ଏହା ହେଉଛି ଶୀଘ୍ର ବୁଢ଼ା ହେବାର କାରଣ, ଏଡ଼ାଇବାର ସହଜ ଉପାୟ ଜାଣନ୍ତୁ…

ଚନ୍ଦ୍ରଗୁପ୍ତ ମୋର୍ଯ୍ୟ ଜଣେ ସାଧାରଣ ବାଳକ ଥିଲେ। ହେଲେ ତାଙ୍କୁ ଅଖଣ୍ଡ ଭାରତର ସମ୍ରାଟ କରିଥିଲେ ଆଚାର୍ଯ୍ୟ ଚାଣକ୍ୟ। ତାଙ୍କ ନୀତି ଶାସ୍ତ୍ର ଅନେକ ଜ୍ଞାନର ଭଣ୍ଡାର। ମଣିଷ ଜୀବନରେ ଏହି ନୀତିର ବ୍ୟବହାର ଫଳରେ ସର୍ବଦା ସୁଖ, ସ୍ବାଚ୍ଛନ୍ଦ୍ୟ, ଧନ, ସମ୍ମାନ, ଯୌବନ ଆଦି ରହିବ ବୋଲି ମତ ରହିଛି।

ଚାଣକ୍ୟ ନିଜର ନୀତି ଶାସ୍ତ୍ରର ଚତୁର୍ଥ ଅଧ୍ୟାୟର ୧୭ନଂ ଶ୍ଳୋକରେ ମହିଳା ଏବଂ ପୁରୁଷମାନଙ୍କର ବୃଦ୍ଧ ହେବା ପଛର କାରଣ ଦର୍ଶାଇଛନ୍ତି।

अध्वा जरा मनुष्याणां वाजिनां बंधनं जरा ।

अमैथुनं जरा स्त्रीणां वस्त्राणामातपं जरा ।।

ଏହି ଶ୍ଳୋକରେ ଚାଣକ୍ୟ କହିଛନ୍ତି, ସର୍ବଦା ଖାଲି ପାଦରେ ଚାଲୁଥିବା ଅର୍ଥାତ ଭ୍ରମଣ କରୁଥିବା ବ୍ୟକ୍ତି ଶିଘ୍ର ବୁଢ଼ା ହୋଇଥାନ୍ତି। କାରଣ ଅଧିକ ଚାଲିଲେ ଶରୀର ଥକି ଯାଇଥାଏ। ଯଦି କାହାକୁ ଯୁବାବସ୍ଥାରେ ରହିବାକୁ ଇଚ୍ଛା, ତେବେ ସେ ଅଧିକ ଚାଲନ୍ତୁ ନାହିଁ।

-ଚାଣକ୍ୟ କହିଛନ୍ତି ଘୋଡ଼ାକୁ ଯଦି ସବୁବେଳେ ବାନ୍ଧିକରି ରଖାଯିବ ତେବେ ସେ ଶୀଘ୍ର ବୁଢ଼ା ହୋଇଯିବ। କାରଣ ବାନ୍ଧିକରି ରଖିଲେ ଘୋଡ଼ାର ଶକ୍ତି କମିଯାଇଥାଏ। ଏଣୁ ଘୋଡ଼ାକୁ ଖୋଲା ରଖିବା ଉଚିତ।

– ସ୍ବାମୀଙ୍କ ସହ ପ୍ରଣୟ ନ କଲେ ସ୍ତ୍ରୀମାନେ ଶୀଘ୍ର ବୁଢ଼ୀ ହେଇଯାନ୍ତି। ଏଣୁ ସେମାନଙ୍କୁ ଏହା କରିବା ଉଚିତ।

-ସେହିଭଳି ଅନ୍ୟ ଏକ ଉଦାହରଣରେ ସେ କହିଛନ୍ତି, କୌଣସି ପୋଷାକକୁ ଅଧିକ ସମୟ ପର୍ଯ୍ୟନ୍ତ ଖରାରେ ରଖିବା ଉଚିତ ନୁହେଁ। ଏହାଦ୍ୱାରା ପୋଷାକ ପୁରୁଣା ହୋଇଯାଏ। ପୋଷାକର ରଙ୍ଗ ଉଡିଯାଏ। ରଙ୍ଗହୀନ ପୋଷାକ ଶିଘ୍ର ପୁରୁଣା ହୋଇଯିବା ଭଳି ଲାଗେ।


Enter your email to get our daily news in your inbox.

All Right Reserved By Dharitri.Com

ଅକାଳ ବାର୍ଦ୍ଧକ୍ୟଠାରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ସକାଳେ ପିଅନ୍ତୁ ଏହି ରସ…

ସପୁରୀ କେବଳ ସୁସ୍ବାଦୁ ନୁହେଁ ଏହା ଔଷଧୀୟ ଗୁଣରେ ମଧ୍ୟ ଭରପୁର। ସପୁରୀରେ ଭିଟାମିନ ବି-୧, ବି-୨, ବି-୩, ବି-୫, ଭିଟାମିନ-ସି ପ୍ରଚୁର ପରିମାଣରେ ଅଛି।...

କୋଲେଷ୍ଟରଲ୍‌ସ୍ତର କମାଏ ଏହି ଜୁସ୍‌…

ଗହମ ଗଛରୁ ପ୍ରସ୍ତୁତ ଜୁସ୍‌ ପିଇଲେ ଶରୀରର ଅନେକ ଉପକାର ହୋଇଥାଏ। ଏଥିରେ ପ୍ରଚୁର ପରିମାଣରେ କ୍ଲୋରୋଫିଲ୍‌ ରହିଥାଏ। ରକ୍ତହୀନତା ରୋଗୀ ଏହାକୁ ନିୟମିତ ପାନ...

ଶୀତଦିନେ କାହିଁକି ବଢ଼େ ମାନସିକ ଅବସାଦ…

ଶୀତଦିନେ କେତେକଙ୍କଠାରେ ମାନସିକ ଅବସାଦ ବୃଦ୍ଧି ପାଉଥିବାର ଦେଖିବାକୁ ମିଳିଥାଏ। ଏହି ସମୟରେ ପରିବେଶ ଥଣ୍ଡା ରହିବା ଯୋଗୁ ଶରୀରରେ କ୍ଷରଣ ହେଉଥିବା କେତେକ ହରମୋନ୍‌...

ପ୍ରୋଷ୍ଟେଟ୍‌ କ୍ୟାନ୍‌ସରରୁ ଦୂରେଇ ରହିବା ପାଇଁ ଦିନରେ ୩ ଥର ପିଅନ୍ତୁ ଏହାକୁ…

ନିୟମିତ ଗ୍ରୀନ୍‌ ଟି ପିଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ। ଦିନକୁ ୩ ଥର ଗ୍ରୀନ୍‌ ଟି ପିଇବା ଦ୍ୱାରା ପୁରୁଷମାନଙ୍କଠାରେ ଦେଖା ଦେଉଥିବା ପ୍ରୋଷ୍ଟେଟ୍‌...

ପିଅନ୍ତୁ ନିମ୍ବ ଚା’

ଥଣ୍ଡାଦିନେ ଚା’ ପିଇବାକୁ ଅନେକ ପସନ୍ଦ କରିଥାଆନ୍ତି । ହେଲେ ନିମ୍ବ ଚା’ ନାଁ ଶୁଣିଲେ ଅନେକ ଲୋକ ନାକ ଟେକି ଥାଆନ୍ତି । ଏହାର...

ଜିରାର ଉପକାରିତା

ଜିରା କେବଳ ଖାଦ୍ୟର ସ୍ବାଦ ବୃଦ୍ଧି କରିଥାଏ ତାହା ନୁହେଁ, ଏଥିରେ ଭରି ରହିଥିବା ବହୁ ଔଷଧୀୟ ଗୁଣ ଅନେକ ରୋଗରୁ ମଧ୍ୟ ଆମକୁ ମୁକ୍ତି...

ପ୍ରକୃତିର ବରଦାନ: ମା’ର ଖାଦ୍ୟ

ମା’ କ୍ଷୀର ଶିଶୁ ପାଇଁ ସର୍ବୋତ୍ତମ। ଏ ସମ୍ପର୍କରେ ବିଶ୍ୱବ୍ୟାପୀ ପ୍ରସାର କରିବା ପାଇଁ ୧୯୯୧ ମସିହା ଫେବୃୟାରୀ ୧୪ରେ ଓ୍ବାଲର୍‌ଡ ଆଲିଆନ୍ସ ଫର୍‌ ବ୍ରେଷ୍ଟ...

ମେଦବହୁଳତା ନିୟନ୍ତ୍ରଣ ଲାଗି ସଚେତନତା ଜରୁରୀ

ମେଦବହୁଳତା ଯୋଗୁ ବର୍ତ୍ତମାନ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଉଛି। ଏହି ସମସ୍ୟାଠାରୁ ଯୁବବର୍ଗ ମଧ୍ୟ ବର୍ତ୍ତି ନାହାନ୍ତି। ସାରା ବିଶ୍ୱରେ ମେଦବହୁଳ ରୋଗୀଙ୍କ ସଂଖ୍ୟା ଦ୍ରୁତଗତିରେ...

Advertisement
Archives

Model This Week