Posted inଫୁରସତ

ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡରେ ସ୍ଥାନ ପାଇଛି ଏହି ଡ୍ରେସ୍‌, କାରଣ ଜାଣିଲେ…

ଫ୍ୟାଶନ ଜଗତ ଅନନ୍ୟ ଅଟେ। ଏହାକୁ ଆକର୍ଷଣୀୟ କରିବା ପାଇଁ ସମଗ୍ର ବିଶ୍ୱରେ ବିଭିନ୍ନ ପରୀକ୍ଷା କରାଯାଇଥାଏ। ଯାହା ପ୍ରତିଦିନ ଚର୍ଚ୍ଚାର ବିଷୟ ପାଲଟିଥାଏ। ମହିଳାମାନଙ୍କ ପାଇଁ ଆକର୍ଷଣୀୟ ପୋଷାକ ଡିଜାଇନ କରିବାକୁ ଅନନ୍ୟ ପରୀକ୍ଷଣ ଅଛି। କିନ୍ତୁ ଆଜି ଏମିତି ଏକ ଡ୍ରେସ୍‌ ବିଷୟରେ କହିବୁ, ଯାହା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।

ଆପଣ ନିଶ୍ଚିତ ଅନେକ ପ୍ରକାରର କେକ୍‌ ଦେଖିଥିବେ ଏହାକୁ ଖାଇଥିବେ ମଧ୍ୟ। ଏବେ ସେମିତି ଏକ କେକ୍‌ର ଫଟୋ ଭାଇରାଲ ହେଉଛି। ଯାହାକୁ ଆପଣ ଖାଇପାରିବେ ନାହିଁ କିନ୍ତୁ ଡ୍ରେସ୍‌ କରି ପିନ୍ଧିପାରିବେ।

ସ୍ବିଜରଲାଣ୍ଡର ପ୍ରସିଦ୍ଧ ବେକର୍‌ ନତାଶା କଲିନ ଏହି ପୋଷାକକୁ କେକ୍‌ରୁ ଡିଜାଇନ କରିଛନ୍ତି। ଏହା ଏତେ ସ୍ବତନ୍ତ୍ର ଯେ, ବିଶ୍ୱର ସର୍ବବୃହତ କେକ୍‌ ଡ୍ରେସ୍‌ ପାଇଁ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡରେ ସ୍ଥାନ ପାଇଛି। ନତାଶାଙ୍କ କହିବାନୁସାରେ, କେକ୍‌ ଡ୍ରେସ୍‌ର ଓଜନ ୨୮୯ ପାଉଣ୍ଡ ୧୩ ଆଉନସେସ୍‌ ଅର୍ଥାତ୍‌ ପ୍ରାୟ ୧୩୧ କିଲୋଗ୍ରାମ। ନିକଟରେ ସ୍ବିଜରଲାଣ୍ଡରେ ଏକ ବିବାହ ଉତ୍ସବରେ ଏହା ପ୍ରଦର୍ଶିତ ହୋଇଥିଲା।

ଗିନିଜ ଓ୍ବାଲର୍‌ଡ ରେକର୍ଡ ୟୁଟ୍ୟୁବ୍‌ ଏକ ଭିଡିଓ ପୋଷ୍ଟ କରିଛି। ଯେଉଁଥିରେ ବିବାହରେ ଏକ ମଡେଲ ପିନ୍ଧିଥିବା ବେଳେ କେକ୍‌ କଟାଯାଉଛି। କେକ୍‌ ତଳେ ଆଲୁମିନିୟମ ଫ୍ରେମ୍‌ ଏବଂ ଧାତୁ ବୋଲ୍ଟ ବ୍ୟବହାର କରାଯାଇଛି। ଚିନି ଏବଂ ଗୁଡ଼ ବ୍ୟବହାର କରାଯାଇଛି ଏହା ପ୍ରସ୍ତୁତ ହୋଇଛି। ଏହାକୁ ପିନ୍ଧିଥିବା ମଡେଲ ସୁନ୍ଦର ଦେଖାଯିବା ପାଇଁ ମଧ୍ୟ ବିଶେଷ ଯତ୍ନ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୨ରେ ଧର୍ମଘଟକୁ ସମର୍ଥନ କରିବ କଂଗ୍ରେସ: ଭକ୍ତ

ଭୁବନେଶ୍ୱର,୮।୨: କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ୪ଟି ଶ୍ରମ କୋଡ୍‌ ବାତିଲ ସହିତ  ବିଭିନ୍ନ ଜନବିରୋଧୀ ନୀତିକୁ ନେଇ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଆସନ୍ତା…

ପୋଲତଳୁ ମିଳିଲା ହୋମଗାର୍ଡ, ଯୁବକଙ୍କ ମୃତଦେହ: ପୋଲିସର ତଦନ୍ତ ଆରମ୍ଭ…

ନନ୍ଦପୁର,୮।୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନାରେ କାର୍ଯ୍ୟରତ ଜଣେ ହୋମଗାର୍ଡ ଏବଂ ଅନ୍ୟ ଜଣେ ଯୁବକଙ୍କ ମୃତଦେହ ପୋଲିସ ରବିବାର ସନ୍ଧ୍ୟାରେ ନନ୍ଦପୁର-ହାଣ୍ଡିପୁଟ ସଞ୍ଜୋଗୀ ଏମ୍‌ଡିଆର…

ସରକାରୀ ବସ୍‌ ଧକ୍କାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ଦିଗପହଣ୍ଡି,୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଜାପଲ୍ଲୀ ଗାଁ ଛକ ନିକଟରେ ରବିବାର ଏକ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌(ନଂ. ଓଡ଼ି୩୨କେ -୧୮୦୯) ଧକ୍କାରେ ଜଣେ…

ମ୍ୟାଚ୍‌ ଜିତିଲା ଇଂଲଣ୍ଡ, ହୃଦୟ ଜିତିଲା ନେପାଳ

ମୁମ୍ବାଇ,୮ା୨- ଚଳିତ ଟି୨୦ ବିଶ୍ୱକପ୍‌ରେ ରବିବାର ଖେଳାଯାଇଥିବା ଏକ ରୋମାଞ୍ଚକ ପୂର୍ଣ୍ଣ ମ୍ୟାଚ୍‌ରେ ଇଂଲଣ୍ଡ ୪ ରନରେ ନେପାଳକୁ ହରାଇ ଦେଇଛି। ଇଂଲଣ୍ଡ ଦ୍ୱାରା ପ୍ରଦତ୍ତ ୧୮୫…

ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟରେ ବୈଭବ ସୂର୍ଯ୍ୟବଂଶୀ

ଦୁବାଇ, ୮ା୨: ଆଇସିସି ୧୬ ବର୍ଷରୁ କମ୍‌ ବିଶ୍ୱକପ୍‌ ଉଦ୍‌ଯାପିତ ହେବା ପରେ ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟ ମନୋନୀତ କରାଯାଇଛି। ଏଥିରେ ସ୍ଥାନ ପାଇଥିବା ୩ଜଣ…

ମେଟ୍ରୋରେ ପ୍ରେମିକା ସହ ଧରାପଡ଼ିଲେ ପୁଅ; ସେଠାରେ ହିଁ ‘ନିର୍ବନ୍ଧ’ କରାଇଦେଲେ ମା’

ନୂଆଦିଲ୍ଲୀ,୮ା୨: ସୋସିଆଲ ମିଡିଆରେ ଏବେ ଏକ ଅଜବ ତଥା ମଜାଦାର ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଜଣେ ମା’ ନିଜ ପୁଅକୁ ତାଙ୍କ ପ୍ରେମିକାଙ୍କ ସହ…

ସଚିନ ତେନ୍ଦୁଲକରଙ୍କ ଫିଡର ସେଣ୍ଟର ନେଟ୍ସ ପାଇଁ ଆଦିଦେବ ମନୋନୀତ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୧୪ବର୍ଷରୁ କମ୍‌ କ୍ରିକେଟରେ କେନ୍ଦୁଝର ଜିଲାର ଏକମାତ୍ର ଖେଳାଳି ଭାବେ ଆଦିଦେବ ସାହୁ ସଚିନ…

ପେଟ୍ରୋଲଠାରୁ କେତେ ଶସ୍ତା CNG କାର୍‌? ୧୦ ଲକ୍ଷ ମଧ୍ୟରେ କେଉଁଟି ଭଲ…ନୂଆ କାର୍‌ କିଣିବାକୁ ଥିଲେ…

ନୂଆଦିଲ୍ଲୀ,୮।୨: ଭାରତରେ ନୂଆ କାର୍‌ କିଣିବା ସମୟରେ ଅଧିକାଂଶ ଲୋକଙ୍କ ମନରେ ଏକ ପ୍ରଶ୍ନ ଆସେ ଯେ ପେଟ୍ରୋଲ କାର୍‌ ନେବେ ନା ସିଏନଜି (CNG) କାର୍‌?…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri