ୍ରଭାବ ପଡିଥାଏ। ଅନ୍ୟପକ୍ଷରେ ହୋରି ଦାବି କରିଛନ୍ତି ଯେ କେବଳ ୩୦ ମିନିଟ ଶୋଇଥିଲେ ମଧ୍ୟ ତାଙ୍କ ଶରୀର ସାଧାରଣ ଭାବରେ କାର୍ଯ୍ୟ କରୁଛି। ତାଙ୍କ ଶରୀର ଏବଂ ମନ ଉପରେ ନକାରାତ୍ମକ ପ୍ରଭାବ ପରିବର୍ତ୍ତେ ସକରାତ୍ମକ ହୋଇଛି।
ହୋରି କହିଛନ୍ତି, ଯଦି ଆପଣ ନିୟମିତ ବ୍ୟାୟାମ କରନ୍ତି ଏବଂ ଖାଦ୍ୟର ଏକ ଘଣ୍ଟା ପୂର୍ବରୁ କଫି ନିଅନ୍ତି, ତେବେ ଏହା ଆପଣଙ୍କୁ ନିଦରୁ ରକ୍ଷା କରିଥାଏ। କ୍ରମାଗତ ଏକାଗ୍ରତା ସହିତ କାମ କରିବା, ଦୀର୍ଘ ନିଦ ଅପେକ୍ଷା ଭଲ ଏବଂ ଗଭୀର ନିଦ ଅଧିକ ଗୁରୁତ୍ୱପୂର୍ଣ୍ଣ। ଯେଉଁମାନେ ନିରନ୍ତର ଏକାଗ୍ରତା ଆବଶ୍ୟକ କରନ୍ତି ସେମାନେ ଅଧିକ ଶୋଇବା ଅପେକ୍ଷା ଅଧିକ ଗୁଣାତ୍ମକ ନିଦ ପାଇବା ଉଚିତ୍‌।
ହୋରିଙ୍କ ଦାବିର ସତ୍ୟତା ଜାଣିବା ପାଇଁ ଜାପାନର ୟୋମିରି ଟିଭି ‘ଓ୍ବିଲ୍‌ ୟୁ ଗୋ ଓ୍ବିଥ ମି’ ନାମକ ଏକ ରିଆଲିଟି ଶୋ’ରେ ତିନି ଦିନ ତାଙ୍କ ଉପରେ ନଜର ରଖିଥିଲା। ଏହି ସମୟ ମଧ୍ୟରେ ଦେଖାଗଲା ଯେ ହୋରି ୨୬ ମିନିଟ ଶୋଇବା ପରେ ସଂପୂର୍ଣ୍ଣ ସତେଜ ହୋଇ ଉଠିଥିଲେ। ହୋରି ଏପର୍ଯ୍ୟନ୍ତ ୨୧୦୦ରୁ ଅଧିକ ଲୋକଙ୍କୁ ସ୍ବଳ୍ପ ଶୋଇବା ଉପରେ ତାଲିମ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

ପ୍ରବୋଧନ ତାଲିମ: ୨୯୪ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ…

ଦିଗପହଣ୍ଡି,୩୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡିଶା ପାଠ୍ୟକ୍ରମ ଆଧାର ବିଦ୍ୟାଳୟ ଶିକ୍ଷା-୨୦୨୫ ଓ ୨୦୨୦ ଜାତୀୟ ଶିକ୍ଷା…

ବନୀକରଣ ପ୍ରକଳ୍ପରୁ ଲୁହାବାଡ଼ ଚୋରି: ବନ ବିଭାଗ ଜାଲରେ ୪ ଅନ୍ତଃଜିଲା ଚୋର

ଥୁଆମୂଳରାମପୁର,୩୦।୧(ଦୁର୍ଗା କୀର୍ତ୍ତି): ସରକାରୀ ସମ୍ପତ୍ତି ଲୁଟ କରିବା ଚୋରଙ୍କୁ ପଡ଼ଲା ମହଙ୍ଗା । କାଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ପଞ୍ଚାୟତସ୍ଥିତ ପାଟଜୋର ଡଙ୍ଗର ବନୀକରଣ…

Khandagiri Melaରେ ବିବାଦ ତୁଟୁନି: ପୁଣି ଚେତାବନୀ ଦେଲେ ମୀରା 

ଭୁବନେଶ୍ୱର,୩୦।୧: Khandagiri Melaରେ ବିଭିନ୍ନ ଯାତ୍ରା ପାର୍ଟି ଯାତ୍ରା ପରିବେଷଣ କରୁଛନ୍ତି। ଏହାରି ମଧ୍ୟରେ କାହ୍ନାଙ୍କ ପରେ ଯାତ୍ରା ଅଭିନେତା କ୍ଷୀତିଶ ବିଶ୍ବାଳଙ୍କୁ ମୀରା ପରିଡ଼ାଙ୍କ ଚେତାବନୀ।…

ବିଦ୍ୟୁତ୍‌ ନେଲା ୫ ମଇଁଷିଙ୍କ ଜୀବନ: ବିଭାଗୀୟ ଅବହେଳାକୁ ଦାୟୀ କଲେ ଗ୍ରାମବାସୀ

ଖଜୁରିପଡ଼ା,୩୦ା୧(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ୍‌ ଅଧୀନ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା…

ବହୁ ଚର୍ଚ୍ଚିତ କ୍ଷୀର ବ୍ୟବସାୟୀ ହତ୍ୟା ମାମଲାର ରାୟ ପ୍ରକାଶ: ୫ ଅଭିଯୁକ୍ତଙ୍କୁ ଆଜୀବନ ଜେଲ

ବ୍ରହ୍ମପୁର,୩୦ା୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ହିଲପାଟଣାରେ କ୍ଷୀର ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାର ରାୟ ଶୁକ୍ରବାର ପ୍ରକାଶ ପାଇଛି। ବ୍ରହ୍ମପୁର ଅତିରିକ୍ତ…

ୱାର୍ଡସଭ୍ୟଙ୍କୁ ଦୁର୍ବ୍ୟବହାର: କର୍ମଚାରୀ କଲେ ଆନ୍ଦୋଳନ

ଖଡ଼ିଆଳ, ୩୦ା୧ (ସୁଜିତ କୁମାର ପ୍ରଧାନ)- ନୂଆପଡ଼ା ଜିଲା ଖଡିଆଳ ଏନ୍‌ଏସିର ଜଣେ ୱାର୍ଡସଭ୍ୟ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରି ଶୁକ୍ରବାର କର୍ମଚାରୀମାନେ କଲମ ଛାଡ ଆନ୍ଦୋଳନ…

ଭୁଲ୍‌ ଇଲେକ୍ଟ୍ରି ବିଲ୍‌ ଆସୁଛି କି? ଜାଣନ୍ତୁ କେଉଁଠି କରିବେ ଅଭିଯୋଗ, ଶିଖନ୍ତୁ ଏହି ସହଜ ଉପାୟ…

ପ୍ରତ୍ୟେକ ପରିବାର ପାଇଁ ପ୍ରତି ମାସରେ ପ୍ରାପ୍ତ ହେଉଥିବା ଇଲେକ୍ଟ୍ରି ବିଲ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଏଥିରେ ମାସିକ ଇଲେକ୍ଟ୍ରି ବ୍ୟବହାର ଏବଂ ବିଲ୍‌ ବିଷୟରେ ବିବରଣୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri