Posted inUncategorized

ଏହି ଦେଶରେ ୧ ଜିବି ଡାଟା ପାଇଁ ଦେବାକୁ ପଡେ ୨୦୫୩ ଟଙ୍କା

ବିଶ୍ୱର ସବୁଠାରୁ ଶସ୍ତା ମୋବାଇଲ ଡାଟା ଭାରତରେ ମିଳୁଛି। ଅର୍ଥାତ ମୋବାଇଲ ଇଣ୍ଟରନେଟ ବ୍ୟବହାର ଲାଗି ଲୋକଙ୍କୁ ସ୍ବଳ୍ପ ଅର୍ଥ ଖର୍ଚ୍ଚ କରିବାକୁ ପଡୁଛି। ଭାରତରେ ୧ ଜିବି ଡାଟାର ହାରାହାରି ମୂଲ୍ୟ ୦.୦୯ ଡଲାର(୬.୭୫ ଟଙ୍କା) ରହିଛି ବୋଲି ନିକଟରେ ପ୍ରକାଶିତ ଏକ ରିପୋର୍ଟରେ ପ୍ରକାଶ ପାଇଛି। ଜାଣି ଆଶ୍ଚର୍ଯ୍ୟ ହେବେ ଦୁନିଆରେ ଏମିତି କିଛି ଦେଶ ଅଛି ଯେଉଁ ଠାରେ ଡାଟା ଲାଗି ଲୋକଙ୍କୁ ବୃହତ୍ତ ପରିମାଣର ଅର୍ଥ ଖର୍ଚ୍ଚ କରିବାକୁ ପଡିଥାଏ। ରିପୋର୍ଟ ମୁତାବକ ମଲାଓ୍ବି ନାମକ ଦେଶରେ ଡାଟା ଦର ସବୁ ଠାରୁ ମହଙ୍ଗା। ଏହି ଦେଶଟି ପୂର୍ବ ଆଫ୍ରିକାର ଏକ ଦେଶ। ଏଠାରେ ୧ ଜିବି ଡାଟା ଲାଗି ଲୋକଙ୍କୁ ୨୭.୪୧ ଡଲାର (୨,୦୫୩ ଟଙ୍କା) ଦେବାକୁ ପଡୁଛି। ସେହି ଭଳି ସବୁଠାରୁ ମହଙ୍ଗା ଡାଟା ରହିଥିବା ଅନ୍ୟ ଦେଶ ଗୁଡିକ ମଧ୍ୟରେ ବେନିନ(୨୦୩୯ ଟଙ୍କା),ଚାଡ(୧୭୪୮ ଟଙ୍କା) , ୟେମେନ(୧୧୯୭ ଟଙ୍କା) ଏବଂ ବୋସ୍ତଓ୍ବାନାରେ(୧୦୯୩ ଟଙ୍କା) ରହିଛି। ୧୫୫ ଦେଶକୁ ଏହି ସର୍ଭେରେ ସାମିଲ କରାଯାଇଛି। ୧ ଜିବି ପିଛା ସବୁଠାରୁ ଶସ୍ତା ଡାଟା ମିଳୁ ଥିବା ଅନ୍ୟ ଦେଶ ଗୁଡିକ ମଧ୍ୟରେ ଇସ୍ରାଏଲ(୮.୨୪ ଟଙ୍କା), କିର୍ଗିସ୍ତାନ (୧୫.୭୪ ଟଙ୍କା), ଇଟାଲୀ( ୩୨.୨୨ ଟଙ୍କା) ଏବଂ ୟୁକ୍ରେନ (୩୪.୪୭ ଟଙ୍କା) ରହିଛି। ରିପୋର୍ଟ ମୁତାବକ ୪ଟି ପ୍ରମୁଖ ପ୍ରସଙ୍ଗ ଡାଟା ମୂଲ୍ୟ ଉପରେ ନିର୍ଭର କରିଥାଏ। ଏହା ମଧ୍ୟରେ ନେଟଓ୍ବର୍କର ଢାଞ୍ଚା, ମୋବାଇଲ ଡାଟା ଉପରେ ଭରଷା, ଡାଟା ଚାହିଦା ଏବଂ ଉପଭୋକ୍ତାଙ୍କ ଆୟ ସାମିଲ ରହିଛି। ୨୦୨୫ ସୁଦ୍ଧା ଭାରତରେ ପ୍ରତି ବ୍ୟକ୍ତିଙ୍କ ମାସିକ ଡାଟା ଚାହିଦା ୨୫ ଜିବିକୁ ବଢିବ ବୋଲି ଆକଳନ କରାଯାଇଛି। ଗତ ୫ ବର୍ଷ ମଧ୍ୟରେ ଭାରତରେ ଡାଟା ଦର ଲଗାତର କମିଥିବା ଜଣାପଡିଛି। ୨୦୧୫ ପର୍ଯ୍ୟନ୍ତ ଡାଟା ଦର ବହୁ ଉଚ୍ଚରେ ରହିଥିଲା। ୨୦୧୬ରେ ଜିଓ ବଜାରରେ ପ୍ରବେଶ କରିବା ଯୋଗୁ ଡାଟା ଦରରେ ବିଶେଷ ହ୍ରାସ ଦେଖାଗଲା। ଜିଓ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଇ ଭାରତର ଅନ୍ୟ ଟେଲିକମ କମ୍ପାନୀଗୁଡିକ ଡାଟା ଦର କମାଇ ଦେଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁବୁଠି ଉଡ଼ିଲା ତ୍ରିରଙ୍ଗା

ଲାଞ୍ଜିଗଡ,୧୬।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ସ୍ଥାନରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଲାଞ୍ଜିଗଡ଼ ଯୁବକ ସଂଘ…

ସିଜିମାଲି ପାହାଡ଼ରେ ଉଡ଼ିଲା ତ୍ରିରଙ୍ଗା

କଲ୍ୟାଣସିଂହପୁର,୧୫।୮(ଦୀପକ କୁମାର ପରିଡ଼ା): ବହୁ ଚର୍ଚ୍ଚିତ ସିଜିମାଲି ଅଞ୍ଚଳରେ ‘ମା’ ମାଟି ମାଳି ସୁରକ୍ଷା ମଞ୍ଚ’ ଆନୁକୂଲ୍ୟରେ ୮୦ତମ ସ୍ବଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ…

ଖୋର୍ଦ୍ଧାରେ ପତାକା ଉତ୍ତୋଳନ କଲେ ଜିଲାପାଳ

ଖୋର୍ଦ୍ଧା,୧୫।୮: ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ୮୦ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ବିଜେବି ହାଇସ୍କୁଲ ଖେଳପଡିଆରେ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ଜଲାପାଳ ଅମ୍ରିତ ଋତୁରାଜ…

କେସିଙ୍ଗାରେ ପାଳିତ ହେଲା ୮୦ ତମ ସ୍ବାଧୀନତା ଦିବସ

କେସିଙ୍ଗା,୧୫।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନଏସି କାର୍ଯ୍ୟାଳୟରେ ଅଧ୍ୟକ୍ଷ ନୃପରାଜ ଯାଦବ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେହିପରି ବିଦ୍ୟାପୀଠ ଖେଳ ପଡିଆରେ ନାଗରିକକମିଟି ପକ୍ଷରୁ…

୪୯ ନମ୍ବର ଜାତୀୟ ରାଜପଥରେ ଭୂସ୍ଖଳନ, ଯାତାୟାତ ବାଧାପ୍ରାପ୍ତ

କେନ୍ଦୁଝର,୧୫।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ୪୯ ନମ୍ବର ଜାତୀୟ ରାଜପଥ କାଞ୍ଜିପାଣି ଥାନା ଅନ୍ତର୍ଗତ କାଞ୍ଜିପାଣି ଘାଟି ଓ…

ବ୍ରିଜ୍‌ ଉପରେ ସେଲ୍‌ଫି ନେଉନେଉ ନଦୀକୁ ଖସିପଡ଼ିଲେ ଯୁବତୀ, ଆଉ ତା’ ପରେ…

ବଲାଙ୍ଗୀର/ସଇଁନ୍ତଳା,୧୫ା୮(ସୁନିଲ କୁମାର ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁନ୍ତଳା ଥାନା ଅନ୍ତର୍ଗତ ବେଲଗାଁ ବ୍ରିଜ ଉପରେ ଜଣେ ଯୁବତୀ ସେଲ୍‌ଫି ନେଉଥିଲେ। ଏହି ସମୟରେ ହଠାତ୍‌…

ସୁଭଦ୍ରା ସହ ମଧୁବାବୁ ପେନସନ୍ ଯୋଜନାରେ ମିଳିବ ଅଧିକ ଲାଭ, ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…

ଭୁବନେଶ୍ୱର,୧୫।୮: ୮୦ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସାମିଲ ଅଛି ସୁଭଦ୍ରା ଯୋଜନାଠୁ ନେଇ…

ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri