ଭୁବନେଶ୍ୱର,୧୫ା୧୦: ରାଜଧାନୀ ଭୁବନେଶ୍ବରରେ ବୁଧବାର ସନ୍ଧ୍ୟାରେ ଏକ ଅଘଟଣ ଘଟିଛି। ବାଇକ୍ରେ ବାଣ ନେଇ ଯାଉଥିବାବେଳେ ବିସ୍ଫୋରଣ ହେବାରୁ ବାଇକ୍ଟି ସମ୍ପୂର୍ଣ୍ଣ ଜଳିଯାଇଛି। ଜୟଦେବ ବିହାର ଓଭର ବ୍ରିଜ୍ ଉପରେ ଚଳନ୍ତା ବାଇକ୍ରେ ବାଣ ଫୁଟିବାରୁ ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଯାଇଛି ବାଇକ୍। ଫଳରେ ୨ ଜଣ ଗୁରୁତର ହୋଇଛନ୍ତି। ଖବର ଲେଖାହେବା ସୁଦ୍ଧା ୨ ଜଣଙ୍କ ପରିଚୟ ଜଣାପଡ଼ିନାହିଁ।