ଯୋଡି ଜମାଏ ଏହି ଟ୍ରେନ୍‌

 

ଚାଇନାରେ ଲିଙ୍ଗଗତ ବ୍ୟବଧାନ ଅଧିକ। ଆଉ ଏହାର କାରଣ ହେଉଛି ପୂର୍ବେ ଏଠାରେ ଲାଗୁ କରାଯାଇଥିବା ଏକକ ସନ୍ତାନ ଯୋଜନା। ଯଦିଓ ଏହି ଯୋଜନାକୁ ୨୦୧୬ରେ ଉଠାଇ ନିଆଯାଇଛି, ତେବେ ଏହି ନିୟମ ପାଇଁ ସେତେବେଳେ ଅନେକେ କନ୍ୟା ଭୂ୍ରଣକୁ ନଷ୍ଟ କରିଛନ୍ତି। ଫଳରେ ଏଠାରେ ପୁରୁଷ ସଂଖ୍ୟା ନାରୀଠାରୁ ଖୁବ୍‌ ବେଶି। ଏହାର ପ୍ରଭାବରେ ଏବେ ଚାଇନାରେ ପ୍ରାୟ ୨୦୦ ମିଲିୟନ ଅବିବାହିତ ବ୍ୟକ୍ତି ଅଛନ୍ତି। ଏହି ଏକାକୀ ଜୀବନକୁ ନେଇ ଅନେକେ ଦୁଃଖିତ ମଧ୍ୟ। ଏବେ ଏହା ଏକ ବିରାଟ ସମସ୍ୟାର ରୂପ ନେଇଛି। କୁହାଯାଉଛି ଆଗାମୀ ୩୦ ବର୍ଷ ଭିତରେ ୩୦ ମିଲିୟନ ଚାଇନା ପୁରୁଷଙ୍କୁ ଝିଅ ମିଳିବ ନାହିଁ। ଏହାକୁ ନଜରରେ ରଖି ୨୦୧୬ରେ ଆରମ୍ଭ ହୋଇଥିଲା ୧୦ ବଗି ବିଶିଷ୍ଟ ଏକ ସ୍ବତନ୍ତ୍ର ରେଳସେବା, ଯାହାର ନାଁ ଓ୍ବାଇ୯୯୯ଲଭ୍‌ ପରସୁଟ୍‌ ଟ୍ରେନ୍‌। ଏଥିରେ ଯୁବତୀ ଯୁବକଙ୍କୁ ଦୁଇ ଦିନ ଓ ଗୋଟିଏ ରାତିର ଯାତ୍ରା କରିବାର ସୁବିଧା ଦିଆଯାଏ। ଏହି ଯାତ୍ରା ଚଙ୍ଗକିଙ୍ଗ ନର୍ଥ ଷ୍ଟେସନରୁ ଆରମ୍ଭ ହୁଏ, କିଆନଜିଆଙ୍ଗରେ ଶେଷ ହୁଏ। ଯାତ୍ରାବେଳେ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରଦାନ କରାଯାଏ ଓ ବିଭିନ୍ନ ଖେଳ ଖେଳିବାର ବ୍ୟବସ୍ଥା ଅର୍ଗାନାଇଜର୍‌ମାନେ କରିଥାଆନ୍ତି। ଯେମିତିକି ଯୁବତୀ ଯୁବକ ପରସ୍ପରକୁ ଭଲଭାବେ ଚିହ୍ନିପାରିବେ। ଇତି ମଧ୍ୟରେ ଅନେକ ଯୁବତୀଯୁବକ ଏଥିରେ ଯାତ୍ରା କରିସାରିଲେଣି। ଆଉ ଏହି ଯାତ୍ରା ମାଧ୍ୟମରେ ଅନେକେ ବିବାହ ବି କରିଛନ୍ତି।

 

 

 


Enter your email to get our daily news in your inbox.

All Right Reserved By Dharitri.Com

ଧାମରାରେ ବୁଲୁଛି ମହାବଳ ବାଘ: ଭିଡିଓ ଭାଇରାଲ ପରେ ବନ ବିଭାଗ ନାକେଦମ୍‌

ଚାନ୍ଦବାଲି,୭।୧୨(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଧାମରା ଅଞ୍ଚଳରେ ଏକ ମହାବଳ ବାଘ ବୁଲୁଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା...

ବିଭାଜନକାରୀ ରାଜନୀତି

ଡିସେମ୍ୱର ୬ ଆଧୁନିକ ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ କଥା ସ୍ମରଣ କରାଇଦିଏ। ରାଜନୀତିକୁ ସବୁଦିନ ପାଇଁ ପରିବର୍ତ୍ତନ କରିଦେଇଥିବା ଏହି ଆନ୍ଦୋଳନ ବିଷୟରେ ଲେଖିବା...

ବୀମାଭୁକ୍ତ ହେବେ ଧନୁଯାତ୍ରା ଦର୍ଶକ, ଦୁର୍ଘଟଣାରେ କଳାକାରଙ୍କ ମୃତ୍ୟୁ ହେଲେ ମିଳିବ…

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧର୍ମ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୪ତାରିଖରୁ ଆରମ୍ଭ ହେବ। ୨୦୨୬ ଜାନୁୟାରୀ ୩ ଯାଏ ଏହି ମହୋତ୍ସବ...

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri