Posted inଖେଳ

ମାତ୍ର ୧୮ ବଲ୍‌ରେ ମ୍ୟାଚ୍‌ ଜିତିଗଲା ଏହି ଟିମ୍‌: କ୍ରିକେଟ୍‌ ଜଗତରେ ହଲ୍‌ଚଲ୍‌

ନୂଆଦିଲ୍ଲୀ,୭।୧୧: ଅଷ୍ଟ୍ରେଲିଆ ହଂକଂ ସିକ୍ସେସ ଟୁର୍ନାମେଣ୍ଟକୁ ବିଜୟ ସହିତ ଆରମ୍ଭ କରିଥିଲା। ଅଷ୍ଟ୍ରେଲିଆ ମାତ୍ର ୧୮ ବଲ୍‌ରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ବିପକ୍ଷରେ ମ୍ୟାଚକୁ ୬ ଉଇକେଟ୍‌ରେ ଜିତିଥିଲା। ଏହି ପୁଲ ବି ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଜ୍ୟାକ ଉଡ ଏକ ଧମାକାଦାର ଇନିଂସ ଖେଳିଥିଲେ। ସେ ମାତ୍ର ୧୧ ବଲରେ ୫୫ ରନ କରି ଦଳକୁ ପଏଣ୍ଟ ଟେବୁଲ୍ର ଶୀର୍ଷରେ ପହଞ୍ଚାଇଥିଲେ। ଏହି ପୁଲ୍‌ରେ ଇଂଲଣ୍ଡ ତୃତୀୟ ଦଳ।

ହଂକଂ ସିକ୍ସେସ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ୮୮ ରନ୍‌ର ଟାର୍ଗେଟକୁ ପିଛା କରି ଅଷ୍ଟ୍ରେଲିଆ ମାତ୍ର ୩ ଓଭରରେ କୌଣସି ଉଇକେଟ ନ ହରାଇ ବିଜୟୀ ହୋଇଥିଲା। ଡାହାଣହାତୀ ବ୍ୟାଟ୍ସମ୍ୟାନ ଜ୍ୟାକ ଉଡ ମାତ୍ର ୧୧ ବଲ୍‌ରେ ୫୫ ରନ କରି ୭ ଛକା ଏବଂ ୩ ଚୌକା ମାରି ୫୦୦ ଷ୍ଟ୍ରାଇକ ରେଟ୍‌ରେ ସ୍କୋର କରିଥିଲେ। ନିକ ହବସନ ୫ ବଲ୍‌ରେ ଅପରାଜିତ ୨୬ ରନ କରି ୨ ଚୌକା ଏବଂ ୩ ଛକା ମାରିଥିଲେ। ଏହି ମ୍ୟାଚ୍‌ରେ ପୂର୍ବରୁ ୟୁଏଇ ଏକ ବଡ଼ ସ୍କୋର୍‌ କରିପାରି ନ ଥିଲା।

ପ୍ରଥମେ ବ୍ୟାଟିଂ କରି UAE ଦଳ ୬ ଓଭରରେ ୩ ଉଇକେଟ ହରାଇ ମାତ୍ର ୮୭ ରନ କରିପାରିଥିଲା। ସାଗିର ଖାନ ୬ ବଲରେ ୪ ଛକା ସହାୟତାରେ ୨୪ ରନ କରିଥିଲେ। ମହମ୍ମଦ ଆରଫାନ ୧୪ ବଲରେ ୩ ଚୌକା ଏବଂ ୨ ଛକା ସହାୟତାରେ ୨୮ ରନର ଅପରାଜିତ ଇନିଂସ ଖେଳିଥିଲେ। ଅଧିନାୟକ ଖାଲିଦ ଶାହ ୫ ବଲରେ ଗୋଟିଏ ଚୌକା ଏବଂ ଗୋଟିଏ ଛକା ସହାୟତାରେ ୧୧ ରନ କରିଥିଲେ। ଜାହିଦ ଅଲି ୫ ବଲ ରେ ଗୋଟିଏ ଚୌକା ଏବଂ ୨ ଛକା ସହାୟତାରେ ୧୭ ରନର ଅପରାଜିତ ଇନିଂସ ଖେଳିଥିଲେ। ଅଷ୍ଟ୍ରେଲିଆ ପାଇଁ କ୍ରିସ ଗ୍ରୀନ ଗୋଟିଏ ଓଭରରେ ୧୯ ରନ ଦେଇ ୨ ଉଇକେଟ ନେଇଥିଲେ। ଜ୍ୟାକ ଉଡ ୨ ଓଭରରେ ୧୩ ରନ ଦେଇ ଗୋଟିଏ ଉଇକେଟ ନେଇଥିଲେ। ଜ୍ୟାକ ଉଡ ତାଙ୍କ ଚମତ୍କାର ପ୍ରଦର୍ଶନ ପାଇଁ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।
୨୯ ବର୍ଷୀୟ ଜ୍ୟାକ ଉଡ ୨୦୨୦ ମସିହାରେ ବ୍ରିସବେନ ହିଟ ପାଇଁ ବିଗ ବ୍ୟାଶ ଲିଗ ଡେବ୍ୟୁ କରିଥିଲେ। ସେ ଏହି ଲିଗରେ ୬ ମ୍ୟାଚ ଖେଳିଥିଲେ। ସେ ୧୯.୫୦ ହାରରେ ୧୧୭ ରନ କରିଥିଲେ ଏବଂ ଦୁଇଟି ଉଇକେଟ ନେଇଥିଲେ। ଜ୍ୟାକ ଉଡ ଗତବର୍ଷ ହଂକଂ ସିକ୍ସେସ ଟୁର୍ନାମେଣ୍ଟରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଟୁର୍ନାମେଣ୍ଟର ସେମିଫାଇନାଲ୍‌ରେ ପାକିସ୍ତାନ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri