ଏହି ଅଭିନେତ୍ରଙ୍କୁ ବୋହୂ କରିବେ ଶାହାରୁଖ? ବଲିଉଡରେ ଆସିଛନ୍ତି ନଜର

ମୁମ୍ବାଇ: ନୂଆ ବର୍ଷ ଆରମ୍ଭ ହୋଇଛି। ବଲିଉଡରେ ଏହାକୁ ଖୁବ ଧୁମଧାମରେ ପାଳନ କରାଯାଇଛି। ଏହି ସମୟରେ ଶାହାରୁଖ ଖାନଙ୍କ ବଡ ପୁଅ ଆର୍ଯ୍ୟନ ଖାନ ମଧ୍ୟ ତାଙ୍କ ର୍ୟୁମର୍ଡ ଗର୍ଲଫ୍ରେଣ୍ଡ ତଥା ବ୍ରାଜିଲର ମଡେଲ ଲାରିସା ବୋନସିଙ୍କ ସହ ନଜର ଆସିଛନ୍ତି। ସୂଚନାଯୋଗ୍ୟ, ଆର୍ଯ୍ୟନ ଖାନଙ୍କ ନାମ ଦୀର୍ଘ ଦିନ ଧରି ଅଭିନେତ୍ରୀଙ୍କ ସହ ଯୋଡି ହୋଇଯାଇଛି। ୨୦୨୩ରେ, ଉଭୟ ଆମେରିକୀୟ ଡିଜେ ମାର୍ଟିନଙ୍କ କନସର୍ଟରେ ଏକାଠି ନଜର ଆସିଥିଲେ।
ନିକଟରେ ଉଭୟଙ୍କୁ ନୂଆ ବର୍ଷ ପାର୍ଟିରେ ଦେଖିବାକୁ ମିଳିଥିଲା। ଆର୍ଯ୍ୟନ ଏକ ଧଳା ଟି-ସାର୍ଟ ଏବଂ ନାଭି ବ୍ଲୁ ଜ୍ୟାକେଟ ସହ କଳା ପ୍ୟାଣ୍ଟ ପିନ୍ଧିଥିଲେ। ଏହା ସହିତ ସେ ସିଲଭର ସ୍ନିକର୍‌ ପିନ୍ଧିଥିଲେ। ଯାହା ତାଙ୍କୁ ଲୁକକୁ ସ୍ବତନ୍ତ୍ର କରୁଥିଲା। ଲାରିସା ଏକ ଶିମରି ପିଙ୍କ ମିନି ଡ୍ରେସ ପିନ୍ଧିଥିଲେ।
ଲାରିସାଙ୍କ ଲୁକ ବିଷୟରେ କହିଲେ ସେ ବହୁତ ଗ୍ଲାମରସ ଦେଖାଯାଉଥିଲେ। ଏହା ସହିତ, ସେ ଧଳା ଜ୍ୟାକେଟ, ସିଲଭର ହିଲ ଏବଂ ନେକଲେସ ସହ ଲୁକ କମ୍ଲିଟ କରିଥିଲେ। ଏହା ସହିତ ସେ ନିଜ କେଶକୁ ଖୋଲା ରଖିଥିଲେ। ଏହି ପାର୍ଟିରେ ଆର୍ଯ୍ୟନ ଗାର୍ଡଙ୍କ ସହ ଥିଲେ। ଲାରିସା କିଛି ସାଙ୍ଗମାନଙ୍କ ସହିତ ଆସିଥିଲେ ଏବଂ ଗଣମାଧ୍ୟମ ସହିତ ମଧ୍ୟ କଥା ହୋଇଥିଲେ। ଏହି ପାର୍ଟିରେ ଏମସି ଷ୍ଟାନ, ଅଦା ମଲିକ ଏବଂ ରୋହିନୀ ଆୟରଙ୍କ ପରି ସେଲିବ୍ରିଟିମାନେ ଉପସ୍ଥିତ ଥିଲେ।
ଲାରିସା ବୋନେସିଙ୍କ କ୍ୟାରିୟର ବିଷୟରେ କହିଲେ ସେ ବଲିଉଡ କ୍ୟାରିୟର ଆରମ୍ଭ କରିଥିଲେ ‘ଦେଶୀ ବଏଜ’ର ’ସୁବହ ହୋନେ ନା ଦେ’ଗୀତର। ଏହା ସହିତ ତାଙ୍କୁ ଅକ୍ଷୟ କୁମାର ଏବଂ ଜନ ଅବ୍ରହାମଙ୍କ ସହ ଦେଖିବାକୁ ମିଳିଥିଲା। ଏହା ବ୍ୟତୀତ ସେ ଅନେକ ମ୍ୟୁଜିକ ଭିଡିଓରେ ମଧ୍ୟ ଅଭିନୟ କରିଛନ୍ତି। ସେ ବବି ଦେଓଲଙ୍କ ‘ପେଣ୍ଟହାଉସ’ରେ ମଧ୍ୟ କାମ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri