Posted inଖେଳ

ପାଦର ଆଙ୍ଗୁଠି କାଟିଦେବାକୁ ପ୍ଲାନିଂ କରିଥିଲେ ଏହି କ୍ରିକେଟର୍‌..ଆଉ ତା’ପରେ ଘଟିଗଲା ଏମିତି କିଛି

ନୂଆଦିଲ୍ଲୀ,୬।୬: ଇଂଲଣ୍ଡର ଦ୍ରୁତ ବୋଲର ବ୍ରାଇଡନ କାର୍ସେ ତାଙ୍କ ଜୀବନର ଏକ ଲୋମଟାଙ୍କୁରା ଘଟଣା ପ୍ରକାଶ କରିଛନ୍ତି। ସେ କହିଛନ୍ତି,ଦିନେ ଏକ ନିରନ୍ତର ଯନ୍ତ୍ରଣାଦାୟକ ସମସ୍ୟାରୁ ସୁସ୍ଥ ହେବା ପାଇଁ ତାଙ୍କ ପାଦର ଆଙ୍ଗୁଠି କାଟିବାକୁ ଚିନ୍ତା କରିଥିଲେ। କାରଣ ଏହା ତାଙ୍କୁ ମାସ ମାସ ଧରି ଖେଳରୁ ଦୂରେଇ ରଖିଥିଲା।

ଇଂଲଣ୍ଡର ସବୁଠାରୁ ଉଦୀୟମାନ ଦ୍ରୁତ ବୋଲରମାନଙ୍କ ମଧ୍ୟରୁ ଜଣେ କାର୍ସେଙ୍କୁ ମାତ୍ର ପାଞ୍ଚଟି ଟେଷ୍ଟରେ ୨୭ ଉଇକେଟ ନେଇଛନ୍ତି। ଜୁନ ୨୦ରୁ ଲିଡ୍ସରେ ଆରମ୍ଭ ହେଉଥିବା ଭାରତ ବିପକ୍ଷରେ ପ୍ରଥମ ଟେଷ୍ଟ ପାଇଁ ଦଳରେ ସାମିଲ କରାଯାଇଛି।

୨୯ ବର୍ଷୀୟ ଦ୍ରୁତ ବୋଲର ବୋଲିଂ କରିବା ସମୟରେ ତାଙ୍କ ବାମ ଆଙ୍ଗୁଠିରେ ଗଭୀର ଆଘାତ ଲାଗିଥିଲା। ସଂକ୍ରମିତ ସ୍ଥାନ କଟା ହୋଇଥିଲା। ଏହି ସମସ୍ୟା ଚଳିତ ବର୍ଷ ଆରମ୍ଭରେ ଇଂଲଣ୍ଡର ଭାରତ ଗସ୍ତ ସମୟରେ ଦେଖାଦେଇଥିଲା, ଯାହା ତାଙ୍କୁ ଚାମ୍ପିଅନ୍ସ ଟ୍ରଫିରୁ ସମେତ ତିନି ମାସ ପାଇଁ କ୍ରିକେଟରୁ ଦୂରରେ ରହିବାକୁ ବାଧ୍ୟ କରିଥିଲା।

କାର୍ସେ କହିଛନ୍ତି, ଗୋଟିଏ ସମୟରେ ମୁଁ ଶୋଇକି ଭାବୁଥିଲି ମୁଁ ଏ ସମସ୍ୟାରୁ କେମିତି ମୁକୁଳିବି। ସେହି ସମୟରେ ଆଙ୍ଗୁଠି କାଟିଦେବା କଥା ମନକୁ ଆସିଥିଲା। କିନ୍ତୁ ଡାକ୍ତର ପରାମର୍ଶ ଦେଇ କହିଥିଲେ, ତୁମକୁ ସନ୍ତୁଳନ ପାଇଁ ଏହା ଆବଶ୍ୟକ ତେଣୁ ଏହି ଧାରଣା ମନକୁ ଆଣନି।

 


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri