Posted inଫୁରସତ

ଏମିତି ସ୍ଥାନ, ଯେଉଁଠି ୭୦ ବର୍ଷ ମଧ୍ୟରେ ଜଣଙ୍କର ବି ହୋଇନାହିଁ ମୃତ୍ୟୁ

ଦୁନିଆରେ ବହୁ ଅନନ୍ୟ ସ୍ଥାନ ଅଛି, ଯାହା ବିଷୟରେ ବହୁ କମ୍‌ ଲୋକ ଜାଣିଥାନ୍ତି। ବିଶ୍ୱରେ ସେମିତି ଏକ ଆଶ୍ଚର୍ଯ୍ୟଜନକ ସ୍ଥାନ ଅଛି, ଯେଉଁଠି ୭୦ ବର୍ଷ ମଧ୍ୟରେ କାହାର ମୃତ୍ୟୁ ଘଟିନାହିଁ।

ଏହା ଶୁଣିବାକୁ ଅଜବ ଲାଗୁ ଥାଇପାରେ, ମାତ୍ର ଏହା ସମ୍ପୂର୍ଣ୍ଣ ସତ୍ୟ। ୭୦ ବର୍ଷ ମଧ୍ୟରେ ଏହି ସ୍ଥାନରେ କେହି ମରି ନାହାନ୍ତି। ଜାଣନ୍ତୁ ଏପରି ଅନନ୍ୟ ସ୍ଥାନ ସମ୍ପର୍କରେ…

ଏହି ସ୍ଥାନଟି ନରଓ୍ବେରେ ରହିଛି। ଏଠାରେ ଅନେକ ସୁନ୍ଦର ସ୍ଥାନ ଅଛି, ଯେଉଁଥିପାଇଁ ଏହା ଦୁନିଆର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥାନଗୁଡ଼ିକ ମଧ୍ୟରୁ ଅନ୍ୟତମ। ଏହି ସ୍ଥାନର ନାମ ହେଉଛି ‘ଲଙ୍ଗ୍‌ ଇୟରବେନ୍‌’। ଏହି ସ୍ଥାନରେ କେହି ମରି ପାରିବେ ନାହିଁ। ଏହା ଜାଣି ଆପଣଙ୍କ ମନରେ ପ୍ରଶ୍ନ ଉଠିବ ଯେ କାହିଁକି?

ନରଓ୍ବେ ‘ମିଡ୍‌ ନାଇଟ୍‌ ସନ୍‌’ ନାମରେ ମଧ୍ୟ ଜଣାଶୁଣା। ମେ’ରୁ ଜୁଲାଇ ଶେଷ ପର୍ଯ୍ୟନ୍ତ ଏହି ଦେଶରେ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ। ଏଠାରେ ୭୬ ଦିନ ପାଇଁ ନିରନ୍ତର ଦିନ ଅଛି ଏବଂ ରାତି ନାହିଁ। ଏପରିକି ଏପ୍ରିଲ ୧୦ରୁ ଅଗଷ୍ଟ ୨୩ ପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ। ଏଠାକାର ପ୍ରଶାସନ ଏକ ଆଇନ ପ୍ରଣୟନ କରିଛନ୍ତି, ଯେଉଁ କାରଣରୁ ଲୋକମାନେ ଏଠାରେ ମରିପାରିବେ ନାହିଁ। ଏଠାରେ ମଣିଷର ମୃତ୍ୟୁ ଉପରେ ପ୍ରତିବନ୍ଧକ ଲଗାଯାଇଛି।

ନରଓ୍ବେର ନର୍ଥପୋଲ୍‌ରେ ଅବସ୍ଥିତ ଲଙ୍ଗ୍‌ ଇୟରବେନ୍‌ରେ ବର୍ଷସାରା ପ୍ରବଳ ଥଣ୍ଡା ଅନୁଭୂତ ହୁଏ। ଯେଉଁ କାରଣରୁ ମୃତଦେହ ଏଠାରେ ନଷ୍ଟ ହୁଏ ନାହିଁ॥ ଏହି ସହରର ଜନସଂଖ୍ୟା ପ୍ରାୟ ୨୦୦୦। ଯଦି କେହି ବ୍ୟକ୍ତି ଏଠାରେ ଅସୁସ୍ଥ ହୁଅନ୍ତି, ତେବେ ତାଙ୍କୁ ବିମାନରେ ଅନ୍ୟ ସ୍ଥାନକୁ ନିଆଯାଏ। ତା’ପରେ ଉକ୍ତ ସ୍ଥାନରେ ମତ୍ୟୁ ପରେ ସେହି ବ୍ୟକ୍ତିଙ୍କର ଶେଷ ରୀତିନୀତି ସମ୍ପନ୍ନ ହୁଏ। ଏହି କାରଣରୁ ଏଠାରେ କାହାର ମୃତ୍ୟୁ ହୁଏ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri