ଏଥର ଜମିବ ଦଶହରା ଲଢ଼େଇ: ପରସ୍ପରକୁ ଟକ୍କର ଦେବେ ଏହି ୪ ଫିଲ୍ମ

”ବିଶେଷଭାବରେ ପୂଜା ପାର୍ବଣ ଅବସରରେ ବଡ ପରଦାରେ ଓଡ଼ିଆ ସିନେମାର ଲଢ଼େଇ ବିଷୟରେ ବେଶ୍‌ ଆଲୋଚନା ହୁଏ। ହେଲେ ଏଥର ଦୁର୍ଗାପୂଜାରେ ଚାରୋଟି ଓଡ଼ିଆ ସିନେମା-‘କର୍ମ’, ‘ଦୁର୍ଗା’, ‘ଭିଲେନ୍‌’ ଏବଂ ‘ଖୋକା ଭାଇ ତୁମ ପାଇଁ’ ମୁକ୍ତିଲାଭ କରିବାକୁ ଯାଉଛି। ନିଜ ନିଜ ସିନେମାର ସଫଳତାକୁ ନେଇ ପ୍ରଯୋଜକ, ନିର୍ଦ୍ଦେଶକ ଏବଂ ଏଥିରେ ଅଭିନୟ କରିଥିବା କଳାକାରମାନେ ଦୃଢ଼ ଆଶାବାଦୀ ଅଛନ୍ତି । ହେଲେ ବାସ୍ତବ ଚିତ୍ର କ’ଣ ତାହା ରିଲିଜ ପରେ ହିଁ ଜଣାପଡିବ।“

ଖୋକା ଭାଇ ତୁମ ପାଇଁ: ଅକ୍ଷୟ ମହାନ୍ତି ଓରଫ ଖୋକା ଭାଇ ସଙ୍ଗୀତ ଜଗତରେ ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱ। ତାଙ୍କ ସ୍ବରାୟିତ ଗୀତଗୁଡିକ ଏବେ ବି ଶ୍ରୋତାଙ୍କ ମନରେ ସତେଜ ହୋଇ ରହିଛି। ସଙ୍ଗୀତ ପ୍ରେମୀଙ୍କ ହୃଦୟରେ ତାଙ୍କ ପାଇଁ ରହିଛି ସ୍ବତନ୍ତ୍ର ସ୍ଥାନ। ସେଭଳି ବିଷୟବସ୍ତୁକୁ ନେଇ ନିର୍ମିତ ହୋଇଛି ଓଡ଼ିଆ ସିନେମା ‘ଖୋକା ଭାଇ ତୁମ ପାଇଁ’। ଏହାର ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ସ୍ବରାଜ। ଏଭଳି ଏକ ଫିଲ୍ମରେ ଅଭିନୟ କରିବା ଠାରୁ ଆଉ କିଛି ବଡ କଥା ନାହିଁ ବୋଲି କହନ୍ତି ଏହି ଅଭିନେତା। ତାଙ୍କ ବ୍ୟତୀତ ନବାଗତା ଲକି ମନୀଷା, ସରୋଜ ପରିଡା, ଉପାସନାଙ୍କୁ ମଧ୍ୟ ଏଥିରେ ଦେଖିବାକୁ ମିଳିବ। ଖାସ୍‌ କଥା ହେଲା, ଏଥର ଦଶହରାରେ ଫିଲ୍ମଟି ରିଲିଜ ହେବାକୁ ଯାଉଛି। ଏଭଳି ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ଚଳଚ୍ଚିତ୍ରଟି ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ଆଶା ରଖିଛନ୍ତି ଏହାର ନିର୍ଦ୍ଦେଶକ ତଥା ଆଗଧାଡିର କୋରିଓଗ୍ରାଫର ଗିରିଶ ମହାନ୍ତି। ଫିଲ୍ମଟିର ପ୍ରଯୋଜନା କରିଛନ୍ତି ଶୁଭେନ୍ଦୁ ସାହୁ ଏବଂ ବିଷ୍ଣୁପ୍ରିୟା ସାହୁ। ତେବେ ଏହି ଫିଲ୍ମରେ କି ମସଲା ରହିଛି ତାହା ରିଲିଜ ପରେ ହିଁ ଜଣାପଡିବ।

କର୍ମ: ଏଥର ଦୁର୍ଗା ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ଓଡ଼ିଆ ଚଳଚ୍ଚିତ୍ର ‘କର୍ମ’ । ଖାସ୍‌ କଥା ହେଲା ଏହାର ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ଓଲିଉଡ୍‌ର ଅନ୍ୟତମ ଲୋକପ୍ରିୟ ଅଭିନେତା ଅନୁଭବ ମହାନ୍ତି। ସୂର୍ଯ୍ୟମୟୀ ମହାପାତ୍ର ଓ ଦିବ୍ୟାଦିଶା ମହାନ୍ତି, ମନ୍ମୟ ଦେ ମଧ୍ୟ କାଷ୍ଟିଂରେ ଅଛନ୍ତି। ଫିଲ୍ମଟିରେ ଆକ୍ସନ, ଡ୍ରାମା ରୋମାନ୍ସ ଭରି ରହିଛି। ଏହି ଚଳଚ୍ଚିତ୍ରରେ ଦର୍ଶକ ଅନୁଭବଙ୍କୁ ଜଣେ ସଚ୍ଚୋଟ ଇନଭେଷ୍ଟିଗେଟିଭ ପୋଲିସ ଅଫିସର ଭୂମିକାରେ ଦେଖିବାକୁ ପାଇବେ। ଚିତ୍ରଟିର ନିର୍ଦ୍ଦେଶନା ଦେଇଛନ୍ତି ବର୍ତ୍ତମାନର ଚର୍ଚ୍ଚିତ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ। ଏଥିରେ ସଂଯୋଜିତ ଗୀତଗୁଡିକ ପାଇଁ ସ୍ବର ଦେଇଛନ୍ତି ହ୍ୟୁମାନ ସାଗର, ଆଶିଷ ପ୍ରଧାନ, ମଣ୍ଟୁ ଛୁରିଆ , ଅନନ୍ୟା ଶ୍ରୀତମ ନନ୍ଦ , ଗୌରବ ଆନନ୍ଦ ଏବଂ ମୋମିଆ ପ୍ରକାଶ। ରିଲିଜ ପୂର୍ବରୁ ଚଳଚ୍ଚିତ୍ରର ଦୁଇଟି ଗୀତ ‘ଚିରିଙ୍ଗ ଚିରିଙ୍ଗ’ ଓ ‘ଧିତାଙ୍ଗ ଧିତାଙ୍ଗ’ ଦର୍ଶକମାନଙ୍କ ହୃଦୟ ଛୁଇଁ ସାରିଛି।
ଚଳଚ୍ଚିତ୍ରର କ୍ରିଏଟିଭ ହେଡ ଅଛନ୍ତି ପ୍ରଣୟ ଜେଠୀ। ସୂଚନାଯୋଗ୍ୟ ଅନୁପମଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ପ୍ରତୀକ୍ଷା’ ଜାତୀୟ ପୁରସ୍କାର ପାଇଥିବା ବେଳେ ‘ତ୍ରିକନ୍ୟା’ ମଧ୍ୟ ବେଶ ଲୋକପ୍ରିୟ ହୋଇଥିଲା।

ଭିଲେନ୍‌: ‘ଟପୋରି’, ‘ବ୍ଲାକମେଲ୍‌’ ଏବଂ ‘ମୁଁ ପରଦେଶୀ ଚଢ଼େଇ’ ପରେ ପ୍ରଯୋଜକ-କମ୍‌ ଅଭିନେତା ଅର୍ଦ୍ଧେନ୍ଦୁ ସାହୁ ଏଥର ଦଶହରା ମଇଦାନରେ ଓହ୍ଲାଉଛନ୍ତି। ତାଙ୍କ ପ୍ରଯୋଜିତ ‘ଭିଲେନ୍‌’ ପୂଜା ଅବସରରେ ପରଦା ଉପରକୁ ଆସୁଛି। ଏଥର ବଡ ପରଦାରେ ଦର୍ଶକ ତାଙ୍କୁ ଆକ୍ସନ ଭୂମିକାରେ ଦେଖିବାକୁ ପାଇବେ। ଉକ୍ତ ସିନେମାର ଟାଇଟଲ ରହିଛି ‘ଭିଲେନ୍‌’। ଏହି ବିଗ୍‌ ବଜେଟ୍‌ ଫିଲ୍ମର ସଫଳତାକୁ ନେଇ ବେଶ୍‌ ଆଶା ବାନ୍ଧିଛନ୍ତି ସେ। ଆଦିଲକ୍ଷ୍ମୀ ଫିଲ୍ମସ ବ୍ୟାନରରେ ଏହାର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି କେ.ମୁରଲୀକ୍ରିଷ୍ଣା। ”ଏହି ସିନେମାର କାହାଣୀରେ କେବଳ ଆକ୍ସନ ଭରି ରହିଛି। ଦର୍ଶକ ଏଥିରୁ ଏକ ଡିଫରେଣ୍ଟ ଚାର୍ମ ପାଇବେ। ମୋ ଆକ୍ଟିଂ କ୍ୟାରିୟରରେ ଫିଲ୍ମଟି ଟର୍ନିଂ ପଏଣ୍ଟ ହେବ ବୋଲି ଦୃଢ଼ ବିଶ୍ୱାସ ରହିଛି। କାହାଣୀକୁ ଶତ ପ୍ରତିଶତ ଜଷ୍ଟିସ ଦେବାକୁ ଶୁଟିଂ ସମୟରେ ଚେଷ୍ଟା କରାଯାଇଛି ବୋଲି କହନ୍ତି ଅର୍ଦ୍ଧେନ୍ଦୁ।“ ଏଥିରେ ଅର୍ଦ୍ଧେନ୍ଦୁଙ୍କ ନାୟିକା ସାଜିଛନ୍ତି ତମନ୍ନା। ଅନ୍ୟପକ୍ଷରେ ଉଶଷୀ ମିଶ୍ର, ବବି ମିଶ୍ର, କେ.କେ, ସମରେଶ, ବ୍ରଜ ସିଂ, ରବି ମିଶ୍ର, ରାଜୁ ଦାସ ଏବଂ ସୋମୁ ପ୍ରମୁଖ କଳାକାର ଏଥିରେ ଅଭିନୟ କରିଛନ୍ତି।

ଦୁର୍ଗା: ନାରୀ ଶକ୍ତିର କେତେ ମହତ୍ତ୍ୱ ରହିଛି ତାହାକୁ ଆଧାର କରି ପ୍ରସ୍ତୁତ ହୋଇଛି କୁମାର ପ୍ରୀତମ ସାହୁଙ୍କ ପ୍ରଯୋଜିତ ଓଡ଼ିଆ ଚଳଚ୍ଚିତ୍ର ‘ଦୁର୍ଗା’। ଗତ କିଛି ବର୍ଷ ଧରି ସଫଳ ଫିଲ୍ମ ନିର୍ମାଣ କରିସାରିଛନ୍ତି ଏହି ଯୁବ ପ୍ରଯୋଜକ। ତେବେ ଏହି ଫିଲ୍ମରୁ ଦର୍ଶକ ଭରପୁର ମନୋରଞ୍ଜନ ପାଇବେ ବୋଲି ଦୃଢ଼ ଆଶାବାଦୀ ଅଛନ୍ତି ସେ । ଏହାର ଟାଇଟଲ ଭୂମିକାରେ ଅଭିନୟ କରିଛନ୍ତି ପୁନମ୍‌ ମିଶ୍ର। ଖାସ୍‌ କଥା ହେଲା, ଏହାର କାହାଣୀ ରଚନା କରିବା ସହ ନିର୍ଦ୍ଦେଶନା ଭାର ମଧ୍ୟ ସମ୍ଭାଳିଛନ୍ତି ଆଗଧାଡିର ନିର୍ଦ୍ଦେଶକ ତାପସ ସରଘରିଆ। ସଂଳାପ ଲେଖିଛନ୍ତି ଅନ୍ତର୍ଯ୍ୟାମୀ ସରଘରିଆ। ଗୀତଗୁଡିକୁ ସ୍ବରରେ ସଜାଇଛନ୍ତି ଅଭିଜିତ ମଜୁମଦାର। ଏଥିରେ ପୁନମ୍‌ ମିଶ୍ରଙ୍କ ବ୍ୟତୀତ ଇଶା ତଲଓ୍ବାର, ରାଜ୍‌ ରାଜେଶ, ଅଭିଷେକ ଗିରି, ସରୋଜ ପରିଡା, ହରିହର ମହାପାତ୍ର, ପୁଷ୍ପା ପଣ୍ଡା, ପୃଥ୍ବୀରାଜ ନାୟକ, ଶକ୍ତି ବରାଳ, ସରୋଜ ପରିଡା ଏବଂ ବିଦୁସ୍ମିତା ପ୍ରମୁଖ କଳାକାର ଅଭିନୟ କରିଛନ୍ତି। ତେବେ ଏଥର ଦୁର୍ଗାପୂଜାରେ ପ୍ରୀତମଙ୍କ ‘ଦୁର୍ଗା’ କେତେ ବାଜିମାତ୍‌ କରୁଛି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri