ଚୋରି କରିବାକୁ ଆସି ସିଗାରେଟ ଟାଣି ଶୋଇ ପଡିଲେ ଚୋର, ତାପରେ…

ବେଜିଂ,୨୨।୧୧ : ଦକ୍ଷିଣ ପଶ୍ଚିମ ଚାଇନାର ୟୁନାନ ପ୍ରଦେଶରେ ଏକ ମଜାଦାର ଘଟଣା ଘଟିଛି । ଏଠାରେ, ଜଣେ ଚୋର ଚୋରି କରିବା ଉଦ୍ଦେଶ୍ୟରେ ଏକ ଘରେ ପ୍ରବେଶ କରିଥିଲେ। ଚୋର ଘରେ ପଶି ପ୍ରଥମେ ସିଗାରେଟ ଟାଣିଥିଲେ। ଏହା ପରେ ଚୋରି କରିବା ପରିବର୍ତ୍ତେ ଶୋଇପଡିଥିଲେ। ପରେ ଜୋରରେ ଘୁଙ୍ଗୁଡି ମାରିବାକୁ ଲାଗିଲେ। ଶବ୍ଦ ଶୁଣି ଘରର ମାଲିକାଣୀ ଉଠି ଯାଇଥିଲେ। ଏହା ପରେ ଚୋର ଧରାପଡିଥିଲେ। ସାଉଥ ଚାଇନା ମର୍ନିଂ ପୋଷ୍ଟ ଅନୁଯାୟୀ, ରାତିରେ ଚୋର ଘରେ ପ୍ରବେଶ କଲାବେଳେ ସେଠାରେ ଥିବା ଲୋକମାନେ ଜାଗ୍ରତ ଥିଲେ। ସେମାନେ ନିଜ ନିଜ ମଧ୍ୟରେ କଥାବାର୍ତ୍ତା ହେଉଥିଲେ। ଚୋର ସେମାନଙ୍କ କଥା ଶୁଣି ଏକ କୋଠରୀରେ ପ୍ରବେଶ କରି ଘରର ଲୋକେ ଶୋଇବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ତେବେ ସମୟ ବିତାଇବା ପାଇଁ ଚୋର ସେଠାରେ ରଖାଯାଇଥିବା ସିଗାରେଟ ଟାଣିଥିଲେ। ଏହାପରେ ସେ ନିଜେ ଶୋଇ ପଡିଥିଲେ।

ଘରର ମାଲିକାଣୀ ପିଲାମାନଙ୍କ ସହିତ ଅନ୍ୟ ଏକ କୋଠରୀରେ ଶୋଇଥିଲେ। କିଛି ସମୟ ପରେ, ଘୁଙ୍ଗୁଡି ଶବ୍ଦ ଆସିବାକୁ ଲାଗିଲା। ପ୍ରଥମେ ସେ ଭାବିଥିଲେ ବୋଧହୁଏ ତାଙ୍କର ଜଣେ ପଡ଼ୋଶୀ ଏତେ ଜୋରରେ ଘୁଙ୍ଗୁଡି ମାରୁଛନ୍ତି, କିନ୍ତୁ ଯେତେବେଳେ ସେ ନିଜ ପିଲାଙ୍କ ଦୁଗ୍ଧ ବୋତଲ ଆଣିବାକୁ କୋଠରୀରୁ ବାହାରକୁ ଆସିଲେ, ଘୁଙ୍ଗୁଡିର ଶବ୍ଦ ଅଧିକ ଜୋରରେ ଶୁଭିଲା। ମହିଳା ସଙ୍ଗେ ସଙ୍ଗେ ବୁଝିପାରିଲେ ଏହି ଶବ୍ଦ ପଡୋଶୀଙ୍କ ଘରୁ ନୁହେଁ, ବରଂ ତାଙ୍କ ଘରର ଅନ୍ୟ କୋଠରୀରୁ ଆସୁଛି। ସେ ସଙ୍ଗେ ସଙ୍ଗେ କୋଠରୀ ଭିତରକୁ ଚାହିଁଲେ, ଜଣେ ଲୋକ ତଳେ ଶୋଇଥିବାର ଦେଖିଲେ। ୟାଙ୍ଗ ନାମକ ଚୋର ନିଦରେ ଶୋଇ ଜୋରରେ ଘୁଙ୍ଗୁଡି ମାରୁଥିଲେ।
ଏହା ପରେ ମହିଳା ଜଣକ ତୁରନ୍ତ ତାଙ୍କ ପରିବାର ସଦସ୍ୟ ଏବଂ ପୋଲିସକୁ ଘରେ ଚୋର ପଶିଥିବା ବିଷୟରେ ସୂଚନା ଦେଇଥିଲେ। ପରେ ପୋଲିସ ତାଙ୍କୁ ଗିରଫ କରିଥିଲା।

ଚୋରଙ୍କର ଅପରାଧିକ ଇତିହାସ ରହିଛି ଏବଂ ଏହା ପୂର୍ବରୁ ତାଙ୍କୁ ୨୦୨୨ ମସିହାରେ ମଧ୍ୟ ଗିରଫ କରାଯାଇଥିଲା। ସେପ୍ଟେମ୍ବର ମାସରେ ଜେଲରୁ ବାହାରିବା ପରେ ସେ ପୁଣି ଚୋରି କରିବା ଆରମ୍ଭ କରିଥିଲେ ଏବଂ ବର୍ତ୍ତମାନ ପୁଣି ଥରେ ଧରାପଡିଛନ୍ତି। ଚାଇନାର ସୋସିଆଲ ମିଡିଆ ପ୍ଲାଟଫର୍ମ ୱାଇବୋରେ ଏହି ଘଟଣା ଭାଇରାଲ ହୋଇଛି। ଅନେକ ୟୁଜର ଚୋରଙ୍କୁ ପରିହାସ କରିଛନ୍ତି। ଜଣେ ବ୍ୟକ୍ତି କହିଛନ୍ତି, ଏହା ଅତ୍ୟନ୍ତ ହାସ୍ୟାସ୍ପଦ। ଚୋର ପୋଲିସକୁ ତାଙ୍କ ଦ୍ୱାରକୁ ଆଣିଥିଲା।” ଅନ୍ୟ ଜଣେ ୟୁଜର କହିଛନ୍ତି ସେ ବୋଧହୁଏ ଥକି ଯାଇଥିଲେ, ତାଙ୍କ ପାଇଁ ଅଧିକ ସମୟ କାମ କରିବା ଉଚିିତ ନୁହେଁ ।

 


Enter your email to get our daily news in your inbox.

All Right Reserved By Dharitri.Com

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

୧୬ ବର୍ଷୀୟା ଶାଳୀଙ୍କୁ ବଳାତ୍କାର କରି ହତ୍ୟା କରିଥିଲେ ଭିଣୋଇ, ଆସିଲା ମାମଲାର ରାଏ…

ବ୍ରହ୍ମପୁର,୨୬।୩(ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ୍‌ ପୋକ୍‌ସୋ ଜଜ୍‌ ପ୍ରଣତି ପଟ୍ଟନାୟକ ଗୁରୁବାର ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ବିଚାର କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ…

ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ କରିଥିଲେ ପୋଷ୍ଟ, ଏବେ…

ବାଲିଗୁଡ଼ା, ୨୬ା୩(ସଞ୍ଜୟ କୁମାର ପାଣିଗ୍ରାହୀ):ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରିବା ମହଙ୍ଗା ପଡିଛି। ବନ ବିଭାଗ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

RCBର ବିକ୍ରି ପରେ ମୁହଁ ଖୋଲିଲେ ମାଲ୍ୟା: ସମାଲୋଚକଙ୍କୁ କହିଲେ…

ନୂଆଦିଲ୍ଲୀ,୨୬ା୩: ଆଇପିଏଲ୍‌ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୧୮,୭୭୬ କୋଟି ଟଙ୍କାରେ ବିକ୍ରି ହେବା ପରେ ଏହାର ମୂଳ ମାଲିକ ତଥା ପଳାତକ ବ୍ୟବସାୟୀ ବିଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri