Posted inଜାତୀୟ

ଗାନ୍ଧୀନଗରରୁ ଶାହାଙ୍କୁ ଟକ୍କର ଦେବେ…

ନୂଆଦିଲ୍ଲୀ,୧୩ା୪: ଗୁଜରାଟର ଗାନ୍ଧୀନଗର ଲୋକ ସଭା ନିର୍ବାଚନ ମଣ୍ଡଳୀରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିପକ୍ଷରେ କଂଗ୍ରେସରୁ ସୋନାଲ ପଟେଲ ଲଢ଼େଇ କରିବେ। ସୋନାଲ କହିଛନ୍ତି, ବରିଷ୍ଠ ଭାଜପା ନେତାଙ୍କ ବିରୋଧରେ ନିର୍ବାଚନ ଲଢ଼ିବାକୁ ସେ ଆଦୌ ଦ୍ୱିଧା କରୁନାହାନ୍ତି କି ଭୟ ବି କରୁନାହାନ୍ତି।

ଅଲ୍‌ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ସଚିବ ତଥା ମୁମ୍ବାଇ ଏବଂ ପଶ୍ଚିମ ମହାରାଷ୍ଟ୍ରର ଦଳର ସହ-ଇନ୍‌ଚାର୍ଜ ଥିବା ୬୨ ବର୍ଷୀୟା ନେତ୍ରୀ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି (ଭାଜପା)  ଆକାଂକ୍ଷା ପୂରଣ କରିବାରେ ବିଫଳ ହୋଇଛି। ତେଣୁ ସାଧାରଣ ନାଗରିକମାନେ ଉଚିତ୍‌ ଜବାବ ଦେବେ।

ଏକ ସାକ୍ଷାତକାରରେ ପଟେଲ କହିଛନ୍ତି, ‘ମୁଁ ମହାରାଷ୍ଟ୍ରରେ କଂଗ୍ରେସ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ଦଳରୁ ଟିକେଟ୍‌ ମାଗି ନ ଥିଲି, ଯେଉଁଠାରେ ମୁଁ ମୁମ୍ବାଇ ଏବଂ ପଶ୍ଚିମ ମହାରାଷ୍ଟ୍ରର ସହ-ଇନ୍‌ଚାର୍ଜ ଅଟେ। କିନ୍ତୁ ଦଳ ମୋତେ ଗାନ୍ଧୀନଗରରୁ ଚୟନ କରିଥିଲା ଏବଂ ମୁଁ ଏହାକୁ ଗ୍ରହଣ କଲି।’

‘ଆମର କର୍ମୀମାନେ ଭୟଭୀତ ହେଉଛନ୍ତି, ନିର୍ବାଚନ ସରିବା ପରେ ସେମାନଙ୍କୁ ଟାର୍ଗେଟ କରାଯିବ ବୋଲି ଭୟ କରି ଦଳୀୟ କର୍ମୀମାନଙ୍କର ବୈଠକ ଆୟୋଜନ ପାଇଁ ଆମକୁ ଜାଗା ଭଡ଼ା ଦେବାକୁ କେହି ପ୍ରସ୍ତୁତ ନୁହନ୍ତି। ଅତୀତରେ ଭାଜପା ଲଢ଼ିବା ପାଇଁ ପ୍ରଶାସନିକ କଳ ବ୍ୟବହାର କରୁଛି ବୋଲି ସେ ଅଭିଯୋଗ କରିଛନ୍ତି।

ଏହା ଦର୍ଶାଉଛି ଯେ, ସେମାନେ ଭୟଭୀତ ଅଛନ୍ତି ଏବଂ ଦୃଢ଼ ସ୍ଥିତିରେ ବୋଲି ପଟେଲ କହିଛନ୍ତି। ସେ କହିଛନ୍ତି, ଭାଜପାର ସ୍ଥାନୀୟ ନେତାମାନେ ନିୟୋଜିତ କରୁଥିବା ଏହି କୌଶଳ ବିଷୟରେ ଅମିତ ଶାହା ଜାଣିଛନ୍ତି କି ନାହିଁ ମୁଁ ଜାଣେ ନାହିଁ। ନିର୍ବାଚନ ଲଢ଼ିବା ପାଇଁ ସମସ୍ତଙ୍କୁ ଏକ ସ୍ତରୀୟ ଫିଲ୍ଡ ମିଳିବା ଦରକାର।

 


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri