Posted inଫୁରସତ

ବର୍ଷକର ପୁଅକୁ କୋଳରେ ଧରି ଇ-ରିକ୍ସା ଚଳାଉଛନ୍ତି ଏହି ମା’; ଅନେକଙ୍କ ପାଇଁ ସାଜିଛନ୍ତି ପ୍ରେରଣା

ସନ୍ତାନଟିଏ ପାଇଁ ମା’ କେବଳ ନଅ ମାସ ଗର୍ଭରେ ଧରିବା ସହ ଯନ୍ତ୍ରଣା ସହେ ନାହିଁ, ଆବଶ୍ୟକ ପଡ଼ିଲେ ସେ ପିତାର ଦାୟିତ୍ୱ ମଧ୍ୟ ତୁଲାଇପାରେ। ଆଜିକାଲି ସମୟରେ ପରିବାର ଏବଂ ପିଲାଙ୍କୁ ଭଲ ପୋଷଣ ଦେବାରେ ମହିଳାମାନେ ପଛରେ ନାହାନ୍ତି। ପୁରୁଷପ୍ରାଧାନ୍ୟ କାମରେ ମଧ୍ୟରେ ସେମାନେ ନିଜର ଛାପ ଛାଡ଼ୁଛନ୍ତି। ଯେମିତିକି ନୋଏଡାର ଚଞ୍ଚଲ ଶର୍ମା। ସେ କୋଳରେ ବର୍ଷକର ଶିଶୁପୁତ୍ରକୁ ଧରି ଇ-ରିକ୍ସା ଚଳାନ୍ତି। ଏପରି କରି ସେ ଏବେ ଅନେକଙ୍କ ଲାଗି ପ୍ରେରଣା ସାଜିଛନ୍ତି।

ଚଞ୍ଚଳଙ୍କ ଦିନ ଆରମ୍ଭ ହୁଏ ସକାଳ ୬.୩୦ରୁ। ସେ ପୁଅକୁ କୋଳରେ ଧରି ଗାଡ଼ି ଚଳାଇ ବାହାରିପଡନ୍ତି। ପରେ ସେ ଅପରାହ୍ନରେ ଘରକୁ ଫେରି ପିଲାକୁ ଗାଧୋଇବା ସହ ଖାଇବାକୁ ଦେଇଥାନ୍ତି। ଏହାଛଡ଼ା ଭୋକ ମେଣ୍ଟାଇବା ପାଇଁ ସେ ତାଙ୍କ ସହ ଏକ ବୋତଲ କ୍ଷୀର ମଧ୍ୟ ରଖିଥାଏ। ନୋଏଡାର ସେକ୍ଟର ୫୯ରେ ଥିବା ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ବାୟୋଲୋଜିକାଲ୍ସରୁ ସେ ସେକ୍ଟର ୫୯ର ଲେବର ଚୌକ ପର୍ଯ୍ୟନ୍ତ ଇ-ରିକ୍ସା ଚଳାଇଥାନ୍ତି। ଏହି ମାର୍ଗରେ ଇ-ରିକ୍ସା ଚଳାଇବାର ସେ ହେଉଛନ୍ତି ଏକମାତ୍ର ମହିଳା। ପିଲା ସହ ତାଙ୍କର ସଂଘର୍ଷ ଦେଖି ଅନେକେ ଯାତ୍ରୀ ତାଙ୍କର ପ୍ରଶଂସା କରନ୍ତି।

ସ୍ବାମୀଙ୍କଠାରୁ ଅଲଗା ହେବା ପରେ ଚଞ୍ଚଳ ଏକାକି ଛୁଆର ଲାଳନପାଳନ କରୁଛନ୍ତି। ସେ ନିଜ ମା’ଙ୍କ ସହ ଏକ ରୁମ୍‌ ନେଇ ରହୁଛନ୍ତି। ଟ୍ରଲିରେ ପିଆଜ ଲଦି ମା’ ବିକ୍ରି କରିବାକୁ ଯାଉଥିବାରୁ ପିଲା କାହା ପାଖରେ ସେ ଛାଡ଼ିବେ। ଏଥିଲାଗି ସେ ନିଜ ପୁଅକୁ ସାଙ୍ଗରେ ଧରି ଇ-ରିକ୍ସା ଚଳାଇଥାନ୍ତି। ଏଥିରୁ ଦୈନିକ ସେ ୬୦୦ରୁ ୭୦୦ ଟଙ୍କା ରୋଜଗାର କରିଥାନ୍ତି। ସେଥିରୁ ୩୦୦ ଟଙ୍କା ଘରୋଇ ଏଜେନ୍ସିକୁ ଯାଏ, କାରଣ ସେଠାରୁ ତାଙ୍କୁ ଇ-ରିକ୍ସା ଲାଗି ଋଣ ମିଳିଛି। ଆଗାମୀ ଦିନରେ ତାଙ୍କ ପୁଅ ଭଲ ଶିକ୍ଷା ଗ୍ରହଣ କରୁ। ତାଙ୍କ ଭଳି ଭାଗ୍ୟ ତାର ନ ହେଉ ବୋଲି ସେ ଚାହାନ୍ତି। ସେ ବଢ଼ୁଥିବା ଦରଦାମ ତାଙ୍କ ଚିନ୍ତା ବଢ଼ାଇଦେଇଛି। ହେଲେ ସେ ସଂଘର୍ଷ ଜାରି ରଖିବେ ବୋଲି ମତ ରଖନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

IAS ସ୍ତରରେ ଛୋଟ ଅଦଳବଦଳ: ଭାସ୍କର ଜ୍ୟୋତି ଶର୍ମାଙ୍କୁ ମିଳିଲା…

ଭୁବନେଶ୍ୱର,୩୧।୩: IAS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri