ଚଳିତ ବର୍ଷ ଚାକିରି ସଂଖ୍ୟା ୫.୨ କୋଟି କମିବ, ୨.୧ କୋଟିରୁ ଅଧିକ ହେବେ ବେରୋଜଗାର …

ନୂଆଦିଲ୍ଲୀ, ୧୯।୧ : ଦେଶରେ କରୋନା ସଂକ୍ରମଣ ଯୋଗୁ ଦିନ କୁ ଦିନ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଚଳିତ ୨୦୨୨ରେ କରୋନା ମହାମାରୀ ଯୋଗୁ ବେକାରି ସମସ୍ୟା ପୁଣି ବଢ଼ିବାର ଆଶଙ୍କା ରହିଛି। ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ) ଦ୍ୱାରା ପ୍ରକାଶିତ ସଦ୍ୟତମ ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ମହାମାରୀ ପ୍ରଭାବ ଯୋଗୁ ନିଯୁକ୍ତିରେ ଦୁଇ ପ୍ରତିଶତ ହ୍ରାସ ଘଟିବ।

ଫଳରେ ଚାକିରି ସଂଖ୍ୟା ୫.୨ କୋଟି କମିବ। ରିପୋର୍ଟ ଅନୁଯାୟୀ, ୨୦୨୨ରେ ବେକାରଙ୍କ ସଂଖ୍ୟା ୨୦.୭ କୋଟିରୁ ଅଧିକରେ ପହଞ୍ଚିପାରେ। ଏହି ସଂଖ୍ୟା ୨୦୧୯ ବର୍ଷ ତୁଳନାରେ ୨.୧ କୋଟି ଅଧିକ।

୨୦୨୩ ସୁଦ୍ଧା ବଶ୍ୱସ୍ତରରେ ବେକାରି ସଂଖ୍ୟା ପୂର୍ବ-ମହାମାରୀ ସ୍ତରଠାରୁ ଅଧିକ ରହିପାରେ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି॥ ଆଇଏଲଏର ମହାନିର୍ଦ୍ଦେଶକ ଗାଇ ରାଇଡର୍‌ କହିଛନ୍ତି ଯେ କରୋନା ମହାମାରୀ ସଙ୍କଟର ଦୁଇ ବର୍ଷ ବିତିବା ପରେ ମଧ୍ୟ ପରିସ୍ଥିତି ସଙ୍କଟ ଜନକ ରହିଛି।

ପୁନରୁଦ୍ଧାରର ଧାରା ମନ୍ଥର ଏବଂ ଅନିଶ୍ଚିତତାରେ ପରିପୂର୍ଣ୍ଣ ବୋଲି ସେ କହିଛନ୍ତି। ଅନେକ ଶ୍ରମିକଙ୍କୁ ନୂତନ ପ୍ରକାରର କାର୍ଯ୍ୟ କରିବାକୁ ପଡୁଛି।

ରିପୋର୍ଟରେ ଚେତାବନୀ ଦିଆଯାଇଛି ଯେ ରୋଜଗାର ଉପରେ ସମୁଦାୟ ପ୍ରଭାବ ଆନୁମାନିକ ଆକଳନଠାରୁ ଅଧିକ ହୋଇପାରେ। ଏହାର କାରଣ ହେଉଛି ବହୁ ସଂଖ୍ୟକ ଲୋକ ଶ୍ରମଶକ୍ତି ଛାଡିଛନ୍ତି। ରିପୋର୍ଟରେ କୁହାଯାଇଛି ଯେ ୨୦୨୨ରେ ଶ୍ରମଶକ୍ତିର ଯୋଗଦାନ ୨୦୧୯ ତୁଳନାରେ ୧.୨ ପ୍ରତିଶତ କମ ହୋଇପାରେ। ଏହା ଡେଲ୍‌ଟା ଏବଂ ଓମିକ୍ରନ ଭାରିଆଣ୍ଟ ଯୋଗୁ ସୃଷ୍ଟି ହେବାର ଆଶଙ୍କା ରହିଛି।

ରିପୋର୍ଟରେ କୁହାଯାଇଛି ଯେ କରୋନା ସଂକ୍ରମଣ ଯୋଗୁ ପ୍ରାୟ ପ୍ରତ୍ୟେକ ଦେଶରେ ଅର୍ଥନୈତିକ, ଆର୍ଥିକ ଏବଂ ସାମାଜିକ ସ୍ଥିତି ଦୁର୍ବଳ ହେବାରେ ଲାଗିଛି। ଏହି କ୍ଷତିର ପୁନରୁଦ୍ଧାର ପାଇଁ ବହୁ ବର୍ଷ ଲାଗିପାରେ। ରିପୋର୍ଟ ଅନୁଯାୟୀ, ଉଚ୍ଚ ଆୟକାରୀ ଦେଶମାନଙ୍କରେ ପୁନରୁଦ୍ଧାର ଦ୍ରୁତ ହେଉଥିବାବେଳେ ନିମ୍ନ ମଧ୍ୟବିତ୍ତ ଅର୍ଥନୀତିଗୁଡିକ ସବୁଠାରୁ ଖରାପ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରଦ୍ଧା ହତ୍ୟାକାଣ୍ଡ ବ୍ରେକ୍‌ଅପ୍‌ର କାରଣ

ମୁମ୍ବାଇ, ୨୭।୧୨: ସିରିଏଲ୍‌ ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ମାମଲା ଟେଲି ଜଗତରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଦିଲ୍ଲୀର ବହୁଚର୍ଚ୍ଚିତ ଶ୍ରଦ୍ଧା ଓ୍ବାଲ୍‌କର ହତ୍ୟା ଘଟଣାକୁ...

ମାଓବାଦୀଙ୍କ ପାଇଁ ନିର୍ମାଣ ହେଉଛି ଟାଉନଶିପ୍‌…

ଦନ୍ତେଓ୍ବାଡ଼ା,୧୨।୮: ମାଓବାଦୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯିବା ଲାଗି ଛତିଶଗଡ଼ ଦନ୍ତେଓ୍ବାଡ଼ାରେ ଟାଉନଶିପ୍‌ ନିର୍ମାଣ କରାଯାଉଛି। ସଂଗଠନ ଛାଡ଼ି ଆତ୍ମ ସମର୍ପଣ କରିଥିବା ମାଓବାଦୀମାନଙ୍କ...

ଅନୁପ୍ରବେଶ ଉଦ୍ୟମ ପଣ୍ଡ, ମୃତଦେହ ନେବାକୁ ପାକିସ୍ତାନକୁ ଖବର …

ଶ୍ରୀନଗର, ୩।୧ : ଜମ୍ମୁ-କଶ୍ମୀରର ଅର୍ନିଆ ସେକ୍ଟରରେ ପାକିସ୍ତାନ ପଟୁୁ ଭାରତରେ ଅନୁପ୍ରବେଶ ଊଦ୍ୟମକୁ ବିଏସ୍‌ଏଫ୍‌ ଯବାନ ପଣ୍ଡ କରିଛନ୍ତି। ଯବାନଙ୍କ ଗୁଳିରେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କ...

ଅଷ୍ଟମ ଶ୍ରେଣୀରୁ ପାଠପଢା ଛାଡି ଦେଇଥିଲେ, ୧୦ ବର୍ଷ ପରେ ପୁଣି ପାଠ ପଢି ହେଲେ ବଡ଼ ଅଫିସର

ଜୟପୁର,୨୩।୭: କୁହାଯାଏ ଭାଗ୍ୟ ସହାୟତା କଲେ ମଣିଷ ଯେକୌଣସି ପରିସ୍ଥିତିରେ ମଧ୍ୟ ସଫଳତା ହାସଲ କରିଥାଏ। କିନ୍ତୁ ଏଥିପାଇଁ ନିରନ୍ତର ପ୍ରୟାସ ଜାରି ରଖିବା ଆବଶ୍ୟକ।...

ଆଳୁ ସମ୍ମିଳନୀରେ ମୋଦି: ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ହେବ ୨ ଗୁଣା

ଗାନ୍ଧିନଗର,୨୮।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଗାନ୍ଧିନଗରରେ ତୃତୀୟ ଆଳୁ ସମ୍ମିଳନୀ ଆରମ୍ଭ ହୋଇଛି। ଏଥିରେ ମୋଦି ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ କହିଛନ୍ତି ଯେ,...

ଆମେରିକା-ୟୁରୋପୀୟ ସଂଘର ଧମକ କାମ ଦେଲାନି, ଭାରତକୁ ତୈଳ ଯୋଗାଣରେ ରୁଷିଆ ଶୀର୍ଷରେ…

ନୂଆଦିଲ୍ଲୀ,୩।୧୧ : ରୁଷଠାରୁ ଭାରତର ତୈଳ କ୍ରୟକୁ ନେଇ ଆମେରିକା ଏବଂ ୟୁରୋପୀୟ ସଂଘ ଅନେକ ଥର ଆପତ୍ତି ଉଠାଇଛନ୍ତି। କିନ୍ତୁ ଏହା ଦୁଇ ଦେଶ...

ସାଇକେଲ -ହାତୀ ଗଲେ ପଛରେ ପଡ଼ି; ପଦ୍ମ ଆସିଲା ଉଡ଼ି ଉଡି

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନରେ ଭାଜପା ଉତ୍ତରପ୍ରଦେଶରେ ଭଲ ପ୍ରଦର୍ଶନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ କୂଟନୀତି...

କ୍ରମାଗତ ୧୧ ବର୍ଷ ଧରି ନିଜ ଦରମା ବଢ଼ାଇଲେନି ମୁକେଶ

ନୂଆଦିଲ୍ଲୀ,୨୧-୭: ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ କ୍ରମାଗତ ୧୧ ବର୍ଷ ଧରି ନିଜ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜରେ ନିଜର ଦରମା ନ ବଢ଼ାଇ...

Advertisement
Archives

Model This Week