ରାସ୍ତା ଏବେ ବି ଆହ୍ବାନପୂର୍ଣ୍ଣ

ନୂଆଦିଲ୍ଲୀ: ପରୋକ୍ଷ ଟିକସ ବ୍ୟବସ୍ଥାରେ ଐତିହାସିକ ସୁଧାର କୁହାଯାଉଥିବା ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) କାର୍ଯ୍ୟକାରୀ ହେବାର ୪ର୍ଥ ବର୍ଷ ପୂରଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ୨୦୧୭ ଜୁଲାଇ ପହିଲାରେ ଏହି ନୂଆ ଟିକସ ବ୍ୟବସ୍ଥା ଲାଗୁ କରାଇଥିଲେ। ଜିଏସ୍‌ଟିର ୪ର୍ଥ ବର୍ଷ ପୂର୍ତ୍ତି ପାଳନ ହେଉଥିବା ବେଳେ ଏହା
ସାମ୍ନାରେ ରାସ୍ତା ବର୍ତ୍ତମାନ ବି ଆହ୍ବାନପୂର୍ଣ୍ଣ ରହିଛି।

ଜିଏସ୍‌ଟିର ୪ର୍ଥ ପୂର୍ତ୍ତି

୫ ପ୍ରମୁଖ ଲକ୍ଷ୍ୟ ନେଇ ଜିଏସ୍‌ଟି କାର୍ଯ୍ୟକାରୀ କରାଯାଇଥିଲା। ଦରଦାମ ବୃଦ୍ଧି ଉପରେ ଲଗାମ, ଅନୁପାଳନ ବୋଝ କମ୍‌ କରିବା, ଟିକସ ଚୋରି ରୋକିବା, ଜିଡିପି ଅଭିବୃଦ୍ଧିରେ ବୃଦ୍ଧି ଏବଂ ଟିକସ ସଂଗ୍ରହ ବଢାଇବା ଲକ୍ଷ୍ୟ ରହିଥିଲା। ମାତ୍ର ଏହି ପ୍ରମୁଖ ଦିଗଗୁଡିକୁ ବିଚାର କଲେ ସରକାରଙ୍କ ସାମ୍ନାରେ ଅନେକ ଆହ୍ବାନ ରହିଛି। ସମ୍ପୂର୍ଣ୍ଣ ଲକ୍ଷ୍ୟ ହାସଲ କରିବାକୁ ସରକାର ଏଯାଏ ସକ୍ଷମ ହୋଇନାହାନ୍ତି। ଦରଦାମ ଉପରେ ସାମାନ୍ୟ ଆଶ୍ୱସ୍ତି ମିଳିଥିବା ବେଳେ ଲକ୍ଷ୍ୟ ସମ୍ପୂର୍ଣ୍ଣ ଦୂରରେ ରହିଛି। ସେହିଭଳି ଜିଏସ୍‌ଟି ଠକେଇ ଉପରେ ଲଗାମ ଲାଗିପାରିନାହିଁ।

ଜିଡିପିକୁ ଝଟକା
ଜିଏସ୍‌ଟି କାର୍ଯ୍ୟକାରୀ ହେବା ପରେ ଜିଡିପି ୨% ବଢିବ ବୋଲି କୁହାଯାଇଥିଲା। ଆର୍ଥତ୍କ ବର୍ଷ ୨୦୨୦-୨୧ରେ ଜିଡିପି -୭.୩% ରହିଛି। ୨୦୧୯-୨୦ରେ ଜିଡିପି ୪.୨% ଥିଲା। ସେହିଭଳି ୨୦୧୭-୧୮ରେ ୭.୨% ଏବଂ ୨୦୧୮-୧୯ରେ ଜିଡିପି ୬.୮% ସ୍ତରରେ ରହିଥିଲା।

ଟିକସ ସଂଗ୍ରହ ଲକ୍ଷ୍ୟଠାରୁ ପଛରେ
ଜିଏସ୍‌ଟି କାର୍ଯ୍ୟକାରୀ ହେବା ସମୟରେ ପ୍ରତି ମାସରେ ୧.୫ ଲକ୍ଷ ଟଙ୍କାର ଟିକସ ସଂଗ୍ରହ ହେବ ବୋଲି ଆଶା କରାଯାଇଥିଲା। ଅଦ୍ୟାବଧି ଏହି ଲକ୍ଷ୍ୟ ବର୍ତ୍ତମାନ ଯାଏ ପୂରଣ ହୋଇପାରିନାହିଁ। ଲକ୍ଷ୍ୟ ହାସଲ କରିବାକୁ ଅନେକ ଚେଷ୍ଟା ସତ୍ତ୍ୱେ ମଧ୍ୟ ଏହା ହାସଲ ହୋଇପାରିନାହିଁ।

ଟେକ୍ନୋଲୋଜି ସମସ୍ୟା
ଜିଏସ୍‌ଟି କାର୍ଯ୍ୟକାରୀ ହେବା ପରଠାରୁ ଟେକ୍ନୋଲୋଜି ସମସ୍ୟା ଭାବେ ଉଭା ହୋଇଛି। ବର୍ତ୍ତମାନ ମଧ୍ୟ ଏହାକୁ ନେଇ ଲୋକମାନେ ସମ୍ପୂର୍ଣ୍ଣ ଭାବେ ଆଶ୍ୱସ୍ତି ଲାଭ କରିବାକୁ ସକ୍ଷମ ହୋଇନାହାନ୍ତି। ଏହାକୁ ଆହୁରି ସରଳକରିବା ଲାଗି ଆଗାମୀ ଦିନରେ ମଧ୍ୟ ସରକାର କାର୍ଯ୍ୟକ୍ରମ ଜାରି ରଖିବେ ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି। ଏହା ହେଲେ ଯାଇ ଯେଉଁ ଲକ୍ଷ୍ୟ ନେଇ ଜିଏସ୍‌ଟି କାର୍ଯ୍ୟକାରୀ କରାଯାଇଥିଲା ତାହା ପୂରଣ ହୋଇପାରିବ।
ଗତ ୪ ବର୍ଷରେ ଜିଏସ୍‌ଟି ଅନେକ ଉତ୍ଥାନ ପତନ ଦେଇ ଗତି କରିଛି। କେନ୍ଦ୍ର ଏବଂ ରାଜ୍ୟ ସ୍ତରରେ ଲାଗୁ ହୋଇଥିବା ପ୍ରାୟ ୧୭ ଟିକସ ଏହା ମଧ୍ୟରେ ବିଲୀନ ହୋଇଛି। ଫଳରେ ସାରା ଦେଶରେ ଏକ ପ୍ରକାର ଟିକସ ପରୋକ୍ଷ ବ୍ୟବସ୍ଥା ଲାଗୁ ହୋଇପାରିଛି। ପୂର୍ବରୁ ଭାଟ୍‌ ଭାବେ ୧୪.୫%, ଉତ୍ପାଦ ଶୁଳ୍କ ଭାବେ ୧୨.୫% ଦେବାକୁ ପଡୁଥିବା। ଏହାବାଦ ଅନ୍ୟାନ୍ୟ ଟିକସ ମଧ୍ୟ ରହିଥିଲା।

୬୬ କୋଟି ରିଟର୍ନ ଫାଇଲ୍‌

ଗତ ୪ ବର୍ଷ ମଧ୍ୟରେ ସାମଗ୍ରୀ ଓ ସେବା ଟିକସ ବ୍ୟବସ୍ଥା(ଜିଏସ୍‌ଟି)ରେ ୬୬ କୋଟି ରିଟର୍ନ ଫାଇଲ କରାଯାଇଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ମନ୍ତ୍ରଣାଳୟ କହିଛି, ନୂଆ ପରୋକ୍ଷ ଟିକସ ବ୍ୟବସ୍ଥା ଯୋଗୁ ଟିକସ ହାର କମିବା ସହ ଅନୁପାଳନ ବଢିଛି। ପରୋକ୍ଷ ଟିକସ ବ୍ୟବସ୍ଥାରେ ଆଞ୍ଚଳିକ ସ୍ତରର ୧୭ ପ୍ରକାର ଟିକସ ଏବଂ ୧୩ ସେସ୍‌ ବିଲୀନ ହୋଇଛି। ମନ୍ତ୍ରଣାଳୟ ସିରିଜ ଟୁଇଟରେ କହିଛି, ଅନୁପାଳନକୁ ସରଳୀକରଣ କରିବା ଏବଂ କୋଭିଡ୍‌ ସମୟରେ ବିଜ୍‌ନେସକୁ ସୁବିଧା ହେବା ଭଳି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ବାର୍ଷିକ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାରବାର କରୁଥିବା ବିଜ୍‌ନେସଗୁଡିକୁ ଟିକସ ଛାଡ଼ କରାଯାଇଛି। ୧.୫ କୋଟି ଟଙ୍କାର କାରବାର ଥିବା ବିଜ୍‌ନେସ କମ୍ପୋଜିଶନ ସ୍କିମ୍‌ ଚୟନ କରିବା ସହ ମାତ୍ର ୧% ଟିକସ ଦେଇପାରିବେ। ସେବା କ୍ଷେତ୍ରରେ ବାର୍ଷିକ ୨୦ ଲକ୍ଷ ଟଙ୍କାର କାରବାର କରୁଥିବା ବିଜ୍‌ନେସକୁ ଜିଏସ୍‌ଟି ପରିସରରୁ ବାଦ୍‌ ଦିଆଯାଇଛି। ୫୦ ଲକ୍ଷ ଟଙ୍କାର କାରବାର ଥିବା ଯୋଗାଣକାରୀ କମ୍ପୋଜିଶନ ସ୍କିମ୍‌ ଚୟନ କରି ୬% ଟିକସ ଦେଇପାରିବେ।
ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ୧.୩ କୋଟି ଟିକସଦାତା ଜିଏସ୍‌ଟି ବ୍ୟବସ୍ଥାରେ ପଞ୍ଜୀକୃତ ହୋଇଛନ୍ତି।
ଜିଏସ୍‌ଟି ବ୍ୟବସ୍ଥାରେ ବିତ୍ତୀୟ ସଂଘୀୟବାଦକୁ ଗୁରୁତ୍ୱ ଦିଆଯାଉଛି। ସେହିଭଳି ଅର୍ଥମନ୍ତ୍ରଣାଳୟ ୫୪,୪୩୯ ଟିକସଦାତାଙ୍କୁ ପ୍ରଂଶସାପତ୍ର ପ୍ରଦାନ କରିଛି।

 

ଜିଏସ୍‌ଟି ଆସିବା ପରେ ଦୈନଦିନ ଜୀବନରେ ଅନେକ ସାମଗ୍ରୀ ଉପରେ ଲାଗୁ ହେଉଥିବା ଟିକସ ହାରରେ ପରିବର୍ତ୍ତନ ଦେଖାଯାଇଛି। ଦେଶର ଅର୍ଥନୈତିକ ଦୃଶ୍ୟପଟରେ ଜିଏସ୍‌ଟି ଏକ ବିରାଟ ମାଇଲଖୁଣ୍ଟ ।
ଜିଏସ୍‌ଟି ଯୋଗୁ ଟିକସ ସଂଖ୍ୟା ହ୍ରାସ, ଅନୁପାଳନ ବୋଝ ଲାଘବ ଏବଂ ସାଧାରଣ ଲୋକଙ୍କ ଉପରେ ଟିକସ ବୋଝ କମିଥିବା ବେଳେ ଟିକସ ସଂଗ୍ରହ ଉନ୍ନତି ହୋଇଛି।
– ନରେନ୍ଦ୍ର ମୋଦି, ପ୍ରଧାନମନ୍ତ୍ରୀ

ଟିକସ ହାର କମିବା ଯୋଗୁ ଲୋକମାନେ ଟିକସ ପ୍ରଦାନ ଦିଗରେ ଯୋଗଦାନ ରଖୁଛନ୍ତି। ପୂର୍ବ ତୁଳନାରେ ଲୋକଙ୍କୁ ବର୍ତ୍ତମାନ ୧୧% ଟିକସ ଦେବାକୁ ପଡୁଛି। ଟିକସ ଟେକ୍ନୋଲୋଜି ଭିତ୍ତିକ ହୋଇଥିବାରୁ ଭାରତ ବର୍ତ୍ତମାନ ଏକକ ବଜାର ହୋଇପାରିଛି।
– ନିର୍ମଳା ସୀତାରାମନ, ଅର୍ଥମନ୍ତ୍ରୀ


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମଧ୍ୟରେ ବଡ଼ ଆଶ୍ୱସ୍ତି: କମିଲା ଚିନି ଦର, ଜାଣନ୍ତୁ କେତେ…

ନୂଆଦିଲ୍ଲୀ, ୩୧।୮: ବଢ଼ୁଥିବା ମହଙ୍ଗା ମଧ୍ୟରେ ଚିନି ଦରକୁ ନେଇ ଚିନ୍ତିତ ଥିବା ଲୋକଙ୍କ ପାଇଁ ଆସିଛି ଆଶ୍ୱସ୍ତିର ଖବର। ମିଲ୍‌ରୁ ବାହାରୁଥିବା ଚିନିର ଦାମ ଅର୍ଥାତ୍‌…

ଦୌଡୁଛି ଭାରତୀୟ ଅର୍ଥନୀତି: ପ୍ରଥମ ତ୍ରୈମାସିକରେ GDP ଅଭିବୃଦ୍ଧି ଆଶ୍ଚର୍ଯ୍ୟଜନକ

ନୂଆଦିଲ୍ଲୀ,୩୧।୮: ଆମେରିକା-ଇରାନ ବିବାଦରୁ ସୃଷ୍ଟି ହୋଇଥିବା ବିଶ୍ୱ ଉତ୍ତେଜନା ମଧ୍ୟରେ ଭାରତୀୟ ଅର୍ଥନୀତି ପ୍ରଭାବଶାଳୀ ପ୍ରଦର୍ଶନ କରିଛି। ୨୦୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଭାରତର GDP…

ପେନଶନ ବନ୍ଦ ଚର୍ଚ୍ଚା ଭିତରେ ଆସିଲା ଅପଡେଟ୍‌; ରିଟାୟର୍ଡ କର୍ମଚାରୀଙ୍କ ପାଇଁ ବଡ଼ ଖବର

ନୂଆଦିଲ୍‌ୀ,୩୦।୮: ୮ମ ବେତନ ଆୟୋଗ (8th Pay Commission) କୁ ନେଇ ସୋସିଆଲ ମିଡିଆରେ ଚାଲିଥିବା ଏକ ଖବର କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍ସନ୍ଭୋଗୀଙ୍କ ଚିନ୍ତା ବଢ଼ାଇ…

୧ ସେପ୍ଟେମ୍ୱରରୁ ବଦଳିଯିବ LPG ଗ୍ୟାସ ସିଲିଣ୍ଡରର ୭ ବଡ଼ ନିୟମ! Indane, HP ଓ Bharat Gas ଗ୍ରାହକ ସାବଧାନ; କଟିଯିବ ଗ୍ୟାସ କନେକ୍ସନ…

ନୂଆଦିଲ୍ଲୀ,୨୯।୮: ମାସର ପ୍ରଥମ ଦିନ ରୋଷେଇ ଏବଂ ପକେଟ ବଜେଟ ପାଇଁ ବହୁତ ଖାସ ହୋଇଥାଏ। ୧ ସେପ୍ଟେମ୍ୱର ୨୦୨୬ ରୁ ଏଲପିଜି (LPG) ଏବଂ ପିଏନଜିି…

୧ ସେପ୍ଟେମ୍ୱରରୁ ମହଙ୍ଗା ହେବ ଅନଲାଇନ ସପିଂ! ପାର୍ସଲ ପ୍ରତି ଏତେ ବଢିଯିବ ଡେଲିଭରୀ ଚାର୍ଜ

ନୂଆଦିଲ୍ଲୀ,୨୯।୮: ଯଦି ଆପଣ ବି ପାର୍ୱଣ ଋତୁରେ ଅନଲାଇନ ସପିଂ (Online Shopping) କରିବାକୁ ପ୍ରସ୍ତୁତି କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଜରୁରୀ ଖବର। ସେପ୍ଟେମ୍ୱର…

FD ରେ ଟଙ୍କା ରଖୁଛନ୍ତି କି? ସେପ୍ଟେମ୍ୱର ୧ରୁ ବଦଳିବ…

ନୂଆଦିଲ୍ଲୀ,୨୯।୮: ଯଦି ଆପଣ ନିଜର କଷ୍ଟଉପାର୍ଜିତ ଟଙ୍କାକୁ ବ୍ୟାଙ୍କରେ ଫିକ୍ସଡ ଡିପୋଜିଟ (Bank FD) ରେ ନିବେଶ କରିବାକୁ ଭାବୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ…

ସରକାରଙ୍କ ଚେଷ୍ଟା ଫେଲ୍‌! ପିଆଜ ଦର ୮୦ ଟଙ୍କା ପାର୍‌, ଜାଣନ୍ତୁ ନୂଆ ରେଟ୍‌ ଲିଷ୍ଟ

ନୂଆଦିଲ୍ଲୀ,୨୯।୮: ରୋଷେଇ ଘରରେ ପିଆଜ ଦର ପୁଣିଥରେ ସାଧାରଣ ଲୋକଙ୍କ ବଜେଟକୁ ପ୍ରଭାବିତ କରୁଛି। ଦେଶର ଅନେକ ଅଞ୍ଚଳରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖାଦେଇଛି। କିଛି…

ତେଲରେ ମିଶ୍ରଣ ଅଭିଯୋଗରେ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୨୫୭୩ ପେଟ୍ରୋଲ ପମ୍ପ ଉପରେ ଲାଗିଲା ରୋକ, ତାଲିକାରେ…

ନୂଆଦିଲ୍ଲୀ,୨୯।୮: ଦେଶରେ ମିଶ୍ରିତ ପେଟ୍ରୋଲ ବିକ୍ରି କରୁଥିବା ପେଟ୍ରୋଲ ପମ୍ପ ବିରୋଧରେ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଦୀର୍ଘଦିନ ଧରି ପେଟ୍ରୋଲରେ ମିଶ୍ରଣ ଏବଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri