ରାମ ଜନ୍ମସ୍ଥଳ ଉପରେ ଆଧାରିତ ହେବ ଏହି ଫିଲ୍ମ, ସାମ୍ନାକୁ ଆସିଲା ପୋଷ୍ଟର

ମୁମ୍ବାଇ: ଭାରତୀୟ ରାଜନୀତି ହେଉ ଅବା ସମାଚାରର ହେଡଲାଇନ୍ସ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ଅଯୋଧ୍ୟାର ରାମ ମନ୍ଦିର । ଏହାରି ଭିତରେ ନିର୍ଦ୍ଦେଶକ ଯୋଗେଶ ଭରଦ୍ୱାଜ ତାଙ୍କ ଆଗାମୀ ମୁଭି ‘ସିକ୍ସ ନାଇନ ଫାଇଭ’ର ପୋଷ୍ଟର ଲଞ୍ଚ କରି ଏହି ସବଜେକ୍ଟକୁ ଆହୁରି ଚର୍ଚ୍ଚାର ବିଷୟ କରି ଦେଇଛନ୍ତି । ମୁଭିର ପୋଷ୍ଟରରେ ଦେଖିବାକୁ ମିଳିଛି ଭଗବାନ ରାମ ଧନୁତୀର ଧରି ଠିଆ ହୋଇଛନ୍ତି । ଆଉ ତାଙ୍କ ପଛରେ ଅଯୋଧ୍ୟାର ରାମ ମନ୍ଦିର ଦୃଶ୍ୟ ହେଉଛି । ତେବେ ଚର୍ଚ୍ଚାର ବିଷୟ ହେଉଛି ମୁଭିର ଟାଇଟଲ । ଯାହାର ନାଁ ରହିଛି ‘ସିକ୍ସ ନାଇନ ଫାଇଭ’ ।
ସୂଚନା ମୁତାବକ ଶାଦାନି ଫିଲ୍ମସ ବ୍ୟାନରରେ ଶ୍ୟାମ ଚାଔଲାଙ୍କ ଦ୍ୱାରା ଏହି ଫିଲ୍ମଟି ନିର୍ମାଣ କରାଯାଉଛି । ଏହାର ପୋଷ୍ଟର ସାମ୍ନାକୁ ଆସିବା ପରେ ଏହାକୁ ନେଇ ଭିନ୍ନ ଭିନ୍ନ ପ୍ରକାର ରିଆକ୍ସନ ଦେଖିବାକୁ ମିଳିଛି । ଅଧିକାଂଶ ଲୋକେ ଏହାର ଟାଇଟଲକୁ ନେଇ ଚର୍ଚ୍ଚା କରୁଛନ୍ତି । ତେବେ ଏହି ଟାଇଟଲକୁ ନେଇ ପ୍ରଶ୍ନ କରାଯିବାରୁ ନିର୍ମାତା କହିଛନ୍ତି, ଏହି ଫିଲ୍ମର ଟାଇଟଲ ହିଁ ଏହାର ରହସ୍ୟ । ସେଥିପାଇଁ ଗୋପନୀୟ ରଖିବାକୁ ଚାହୁଁଛୁ । ତେବେ ଫିଲ୍ମଟି ରାମ ଜନ୍ମଭୂମି ଉପରେ ଆଧାରିତ ବୋଲି କୁହାଯାଇଛି ।
ଗଣମାଧ୍ୟମ ସହ କଥା ହୋଇ ନିର୍ଦ୍ଦେଶକ ଯୋଗେଶ ଭରଦ୍ୱାଜ କହିଛନ୍ତି ଫିଲ୍ମର ଶୁଟିଂ ମାର୍ଚ୍ଚରୁ ଆରମ୍ଭ ହେବ । ଅଧିକାଂଶ ଶୁଟିଂ ଅଯୋଧ୍ୟାରେ କରାଯିବ । ଉତ୍ତର ପ୍ରଦେଶର କିଛି ସହର ଯେମିତି ମଥୁରା, ବନାରସ, ଲକ୍ଷ୍ନୌ ଆଦିରେ କରାଯିବ । ମୁଭିର କିଛି ଭାଗ ମୁମ୍ବାଇରେ ଶୁଟିଂ ହେବାର ଯୋଜନା ବି ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପିନ୍‌ରେ ଦମ୍‌ ଦେଖାଇଲା ଶ୍ରୀଲଙ୍କା

କଲମ୍ବୋ,୮ା୨- ଟି୨୦ ବିଶ୍ୱକପ୍‌ରେ ରବିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଶ୍ରୀଲଙ୍କା ୨୦ ରନରେ ଆୟର୍ଲାଣ୍ଡକୁ ପରାସ୍ତ କରିଛି। ଶ୍ରୀଲଙ୍କା ଦ୍ୱାରା ପ୍ରଦତ୍ତ ୧୬୪ ରନର ଟାର୍ଗେଟକୁ ପିଛା…

ସଭା ମଞ୍ଚରେ ମନ୍ତ୍ରୀ-ବିଧାୟକଙ୍କ ଆଲୋଚନା: ବଲାଙ୍ଗୀରରେ ବଢ଼ିଲା ଚର୍ଚ୍ଚା…

ବଲାଙ୍ଗୀର,୮।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜର ରବିବାର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମଞ୍ଚ ଉପରେ ବସିଥିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ଡ଼.ମୁକେଶ ମହାଲିଙ୍ଗ ଏବଂ ସମ୍ବଲପୁର…

ଦେଓମାଳି ବୁଲିବାକୁ ଆସି ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ

ପଟ୍ଟାଙ୍ଗି,୮।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତ ଦେଓମାଳି ପର୍ଯ୍ୟଟନ ସ୍ଥଳୀ ବୁଲିବାକୁ ଆସି ରବିବାର ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।…

୨ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୩ ଜୀବନ, ୪ ଗୁରୁତର 

ପଟ୍ଟାଙ୍ଗି,୮ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ସୁଙ୍କି-ଅମ୍ପାବାଲି ପଞ୍ଚାୟତ ବୋରିଗୁଡ଼ା ଛକ ନିକଟରେ ରବିବାର ୨ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇ ୩ଜଣଙ୍କ…

ଜାପାନ ନିର୍ବାଚନ: ଆସିଲା ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ, ଜାଣନ୍ତୁ କେଉଁ ଦଳ…

ଟୋକିଓ,୮ା୨: ଜାପାନ ପାର୍ଲାମେଣ୍ଟର ନିମ୍ନ ସଦନ ପାଇଁ ରବିବାର ଅନୁଷ୍ଠିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ସାନାଏ ଟାକାଇଚିଙ୍କ ମେଣ୍ଟ ସରକାର ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ବିଜୟୀ ହେବା…

୧୨ରେ ଧର୍ମଘଟକୁ ସମର୍ଥନ କରିବ କଂଗ୍ରେସ: ଭକ୍ତ

ଭୁବନେଶ୍ୱର,୮।୨: କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ୪ଟି ଶ୍ରମ କୋଡ୍‌ ବାତିଲ ସହିତ  ବିଭିନ୍ନ ଜନବିରୋଧୀ ନୀତିକୁ ନେଇ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଆସନ୍ତା…

ପୋଲତଳୁ ମିଳିଲା ହୋମଗାର୍ଡ, ଯୁବକଙ୍କ ମୃତଦେହ: ପୋଲିସର ତଦନ୍ତ ଆରମ୍ଭ…

ନନ୍ଦପୁର,୮।୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନାରେ କାର୍ଯ୍ୟରତ ଜଣେ ହୋମଗାର୍ଡ ଏବଂ ଅନ୍ୟ ଜଣେ ଯୁବକଙ୍କ ମୃତଦେହ ପୋଲିସ ରବିବାର ସନ୍ଧ୍ୟାରେ ନନ୍ଦପୁର-ହାଣ୍ଡିପୁଟ ସଞ୍ଜୋଗୀ ଏମ୍‌ଡିଆର…

ସରକାରୀ ବସ୍‌ ଧକ୍କାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ଦିଗପହଣ୍ଡି,୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଜାପଲ୍ଲୀ ଗାଁ ଛକ ନିକଟରେ ରବିବାର ଏକ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌(ନଂ. ଓଡ଼ି୩୨କେ -୧୮୦୯) ଧକ୍କାରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri