Pakistan: ଭାରତ ପାଇଁ ୨୩ବର୍ଷ ଗୁପ୍ତଚର କରିଥିଲେ ପାକିସ୍ତାନର ଏହି ଟପ୍‌ କମାଣ୍ଡର, ଶେଷ ବେଳକୁ…

ନୂଆଦିଲ୍ଲୀ,୨୭।୪: ଯବାନମାନେ ନିଜକୁ ଆଉ ନିଜ ପରିବାରକୁ ଭୁଲି ଦେଶ ପାଇଁ ଜୀବନ ଦିଅନ୍ତି। କିନ୍ତୁ ଏପରି କିଛିଜଣ ଯବାନ ଅଛନ୍ତି ଯେଉଁମାନେ ଶତ୍ରୁଦେଶରେ ଧରାପଡ଼ିବା ପରେ, ସେମାନଙ୍କ ଦେଶର ସରକାର ସେମାନଙ୍କୁ ଚିହ୍ନିବାକୁ ମନା କରିଦିଏ। କିନ୍ତୁ ତଥାପି ଏହି ଗୁପ୍ତଚରମାନଙ୍କର ନା ନିଜ ଜୀବନ ପ୍ରତି କୌଣସି ଭୟ ନ ରଖି ନିଜ ଜୀବନ ଦେଇ ଦିଅନ୍ତି। ଦେଶପ୍ରେମ ସେମାନଙ୍କ ଭିତରେ ଏତେ ଗଭୀର ଭାବରେ ରହିଛି ଯେ ସେମାନେ ଶତ୍ରୁ ଦେଶରେ ସେମାନଙ୍କର ବିଶ୍ୱସ୍ତ ହୋଇ ନିଜ ଦେଶର ଲୋକମାନଙ୍କୁ ସାହାଯ୍ୟ କରନ୍ତି। ଆଜି ଆମେ ଆପଣଙ୍କୁ ଭାରତର ଏପରି ଜଣେ ସାହାସୀ ଗୁପ୍ତଚରଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ ପାକିସ୍ତାନୀ ସେନାରେ ମେଜର ମଧ୍ୟ ହୋଇଥିଲେ।

Pakistan ଭାରତର ଗୁପ୍ତଚର ସଂସ୍ଥା ରିସର୍ଚ ଆଣ୍ଡ ଆନାଲିସିସ ୱିଙ୍ଗ (RAW)ର ଜଣେ ଅସାଧାରଣ ଗୁପ୍ତଚର ଥିଲେ ରବୀନ୍ଦ୍ର କୌଶିକ, ଯାହାଙ୍କୁ ‘ବ୍ଲାକ ଟାଇଗର’ ନାମରେ ଜଣାଯାଏ। ୧୯୫୨ ମସିହାରେ ରାଜସ୍ଥାନର ଶ୍ରୀ ଗଙ୍ଗାନଗରରେ ଜନ୍ମଗ୍ରହଣ କରିଥିବା ରବୀନ୍ଦ୍ର ମାତ୍ର ୨୩ ବର୍ଷ ବୟସରେ ପାକିସ୍ତାନରେ ଗୁପ୍ତଚର ଭାବେ ପଠାଯାଇଥିଲେ। ସେ ପାକିସ୍ତାନ ସେନାରେ ମେଜର ପଦବୀ ହାସଲ କରି ଭାରତ ପାଇଁ ଅତିରୁ ଅତି ଗୁପ୍ତ ସୂଚନା ଯୋଗାଇ ଦେଇଥିଲେ। ତାଙ୍କର ଏହି ଅସାଧାରଣ କାହାଣୀ ଦେଶଭକ୍ତି ଓ ନିଷ୍ଠାର ଏକ ଜ୍ୱଳନ୍ତ ଉଦାହରଣ।

Pakistan ରବୀନ୍ଦ୍ର କୌଶିକଙ୍କ ପିତା ଜେ.ଏମ. କୌଶିକ ଭାରତୀୟ ବାୟୁସେନାରେ ଅଧିକାରୀ ଥିଲେ। ଶ୍ରୀ ଗଙ୍ଗାନଗରର ଏସ.ଡି. ବିହାନୀ ପି.ଜି. କଲେଜରୁ ବି.କମ ସମ୍ପୂର୍ଣ୍ଣ କରିଥିବା ରବୀନ୍ଦ୍ର କଲେଜ ସମୟରେ ନାଟକ ଓ ବିତର୍କରେ ସକ୍ରିୟ ଥିଲେ। ତାଙ୍କର ଅଭିନୟ ପ୍ରତିଭା ଦେଖି RAW ଅଧିକାରୀମାନେ ତାଙ୍କୁ ୧୯୭୩ ମସିହାରେ ନିଯୁକ୍ତ କରିଥିଲେ। ଦୁଇ ବର୍ଷର କଠିନ ପ୍ରଶିକ୍ଷଣ ପରେ ତାଙ୍କୁ ପାକିସ୍ତାନ ପଠାଯାଇଥିଲା। ଏହି ପ୍ରଶିକ୍ଷଣରେ ସେ ଉର୍ଦୁ ଭାଷା, ଇସଲାମ ଧର୍ମର ରୀତିନୀତି ଏବଂ ପାକିସ୍ତାନର ଭୂଗୋଳ ସମ୍ପର୍କରେ ପାରଙ୍ଗମ ହୋଇଥିଲେ।

Pakistan ୧୯୭୫ ମସିହାରେ ରବୀନ୍ଦ୍ରଙ୍କୁ ‘ନବୀ ଅହମଦ ଶାକିର’ ନାମରେ ପାକିସ୍ତାନ ପଠାଯାଇଥିଲା। ଭାରତରେ ତାଙ୍କର ସମସ୍ତ ରେକର୍ଡ ନଷ୍ଟ କରାଯାଇଥିଲା। ସେ କରାଚୀ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରି ପାକିସ୍ତାନ ସେନାରେ ଯୋଗ ଦେଇଥିଲେ। ଅସାଧାରଣ ଦକ୍ଷତା ବଳରେ ସେ ମେଜର ପଦବୀ ପର୍ଯ୍ୟନ୍ତ ପହଞ୍ଚିଥିଲେ। ୧୯୭୯ ରୁ ୧୯୮୩ ମଧ୍ୟରେ ସେ RAW ପାଇଁ ଗୁପ୍ତ ସୂଚନା ଯୋଗାଇ ଦେଇଥିଲେ, ଯାହା ଭାରତୀୟ ସେନା ପାଇଁ ଅତ୍ୟନ୍ତ ମୂଲ୍ୟବାନ ଥିଲା। ତାଙ୍କର ଏହି କାର୍ଯ୍ୟ ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ତାଙ୍କୁ ‘ବ୍ଲାକ ଟାଇଗର’ ଉପାଧି ଦେଇଥିଲେ।
ଏହି ସମୟରେ ରବୀନ୍ଦ୍ର ପାକିସ୍ତାନରେ ଜଣେ ସ୍ଥାନୀୟ ଝିଅ ଅମାନତଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ଜନ୍ମ ହୋଇଥିଲା। ସେ ସମ୍ପୂର୍ଣ୍ଣ ଭାବେ ପାକିସ୍ତାନୀ ପରିଚୟରେ ଜୀବନ ଯାପନ କରୁଥିଲେ।

Pakistan ୧୯୮୩ ମସିହାରେ RAW ତରଫରୁ ଜଣେ ନିମ୍ନସ୍ତରୀୟ ଏଜେଣ୍ଟ ଇନୟାତ ମସିହଙ୍କୁ ରବୀନ୍ଦ୍ରଙ୍କ ସହ ଯୋଗାଯୋଗ କରିବା ପାଇଁ ପଠାଯାଇଥିଲା। କିନ୍ତୁ ଇନୟାତ ପାକିସ୍ତାନର ଗୁପ୍ତଚର ସଂସ୍ଥା ISI ଦ୍ୱାରା ଧରାପଡିଥିଲେ ଏବଂ ତଦନ୍ତ ସମୟରେ ରବୀନ୍ଦ୍ରଙ୍କ ପରିଚୟ ପ୍ରକାଶ କରି ଦେଇଥିଲା। ଫଳରେ ରବୀନ୍ଦ୍ରଙ୍କୁ ଗିରଫ କରାଯାଇଥିଲା। ସିଆଲକୋଟରେ ଦୁଇ ବର୍ଷ ଧରି ର୍ନିମମ ର୍ନିଯାତନା ପରେ ୧୯୮୫ ମସିହାରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ପରେ ପାକିସ୍ତାନ ସୁପ୍ରିମକୋର୍ଟ ଏହାକୁ ଆଜୀବନ କାରାଦଣ୍ଡରେ ବଦଳାଇଥିଲେ।

Pakistan ରବୀନ୍ଦ୍ର ୧୬ ବର୍ଷ ଧରି ସିଆଲକୋଟ, କୋଟ ଲଖପତ ଓ ମିଆଁୱାଲି ଜେଲରେ ରହିଥିଲେ। ଏହି ସମୟରେ ସେ ଗୁପ୍ତ ଭାବେ ନିଜ ପରିବାରକୁ ଚିଠି ଲେଖି ନିଜର ଦୁର୍ବଳ ସୱାସ୍ଥ୍ୟ ଓ ଜେଲରେ ର୍ନିଯାତନା ବିଷୟରେ ଜଣାଇଥିଲେ। ୨୦୦୧ ମସିହାରେ ମିଆଁୱାଲି ଜେଲରେ ଯକ୍ଷ୍ମା ଓ ହୃହରୋଗ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିଲା।

Pakistan ରବୀନ୍ଦ୍ରଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ ଭାରତ ସରକାର ତାଙ୍କୁ ସୱୀକୃତି ଦେଇ ନଥିଲେ ଏବଂ ତାଙ୍କୁ ମୁକ୍ତ କରିବା ପାଇଁ କୌଣସି ପ୍ରୟାସ କରି ନଥିଲେ। ମୃତ୍ୟୁ ପୂର୍ବରୁ ରବୀନ୍ଦ୍ର ଏକ ଚିଠିରେ ଲେଖିଥିଲେ, କ’ଣ ଭାରତ ଭଳି ବଡ଼ ଦେଶ ପାଇଁ ଜୀବନ ଉତ୍ସର୍ଗ କରୁଥିବା ଲୋକଙ୍କୁ ଏହିପରି ପୁରସ୍କାର ମିଳେ? ତାଙ୍କର ଏହି ଶବ୍ଦଗୁଡ଼ିକ ଦେଶଭକ୍ତିର ଏକ ଦୁଃଖଦ ଚିତ୍ର ଉପସ୍ଥାପନ କରେ।

ରବୀନ୍ଦ୍ରଙ୍କ ଜୀବନ ଉପରେ ଆଧାରିତ ବଲିଉଡ ଚଳଚ୍ଚିତ୍ର ‘ଏକ ଥା ଟାଇଗର’ (୨୦୧୨) ଏବଂ ‘ରୋମିଓ ଆକବର ୱାଲଟର’ (୨୦୧୯) ର୍ନିମାଣ ହୋଇଥିବା ବେଳେ ନିର୍ଦ୍ଦେଶକମାନେ ଏହା ସମ୍ପୂର୍ଣ୍ଣ ଭାବେ ରବୀନ୍ଦ୍ରଙ୍କ ଜୀବନୀ ଉପରେ ଆଧାରିତ ନୁହେଁ ବୋଲି ଦାବି କରିଛନ୍ତି। ଅନୁରାଗ ବସୁଙ୍କ ନିର୍ଦ୍ଦେଶନାରେ ଏକ ଆଧିକାରିକ ଜୀବନୀମୂଳକ ଚଳଚ୍ଚିତ୍ର ‘ଦି ବ୍ଲାକ ଟାଇଗର’ ର୍ନିମାଣ ହେବାକୁ ଯାଉଛି, ଯାହା ରବୀନ୍ଦ୍ରଙ୍କ ସାହସିକତାକୁ ବିଶ୍ୱ ସାମ୍ନାରେ ଆଣିବ।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

କ୍ରସର ୟୁନିଟରୁ ଚୋରି, ବିଳମ୍ବିତ ରାତିରେ ପାଣି ମୋଟର…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମ ନିକଟ ଷ୍ଟୋନ କ୍ରସର ୟୁନିଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି…

ଟ୍ରମ୍ପଙ୍କ ଧମକ ପରେ ଇରାନର ବଡ଼ ଘୋଷଣା, ଶତ୍ରୁ ରାଷ୍ଟ୍ରର ଜାହାଜ ବ୍ୟତୀତ ସମସ୍ତ ଜାହାଜକୁ…

ନୂଆଦିଲ୍ଲୀ,୨୨।୩: ଟ୍ରମ୍ପଙ୍କ ଧମକ ପରେ ଇରାନ ପାଲଟା ଜବାବ ଦେଇଛି । ଇରାନ ହର୍ମୁଜ୍ ଷ୍ଟ୍ରେଟ ସମ୍ପର୍କରେ ନିଜର ମତରେ ସାମାନ୍ୟ ନରମତା ଦେଖାଇଛି । ଏହା…

ହର୍ମୁଜ ଷ୍ଟ୍ରେଟରେ ପହଞ୍ଚିଲା ବ୍ରିଟିଶ ବୁଡ଼ାଜାହାଜ, ଟ୍ରମ୍ପଙ୍କ ଧମକ ମଧ୍ୟରେ କୀର ଷ୍ଟାରମରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଓ୍ବାଶିଂଟନ,୨୨।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ତିନି ସପ୍ତାହରୁ ଅଧିକ ସମୟ ବିତିଗଲାଣି; ତଥାପି, ଯୁଦ୍ଧ ଶେଷ ହେବାର କୌଣସି ସୂଚନା ନାହିଁ –…

ବିନା ଦର୍ଶକରେ ଖେଳାଯିବ PSL ମ୍ୟାଚ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ସୁପର ଲିଗ୍ (PSL)ର ନୂତନ ସିଜିନ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବାକୁ ଯାଉଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ, PCB ଟୁର୍ଣ୍ଣାମେଣ୍ଟ…

ସରକାରୀ ଜମି ଜବରଦଖଲ, ଚୌରଗଡ଼ିଆ ଗ୍ରାମରେ ତୀବ୍ର ଜନଅସନ୍ତୋଷ

ବଞ୍ଚୋ,୨୨।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,…

VIDEO:ଷ୍ଟ୍ରେଟ ଅଫ୍ ହର୍ମୁଜରେ ଇରାନର ବଡ଼ ଆକ୍ରମଣ, F-୧୫ ଫାଇଟର ଜେଟକୁ ଖସାଇ ଦେଇଥିବା ଦାବି

ନୂଆଦିଲ୍ଲୀ,୨୨।୩: ଇରାନ ପୁଣିଥରେ ଇସ୍ରାଏଲ ଏବଂ ଆମେରିକାକୁ ଏକ ବଡ଼ ଝଟକା ଦେଇଛି । ଏକ ଇରାନୀ କ୍ଷେପଣାସ୍ତ୍ର ହର୍ମୁଜ୍ ଷ୍ଟ୍ରେଟରେ ଶତ୍ରୁପକ୍ଷର ଏକ F-୧୫ ଲଢ଼ୁଆ…

ଇରାନ ସହ ଯୁଦ୍ଧ ମଧ୍ୟରେ ବଡ଼ ବୟାନ ଦେଲେ ଟ୍ରମ୍ପ! ଜାଣନ୍ତୁ ତେହରାନକୁ ନେଇ କ’ଣ କହିଲେ

ଓ୍ବାଶିଂଟନ,୨୨।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଦେଶ ସମ୍ପର୍କରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri