ଭାରତର ଏହି ରେଳ ଲାଇନ୍‌ ବ୍ରିଟିଶ୍‌ କବଜାରେ, ସରକାର ଦେଉଛନ୍ତି ଟଙ୍କା

ନୂଆଦିଲ୍ଲୀ,୨୩।୮: ଭାରତ ସ୍ବାଧୀନତାର ୭୭ବର୍ଷ ପରେ ଏମିତି କିଛି ରେଳ ଲାଇନ୍‌ ଅଛି ଯାହା ଏବେ ବ୍ରିଟିଶ୍‌ କବଜାରେ। କହରିରଖୁଛୁ ବିଶ୍ୱରେ ସବୁଠାରୁ ବଡ଼ ରେଳ ଲାଇନ୍‌ ଭାରତରେ ଅଛି। ଆଉ ସବୁଠାରୁ ଅଧିକ ଲୋକ ଭାରତୀୟ ରେଳରେ ହିଁ ଯାତ୍ରା କରନ୍ତି। ତେବେ ଭାରତରେ ଏମିତି କିଛି ରେଳ ଲାଇନ୍‌ ଅଛି ଯାହା ୭୭ବର୍ଷ ଧରି ଏକ ବ୍ରିଟିଶ୍‌ କମ୍ପାନୀ କବଜାରେ ଅଛି। ଭାରତୀୟ ରେଳ ଏହାକୁ କିଣିବାକୁ ବହୁବାର ଚେଷ୍ଟା କରିଥିଲେ ମଧ୍ୟ ସେମାନେ ଅସଫଳ ହୋଇଛନ୍ତି। ତେବେ ଏହି ଚର୍ଚ୍ଚିତ ବ୍ରିଟିଶ୍‌ କମ୍ପାନୀ ହେଉଛି ‘କିଲିକ୍‌ ନିକ୍ସନ ଆଣ୍ଡ କୋ’ ଯାହା ସେଣ୍ଟ୍ରାଲ ପ୍ରୋଭିନାନ୍ସ ରେଲଓ୍ବେ କମ୍ପାନୀ ଦ୍ୱାରା ପରିଚାଳିତ ହେଉଛି।

article_image3

ଶକୁନ୍ତଳା ଏକ୍ସପ୍ରେସ: ସ୍ବାଧୀନ ଭାରତର ଏହି ରେଳ ଟ୍ରାକ ଏବେ ବ୍ରିଟିଶ କମ୍ପାନୀ ଅଧୀନରେ ରହିଛି। ଏହି ରେଳ ଲାଇନ ବିଦେଶୀ କମ୍ପାନୀ ମାଲିକାନାରେ ରହିଛି। ଯାହାକୁ ନେଇ ଭାରତୀୟ ରେଳବାଇକୁ ପ୍ରତିବର୍ଷ ରୟାଲଟି ଦେବାକୁ ପଡୁଛି। ବ୍ରିଟିଶ କମ୍ପାନୀ କିଲିକ୍‌ ନିକ୍ସନ ଆଣ୍ଡ କୋ କମ୍ପାନୀ ଏହି ରେଳ ଟ୍ରାକ ରୟାଲଟି ସଂଗ୍ରହ କରୁଛି।

article_image6

ଏହା ପୂର୍ବରୁ ଶକୁନ୍ତଳା ରେଳ ଟ୍ରାକ, ଶକୁନ୍ତଳା ପାସେଞ୍ଜର ଟ୍ରେନ୍‌ରେ କେବଳ ଗୋଟିଏ ଟ୍ରେନ ଚଳାଚଳ କରୁଥିଲା ବର୍ତ୍ତମାନ ବନ୍ଦ ହୋଇଯାଇଛି। ପାଞ୍ଚଟି କୋଚ ସହିତ ଏହି ଟ୍ରେନ ପ୍ରତିଦିନ ୮୦୦ରୁ ୧୦୦୦ ଯାତ୍ରୀଙ୍କୁ ନେଇ ଏହି ଟ୍ରେନ୍‌ ବ୍ରିଟିଶ୍‌ ଦଖଲରେ ଥିବା ରେଳ ଲାଇନ୍‌ ଦେଇ ଯାତାୟତ କରୁଥିଲା। ୧୯୫୧ରେ ଭାରତୀୟ ରେଳ ଜାତୀୟକରଣ କରାଯାଇଥିଲା, କିନ୍ତୁ ଏହି ମାର୍ଗ ଭାରତ ସରକାରଙ୍କ ଅଧୀନରେ ନ ଥିଲା।

Shakuntala Railways - The Indian railway that doesnt belong to India -  Tripoto

ମହାରାଷ୍ଟ୍ରର ଅମରାବତୀ କପା ଚାଷ ପାଇଁ ପ୍ରସିଦ୍ଧ ଥିଲା। ବ୍ରିଟିଶମାନେ ଅମରାବତୀରୁ ମୁମ୍ବାଇ ବନ୍ଦରକୁ କପା ପରିବହନ ପାଇଁ ଏହି ରେଳ ଟ୍ରାକ ନିର୍ମାଣ କରିଥିଲେ। ଏହି ରେଳ ଟ୍ରାକ ନିର୍ମାା ପାଇଁ ବ୍ରିଟେନର କ୍ଲିକ ନିକ୍ସନ କମ୍ପାନୀ କେନ୍ଦ୍ରୀୟ ପ୍ରଦେଶ ରେଳ କମ୍ପାନୀ (CPRC) ପ୍ରତିଷ୍ଠା କରିଥିଲେ। ୧୯୪୭ରେ ଭାରତର ସ୍ବାଧୀନତା ପରେ, ଭାରତୀୟ ରେଳ ଏହି କମ୍ପାନୀ ସହିତ ଏକ ଚୁକ୍ତି କରିଥିଲା। ଯାହା ଅଧୀନରେ ଟ୍ରାକ୍‌ର ବ୍ୟବହାର ପାଇଁ ସେମାନଙ୍କୁ କମ୍ପାନୀକୁ ବାର୍ଷିକ ରୟାଲଟି ଦେବାକୁ ପଡୁଥିଲା। ରିପୋର୍ଟ ଅନୁସାରେ ଭାରତୀୟ ରେଲଓ୍ବେକୁ ବ୍ରିଟିଶ୍‌ କମ୍ପାନୀକୁ ୧.୨୦କୋଟି ଟଙ୍କା ଦେବାକୁ ପଡୁଥିଲା। ଏହି ଟ୍ରାକରେ ଚାଲୁଥିବା ଶକୁନ୍ତଲା ଏକ୍ସପ୍ରେସ ପ୍ରଥମେ ୨୦୧୪ରେ ଏବଂ ପୁନର୍ବାର ଏପ୍ରିଲ ୨୦୧୬ରେ ସ୍ଥଗିତ ରଖାଯାଇଥିଲା । ଏହି ଟ୍ରେନ ଶେଷ ଥର ପାଇଁ ୨୦୨୦ରେ ଚାଲିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri