ହାନୋଇ,୩୦ା୯: ବାତ୍ୟା ବୁଆଲୋଇ ଭିଏଟ୍ନାମରେ ଧ୍ୱଂସର ତାଣ୍ଡବ ରଚିଛି। ଏଥିରେ ୧୩ ଜଣଙ୍କ ମୃତ୍ୟୁ ଘଟିବା ସହ ୪୬ ଜଣ ଆହତ ହୋଇଥିବାବେଳେ ୧୭ ଜଣ ନିଖୋଜ ଥିବା ସେଠାର ପାଣିପାଗ ସଂସ୍ଥା ପକ୍ଷରୁ କୁହାଯାଇଛି। ସୋମବାର ଭୋର ସମୟରେ ବାତ୍ୟା ସ୍ଥଳଭାଗ ଛୁଇଁବା ପୂର୍ବରୁ ଦେଶର ଉତ୍ତର କେନ୍ଦ୍ରୀୟ ଉପକୂଳ ଦେଇ ଗତି କରିଥିଲା। ଏହାର ପ୍ରଭାବରେ ସମୁଦ୍ରରେ ୯ ମିଟର ଉଚ୍ଚର ଜୁଆର ଉଠିଥିଲା। କୁଆଙ୍ଗ ଟ୍ରି ପ୍ରଦେଶରେ ଉଚ୍ଚ ଜୁଆର ମାଡ଼ରେ ୨ଟି ମାଛଧରା ବୋଟ୍ କ୍ଷତିଗ୍ରସ୍ତ ହେବା ସହ ୧୭ ମତ୍ସ୍ୟଜୀବୀ ନିଖୋଜ ଅଛନ୍ତି। ବାତ୍ୟାରେ ଅନ୍ୟ ଏକ ବୋଟ୍ ନିୟନ୍ତ୍ରଣ ହରାଇଥିଲା। ସରକkର ୨୮ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କb ସ୍ଥାନାନ୍ତର କରିଥିବାବେଳେ କେନ୍ଦ୍ରୀୟ ପ୍ରଦେଶର ୪ ବିମାନ ବନ୍ଦରରୁ ଶତାଧିକ ବିମାନ ଉଡ଼ାଣକୁ ବାତିଲ କିମ୍ବା ବିଳମ୍ବିତ କରାଯାଇଛି। ବାତ୍ୟା ଦୁର୍ବଳ ହୋଇ ଲାଓସ୍ ଆଡ଼େ ଅଗ୍ରସର ହେବା ପୂର୍ବରୁ ଭିଏଟ୍ନାମ ଉପକୂଳ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରିଛି। ବର୍ଷା ପବନରେ ବହୁ ଘର ଭାଙ୍ଗିବା ସହ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିଛି। ରାସ୍ତାଘାଟ ଜଳାର୍ଣ୍ଣବ ହୋଇଯାଇଛି।


