ବିଜେଡି-ଭାଜପା-କଂଗ୍ରେସକୁ ମୟୂରଭଞ୍ଜରେ ଟକ୍କର ଦେବ ଏହି ଦଳ, ଘୋଷଣା କଲା ପ୍ରାର୍ଥୀ

ମୟୂରଭଞ୍ଜ,୨୯।୩: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଝିଅ ପୁଣିଥରେ ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଇଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(JMM) ଶିବୁ ସୋରେନଙ୍କ ଝିଅ ଅଞ୍ଜନି ସୋରେନଙ୍କୁ ଟିକେଟ୍‌ ଦେଇଛି। ଅଞ୍ଜନି ଏଥର ଓଡ଼ିଶାର ମୟୂରଭଞ୍ଜ ସିଟ୍‌ରୁ ନିର୍ବାଚନ ଲଢିବେ।

ଅଞ୍ଜନି ୨୦୧୯ ଲୋକ ସଭା ନିର୍ବାଚନ ଲଢିଛନ୍ତି। ପୂର୍ବଥର ମଧ୍ୟ ସେ ମୟୂରଭଞ୍ଜ ସିଟ୍‌ରୁ ନିର୍ବାଚନ ଲଢିଥିଲେ। ପୂର୍ବ ନିର୍ବାଚନରେ ତାଙ୍କୁ ୧,୩୫,୫୫୨ ସିଟ୍‌ ମିଳିଥିଲା। ପୂର୍ବଥର ସେ ସେଠାରୁ ବିଶେଶ୍ୱର ଟୁଡୁଙ୍କୁ ମୁକାବିଲା କରିଥିଲେ। ଯେଉଁଥିରେ ଟୁଡୁ ଜିତି ଯାଇଥିଲେ।

ଏବେ ପୁଣିଥରେ ଜେଏମଏମ ଅଞ୍ଜନିଙ୍କୁ ମୟୂରଭଞ୍ଜରୁ ଟିକେଟ୍‌ ଦେଇଛି। ଏଥର ସେ ଭାଜପାର ନବଚରଣ ମାଝୀ ଓ ବିଜେଡିର ସୁଦାମ ମାରଣ୍ଡିଙ୍କ ସହ ମୁକାବିଲା କରିବେ। ଓଡ଼ିଶାର ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲାରେ ଜେଏମଏମ ଫୁଲ୍‌ ଦମ୍‌ରେ ସକ୍ରିୟ ରହିଛି। କାରଣ ଏହି ଦୁଇ ଜିଲା ଝାଡ଼ଖଣ୍ଡ ସୀମାକୁ ଲାଗି ରହିଛି। ସୁଦାମ ମାରାଣ୍ଡି ମୟୂରଭଞ୍ଜରୁ ୨୦୦୪ରେ ଲୋକ ସଭା ନିର୍ବାଚନ ଜେଏମଏମ ଟିକେଟରୁ ହିଁ ଜିତିଥିଲେ। ୨୦୦୯ରେ ପୁଣିଥରେ ଦଳ ତାଙ୍କୁ ଟିକେଟ୍‌ ଦେଇଥିଲା। ପରେ ଜେଏମଏମ ଏହି ସିଟ୍‌ରେ ଦୂର୍ବଳ ହେବାକୁ ଲାଗିଲା।

୨୦୧୪ ଲୋକ ସଭା ନିର୍ବାଚନରେ ଜେଏମଏମର ପ୍ରାର୍ଥୀଙ୍କୁ ଏଠାରେ ୧୭ପ୍ରତିଶତରୁ କମ୍‌ ଭୋଟ୍‌ ମିଳିଥିଲା। ସେତେବେଳେ ଏଠାରୁ ବିଜେଡିର ରାମଚନ୍ଦ୍ର ହାଁସଦା ବାଜିମାତ୍‌ କରିଥିଲେ। କିନ୍ତୁ ୨୦୧୮ରେ ଭାଜପା ଏହି ଆସନକୁ ଦଖଲ କରିଥିଲା। ତେବେ ଭାଜପା ଏଥର ମୟୂରଭଞ୍ଜରୁ ବିଶେଶ୍ୱର ଟୁଡୁଙ୍କ ଟିକେଟ୍‌ କାଟି ଦେଇଛି। ତାଙ୍କ ବଦଳରେ ନବଚରଣ ମାଝୀଙ୍କୁ ଟିକେଟ୍‌ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୁଏତ୍‌ର ନିଷ୍ପତ୍ତିରେ ବଢ଼ିଲା ପାକିସ୍ତାନର ଚିନ୍ତା, ଇରାନ ଯୁଦ୍ଧ ସମୟରେ ଏପରି ଘଟିଲା ​​ଯାହା…

କତାର,୮ା୩: ଇରାନରେ ବଢ଼ୁଥିବା ଯୁଦ୍ଧ ଏବେ ବିଶ୍ୱ ଶକ୍ତି ବଜାରକୁ ପ୍ରଭାବିତ କରୁଛି। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ ଅନେକ ତୈଳ…

ମାଇକେଲ କ୍ଲାର୍କଙ୍କ ବଡ଼ ଭବିଷ୍ୟବାଣୀ, ଟି-୨୦ ବିଶ୍ୱକପ୍ ଫାଇନାଲରେ ଏହି ଖେଳାଳି ହେବେ ପ୍ଲେୟର ଅଫ….

ନୂଆଦିଲ୍ଲୀ,୮।୩:  ପୂର୍ବତନ ଅଷ୍ଟ୍ରେଲିୟ ଅଧିନାୟକ ମାଇକେଲ କ୍ଲାର୍କ ୨୦୨୬ ଟି- ୨୦ ବିଶ୍ୱକପ୍ ପାଇଁ ଏକ ଭବିଷ୍ୟବାଣୀ କରିଛନ୍ତି । କ୍ଲାର୍କ ସେହି ଖେଳାଳିଙ୍କ ବିଷୟରେ କହିଥିଲେ ଯିଏ…

ଅନ୍ତର୍ଜାତୀୟ ମହିଳା ଦିବସରେ ଯାତାୟାତ ପାଇଁ ସଂଘର୍ଷ କରୁଛନ୍ତି ମହିଳା

ଦାରିଙ୍ଗବାଡ଼ି,୮ା୩(ଅରୁଣ ସାହୁ): ଆଜି ବିଶ୍ୱ ପାଳୁଛି ମହିଳା ଦିବସ। ଏହି କ୍ରମରେ ଦାରିଙ୍ଗବାଡ଼ିଠାରେ ଏହି ଦିନରେ ଏକାଧିକ ସ୍ଥାନରେ ଏହି ଦିବସ ବଡ଼ ଧୂମ୍‌ଧାମରେ ପାଳନ କରାଯାଉଛି।…

କଇଁଚିରେ ଶାଶୁଙ୍କ ନାକ କାଟି ଦେଲେ ଜ୍ବାଇଁ, କଟା ନାକ ଧରି ଫେରାର….

ଜୟପୁର,୮।୩: ରାଜସ୍ଥାନର ଜାଲୋର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ପାରିବାରିକ ବିବାଦକୁ ନେଇ ଜଣେ ବ୍ୟକ୍ତି ତାଙ୍କ ଶାଶୁଙ୍କୁ ଆକ୍ରମଣ କରିଛନ୍ତି ।…

JDUରେ ସାମିଲ ହେଲେ ନିଶାନ୍ତ, କହିଲେ ମୋ ବାପାଙ୍କ ଉପରେ ମୁଁ ଗର୍ବ କରେ

ପାଟନା,୮।୩: ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପୁଅ ନିଶାନ୍ତ କୁମାର ଜନତା ଦଳ ୟୁନାଇଟେଡ (ଜେଡିୟୁ)ରେ ଯୋଗ ଦେଇଛନ୍ତି। ବୈଠକ ସମୟରେ ସେ ଦଳୀୟ କର୍ମୀମାନଙ୍କୁ ସ୍ବାଗତ କରିଥିଲେ।…

‘ସମାଜ ଗଠନରେ ନାରୀମାନଙ୍କ ଭୂମିକା ଅତୁଳନୀୟ’

ଥୁଆମୂଳ ରାମପୁର,୮ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ରବିବାର ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏକ…

ବଡ଼ ଘୋଷଣା କଲେ ମହମ୍ମଦ ମୋକିମ୍‌, ଏହି ଦିନ ଲଞ୍ଚ କରିବେ ନୂଆ ଦଳ

ଭୁବନେଶ୍ବର,୮ା୩: ଏପ୍ରିଲ୍‌ ୮ରେ ମହମ୍ମଦ ମୋକିମ୍‌ ନୂଆ ଦଳ ଲଞ୍ଚ୍‌ କରିବେ । ନୂଆ ଦଳର ନାଁ ‘ଓଡ଼ିଶା ଜନତା କଂଗ୍ରେସ’ ରହିବ ବୋଲି ଘୋଷଣା କରିଛନ୍ତି…

‘ନାରୀ ଶିକ୍ଷିତ ହେଲେ ଆର୍ଥିକ କ୍ଷେତ୍ରରେ ପ୍ରଗତି ହୋଇପାରିବ’

ଭଞ୍ଜନଗର,୮ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶାଖା ୧ ଏବଂ ଘୁମୁସର ଗବେଷଣା ପ୍ରତିଷ୍ଠାନ(ଜିଜିପି) ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri