Posted inଖେଳ

ହଠାତ୍‌ କ୍ରିକେଟ୍‌ରୁ ଅବସର ନେଇ ସମସ୍ତଙ୍କୁ ଚମକାଇଦେଲେ ଏହି ପ୍ରସିଦ୍ଧ ବ୍ୟାଟ୍ସମ୍ୟାନ୍‌

କଲମ୍ବୋ,୪।୨: ପାଖାପାଖି ଦେଢ଼ ଦଶନ୍ଧି ଧରି ଶ୍ରୀଲଙ୍କା କ୍ରିକେଟ ଦଳର ସେବା କରିଥିବା ଦିମୁଥ କରୁଣାରତ୍ନେ ଅବସର ଘୋଷଣା କରିଛନ୍ତି। ଗାଲେ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଟେଷ୍ଟ ମ୍ୟାଚ ପରେ ସେ ଅବସର ନେବେ। କରୁଣାରତ୍ନେ ଜଣେ ଓପନିଂ ବ୍ୟାଟ୍ସମ୍ୟାନ ଭାବରେ ନିଜର ପରିଚୟ ସୃଷ୍ଟି କରିଛନ୍ତି ଏବଂ ଅଷ୍ଟ୍ରେଲିଆ ବିପକ୍ଷ ଏହି ଆଗାମୀ ମ୍ୟାଚ ମଧ୍ୟ ତାଙ୍କ କ୍ୟାରିୟରର ୧୦୦ତମ ଟେଷ୍ଟ ମ୍ୟାଚ ହେବ। ଅନ୍ତର୍ଜାତୀୟ କ୍ୟାରିୟରରେ ସେ ୮ ହଜାରରୁ ଅଧିକ ରନ କରିଛନ୍ତି।
ଦିମୁଥ କରୁଣାରତ୍ନେ କହିଛନ୍ତି, ସେ ତାଙ୍କର ୧୦୦ତମ ଟେଷ୍ଟ ମ୍ୟାଚ ଖେଳିବା ପରେ ସମସ୍ତ ପ୍ରକାର କ୍ରିକେଟରୁ ଅବସର ନେବେ। ଅବସର ପରେ ସେ ଶ୍ରୀଲଙ୍କା ଛାଡ଼ି ଆସନ୍ତା ମାସରେ ପରିବାର ସହ ଅଷ୍ଟ୍ରେଲିଆ ଯିବେ ବୋଲି ସେ ପ୍ରକାଶ କରିଛନ୍ତି। ମେଜର କ୍ଲବ ତିନିଦିନିଆ ଟୁର୍ନାମେଣ୍ଟରେ କରୁଣାରତ୍ନେ ନିଜର ଶେଷ ମ୍ୟାଚ ଖେଳିବାକୁ ଯାଉଛନ୍ତି। ଫେବ୍ରୁଆରୀ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ସିଂହଳୀଜ୍‌ ଓ ନାନ୍ଦେସ୍କକ୍ରିପ୍ଟସ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚରେ ସେ ଭାଗ ନେବେ।
ଦିମୁଥ କରୁଣାରତ୍ନେ ଅବସର ନେବା ପରେ କହିଛନ୍ତି, ଯଦି ଜଣେ ଖେଳାଳି ବର୍ଷକୁ ମାତ୍ର ୪ଟି ଟେଷ୍ଟ ମ୍ୟାଚ ଖେଳନ୍ତି ତେବେ ଫର୍ମ ବଜାୟ ରଖିବା ଏବଂ ଉତ୍ସାହିତ ରହିବା କଷ୍ଟକର। ଗତ ୨-୩ ବର୍ଷ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଆରମ୍ଭ ହେବା ପରଠାରୁ ଆମେ ବହୁତ କମ ଦ୍ୱିପାକ୍ଷିକ ଶୃଙ୍ଖଳା ଖେଳିଛୁ। ମୋର ବର୍ତ୍ତମାନର ଫର୍ମ, ୧୦୦ତମ ଟେଷ୍ଟ ଏବଂ ୨୦୨୩-୨୫ ଡବ୍ଲ୍ୟୁଟିସି ସିଜିନ ଶେଷ ହେବା ମଧ୍ୟ ମୋର ଅବସର ନିଷ୍ପତ୍ତି ପଛରେ ରହିଛି। ମୁଁ ଭାବୁଛି ଅବସର ପାଇଁ ଏହା ହେଉଛି ଉପଯୁକ୍ତ ସମୟ।
ଦିମୁଥ କରୁଣାରତ୍ନେ ୨୦୧୧ରେ ଶ୍ରୀଲଙ୍କା ପକ୍ଷରୁ ଦିନିକିଆ ମ୍ୟାଚ ଖେଳି ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ନିଜ କ୍ୟାରିୟରରେ ସେ ୯୯ ଟେଷ୍ଟ ମ୍ୟାଚ ଖେଳି ୭୧୭୨ ରନ କରିଛନ୍ତି। ସେ ନିଜ ଟେଷ୍ଟ କ୍ୟାରିୟରରେ ୧୬ଟି ଶତକ ଓ ୩୯ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଦିନିକିଆ କ୍ୟାରିୟରରେ ସେ ୫୦ ମ୍ୟାଚ ଖେଳି ମୋଟ ୧୩୧୬ ରନ କରିଛନ୍ତି। ଦିନିକିଆ ମ୍ୟାଚରେ ତାଙ୍କର ଗୋଟିଏ ଶତକ ଓ ୧୧ଟି ଅର୍ଦ୍ଧଶତକ ରହିଛି। ଦୀର୍ଘ ୧୪ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟରରେ ସେ ୮ ହଜାରରୁ ଅଧିକ ରନ କରିବା ସହ ୧୭ଟି ଶତକ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?