‘ଦେଶର ଗଣତନ୍ତ୍ରରେ ନାଗରିକଙ୍କ ଭୂମିକାକୁ ଏହିଦିନ ଉଜାଗର କରେ’

ଗୁଣପୁର,୨୫ା୧(ସଂକେତ ପାତ୍ର): ଆଜି ଅର୍ଥାତ୍‌ ରବିବାର ସାରା ଦେଶରେ ୧୬ତମ ଜାତୀୟ ଭୋଟର ଦିବସ ପାଳନ କରାଯାଉଛି। ଏହି ବର୍ଷର ଥିମ୍‌ ରହିଛି ‘ମୋ ଭାରତ, ମୋ’ ଭୋଟ୍‌’। ଦେଶର ଗଣତନ୍ତ୍ରରେ ନାଗରିକଙ୍କ ଭୂମିକାକୁ ଏହି ଦିନ ଉଜାଗର କରେ ବୋଲି ଉକ୍ତ ଦିବସ ପାଳନ କରାଯାଉଛି।

୨୫ ଜାନୁଆରୀ ୧୯୫୦ରେ ନିର୍ବାଚନ ଆୟୋଗ ଗଠିତ ହୋଇଥିବାର ସ୍ମୃତିରେ ପ୍ରତିବର୍ଷ ଏହି ଦିନ ପାଳନ କରାଯାଏ। ଭୋଟରଙ୍କୁ ସଚେତନ କରିବା ଓ ଲୋକତନ୍ତ୍ରିୟ ପ୍ରକ୍ରିୟାରେ ସକ୍ରିୟ ଭାଗିଦାରୀ ପାଇଁ ଉତ୍ସାହିତ କରିବା ଏହାର ଉଦ୍ଦେଶ୍ୟ।

ଏହି ଅବସରରେ ରାମନାଗୁଡ଼ା ଅନ୍ତର୍ଗତ ୧୯୨ ନମ୍ବର ବୁଥ୍‌ କୁଜେନ୍ଦ୍ରିରେ କାର୍ଯ୍ୟକ୍ରମ ପାଳିତ ହୋଇଥିଲା। ବୁଥ୍‌ ଲେଭେଲ ଅଫିସର ଫାଲ୍‌ଗୁନି ଗଣ୍ଟାଙ୍କ ଉପସ୍ଥିତିରେ ଭୋଟରଙ୍କୁ ତାଙ୍କର ଅଧିକାର ଓ କର୍ତ୍ତବ୍ୟ ବିଷୟରେ ସଚେତନ କରାଯାଇଥିଲା।

Dharitri –Odisha’s No.1 Trusted Odia Daily

Share