ମନ୍ଦିରରୁ ଚୋରି କରୁଥିଲେ ଚୋର, ହଠାତ୍‌ ଶୁଭିଲା ଠାକୁରାଣୀଙ୍କ ପାଉଁଜି ଶବ୍ଦ, ଭୟରେ ଥରିଥରି ଏମିତି କହିଲେ…

ଭଦ୍ରକ,୧୦ା୪(ସନାତନ ରାଉତ):  ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀ ମନ୍ଦିରର ହୁଣ୍ଡିରେ ଥିବା ଟଙ୍କା ରବିବାର ରାତିରେ ଚୋରି ହୋଇଥିଲା। ଏହି ଚୋରିରେ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ସୋମବାର ଅପରାହ୍ନରେ ଗିରଫ କରିଥିଲା। ଉଭୟ ଅଭିଯୁକ୍ତଙ୍କୁ ପୋଲିସ ମନ୍ଦିରକୁ ନେଇ କିପରି ଚୋରି କରିଥିଲେ ସେ ବିଷୟରେ ପଚାରିଥିଲେ। ଏହି ସମୟରେ ଚୋରି କରିଥିବା ଯୁବକ ପୋଲିସ ଆଗରେ ଚାଞ୍ଚଲ୍ୟକର ବୟାନ ରଖିଛନ୍ତି। ଚୋରି କରିଥିବା ରାତିରେ ଛାତିଥରା ଅନୁଭୂତି ପୋଲିସ ଆଗରେ ବଖାଣିଥିଲେ ଉଭୟେ। ଯାହାର ଦୃଶ୍ୟ ସୋସିଆଲ ମିଡିଆରେ ଖୁବ୍‌ ଜୋରରେ ଭାଇରାଲ ହେଉଛି। ଗିରଫ ହୋଇଥିବା ଯୁବକଙ୍କ କହିବା ମୁତାବକ ଘୋଡ଼ାମେଲଣ ଦେଖିବାକୁ ସେମାନେ ଭଦ୍ରକାଳୀ ନିକଟସ୍ଥ ଆହାରପଦା ମହାରଣା ସାହିର ଜଣେ ସମ୍ପର୍କୀୟଙ୍କ ଘରେ ରହିଥିଲେ। ରାତିରେ ଘୋଡ଼ା ମେଲଣ ଦେଖିବା ବେଳେ ମନ୍ଦିର ହୁଣ୍ଡିରେ ଲୋକମାନେ ଟଙ୍କା ପକାଉଥିବା ଦେଖି ଚୋରି କରିବାକୁ ଯୋଜନା କରିଥିଲେ। ଜଣେ ଯୁବକ ମନ୍ଦିରର ପଛପାଖ ଗେଟ୍‌ ପାଖରେ ରହିଥିବା ବେଳେ ଅନ୍ୟ ଜଣେ ଗେଟ୍‌ ଚଢ଼ି ଭିତରକୁ ଯାଇଥିଲେ। ପ୍ରଥମେ ମା’ଙ୍କ କୋଠ ଘର ଆଲମିରା ତାଲା ଭାଙ୍ଗିଥିଲେ। ସେହି ସମୟରେ କେହି ଆସିବା ପରି ଜଣାପଡ଼ିବା ସହ ପାଉଁଜିର ଛମ ଛମ ଶବ୍ଦ ଶୁଭିଥିଲା। ଲାଇଟ୍‌ ଦପ୍‌ ଦପ୍‌ ହୋଇଥିଲା। ଏଥିରେ ଭୟଭୀତ ହେବା ସହ ତାଙ୍କ ଛାତି ଥରି ଉଠିଥିଲା। ସେଥିପାଇଁ ମା’ଙ୍କ ଅଳଙ୍କାରକୁ ଛାଡ଼ି ପଳାଇ ଆସିଥିଲେ। ବାହାରେ ଥିବା ସହଯୋଗୀ ଯୁବକଙ୍କୁ ଡାକିବାରୁ ସେ ଶୁଣି ନ ଥିଲେ। ଶେଷକୁ କେବଳ ହୁଣ୍ଡି ଭାଙ୍ଗି ଟଙ୍କା ନେଇ ମା’ଙ୍କ ଲୁଗାରେ ବାନ୍ଧି ଗେଟ୍‌ ଉପରେ ଚଢ଼ି ବାହାରକୁ ବାହାରି ଆସିଥିଲେ। ବାହାରକୁ ଆସିବା ପରେ ଏକ ବିରାଟ ଛାଇ ତାଙ୍କ ଆଡ଼କୁ ମାଡ଼ି ଆସିଥିଲା। ଏଥିରେ ଭୟଭୀତ ହୋଇ ଉଭୟେ ଦୌଡ଼ି ପଳାଇବା ବେଳେ କିଛି ଟଙ୍କା ସେଠାରେ ଗଳି ପଡ଼ିଥିଲା ବୋଲି କହିଥିଲା। ସେମାନଙ୍କ ଏହି ଛାତିଥରା ଅନୁଭୂତି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ୍‌ ହେଉଛି।
ପ୍ରକାଶଥାଉ କି, ଚୋରି ନେଇ ମନ୍ଦିର ଟ୍ରଷ୍ଟି ଉପଜିଲାପାଳଙ୍କ ଅଭିଯୋଗକ୍ରମେ ମାମଲା(ନଂ. ୨୮୩/୨୬) ରୁଜୁ ହୋଇଥିଲା। ଏନେଇ ଏସ୍‌ପି ମନୋଜ ରାଉତ କହିଛନ୍ତି ମା’ ଭଦ୍ରକାଳୀ ସ୍ଥାନୀୟ ଲୋକଙ୍କ ଅଧିଷ୍ଠାତ୍ରୀ ଦେବୀ ହୋଇଥିବାରୁ ଏହି ଚୋରି ବାହାର ଲୋକ କରିଥିବେ। ଏହି ଆଧାରରେ ତଦନ୍ତ କରାଯାଇ ଗଦି ସାମନ୍ତରାୟପୁରରର ୨ଯୁବକ ଆହାରପଦା ମହାରଣା ସାହିରେ ଗତ ୩/୪ ଦିନ ପୂର୍ବରୁ ରହିଥିଲେ। ସେମାନଙ୍କ ହାବଭାବ ସନ୍ଦେହଜନକ ଥିବା ସ୍ଥାନୀୟ ଲୋକଙ୍କ ଠାରୁ ଜଣାପଡ଼ିଥିଲା। ପରେ ୨ ଯୁବକ ଦୀପୁନ ବେହେରା ଓ ସିପୁନ ବାରିକଙ୍କୁ ପୋଲିସ ଥାନାକୁ ଆଣି ପଚରାଉଚୁରା କରିଥିଲା। ପରେ ସେମାନେ ଚୋରି କରିଥିବା ସ୍ବୀକାର କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସରକାରୀ ନିୟମକୁ ଫୁ’: କେବୁଲ ବିଛାପାଇଁ ଚାଲିଛି ରାସ୍ତାଖୋଳା, ଯାତାୟାତରେ ବାଧା

ତୁମୁଡିବନ୍ଧ,୧୦।୪(ଦୀପକ କୁମାର ପରାସେଠ): ବିଏସଏନଏଲ କେବୁଲ ବିଛା ପାଇଁ ରାସ୍ତା ଖୋଳାଯିବା ଫଳରେ ଯାତାୟାତରେ ବାଧା। ଜାଣିନାହାନ୍ତି ବିଭାଗୀୟ ଅଧିକାରୀ। ଗ୍ରାମବାସୀଙ୍କ ବିରୋଧ। ଧମକ ଦେଉଛି ଠିକାଦାର।…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ: ଶିଶୁ-ମାତୃ ମୃତ୍ୟୁ ହାର ହ୍ରାସ ଲକ୍ଷ୍ୟ

କେସିଙ୍ଗା ,୧୦।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧ୍ୟକ୍ଷ ରବୀନ୍ଦ୍ର ଖଟୁଆଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ପାଳିତ ହୋଇ ଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri