Posted inଫୁରସତ

ବର୍ଷକର ପୁଅକୁ କୋଳରେ ଧରି ଇ-ରିକ୍ସା ଚଳାଉଛନ୍ତି ଏହି ମା’; ଅନେକଙ୍କ ପାଇଁ ସାଜିଛନ୍ତି ପ୍ରେରଣା

ସନ୍ତାନଟିଏ ପାଇଁ ମା’ କେବଳ ନଅ ମାସ ଗର୍ଭରେ ଧରିବା ସହ ଯନ୍ତ୍ରଣା ସହେ ନାହିଁ, ଆବଶ୍ୟକ ପଡ଼ିଲେ ସେ ପିତାର ଦାୟିତ୍ୱ ମଧ୍ୟ ତୁଲାଇପାରେ। ଆଜିକାଲି ସମୟରେ ପରିବାର ଏବଂ ପିଲାଙ୍କୁ ଭଲ ପୋଷଣ ଦେବାରେ ମହିଳାମାନେ ପଛରେ ନାହାନ୍ତି। ପୁରୁଷପ୍ରାଧାନ୍ୟ କାମରେ ମଧ୍ୟରେ ସେମାନେ ନିଜର ଛାପ ଛାଡ଼ୁଛନ୍ତି। ଯେମିତିକି ନୋଏଡାର ଚଞ୍ଚଲ ଶର୍ମା। ସେ କୋଳରେ ବର୍ଷକର ଶିଶୁପୁତ୍ରକୁ ଧରି ଇ-ରିକ୍ସା ଚଳାନ୍ତି। ଏପରି କରି ସେ ଏବେ ଅନେକଙ୍କ ଲାଗି ପ୍ରେରଣା ସାଜିଛନ୍ତି।

ଚଞ୍ଚଳଙ୍କ ଦିନ ଆରମ୍ଭ ହୁଏ ସକାଳ ୬.୩୦ରୁ। ସେ ପୁଅକୁ କୋଳରେ ଧରି ଗାଡ଼ି ଚଳାଇ ବାହାରିପଡନ୍ତି। ପରେ ସେ ଅପରାହ୍ନରେ ଘରକୁ ଫେରି ପିଲାକୁ ଗାଧୋଇବା ସହ ଖାଇବାକୁ ଦେଇଥାନ୍ତି। ଏହାଛଡ଼ା ଭୋକ ମେଣ୍ଟାଇବା ପାଇଁ ସେ ତାଙ୍କ ସହ ଏକ ବୋତଲ କ୍ଷୀର ମଧ୍ୟ ରଖିଥାଏ। ନୋଏଡାର ସେକ୍ଟର ୫୯ରେ ଥିବା ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ବାୟୋଲୋଜିକାଲ୍ସରୁ ସେ ସେକ୍ଟର ୫୯ର ଲେବର ଚୌକ ପର୍ଯ୍ୟନ୍ତ ଇ-ରିକ୍ସା ଚଳାଇଥାନ୍ତି। ଏହି ମାର୍ଗରେ ଇ-ରିକ୍ସା ଚଳାଇବାର ସେ ହେଉଛନ୍ତି ଏକମାତ୍ର ମହିଳା। ପିଲା ସହ ତାଙ୍କର ସଂଘର୍ଷ ଦେଖି ଅନେକେ ଯାତ୍ରୀ ତାଙ୍କର ପ୍ରଶଂସା କରନ୍ତି।

ସ୍ବାମୀଙ୍କଠାରୁ ଅଲଗା ହେବା ପରେ ଚଞ୍ଚଳ ଏକାକି ଛୁଆର ଲାଳନପାଳନ କରୁଛନ୍ତି। ସେ ନିଜ ମା’ଙ୍କ ସହ ଏକ ରୁମ୍‌ ନେଇ ରହୁଛନ୍ତି। ଟ୍ରଲିରେ ପିଆଜ ଲଦି ମା’ ବିକ୍ରି କରିବାକୁ ଯାଉଥିବାରୁ ପିଲା କାହା ପାଖରେ ସେ ଛାଡ଼ିବେ। ଏଥିଲାଗି ସେ ନିଜ ପୁଅକୁ ସାଙ୍ଗରେ ଧରି ଇ-ରିକ୍ସା ଚଳାଇଥାନ୍ତି। ଏଥିରୁ ଦୈନିକ ସେ ୬୦୦ରୁ ୭୦୦ ଟଙ୍କା ରୋଜଗାର କରିଥାନ୍ତି। ସେଥିରୁ ୩୦୦ ଟଙ୍କା ଘରୋଇ ଏଜେନ୍ସିକୁ ଯାଏ, କାରଣ ସେଠାରୁ ତାଙ୍କୁ ଇ-ରିକ୍ସା ଲାଗି ଋଣ ମିଳିଛି। ଆଗାମୀ ଦିନରେ ତାଙ୍କ ପୁଅ ଭଲ ଶିକ୍ଷା ଗ୍ରହଣ କରୁ। ତାଙ୍କ ଭଳି ଭାଗ୍ୟ ତାର ନ ହେଉ ବୋଲି ସେ ଚାହାନ୍ତି। ସେ ବଢ଼ୁଥିବା ଦରଦାମ ତାଙ୍କ ଚିନ୍ତା ବଢ଼ାଇଦେଇଛି। ହେଲେ ସେ ସଂଘର୍ଷ ଜାରି ରଖିବେ ବୋଲି ମତ ରଖନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

ନୂଆବର୍ଷରେ ମିଥୁନ ରାଶିରେ ଧନ ବର୍ଷା, ଶତ୍ରୁ ବନେଇବେ ସିଂହ ରାଶି; ୨୦୨୬ରେ ଧନୀ ହୋଇଯିବେ ଏହି ୫ରାଶି!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ନୂଆବର୍ଷ ୨୦୨୬ ଆରମ୍ଭରେ ଅନେକ ବଡ ଗ୍ରହ ଗୋଚର କରିବାକୁ ଯାଉଛନ୍ତି । ଏହାସହ, ଗୋଚର କରୁଥିବା ଏହି ଗ୍ରହମାନଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri