ଏହି କଥା ମାନିଲେ କେବେ ବି ରହବନି ଧନର ଅଭାବ

ମହାନ ପଣ୍ଡିତ, ଶିକ୍ଷକ, କୁଶଳୀ କୂଟନୀତିଜ୍ଞ, ରଣନୀତିଜ୍ଞ ତଥା ଅର୍ଥନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ମାନବ ଜୀବନ ସହ ଜଡ଼ିତ ସମସ୍ତ ଦିଗ ବିଷୟରେ ବିସ୍ତୃତ ଭାବରେ ଉଲ୍ଲେଖ କରିଛନ୍ତି। କେବଳ ଜୀବନର ସମସ୍ତ ଦିଗ ନୁହେଁ ବରଂ ମା’ ଲକ୍ଷ୍ମୀଙ୍କୁ ଖୁସି କରିବା ପାଇଁ ସେ ବହୁତ ଗୁରୁତ୍ୱପୂର୍ଣ୍ଣ କଥା ମଧ୍ୟ କହିଛନ୍ତି। ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଟଙ୍କା ଉପରେ ନିଜର ମତାମତ ଦେଇଛନ୍ତି। ସେ କହିଛନ୍ତି, ଯଦି ତୁମେ ତୁମ ଜୀବନରେ ଏହି କଥା ଅନୁସରଣ କର, ତେବେ ମା’ ଲକ୍ଷ୍ମୀ ସର୍ବଦା ତୁମ ଘରେ ରହିବେ। ଆହୁରି ମଧ୍ୟ, ଅର୍ଥର ଅଭାବ କେବେ ହେବ ନାହିଁ। ତେବେ ଜାଣନ୍ତୁ ଲକ୍ଷ୍ମୀଙ୍କୁ ଖୁସି ରଖିବା ପାଇଁ ଚାଣକ୍ୟଙ୍କ ନୀତି କ’ଣ କହେ…

ଚାଣକ୍ୟ କହିଛନ୍ତି, ଯେଉଁଠାରେ ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ କୌଣସି ମତଭେଦ ନ ଥାଏ, ସେଠାକୁ ଲକ୍ଷ୍ମୀ ଆପଣାଛାଏଁ ଆସିଥାନ୍ତି। ସୁଖ ଏବଂ ଧନ ସର୍ବଦା ଏପରି ସ୍ଥାନରେ ରହିଥାଏ।

ଚାଣକ୍ୟ ଆହୁରି ମଧ୍ୟ କହିଛନ୍ତି, ଯେଉଁଠାରେ ମୁର୍ଖମାନଙ୍କୁ ସମ୍ମାନ ଦିଆଯାଏ, ଧନଲକ୍ଷ୍ମୀ ସେଠାରେ ରହନ୍ତି ନାହିଁ । ଜଣେ ମୁର୍ଖର କଥାରେ ବିଶ୍ୱାସ କରୁଥିବା ବ୍ୟକ୍ତି ସର୍ବଦା କ୍ଷତି ସହିଥାଏ, ତେଣୁ ଯଦି ତୁମେ ମା’ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବାକୁ ଚାହୁଁଛ, ତେବେ ମୁର୍ଖ ଏବଂ ଚାଟୁକାରଙ୍କ କଥାକୁ ବିଶ୍ୱାସ କରନାହିଁ, କାରଣ ଉଭୟ ମୁର୍ଖ ଏବଂ ଚାଟୁକାର କେବେ ବି ସଠିକ୍‌ ପରାମର୍ଶ ଦିଅନ୍ତି ନାହିଁ।

ଆଚାର୍ଯ୍ୟ କହିଛନ୍ତି ଯିଏ କଠିନ ପରିଶ୍ରମ କରି ଖାଦ୍ୟ ସଂରକ୍ଷଣ କରନ୍ତି, ସେ ସ୍ଥାନରୁ ଲକ୍ଷ୍ମୀ କେବେ ବି ଛାଡ଼ି ଯାଆନ୍ତି ନାହିଁ।
ଯେଉଁଘରେ ଦମ୍ପତିଙ୍କ ମଧ୍ୟରେ ସର୍ବଦା କଳହ ଲାଗିରୁହେ, ଲକ୍ଷ୍ମୀ ସେଠାରେ ରହନ୍ତି ନାହିଁ। ଲକ୍ଷ୍ମୀଙ୍କୁ ଖୁସି ରଖିବାକୁ ଚାହୁଥିଲେ ସର୍ବଦା ଶାନ୍ତ ପରିବେଶ ବଜାୟ ରଖନ୍ତୁ। ଏହି କଥାକୁ ମାନି ଚଳିଲେ କେବେ ବି ଧନର ଅଭାବ ରହିବ ନାହିଁ ବୋଲି ଚାଣକ୍ୟ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା: ବନ୍ଧା ହେଲେ ୱେବ ଚ୍ୟାନେଲ ସାମ୍ବାଦିକ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): ସାମ୍ବାଦିକ ଆଳରେ ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା। ଖୋର୍ଦ୍ଧା ଅବକାରୀ ବିଭାଗର ଜିଲା ମୋବାଇଲ ୟୁନିଟ ହାତରେ ଧରାପଡ଼ିଲେ ୱେବ ଚ୍ୟାନେଲ ସାମ୍ବାଦିକ...

ତହସିଲଦାରଙ୍କ ଘରୁ ମିଳିଲା ବିଡ଼ାବିଡ଼ା ଟଙ୍କା ସାଙ୍ଗକୁ ପୁଳାପୁଳା ସୁନା: ଭିଜିଲାନ୍ସର ବଡ଼ଧରଣର ରେଡ୍‌

ଭୁବନେଶ୍ୱର,୩୦।୧୨: କଟକ ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାବୁଡରେ ପଡ଼ିଛନ୍ତି। ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ...

ପାହାଡ଼ ଉପରେ ପୂଜା ପାଉଛନ୍ତି ମା’ ବାଳକୁମାରୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଏହି ସ୍ଥାନ

ଗଞ୍ଜାମ ,୩୦।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ବ୍ରହ୍ମପୁର ଠାରୁ ୨୫ କି.ମି. ଚିକିଟିରୁ ୮ କିଲୋମିଟର ଗଲାପରେ ଧାନ ଘର ଛକ ଏବଂ ସେଠାରୁ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବଡ଼ ବୟାନ, ବଣଭୋଜି ନାରେ ପ୍ରଦୂଷଣ କଲେ ହେବ…

ଭୁବନେଶ୍ୱର,୩୦।୧୨: ବର୍ତ୍ତମାନ ସମୟରେ ପର୍ଯ୍ୟଟନ ଋତୁ ଚାଲୁଥିବା ବେଳେ ଅନେକ ସ୍ଥାନରେ ପର୍ଯ୍ୟଟକଙ୍କ ଗହଳି ଦେଖାଯାଉଛି । ବଣଭୋଜି କରି ମଜା ନେଉଛନ୍ତି ଲୋକେ ।...

ଖଣି ପାଇଁ ଜମି ଯିବାରୁ ଜୀବନ ହାରିଲେ ଯୁବକ, ୧୭ ଘଣ୍ଟାରୁ ଅଧିକ ସମୟ ମୃତଦେହକୁ ରଖି ବିକ୍ଷୋଭ କଲେ…

ଝାରସୁଗୁଡା, ୩୦।୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଉବୁଡା ଗ୍ରାମର ଜଣେ ୨୫ ବର୍ଷୀୟ ଯୁବକଙ୍କ ସୋମବାର ଆତ୍ମହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ...

ନୂଆବର୍ଷ ପାଇଁ ପୁରୀରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ପୁରୀ,୩୦।୧୨: ନୂଆବର୍ଷ ପାଳନ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ...

ଭଦ୍ରକରେ କିନ୍ନରଙ୍କୁ ଆକ୍ରମଣ: ଚୁଟି କାଟିବା ସହ ଟଙ୍କା ସୁନା ଲୁଟ ଅଭିଯୋଗ, ଥାନାରେ ଉତ୍ତେଜନା

ଭଦ୍ରକ, ୩୦/୧୨(ସନାତନ ରାଉତ): ଭଦ୍ରକରେ ୨ ଗୋଷ୍ଠୀ କିନ୍ନରଙ୍କ ବିବାଦ ଥମିବାର ନାଁ ଧରୁନି । ଉଭୟ ଗୋଷ୍ଠୀ ମଧ୍ୟରେ ଛକା ପଞ୍ଝା ଲାଗି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri