୧୫ ଘରୁ କଳାକନା ବୁଲାଇଲେ ଦୁର୍ବୃତ୍ତ: ୪୦ ଲକ୍ଷ ଟଙ୍କାର ସୁନା ଗହଣା କଲେ ଲୁଟ୍‌

ଟେନ୍‌ସା,୧୪ା୭(ସମୀର କୁମାର ପାଢ଼ୀ):ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ସାନଇନ୍ଦୁପୁର ରୁଙ୍ଗଟା କଲୋନୀରେ ଶୁକ୍ରବାର ବିଳମ୍ବିତ ରାତିରେ ୧୫ଟି ଘରୁ ଚୋରି ହୋଇଛି। ୪୦ ଲକ୍ଷ ଟଙ୍କାର ସୁନା ଗହଣା ଓ ୫ରୁ ୧୦ ଲକ୍ଷ ଟଙ୍କା ଦୁର୍ବୃତ୍ତ ନେଇଯାଇଥିବା ଜଣାପଡିଛି। କୋଇଡ଼ା ଥାନା ଅଧିକାରୀ ଓ ସାଇଣ୍ଟିଫିକ୍‌ ଟିମ୍‌ ତଦନ୍ତ କରି ଫେରିଛନ୍ତି। ଏନେଇ ଥାନାରେ ୩ଟି ପୃଥକ ମାମଲା (ନଂ.୯୧/୯୨/୯୩)
ରୁଜୁ ହୋଇଛି। ପୋଲିସ ଘଟଣାର ତନାଘନା ଚଳାଇଛି। ସୂଚନାଯୋଗ୍ୟ, ଦିଲ୍ଲୀପ କୁମାର ନାୟକ, ଅଜୟ କୁମାର ସାହୁ, ପ୍ରଶାନ୍ତ କୁମାର ନାୟକ,ସନ୍ତୋଷ କୁମାର ରାଉତ, ସଞ୍ଜୀବ କୁମାର ବାରିକ, ଅଜୟ କୁମାର ରାଉତ, ପଙ୍କଜ କୁମାର ବାରିକ, ଅଞ୍ଜନ କୁମାର ମୁଦୁଲି, ପାର୍ଥଶାରଥୀ ପାଠକ, ଇନ୍ଦ୍ରମଣୀ ମାହାନ୍ତ, ରସିକଶେଖର ମାହାନ୍ତ, ବିନଦୟାଲ ସିଂ ବିନାର, ଲିଆନ କୁମାର ପ୍ରଧାନ, ଚିନ୍ମୟକୁମାର ମହାକୁଡ, ବିଶ୍ୱଜିତ ସାହୁ ରୁଙ୍ଗଟା ଖଣିରେ କାମ କରନ୍ତି। ସେମାନଙ୍କ ପରିବାର ସଦସ୍ୟମାନେ ଛୁଟିରେ ଗଁାକୁ ଯାଇଛନ୍ତି। ସବୁଦିନ ପରି ଶୁକ୍ରବାର ସେମାନେ କାମକୁ ଯାଇଥିଲେ। ଘରେ କେହି ନ ଥିବାର ସୁଯୋଗ ନେଇ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ କଲୋନୀର ପଛପାର୍ଶ୍ୱରେ ଥିବା ପାଚେରିର କଣ୍ଟାତାର କାଟି ହତା ଭିତରକୁ ପଶିଥିଲେ। କଟର ସାହାଯ୍ୟରେ ଘରର କବାଟ ଭାଙ୍ଗି ସୁନା ଗହଣା ଓ ଟଙ୍କା ଚୋରି କରି ନେଇଯାଇଥିଲେ। ଶନିବାର ସକାଳେ କର୍ମଚାରୀମାନେ ପହଞ୍ଚି ଘରୁ ଚୋରି ହୋଇଥିବା ଦେଖିବାକୁ ପାଇଥିଲେ। ଏନେଇ ସେମାନେ କୋଇଡା ଥାନାରେ ଅଭିଯୋଗ କରିଥିଲେ। ସନ୍ଧାନୀ କୁକୁର ଆସିଲେ ଦୁର୍ବୃତ୍ତମାନେ ଶୀଘ୍ର ଧରାପଡିବେ ବୋଲି ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri