Posted inଖେଳ

ମେସିଙ୍କ ସହ ଗୋଟିଏ ଫଟୋ ଉଠାଇଲେ ଦେବାକୁ ପଡ଼ିବ ଏତିକି ଟଙ୍କା

କୋଲକାତା,୧୩ା୧୨: ଆର୍ଜେଣ୍ଟିନାର ଫୁଟବଲ ସୁପରଷ୍ଟାର ଲିଓନେଲ ମେସି ଶନିବାର ଭାରତ ଆସିଛନ୍ତି। କୋଲକାତା ବିମାନ ବନ୍ଦରରେ ତାଙ୍କୁ ଜୋରଦାର ସ୍ବାଗତ କରାଯାଇଛି। ହେୟାତ ରେଜେନ୍ସିଠାରେ ସକାଳ ୯ଟା ୩୦ରେ ଏକ ମିଟ୍‌ ଆଣ୍ଡ ଗ୍ରୀଟ୍‌ ଇଭେଣ୍ଟରେ ପ୍ରଥମେ ପ୍ରଶଂସକଙ୍କୁ ଭେଟିବେ। ମାତ୍ର ଏହି ଗସ୍ତ ଆୟୋଜନ କରୁଥିବା ‘ଜିଓଏଟି ଇଣ୍ଡିଆ ଟୁର ୨୦୨୫’ ପକ୍ଷରୁ ମେସିଙ୍କ ସହ ଥରେ ହାତ ମିଳାଇବା ଓ ଗୋଟିଏ ଫଟୋ ଉଠାଇବା ପାଇଁ ୧୦ ଲକ୍ଷ ଟଙ୍କାର ପ୍ୟାକେଜ ଘୋଷଣା କରାଯାଇଛି। ତେବେ ତାଙ୍କର ଏହି ଗସ୍ତରେ ମେସି ପ୍ରତିଦ୍ୱନ୍ଦ୍ୱିତାମୂଳକ ଫୁଟବଲ ଖେଳିବେ ନାହିଁ। ୧୪ ବର୍ଷର ବ୍ୟବଧାନ ପରେ ମେସି ଭାରତ ଆସିଛନ୍ତି। ଶେଷ ଥର ୨୦୧୧ରେ ସେ ଭାରତ ଗସ୍ତରେ ଆସି ୮୫ ହଜାର ଦର୍ଶକଙ୍କ ମଧ୍ୟରେ ସଲ୍ଟ ଲେକ ଷ୍ଟାଡିୟମରେ ଆର୍ଜେଣ୍ଟିନା ପାଇଁ ଭେନେଜୁଏଲା ବିପକ୍ଷ ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରିଥିଲେ।
ଆରମ୍ଭ ହେଉଥିବା ତାଙ୍କର ଗସ୍ତ ସମ୍ପୂର୍ଣ୍ଣ ପ୍ରଚାର ଓ ବ୍ୟବସାୟଭିତ୍ତିକ ହେବ। ସେ ଭାରତରେ ୭୨ ଘଣ୍ଟା ବିତାଇବେ। କିନ୍ତୁ ମୁଖ୍ୟତଃ କୋଲକାତା, ହାଇଦ୍ରାବାଦ, ମୁମ୍ବାଇ ଓ ଦିଲ୍ଲୀ ଆଦି ୪ ମେଟ୍ରୋ ସହରରେ ମୁଖ୍ୟମନ୍ତ୍ରୀ, ପ୍ରତିଷ୍ଠିତ କର୍ପୋରେଟ, ବଲିଉଡ୍‌ ସେଲିବ୍ରିଟି ଏବଂ ଏପରି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସେ ଭର୍ଚୁଆଲ ଜରିଆରେ କୋଲକାତାର ସାଉଥ ଦମ୍‌ ଦମ୍‌ରେ ଲେକ୍‌ ଟାଉନଠାରେ ତାଙ୍କର ୭୦ ଫୁଟ ଉଚ୍ଚତା ବିଶିଷ୍ଟ ଲୁହାର ପ୍ରତିମୂର୍ତ୍ତିକୁ ଉନ୍ମୋଚିତ କରିବେ। ଭାରତର ଟେଷ୍ଟ ଓ ଦିନିକିଆ ଅଧିନାୟକ ଶୁବମନ ଗିଲ ଜଣେ ମେସିଙ୍କର ବଡ଼ ପ୍ରଶଂସକ ଏବଂ ସେ ଆସନ୍ତା ୧୪ ତାରିଖରେ ଧର୍ମଶାଳାରେ ମେସିଙ୍କୁ ଭେଟିବେ ବୋଲି ଆଶା କରାଯାଉଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

Ruturaj Gaikwad Net Worth: ୨୯ ବର୍ଷରେ ପଦାର୍ପଣ କଲେ ଋତୁରାଜ ଗାୟକଓ୍ବାଡ, ଜାଣନ୍ତୁ କେତେ ଧନୀ CSK କ୍ୟାପଟେନ

ନୂଆଦିଲ୍ଲୀ,୩୧।୧: ଋତୁରାଜ ଗାୟକୱାଡ ଆଜି ତାଙ୍କର ୨୯ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ଭାରତ ପାଇଁ ODI ଏବଂ T20 ରେ ୩୨ ଟି ଅନ୍ତର୍ଜାତୀୟ ମ୍ୟାଚ…

ଯୋଗାଣ ମନ୍ତ୍ରୀଙ୍କ ବାସଭବନରୁ ସହାୟକଙ୍କ ମୃତ୍ୟୁ ନେଇ ସନ୍ଦେହ: ରାତି ଅଧିଆ ଶବ ବ୍ୟବଛେଦକୁ ନେଇ ଉଠୁଛି ପ୍ରଶ୍ନ

ଭୁବନେଶ୍ୱର,୩୧।୧(ତ୍ରିନାଥ ମହାନ୍ତି): ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ କୃଷ୍ଣ ପାତ୍ରଙ୍କ ସରକାରୀ କ୍ବାର୍ଟରରୁ ଘରୋଥ ସହାୟକଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ସନ୍ଦେହ ବଢିଛି। ଆହୁରି…

T20 World Cup ପାଇଁ ଆରମ୍ଭ ହେଲା କାଉଣ୍ଟ ଡାଉନ, ICC ରିଲିଜ କଲା Anthem song

ନୂଆଦିଲ୍ଲୀ,୩୧।୧: ICC ପୁରୁଷ T20 ବିଶ୍ୱକପ 2026 ଫେବୃଆରୀ ୭ରେ ଆରମ୍ଭ ହେବ। ଶ୍ରୀଲଙ୍କା ଭାରତ ସହିତ ଏହି ଟୁର୍ଣ୍ଣାମେଣ୍ଟର ସହ-ଆୟୋଜନ କରୁଛି। ମୋଟ ୨୦ଟି ଦଳ…

ବାଲ୍ୟ ବିବାହ ପାଇଁ ଚାଲିଥିଲା ପ୍ରସ୍ତୁତି, ପହଞ୍ଚିଗଲା ପ୍ରଶାସନ: ଆଉ ତା’ପରେ…

ଲୋଇସିଂହା,୩୧।୧(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଳକ ନଅଗାଁ(କ) ଗ୍ରାମରେ ଫେବୃଆରୀ ୨ରେ ହେବାକୁ ଥିବା ଏକ ବାଲ୍ୟ ବିବାହକୁ ଶନିବାର ରୋକିଛି ଜିଲା ପ୍ରଶାସନ। ଜିଲା…

ଦଶନ୍ଧିରେ ସର୍ବାଧିକ ଖସିଲା ରୁପା ଦର, ସୁନା ଦରରେ ବି ଲାଗିଲା ବ୍ରେକ୍‌, ସିଧା ୮୦୦୦ କମିଲା…

ଭୁବନେଶ୍ୱର,୩୧।୧: ସୁନା ଦରରେ ଲାଗିଲା ବ୍ରେକ୍‌। ଆଜି ପୁଣି କମିଲା ସୁନା ରୁପା ଦର। ୨୪ କ୍ୟାରେଟ ସୁନା ଦର ୮ହଜାର ୬୨୦ ଟଙ୍କା ହ୍ରାସ ପାଇଛି…

ସୁନେତ୍ରା ଉପମୁଖ୍ୟମନ୍ତ୍ରୀ ହେବା ନେଇ ଏମିତି କହିଦେଲେ ଶରଦ ପାଓ୍ବାର: ତେଜିଲା ବିବାଦ

ପୁଣେ,୩୧।୧: ମହାରାଷ୍ଟ୍ରର ରାଜନୀତିର ଚକ ପୁଣି ଥରେ ଘୂର୍ଣ୍ଣନ ଆରମ୍ଭ କରିଛି। ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ପରେ ପରିବର୍ତ୍ତିତ ପରିସ୍ଥିତି ରାଜନୈତିକ କାର୍ଯ୍ୟକଳାପକୁ…

ଆକ୍ସନ୍‌ ମୋଡ୍‌ରେ ଉଚ୍ଚଶିକ୍ଷା ବିଭାଗ: କ୍ଲାସ ନ କରି ଖଟି କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୩୧।୧: ଆକ୍ସନ୍‌ ମୋଡ୍‌ରେ ଉଚ୍ଚଶିକ୍ଷା ବିଭାଗ। ଏଣିକି କଲେଜରେ କ୍ଲାସ ନ କରି ଖଟି କରୁଥିବା ଅଧ୍ୟାପକ ଅଧ୍ୟାପିକାଙ୍କ ଉପରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ। କଲେଜରେ ଅବହେଳା…

ସ୍ବାମୀଙ୍କ ଥଟ୍ଟାକୁ ସହିପାରିଲେନି ମଡେଲ ସ୍ତ୍ରୀ, ‘ମାଙ୍କଡ’ କହିଦେଲେ ବୋଲି…

ନୂଆଦିଲ୍ଲୀ,୩୧।୧: ମଜା କରିବା ଏକ ସୁଖୀ ପରିବାର ପାଇଁ ମହଙ୍ଗା ପଡିଲା। ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ‘ମାଙ୍କଡ’ କହିଦେଲେ ବୋଲି ଆତ୍ମହତ୍ୟା କରିଦେଲେ ସ୍ତ୍ରୀ। ଏଭଳି ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri