Posted inଖେଳ

୩ଥର ମ୍ୟାଟ୍ରିକ୍‌ ଫେଲ୍‌ ହୋଇଥିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌: ସରକାରୀ ଚାକିରି ଛାଡି ଧରିଥିଲେ ବ୍ୟାଟ୍‌‌

ଭାରତୀୟ କ୍ରିକେଟ୍‌ ଖେଳାଳି କ୍ରୁନାଲ ପାଣ୍ଡ୍ୟା ଆସି ୩୦ ବର୍ଷରେ ପଦାର୍ପଣ କରିଛନ୍ତି। ମାର୍ଚ୍ଚ ୨୪, ୧୯୯୧ରେ ସେ ଗୁଜରାଟର ବରୋଦାରେ ଜନ୍ମଗ୍ରହଣ କରିଥିଲେ। ବରୋଦା ଦଳର ଅଧିନାୟକ ୩୦ ବର୍ଷୀୟ କ୍ରୁନାଲ ଭାରତର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ ଭାଇ। ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ, କ୍ରୁନାଲ ଏକ ଏକଦିବସୀୟ ଡେବ୍ୟୁ କରିବାର ସୁଯୋଗ ପାଇଲେ ଏବଂ ପ୍ରଥମ ମ୍ୟାଚ୍‌ ଅର୍ଦ୍ଧଶତକ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ॥ ଟିମ ଇଣ୍ଡିଆର ଅଲରାଉଣ୍ଡର ତଥା ମୁମ୍ବାଇ ଇଣ୍ଡିଆନ୍ସର ଗୁରୁତ୍ୱପୂର୍ଣ୍ଣ ଖେଳାଳି କ୍ରୁନାଲ ପାଣ୍ଡ୍ୟାଙ୍କ ବ୍ୟକ୍ତିଗତ ଜୀବନ ଅତ୍ୟନ୍ତ ରୋଚକ। କ୍ରୁନାଲ ପାଣ୍ଡ୍ୟା ଏକ ସାକ୍ଷାତକାରରେ କହିଥିଲେ ମୋର ଏବଂ ହାର୍ଦ୍ଦିକଙ୍କର ବହୁତ ସାଙ୍ଗ ନ ଥିଲେ। ଆମେ ସ୍କୁଲକୁ ଯାଇ ପଡ଼ିଆରେ କ୍ରିକେଟ୍‌ ଖେଲୁଥିଲୁ। ମୁଁ ଦଶମରେ ୩ ଥର ଫେଲ୍‌ ହୋଇଥିଲି, କିନ୍ତୁ ମୁଁ ହାର ମାନିଲି ନାହିଁ ଏବଂ ଏହା ପରେ ମୁଁ ମଧ୍ୟ କଲେଜ ପାସ କଲି । ମୋ ଭିତରେ କୌଣସି ସ୍ଥାନରେ ଭୟ ଥିଲା ଯେ ଯଦି କ୍ରିକେଟରେ କିଛି ନହୁଏ, ତେବେ ଶିକ୍ଷା ଆବଶ୍ୟକ, ଅନ୍ତତଃ ପକ୍ଷେ ମୁଁ ପେଟ ପୋଷି ପାରିବି।
ବହୁ ପରିଶ୍ରମ ପରେ କ୍ରୁନାଲ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା କ୍ରିକେଟରେ ଯାତ୍ରା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ। କ୍ରୁନାଲଙ୍କୁ ସ୍ପିଡ୍‌ ପୋଷ୍ଟ ସରକାରୀ ଚାକିରି ମଧ୍ୟ ମିଳିଥିଲା, ଯାହାକୁ ସେ ଗ୍ରହଣ କରି ନ ଥିଲେ। ଯେଉଁଦିନ ଚାକିରି ପାଇଁ ଚିଠି ପାଇଥିଲେ ସେଦିନ ତାଙ୍କର ସୟଦ ମୁସ୍ତାକ ଅଲି ଟ୍ରଫି ପାଇଁ ଟ୍ରାଏଲ୍‌ ମ୍ୟାଚ୍‌ ଥିଲା। କ୍ରୁନାଲ ନିଷ୍ପତ୍ତି ନେଇଥିଲେ ଗତ ଅଢେଇ ବର୍ଷ ମଧ୍ୟରେ କଠିନ ପରିଶ୍ରମ କରିଛି କିନ୍ତୁ ଏହି ସ୍ପିଡ ପୋଷ୍ଟ ଚାକିରି ପାଇଁ ନୁହେଁ। ଭଲ କ୍ରିକେଟ ଖେଳିବା ପାଇଁ ମୁଁ କଠିନ ପରିଶ୍ରମ କଲି। ସେନିନର ନିଷ୍ବତ୍ତି ଆଜି ମୋ ଭାଗ୍ୟ ବଦଳାଇ ଦେଇଛି ବୋଲି କ୍ରୁନାଲ କହିଛନ୍ତି।
ସୂଚନାଯୋଗ୍ୟ, କ୍ରୁନାଲ ପାଣ୍ଡ୍ୟା ତାଙ୍କର ପ୍ରଥମ ଦିନିକିଆରେ ବିସ୍ଫୋରକ ଇନିଂଶ ଖେଳିଥିଲେ। ସେ ୨୬ ବଲରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ଭାରତୀୟ ବ୍ୟାଟ୍ସମ୍ୟାନ ଡେବ୍ୟୁ ମ୍ୟାଚରେ ଏହା ହେଉଛି ସବୁଠୁ ଦ୍ରୁତତମ ଅର୍ଦ୍ଧଶତକ। ସେ ଏହି ଇନିଂସକୁ ତାଙ୍କ ପିତା ହିମାଂଶୁ ପାଣ୍ଡ୍ୟାଙ୍କୁ ଉତ୍ସର୍ଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୧୧ ବଲ୍‌ରେ ବାଜି ପଲଟାଇ ଦେଲେ ଶିକ୍ଷକଙ୍କ ପୁଅ: ରାତାରାତି ପାଲଟିଲେ ସୁପରଷ୍ଟାର

ନୂଆଦିଲ୍ଲୀ,୪।୪: ଆଇପିଏଲରେ ଅଜଣା ଏବଂ ନୂତନ ଖେଳାଳିମାନେ ସୁପରଷ୍ଟାର ମାନ୍ୟତା ହାସଲ କରିପାରିବେ। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ମଧ୍ୟରେ ଆଇପିଏଲ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଶପଥ ନେଇ ନିଜ ନିଜର ଦାୟିତ୍ୱ ଗ୍ରହଣ କଲେ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତା

ପୁରୁଷୋତ୍ତମପୁର,୪ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନେ ଶନିବାର ଶପଥ ନେଇ ନିଜନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ଓକିଲ ସଂଘ କକ୍ଷରେ ଆୟୋଜିତ…

ମଧ୍ୟସ୍ଥତା କରୁ କରୁ ବଢିଲାଣି ପାକିସ୍ତାନର ଅଡୁଆ, UAE ମାଗିଲାଣି ୩.୫ ବିଲିୟନ ଡଲାର

ଇସଲାମାବାଦ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ବିବାଦର ଅନ୍ତ ଘଟାଇବା ପାଇଁ ପାକିସ୍ତାନ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରିଥିଲା। ତଥାପି, ପାକିସ୍ତାନ – ଯାହା ନିଜେ ଆର୍ଥିକ…

ଛାତ୍ରୀଛାତ୍ର-ଶିକ୍ଷକଙ୍କ ମଧ୍ୟରେ ସୁସମ୍ପର୍କ ଗଢ଼ିବାକୁ ପ୍ରୟାସ

ମୋହନା,୪।୪( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନାରେ ଥିବା ପିଏମଶ୍ରୀ ଏସ୍‌ଏସ୍‌ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସତ୍ୟ ରଞ୍ଜନ କରଙ୍କ ତତ୍ୱାବଧାନରେ ପ୍ରବେଶ…

ଜଙ୍ଗଲରୁ ଜବତ ହେଲା ମଣିଷ ଖପୁରୀ ସହ ହାଡ଼, ମହିଳାଙ୍କ ଲୁଗା ପାଖରେ….

ପାଟଣା,୪।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଦାମାହୁଦା ପଞ୍ଚାୟତ ଅନ୍ତର୍ଗତ ସୁନାପଶି ଗ୍ରାମ ହୁଡ଼ିର ଜଙ୍ଗଲରୁ ଶନିବାର ପାଟଣା ପୋଲିସ ମଣିଷର ଖପୁରି ଓ…

କୋରାପୁଟରେ ମୋକିମ୍‌: ଦଳକୁ ମଜଭୁତ କରିବାକୁ କସରତ: ବିଜେଡି,କଂଗ୍ରେସ ଛାଡ଼ି…

କୋରାପୁଟ,୪।୪(ଅମିତାଭ ବେହେରା): ପୂର୍ବତନ ବିଧାୟକ ତଥା ଓଡ଼ିିଶା ଜନତା କଂଗ୍ରେସର ସଭାପତି ମହମ୍ମଦ ମୋକିମ୍‌ ଶନିବାର କୋରାପୁଟ ଗସ୍ତରେ ଯାଇଛନ୍ତି। ସେମିଲିଗୁଡାରେ ଆୟୋଜିତ ଏକ ମିଶ୍ରଣ ପର୍ବ…

ହର୍ମୁଜରେ ଅପମାନ ପରେ, ଇରାନ ଆମେରିକାକୁ ଦେଲା ନୂଆ ଅଲ୍ଟିମେଟମ; ବାବ ଅଲ-ମାଣ୍ଡେବ ଉପରେ ମଧ୍ୟ ରହିଛି ବିପଦ

ତେହରାନ,୪।୪: ଇରାନରୁ ଏକ ସଙ୍କେତ ଆସିଛି ଯାହା ସମଗ୍ର ବିଶ୍ୱରେ ଚିନ୍ତାକୁ ବୃଦ୍ଧି କରିଛି। ହର୍ମୁଜ ପ୍ରଣାଳୀକୁ ଘେରି ରହିଥିବା ଉତ୍ତେଜନା ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri