Posted inଜାତୀୟ

ଆକାଶରେ ହଠାତ୍‌ ଏମିତି ହେଲା ଯାହାକୁ ଦେଖି ଛାନିଆ ହେଲା ପୋଲିସ!

କୋଲକାତା,୨୧।୫: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ରାତିରେ ଆକାଶରେ ଡ୍ରୋନ ଭଳି ଅନେକ ଜିନିଷ ଉଡ଼ିଥିବାର ଦେଖାଯାଇଥିଲା, ଯାହା ପରେ ପୋଲିସ ଗୁପ୍ତଚର ସମ୍ଭାବନା ସମେତ ସମସ୍ତ ଦିଗକୁ ଧ୍ୟାନରେ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି। ବୁଧବାର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସୋମବାର ରାତିରେ ହାଷ୍ଟିଙ୍ଗ୍ସ ଅଞ୍ଚଳ, ବିଦ୍ୟା ସାଗର ସେତୁ ଏବଂ ପଡ଼ିଆ ଉପରେ ଏପରି ଅତି କମରେ ଆଠରୁ ୧୦ଟି ସନ୍ଦିଗ୍ଧ ବସ୍ତୁ ଉଡ଼ୁଥିବା ଦେଖିବାକୁ ମିଳିଥିଲା।
ରାଜ୍ୟ ପ୍ରଶାସନର ଜଣେ ବରିଷ୍ଠ ବ୍ୟୁରୋକ୍ରାଟ କହିଛନ୍ତି ଯେ କେନ୍ଦ୍ର ମଧ୍ୟ ଏହି ଘଟଣା ଉପରେ ପଶ୍ଚିମବଙ୍ଗ ସରକାରଙ୍କଠାରୁ ଏକ ରିପୋର୍ଟ ମାଗିଛି। ହେଷ୍ଟିଙ୍ଗସ ପୋଲିସ ଷ୍ଟେଶନର କର୍ମଚାରୀମାନେ ପ୍ରଥମେ ଡ୍ରୋନ ଭଳି ଏହି ଉଡ଼ନ୍ତା ଜିନିଷଗୁଡ଼ିକୁ ଦେଖିଥିଲେ। ଜଣେ ପୋଲିସ ଅଧିକାରୀ କହିଛନ୍ତି, ସୋମବାର ବିଳମ୍ବିତ ରାତିରେ ଦକ୍ଷିଣ ୨୪ପରଗନା ଜିଲାର ମହେଶତାଲା ଦିଗରୁ ଏହି ଡ୍ରୋନ ପରି ଜିନିଷଗୁଡ଼ିକ ଉଡ଼ୁଥିବାର ଦେଖାଯାଇଥିଲା। ଏହି ଡ୍ରୋନ ପରି ବସ୍ତୁଗୁଡ଼ିକ ହେଷ୍ଟିଙ୍ଗ୍ସ ଅଞ୍ଚଳ, ଦ୍ୱିତୀୟ ହୁଗଲି ସେତୁ (ବିଦ୍ୟାସାଗର ସେତୁ) ଏବଂ ଫୋର୍ଟ ୱିଲିୟମ (ସେନାର ପୂର୍ବ କମାଣ୍ଡ ମୁଖ୍ୟାଳୟ) ଉପରେ ଘୂରି ବୁଲୁଥିବାର ଦେଖାଯାଇଥିଲା।
କୁହାଯାଉଛି ଯେ ଅଦୃଶ୍ୟ ହେବା ପୂର୍ବରୁ ମହାନଗରର ପୂର୍ବ ଭାଗରେ ପାର୍କ ସର୍କସ ଅଞ୍ଚଳରେ ଡ୍ରୋନ ପରି ଜିନିଷ ମଧ୍ୟ ଦେଖାଯାଇଥିଲା। ସେ କହିଛନ୍ତି ଯେ ସ୍ପେଶାଲ ଟାସ୍କ ଫୋର୍ସ (STF) ଏବଂ କୋଲକାତା ପୋଲିସର ଗୋଇନ୍ଦା ବିଭାଗ ତଦନ୍ତ ଆରମ୍ଭ କରିସାରିଛନ୍ତି। ଅଧିକାରୀ ଜଣକ କହିଛନ୍ତି, ‘ଆମେ ଗୁପ୍ତଚର ସମ୍ଭାବନା ସମେତ ସମସ୍ତ ଦିଗକୁ ଧ୍ୟାନରେ ରଖି ଘଟଣାର ତଦନ୍ତ କରୁଛୁ।’
ସୂଚନାଯୋଗ୍ୟ, ଏହା ପ୍ରଥମ ଥର ନୁହେଁ ଯେ ଡ୍ରୋନ ଭଳି କୌଣସି ବସ୍ତୁକୁ କୌଣସି ରାଜ୍ୟରେ ଉଡ଼ୁଥିବାର ଦେଖାଯାଇଛି। ଯେବେଠାରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦ ଆରମ୍ଭ ହୋଇଛି, ସେବେଠାରୁ ଏପରି ଅନେକ ଘଟଣା ଶୁଣିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

ଐତିହାସିକ ବିସ୍ମୃତିର ନବପର୍ବ

ଗୋଟିଏ ମୂର୍ତ୍ତି। ଅତୀତର ଗର୍ଭରେ ବିଲୀନ ହୋଇଯାଇଥିବା ମହେଞ୍ଜୋଦାରୋ ସଭ୍ୟତାର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ସମ୍ପର୍କରେ ଯେଉଁ ଯତ୍‌କିଞ୍ଚତ୍ତ୍‌ ଧାରଣା ଏବେ ଆମେ ପାଇଛେ, ସେଥିରେ…

ଅବସର ଘୋଷଣା କଲେ ନେମାର, ଫିଫା ବିଶ୍ୱକପ୍‌ରେ ବ୍ରାଜିଲର ଅଶ୍ରୁଳ ବିଦାୟ ପରେ…

ବ୍ରାସିଲିଆ,୬ା୭: ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ନେଇଛନ୍ତି ବ୍ରାଜିଲର ଷ୍ଟାର୍‌ ଖେଳାଳି ନେମାର। ଫିଫା ବିଶ୍ୱକପ୍‌ରେ ବ୍ରାଜିଲର ଅଶ୍ରୁଳ ବିଦାୟ ପରେ ନେମାର ଏହି ଅବସର ଘୋଷଣା କରିଛନ୍ତି।…

ଚାକିରିରୁ ରିଜାଇନ ଦେଲେ ଭୁବନେଶ୍ୱର ଡିସିପି, କହିଲେ ଏହି କାରଣରୁ…

ଭୁବନେଶ୍ୱର,୬ା୭: ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଚାକିରିରୁ ରିଜାଇନ ଦେଇଛନ୍ତି। ବ୍ୟକ୍ତିଗତ କାରଣରୁ ସେ ଚାକିରି ଛାଡ଼ିଦେଇଥିବା କହିଛନ୍ତି। ଡିସିପି ଜଗମୋହନ ୨୦୧୩ ବ୍ୟାଚ୍‌ର ଆଇପିଏସ୍‌ ଅଫିସର…

ସକାଳୁ ସକାଳୁ ଚମ୍ପୁଆରେ ଏନ୍‌କାଉଣ୍ଟର, ଅପରାଧୀଙ୍କ ନାମରେ ରହିଛି…

କେନ୍ଦୁଝର,୬ା୭(ନରେଶ ଚନ୍ଦ୍ର ପଟ୍ଟନାୟକ) କେନ୍ଦୁଝର ପୋଲିସ ସୋମବାର ଚମ୍ପୁଆ ଥାନା ଅନ୍ତର୍ଗତ ପତଳା ଜଙ୍ଗଲରେ ଜଣେ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରିଥିବା ଜଣା ପଡ଼ିଛି। ସେ ଆହତ ହୋଇ…

ଭାରତର ଏକତା ଓ ପ୍ରଗତି ପାଇଁ ସମର୍ପିତ ଏକ ଜୀବନ

ରାଷ୍ଟ୍ରବାଦ ଓ ନିଃସ୍ବାର୍ଥ ସେବାର ଆଦର୍ଶରେ ବିଶ୍ୱାସ କରୁଥିବା ଅଗଣିତ ଲୋକଙ୍କ ପାଇଁ ଆଜିର ଦିନ, ୬ ଜୁଲାଇର ବିଶେଷ ମହତ୍ତ୍ୱ ରହିଛି। ଆମେ ଡକ୍ଟର ଶ୍ୟାମା…

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri