ଡିପୋଜିଟ୍‌ ପାଇଁ  ଏଜେଣ୍ଟ ୩ ଲକ୍ଷ ଟଙ୍କା ନେଇ ଯାଉଥିଲେ, ବାଇକରେ ଆସି ଲୁଟି ନେଲେ…

ଚାନ୍ଦବାଲି,୮।୧(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ଅଞ୍ଚଳରେ ଅପରାଧିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗୁରୁବାର ଦିବା ପ୍ରାୟ ୧.୩୦ ସମୟରେ ବାଂଶଡା ଥାନା ଅଧିନ ଜଣେ ଏଲ୍‌ଆଇସି ଏଜେଣ୍ଟଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟି ନେଲେ ୩ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।

ସୂଚନା ମୁତାବକ, ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଘଣ୍ଟେଶ୍ୱରର ଏଲ୍‌ଆଇସି ଏଜେଣ୍ଟ ସୁଶାନ୍ତ ପଣ୍ଡା ୩ ଲକ୍ଷ ଟଙ୍କା ନେଇ  ଚାନ୍ଦବାଲି ଏଲ୍‌ଆଇସି ଅଫିସକୁ ଡିପୋଜିଟ କରିବା ପାଇଁ ଯାଉଥିଲେ। ହେଲେ ତୋଟାପଡ଼ା-ବଇଦ ପୋଖରୀ ରାସ୍ତାର ପଲେଇସାହି ଛକ ନିକଟରେ ପଛପଟୁ ଦୁଇ ଜଣ ଯୁବକ ଏକ ନମ୍ବର ବିହୀନ ବାଇକରେ ଆସି ତାଙ୍କୁ  ଆକ୍ରମଣ କରି ରାସ୍ତାକୁ ଠେଲି ଦେଇଥିଲେ। ପରେ ସେ ତାଙ୍କଠାରୁ ଟଙ୍କା ଥିବା ବ୍ୟାଗକୁ ଲୁଟି ଚମ୍ପଟ ମାରିଥିଲେ। ଖବର ପାଇ ବାଂଶଡା ଥାନାଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି।

Dharitri – Odisha’s No.1 Odia Daily

Share