ଯୋଡି ଜମାଏ ଏହି ଟ୍ରେନ୍‌

 

ଚାଇନାରେ ଲିଙ୍ଗଗତ ବ୍ୟବଧାନ ଅଧିକ। ଆଉ ଏହାର କାରଣ ହେଉଛି ପୂର୍ବେ ଏଠାରେ ଲାଗୁ କରାଯାଇଥିବା ଏକକ ସନ୍ତାନ ଯୋଜନା। ଯଦିଓ ଏହି ଯୋଜନାକୁ ୨୦୧୬ରେ ଉଠାଇ ନିଆଯାଇଛି, ତେବେ ଏହି ନିୟମ ପାଇଁ ସେତେବେଳେ ଅନେକେ କନ୍ୟା ଭୂ୍ରଣକୁ ନଷ୍ଟ କରିଛନ୍ତି। ଫଳରେ ଏଠାରେ ପୁରୁଷ ସଂଖ୍ୟା ନାରୀଠାରୁ ଖୁବ୍‌ ବେଶି। ଏହାର ପ୍ରଭାବରେ ଏବେ ଚାଇନାରେ ପ୍ରାୟ ୨୦୦ ମିଲିୟନ ଅବିବାହିତ ବ୍ୟକ୍ତି ଅଛନ୍ତି। ଏହି ଏକାକୀ ଜୀବନକୁ ନେଇ ଅନେକେ ଦୁଃଖିତ ମଧ୍ୟ। ଏବେ ଏହା ଏକ ବିରାଟ ସମସ୍ୟାର ରୂପ ନେଇଛି। କୁହାଯାଉଛି ଆଗାମୀ ୩୦ ବର୍ଷ ଭିତରେ ୩୦ ମିଲିୟନ ଚାଇନା ପୁରୁଷଙ୍କୁ ଝିଅ ମିଳିବ ନାହିଁ। ଏହାକୁ ନଜରରେ ରଖି ୨୦୧୬ରେ ଆରମ୍ଭ ହୋଇଥିଲା ୧୦ ବଗି ବିଶିଷ୍ଟ ଏକ ସ୍ବତନ୍ତ୍ର ରେଳସେବା, ଯାହାର ନାଁ ଓ୍ବାଇ୯୯୯ଲଭ୍‌ ପରସୁଟ୍‌ ଟ୍ରେନ୍‌। ଏଥିରେ ଯୁବତୀ ଯୁବକଙ୍କୁ ଦୁଇ ଦିନ ଓ ଗୋଟିଏ ରାତିର ଯାତ୍ରା କରିବାର ସୁବିଧା ଦିଆଯାଏ। ଏହି ଯାତ୍ରା ଚଙ୍ଗକିଙ୍ଗ ନର୍ଥ ଷ୍ଟେସନରୁ ଆରମ୍ଭ ହୁଏ, କିଆନଜିଆଙ୍ଗରେ ଶେଷ ହୁଏ। ଯାତ୍ରାବେଳେ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରଦାନ କରାଯାଏ ଓ ବିଭିନ୍ନ ଖେଳ ଖେଳିବାର ବ୍ୟବସ୍ଥା ଅର୍ଗାନାଇଜର୍‌ମାନେ କରିଥାଆନ୍ତି। ଯେମିତିକି ଯୁବତୀ ଯୁବକ ପରସ୍ପରକୁ ଭଲଭାବେ ଚିହ୍ନିପାରିବେ। ଇତି ମଧ୍ୟରେ ଅନେକ ଯୁବତୀଯୁବକ ଏଥିରେ ଯାତ୍ରା କରିସାରିଲେଣି। ଆଉ ଏହି ଯାତ୍ରା ମାଧ୍ୟମରେ ଅନେକେ ବିବାହ ବି କରିଛନ୍ତି।

 

 

 


Enter your email to get our daily news in your inbox.

All Right Reserved By Dharitri.Com

ହୋଲି-ଦୀପାବଳିରେ ମାଗଣା ଗ୍ୟାସ ସିଲିଣ୍ଡର; ଜାଣନ୍ତୁ ଆପଣଙ୍କୁ କିପରି ମିଳିବ ଲାଭ…

ନୂଆଦିଲ୍ଲୀ,୫।୨: ଯଦି ଆପଣ ଦିଲ୍ଲୀରେ ରହୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର। ଦିଲ୍ଲୀର ରେଖା ଗୁପ୍ତା ସରକାର ନିଜର ନିର୍ୱାଚନୀ ପ୍ରତିଶ୍ରୁତି ପୂରଣ କରି…

SIR ନେଲାଣି ୧୦୭ ଲୋକଙ୍କ ଜୀବନ

କୋଲକାତା,୫।୨: ଗୁରୁବାର, ଫେବୃଆରୀ ୫, ୨୦୨୬ରେ ପଶ୍ଚିମବଙ୍ଗ ବିଧାନସଭାରେ ଏକ ଜରୁରୀ ପ୍ରସ୍ତାବ ଆଗତ କରାଯାଇଥିଲା। ଏଥିରେ ଦାବି କରାଯାଇଛି ଯେ ସ୍ବତନ୍ତ୍ର ସଘନ ସଂଶୋଧନ (SIR)…

ତତ୍ପରତା ଦେଖାଇଲା ଜିଲା ପ୍ରଶାସନ, ଜେସିବି ମେଶିନ ସାହାଯ୍ୟରେ ହଟାଗଲା ହମ୍ପସ

ବଞ୍ଚୋ,୫ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଜୀବନରେଖା କୁହାଯାଉଥିବା ୨୦ ନମ୍ବର ଜାତୀୟ ରାଜପଥର କୋଳିମାଟି ଛକ ଦୁର୍ଘଟଣାର ହଟ୍‌ସ୍ପଟ୍‌ ପାଲଟିଛି। ଉକ୍ତ ସ୍ଥାନରେ ବାରମ୍ବାର ଦୁର୍ଘଟଣା…

ବଲାଙ୍ଗୀର ସହର ପରିକ୍ରମା କଲେ ଆୟୁର୍ବେଦ ଛାତ୍ରୀଛାତ୍ର, ସୁବର୍ଣ୍ଣ ଜୟନ୍ତୀ ଗେଟକୁ କଳିକେଶ…

ବଲାଙ୍ଗୀର,୫।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଏବଂ ହସ୍ପିଟାଲର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଗୁରୁବାର ଉଦଘାଟିତ ହୋଇଛି । ଏହି ଅବସରରେ ବଲାଙ୍ଗୀର ବିଧାୟକ…

୧ ବଲ୍‌ ୯ ରନ୍‌: ବିନା ଓ୍ବାଇଡ୍‌-ନୋ ବଲ୍‌ରେ କେମିତି ହେଲା ସମ୍ଭବ, ଜାଣନ୍ତୁ କ୍ରିକେଟ୍‌ ପଡ଼ିଆରେ ରୋଚକ ଘଟଣା

ହରାରେ,୫।୨: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ୧୯ ବର୍ଷରୁ କମ ବିଶ୍ୱକପ ସେମିଫାଇନାଲ ମ୍ୟାଚ କ୍ରିକେଟ ପଡ଼ିଆରେ ଏକ ଅସାଧାରଣ ଘଟଣା ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବ୍ୟାଟିଂ…

ଟି-୨୦ ବିଶ୍ୱକପ ପୂର୍ବରୁ ଭାରତକୁ ଜୋରଦାର୍‌ ଝଟ୍‌କା: ଯନ୍ତ୍ରଣାରେ ଛଟ୍‌ପଟ୍‌ ହୋଇ…

ନୂଆଦିଲ୍ଲୀ,୫।୨: ICC ଟି-୨୦ ବିଶ୍ୱକପ ୨୦୨୬ ପୂର୍ବରୁ ଟିମ ଇଣ୍ଡିଆର ଖେଳାଳିଙ୍କ ଆଘାତର ଧାରା ଜାରି ରହିଛି। ଦ୍ରୁତ ବୋଲର ହର୍ଷିତ ରାଣା ଏବେ ଏହି ତାଲିକାରେ…

ସାଙ୍ଗ ନେଲା ସାଙ୍ଗର ଜୀବନ, ହତ୍ୟା କରି ଜରିରେ କରିଦେଲେ ପ୍ୟାକ୍‌, ୫ ଦିନ ପରେ ମିଳିଲା…

ବ୍ରଜରାଜନଗର, ୫।୨(ବିଜୟ ବରାଡ଼): ଝାରସୁଗୁଡା ବ୍ରଜରଜନଗର ଥାନା ରାମପୁର ଫାଣ୍ଡି ଆନ୍ତର୍ଗତ କୁକୁରିକାନୀ ପଡ଼ାର ଟାଙ୍ଗର ଘାଟ ଜଙ୍ଗଲରେ ଏକ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି…

ଗୋବିନ୍ଦାଙ୍କ ପତ୍ନୀ ସୁନିତାଙ୍କ ଚମକିଲା ଭାଗ୍ୟ, ୫୮ ବର୍ଷ ବୟସରେ…

ମୁମ୍ବାଇ: ଗୋବିନ୍ଦାଙ୍କ ପତ୍ନୀ ସୁନିତା ଆହୁଜା, ଯିଏ ପ୍ରାୟତଃ ତାଙ୍କ ବୟାନ ପାଇଁ ଶିରୋନାମାରେ ଥାନ୍ତି। ଏବ ପୁଣି ଥରେ ଖବରରେ ଅଛନ୍ତି। ଏଥର, ତାଙ୍କର ବିବାଦୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri