ବରଗଡ଼,୨୧ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ପାଣି ଛତରଠାରେ ଜିଲାର ଅବସରପ୍ରାପ୍ତ ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ଏକ ସଂକଳ୍ପ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ଶିକ୍ଷକ ସଂଘର ସଂଯୋଜକ କପିଲ ବାଗ୍ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଚନ୍ଦ୍ରଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅବସର ଗ୍ରହଣ ପରେ ଶିକ୍ଷୟିତ୍ରୀ, ଶିକ୍ଷକମାନେ ଅବୈତନିକ ଭାବେ ଆବଶ୍ୟକ ଥିବା ବିଦ୍ୟାଳୟମାନଙ୍କରେ ଛାତ୍ରୀଛାତ୍ରଙ୍କୁ ବିଭିନ୍ନ ବିଷୟରେ ଶିକ୍ଷାଦାନ କରିବାକୁ ଆଗେଇ ଆସିବା ଉଚିତ୍ ବୋଲି ଆହ୍ବାନ ଦେଇଥିଲେ। ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ବିଶିଷ୍ଟ ସାଧନକର୍ମୀ ମୁହୁରିଆ ପ୍ରଧାନ ଶିକ୍ଷା ବିତରଣରେ ହିଁ ବୃଦ୍ଧି ପାଇଥାଏ। ତେଣୁ ଅବସର ପରେ ଅବୈତନିକ ଶିକ୍ଷାଦାନଠାରୁ ଆଉ ବଡ଼ ପୁଣ୍ୟ କିଛି ନାହିଁ ବୋଲି ଉଲ୍ଲେଖ କରିଥିଲେ। ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ମୀନା ପଣ୍ଡା, ଦିବ୍ୟକାନ୍ତି ଭୋଇ, ଶିକ୍ଷକ ଡାକ୍ତର ଭୋଇ, ସୁଧାଂଶୁ ଶେଖର ସାହୁ, ଡ. ଡୋଳାମଣି ଶତପଥୀ ପ୍ରମୁଖ ଯୋଗ ଦେଇ ଛାତ୍ରୀଛାତ୍ରଙ୍କୁ ଅବୈତନିକ ଶିକ୍ଷାଦାନ କରିବା ପାଇଁ ସାମୂହିକ ସଂକଳ୍ପ ନେଇଥିଲେ।