Posted inUncategorized

ଏହି ଦେଶରେ ୧ ଜିବି ଡାଟା ପାଇଁ ଦେବାକୁ ପଡେ ୨୦୫୩ ଟଙ୍କା

ବିଶ୍ୱର ସବୁଠାରୁ ଶସ୍ତା ମୋବାଇଲ ଡାଟା ଭାରତରେ ମିଳୁଛି। ଅର୍ଥାତ ମୋବାଇଲ ଇଣ୍ଟରନେଟ ବ୍ୟବହାର ଲାଗି ଲୋକଙ୍କୁ ସ୍ବଳ୍ପ ଅର୍ଥ ଖର୍ଚ୍ଚ କରିବାକୁ ପଡୁଛି। ଭାରତରେ ୧ ଜିବି ଡାଟାର ହାରାହାରି ମୂଲ୍ୟ ୦.୦୯ ଡଲାର(୬.୭୫ ଟଙ୍କା) ରହିଛି ବୋଲି ନିକଟରେ ପ୍ରକାଶିତ ଏକ ରିପୋର୍ଟରେ ପ୍ରକାଶ ପାଇଛି। ଜାଣି ଆଶ୍ଚର୍ଯ୍ୟ ହେବେ ଦୁନିଆରେ ଏମିତି କିଛି ଦେଶ ଅଛି ଯେଉଁ ଠାରେ ଡାଟା ଲାଗି ଲୋକଙ୍କୁ ବୃହତ୍ତ ପରିମାଣର ଅର୍ଥ ଖର୍ଚ୍ଚ କରିବାକୁ ପଡିଥାଏ। ରିପୋର୍ଟ ମୁତାବକ ମଲାଓ୍ବି ନାମକ ଦେଶରେ ଡାଟା ଦର ସବୁ ଠାରୁ ମହଙ୍ଗା। ଏହି ଦେଶଟି ପୂର୍ବ ଆଫ୍ରିକାର ଏକ ଦେଶ। ଏଠାରେ ୧ ଜିବି ଡାଟା ଲାଗି ଲୋକଙ୍କୁ ୨୭.୪୧ ଡଲାର (୨,୦୫୩ ଟଙ୍କା) ଦେବାକୁ ପଡୁଛି। ସେହି ଭଳି ସବୁଠାରୁ ମହଙ୍ଗା ଡାଟା ରହିଥିବା ଅନ୍ୟ ଦେଶ ଗୁଡିକ ମଧ୍ୟରେ ବେନିନ(୨୦୩୯ ଟଙ୍କା),ଚାଡ(୧୭୪୮ ଟଙ୍କା) , ୟେମେନ(୧୧୯୭ ଟଙ୍କା) ଏବଂ ବୋସ୍ତଓ୍ବାନାରେ(୧୦୯୩ ଟଙ୍କା) ରହିଛି। ୧୫୫ ଦେଶକୁ ଏହି ସର୍ଭେରେ ସାମିଲ କରାଯାଇଛି। ୧ ଜିବି ପିଛା ସବୁଠାରୁ ଶସ୍ତା ଡାଟା ମିଳୁ ଥିବା ଅନ୍ୟ ଦେଶ ଗୁଡିକ ମଧ୍ୟରେ ଇସ୍ରାଏଲ(୮.୨୪ ଟଙ୍କା), କିର୍ଗିସ୍ତାନ (୧୫.୭୪ ଟଙ୍କା), ଇଟାଲୀ( ୩୨.୨୨ ଟଙ୍କା) ଏବଂ ୟୁକ୍ରେନ (୩୪.୪୭ ଟଙ୍କା) ରହିଛି। ରିପୋର୍ଟ ମୁତାବକ ୪ଟି ପ୍ରମୁଖ ପ୍ରସଙ୍ଗ ଡାଟା ମୂଲ୍ୟ ଉପରେ ନିର୍ଭର କରିଥାଏ। ଏହା ମଧ୍ୟରେ ନେଟଓ୍ବର୍କର ଢାଞ୍ଚା, ମୋବାଇଲ ଡାଟା ଉପରେ ଭରଷା, ଡାଟା ଚାହିଦା ଏବଂ ଉପଭୋକ୍ତାଙ୍କ ଆୟ ସାମିଲ ରହିଛି। ୨୦୨୫ ସୁଦ୍ଧା ଭାରତରେ ପ୍ରତି ବ୍ୟକ୍ତିଙ୍କ ମାସିକ ଡାଟା ଚାହିଦା ୨୫ ଜିବିକୁ ବଢିବ ବୋଲି ଆକଳନ କରାଯାଇଛି। ଗତ ୫ ବର୍ଷ ମଧ୍ୟରେ ଭାରତରେ ଡାଟା ଦର ଲଗାତର କମିଥିବା ଜଣାପଡିଛି। ୨୦୧୫ ପର୍ଯ୍ୟନ୍ତ ଡାଟା ଦର ବହୁ ଉଚ୍ଚରେ ରହିଥିଲା। ୨୦୧୬ରେ ଜିଓ ବଜାରରେ ପ୍ରବେଶ କରିବା ଯୋଗୁ ଡାଟା ଦରରେ ବିଶେଷ ହ୍ରାସ ଦେଖାଗଲା। ଜିଓ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଇ ଭାରତର ଅନ୍ୟ ଟେଲିକମ କମ୍ପାନୀଗୁଡିକ ଡାଟା ଦର କମାଇ ଦେଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ସ୍ତ୍ରୀ ଆଗରେ ମହିଳାଙ୍କୁ କଲେ ବଳାତ୍କାର, ନଗ୍ନ ଫଟୋ ଦେଖାଇ ଧର୍ମ ବଦଳାଇବାକୁ କଲେ ବ୍ଲାକମେଲ୍

ନୂଆଦିଲ୍ଲୀ, ୨୨।୪: କର୍ଣ୍ଣାଟକରେ ୨୮ ବର୍ଷ ବୟସ୍କା ବିବାହିତା ମହିଳାଙ୍କୁ କିଛି ବ୍ୟକ୍ତି ତାଙ୍କ ନଗ୍ନ ଫଟୋ ଦେଖାଇ ବ୍ଲାକମେଲ ମାଧ୍ୟମରେ ଇସଲାମ ଧର୍ମ ଗ୍ରହଣ...

ଏମ୍ସ ଡାକ୍ତରଙ୍କ ସହ ୪୦ ମିନିଟ କଥା ହେଲେ କେଜରିଓ୍ବାଲ, ଉଠିଲା ନାହିଁ ଇନସୁଲିନ ପ୍ରସଙ୍ଗ!

ନୂଆଦିଲ୍ଲୀ,୨୧।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏଆଇଆଇଏମଏସର ବରିଷ୍ଠ ଡାକ୍ତରଙ୍କ ସହ ଭିଡିଓ ପରାମର୍ଶର ସୁବିଧା ଦିଆଯାଇଥିଲା। ଯେଉଁଥିରେ ତାଙ୍କୁ ନିଶ୍ଚିତ କରାଯାଇଥିଲା ଯେ ତାଙ୍କ...

ଓଡ଼ିଶାର ୪ ନଦୀରେ ପାଣି ନାହିଁ

ନୂଆଦିଲ୍ଲୀ,୮ା୪:ଦକ୍ଷିଣ ଓଡ଼ିଶାରେ ପ୍ରବାହିତ ୪ଟି ନଦୀ ଏବେ ଶୁଖିଲା ପଡ଼ିଥିବା କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି)ଙ୍କ ତଥ୍ୟରୁ ଜଣାପଡ଼ିଛି। ଗ୍ରୀଷ୍ମ ଆରମ୍ଭରୁ ରାଜ୍ୟରେ ତାପମାତ୍ରା ଅସହ୍ୟ...

ଚଳିତ ଆର୍ଥିକବର୍ଷର କାରବାର ଶେଷ, ସେନ୍‌ସେକ୍ସ ୭୪,୦୦୦ ନିକଟବର୍ତ୍ତୀ

ନୂଆଦିଲ୍ଲୀ,୨୯।୩: ଚଳିତ ଆର୍ଥିକ ବର୍ଷର ଅବଧି ଶେଷ ପୂର୍ବରୁ ଘରୋଇ ଶେୟାର ବଜାରର କାରବାର ଗୁରୁବାର ଶେଷ ହୋଇଛି। ବିଶେଷକରି ୨୦୨୩-୨୪ ଆର୍ଥିକ ବର୍ଷ (...

କେଜରିଓ୍ବାଲ କିଙ୍ଗପିନ, ସିସୋଡିଆ ମୁଖ୍ୟ ଷଡଯନ୍ତ୍ରକାରୀ: ଇଡି

ନୂଆଦିଲ୍ଲୀ,୨୨।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗୁରୁବାର (୨୧ ମାର୍ଚ୍ଚ ୨୦୨୪) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ମଦ ନୀତିରେ...

୨୦ ଲକ୍ଷ ଟଙ୍କା ହଡ଼ପ କରିନେଲେ ବିଇଓ

ଦାରିଙ୍ଗବାଡି,୨୦।୩(ଅରୁଣ ସାହୁ): ଶିକ୍ଷକ ନ୍ୟାଶନାଲ ପେନସନ ସିଷ୍ଟମର ୨୦ ଲକ୍ଷ ହଡପ କରି ବିଇଓ ରସାନନ୍ଦ କର ଏବେ ଭିଜିଲାନ୍ସ ମାମଲାରେ ଛନ୍ଦି ହୋଇଯାଇଛନ୍ତି। ଦାରିଙ୍ଗବାଡି...

ନିଜେ ନିଜର ମଜା ଉଡାଇଲେ ଅଶ୍ୱିନ, କହିଲେ-ଏତେ ବର୍ଷ ପରେ ବି ସୁଧାର ନାହିଁ…

ନୂଆଦିଲ୍ଲୀ,୧୩।୩: ନିକଟରେ ଭାରତୀୟ ଟିମ୍‌ର ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିଜର ୫୦୦ ଉଇକେଟ ପୂରଣ ସହ ୧୦୦ତମ ଟେଷ୍ଟ ଖେଳିବାର ଗୌରବ ହାସଲ କରିଛନ୍ତି।...

ଧର୍ମଶାଳାରେ ଡେବ୍ୟୁ କରିବେ ୮ ଖେଳାଳି 

ନୂଆଦିଲ୍ଲୀ,୫।୩: ଧର୍ମଶାଳାର ଏଚ୍‌ପିସିଏ ଷ୍ଟାଡିୟମରେ ମାର୍ଚ୍ଚ ୭ରୁ ଭାରତ-ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ଅନ୍ତିମ ମୁକାବିଲା ଖେଲାଯିବ। ଏହି ମ୍ୟାଚ୍‌ରେ ବିଜେତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri