ମୁମ୍ବାଇ: ନୂଆ ବର୍ଷ ଆରମ୍ଭ ହୋଇଛି। ବଲିଉଡରେ ଏହାକୁ ଖୁବ ଧୁମଧାମରେ ପାଳନ କରାଯାଇଛି। ଏହି ସମୟରେ ଶାହାରୁଖ ଖାନଙ୍କ ବଡ ପୁଅ ଆର୍ଯ୍ୟନ ଖାନ ମଧ୍ୟ ତାଙ୍କ ର୍ୟୁମର୍ଡ ଗର୍ଲଫ୍ରେଣ୍ଡ ତଥା ବ୍ରାଜିଲର ମଡେଲ ଲାରିସା ବୋନସିଙ୍କ ସହ ନଜର ଆସିଛନ୍ତି। ସୂଚନାଯୋଗ୍ୟ, ଆର୍ଯ୍ୟନ ଖାନଙ୍କ ନାମ ଦୀର୍ଘ ଦିନ ଧରି ଅଭିନେତ୍ରୀଙ୍କ ସହ ଯୋଡି ହୋଇଯାଇଛି। ୨୦୨୩ରେ, ଉଭୟ ଆମେରିକୀୟ ଡିଜେ ମାର୍ଟିନଙ୍କ କନସର୍ଟରେ ଏକାଠି ନଜର ଆସିଥିଲେ।
ନିକଟରେ ଉଭୟଙ୍କୁ ନୂଆ ବର୍ଷ ପାର୍ଟିରେ ଦେଖିବାକୁ ମିଳିଥିଲା। ଆର୍ଯ୍ୟନ ଏକ ଧଳା ଟି-ସାର୍ଟ ଏବଂ ନାଭି ବ୍ଲୁ ଜ୍ୟାକେଟ ସହ କଳା ପ୍ୟାଣ୍ଟ ପିନ୍ଧିଥିଲେ। ଏହା ସହିତ ସେ ସିଲଭର ସ୍ନିକର୍ ପିନ୍ଧିଥିଲେ। ଯାହା ତାଙ୍କୁ ଲୁକକୁ ସ୍ବତନ୍ତ୍ର କରୁଥିଲା। ଲାରିସା ଏକ ଶିମରି ପିଙ୍କ ମିନି ଡ୍ରେସ ପିନ୍ଧିଥିଲେ।
ଲାରିସାଙ୍କ ଲୁକ ବିଷୟରେ କହିଲେ ସେ ବହୁତ ଗ୍ଲାମରସ ଦେଖାଯାଉଥିଲେ। ଏହା ସହିତ, ସେ ଧଳା ଜ୍ୟାକେଟ, ସିଲଭର ହିଲ ଏବଂ ନେକଲେସ ସହ ଲୁକ କମ୍ଲିଟ କରିଥିଲେ। ଏହା ସହିତ ସେ ନିଜ କେଶକୁ ଖୋଲା ରଖିଥିଲେ। ଏହି ପାର୍ଟିରେ ଆର୍ଯ୍ୟନ ଗାର୍ଡଙ୍କ ସହ ଥିଲେ। ଲାରିସା କିଛି ସାଙ୍ଗମାନଙ୍କ ସହିତ ଆସିଥିଲେ ଏବଂ ଗଣମାଧ୍ୟମ ସହିତ ମଧ୍ୟ କଥା ହୋଇଥିଲେ। ଏହି ପାର୍ଟିରେ ଏମସି ଷ୍ଟାନ, ଅଦା ମଲିକ ଏବଂ ରୋହିନୀ ଆୟରଙ୍କ ପରି ସେଲିବ୍ରିଟିମାନେ ଉପସ୍ଥିତ ଥିଲେ।
ଲାରିସା ବୋନେସିଙ୍କ କ୍ୟାରିୟର ବିଷୟରେ କହିଲେ ସେ ବଲିଉଡ କ୍ୟାରିୟର ଆରମ୍ଭ କରିଥିଲେ ‘ଦେଶୀ ବଏଜ’ର ’ସୁବହ ହୋନେ ନା ଦେ’ଗୀତର। ଏହା ସହିତ ତାଙ୍କୁ ଅକ୍ଷୟ କୁମାର ଏବଂ ଜନ ଅବ୍ରହାମଙ୍କ ସହ ଦେଖିବାକୁ ମିଳିଥିଲା। ଏହା ବ୍ୟତୀତ ସେ ଅନେକ ମ୍ୟୁଜିକ ଭିଡିଓରେ ମଧ୍ୟ ଅଭିନୟ କରିଛନ୍ତି। ସେ ବବି ଦେଓଲଙ୍କ ‘ପେଣ୍ଟହାଉସ’ରେ ମଧ୍ୟ କାମ କରିଛନ୍ତି।


