ଗାଁରେ ପଶି ଦଳିତଙ୍କୁ କରାଉଥିଲେ ଧର୍ମ ପରିବର୍ତ୍ତନ : ପହଞ୍ଚିଗଲେ ଲୋକେ, ପରେ..

ପରଜଙ୍ଗ, ୫।୧ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଗ୍ରାମ ପଞ୍ଚାୟତର ବିଏସ୍‌ଏନ୍‌ଏଲ୍‌ କାର୍ଯ୍ୟାଳୟ ନିକଟରେ ଥିବା ଏକ ଦଳିତ ବସ୍ତି ମଧ୍ୟରେ ଜଣେ ବ୍ୟକ୍ତିଙ୍କ ଘରେ ରବିବାର ସକାଳେ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବୋରୋସାହି ପଞ୍ଚାୟତ ଖମାର ଗ୍ରାମର ଖ୍ରୀଷ୍ଟଧର୍ମି ଦଳିତ ପରିବାରର ବିପିନ ବିହାରୀ ନାଏକ ଏବଂ ତାଙ୍କ ସ୍ତ୍ରୀ ବନ୍ଦନା ନାଏକ ହିନ୍ଦୁ ଧର୍ମର ଲୋକମାନଙ୍କୁ ଏକାଠି କରି ଧର୍ମ ପରିବର୍ତନ କରିବା ପାଇଁ ବିଭିନ୍ନ ପ୍ରଲୋଭନ ଦେଖାଇ ପ୍ରବର୍ତ୍ତାଉଥିଲେ। ଏହା ଜାଣିପାରି ପରଜଙ୍ଗ ଗ୍ରାମର କିଛି ଯୁବକ ସେଠାରେ ପହଞ୍ଚି ବିରୋଧ କରିଥିଲେ। ପରେ ସେଠାରେ ଶତାଧିକ ଗ୍ରାମବାସୀ ପହଞ୍ଚିଯିବା ପରେ ସେମାନେ ଛତ୍ରଭଙ୍ଗ ଦେଇଥିଲେ। କିନ୍ତୁ ବିପିନଙ୍କୁ ଲୋକେ କାବୁକରି ଗ୍ରାମ ଚଉପାଢିକୁ ନେଇଥିଲେ। ଖବର ପାଇ ଏସ୍‌ଆଇ ଦେବଗ୍ରାହୀ ମହାନ୍ତି ଓ ପୋଲିସ କର୍ମଚାରୀ ପହଞ୍ଚି ବିପିନଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି।
ବିପିନ ସ୍ବୀକାର କରିଛନ୍ତି କି , ଦୀର୍ଘ ୮ ବର୍ଷ ଧରି କନ୍ଦରସିଂହା ଗ୍ରାମରେ ପରିବାର ସହ ଘର ଭଡ଼ା ନେଇ ରହୁଛନ୍ତି ଏବଂ ପରଜଙ୍ଗ ବ୍ଲକର ବିଭିନ୍ନ ପଞ୍ଚାୟତର ଶତାଧିକ ହିନ୍ଦୁମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଖ୍ରୀଷ୍ଟିୟନ ଧର୍ମ ପରିବର୍ତ୍ତନ କରିବାରେ ସଫଳ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା କନ୍ଦରସିଂହା, କଟରାପଡ଼ା, କୁମୁସି, ରୋଡ, କୁନ୍ଦନଦେଇପୁର ଅଞ୍ଚଳରୁ ଶତାଧିକ ପରିବାର ଖ୍ରୀଷ୍ଟଧର୍ମ ପରିବର୍ତ୍ତନ କରିଥିବା ସୂଚନା ଦେଇଛନ୍ତି । ପରଜଙ୍ଗରେ ପ୍ରାର୍ଥନା ଚାଲିଥିବା ବେଳେ ଏହାକୁ ନେଇ ପରଜଙ୍ଗ ଅଞ୍ଚଳରେ ଚାପା ଉତେଜନା ପ୍ରକାଶ ପାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓ୍ବେଷ୍ଟଇଣ୍ଡିଜ୍‌ର ବୃହତ ବିଜୟ

ମୁମ୍ବାଇ,୨୩ା୨: ଶିମରନ ହେଟମେୟର ଓ ରବମାନ ପାଓ୍ବେଲଙ୍କ ବିସ୍ଫୋରକ ବ୍ୟାଟିଂ ଓ ପରେ ଗୁଦାକେଶ ମୋତିଙ୍କ ଜବରଦସ୍ତ ବୋଲିଂ ବଳରେ ଏଠାରେ ସୋମବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର…

ଝାଡ଼ଖଣ୍ଡରେ ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ଯାଉଥିଲେ ୭ଜଣ

ରାଞ୍ଚି,୨୩।୨: ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚି ବିର୍ସାମୁଣ୍ଡା ବିମାନବନ୍ଦରରୁ ଉଡ଼ାଣ ଭରୁଥିବା ଏକ ଏୟାର ଆମ୍ବୁଲାନ୍ସ ବିମାନ ସୋମବାର ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଉଡ଼ାଣ ଭରିବାର କିଛି ସମୟ…

ଖୋଲିଲା ହରିଶଙ୍କର ମନ୍ଦିର ହୁଣ୍ଡି

ଖପ୍ରାଖୋଲ, ୨୩।୨(ଅଭୟ ତ୍ରିପାଠୀ)-ବଲାଙ୍ଗୀର ଜିଲା ଖପ୍ରାଖୋଲର ପ୍ରମୁଖ ପୁଣ୍ୟ କ୍ଷେତ୍ର ହରିଶଙ୍କର ମନ୍ଦିରର ଦାନ ହୁଣ୍ଡି ମନ୍ଦିର ପ୍ରଶାସନ ପକ୍ଷରୁ ସୋମବାର ଖୋଲାଯାଇଛି। ମନ୍ଦିର ମଧ୍ୟରେ ଥିବା…

ବ୍ରାହ୍ମଣୀଗାଁ ଶ୍ରୀ ଶ୍ରୀ ମୁକ୍ତେଶର ମହାରୁଦ୍ରଙ୍କ ପ୍ରତିଷ୍ଠା ମହାସମାରୋହ ଉଦ୍‌ଯାପିତ : ମନ୍ଦିର ପ୍ରବେଶ, ରତ୍ନମୁଦ କାର୍ଯ୍ୟ ସମ୍ପନ୍ନ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ,୨୩ ।୨(ଅରୁଣ ସାହୁ/ମନୋରଞ୍ଜନ ରଣା ):ନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ଶ୍ରୀ ଶ୍ରୀ ମୁକ୍ତେଶ୍ୱର ମହାରୁଦ୍ରଙ୍କ ଜୀର୍ଣ୍ଣୋଦ୍ଧାର ଭବ୍ୟ ମନ୍ଦିର ଓ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା…

କୋକସରା-ଚିଲିଗୁଡା ରାସ୍ତାରେ ଟ୍ରକ୍‌ ପିଟିଲା ବାଇକ୍‌କୁ

କୋକସରା,୨୩।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥରେ କୋକସରା-ଚିଲିଗୁଡା ରାସ୍ତାରେ ସାମବାର ସନ୍ଧ୍ୟାରେ ଏକ ଦୁର୍ଘଟଣା ଘଟିଛି। ପାଇପ ବୋଝେଇ ଟ୍ରକ ଧକ୍କା ଦେବା ଫଳରେ…

ହେଟମେୟର, ପାଓ୍ବେଲଙ୍କ ବିସ୍ଫୋରକ ବ୍ୟାଟିଂ: ଜିମ୍ବାଓ୍ବେ ଆଗରେ ୨୫୫ ରନ୍‌ର ବିଶାଳ ଟାର୍ଗେଟ୍‌

ମୁମ୍ବାଇ,୨୩ା୨- ଚଳିତ ଟି୨୦ ବିଶ୍ୱକପ୍‌ର ସୁପର-୮ ପର୍ଯ୍ୟାୟରେ ସୋମବାର ଖେଳାଯାଇଥିବା ମ୍ୟାଚ୍‌ରେ ଜିମ୍ବାଓ୍ବେ ଓ ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଶିମରନ ହେଟମେୟର ଓ ରବମାନ ପାଓ୍ବେଲଙ୍କ ବିସ୍ଫୋରକ…

ପୌର ପରିଷଦ ଉପାଧ୍ୟକ୍ଷା ଅନାସ୍ଥା ପ୍ରସଙ୍ଗ: ଶୁଭ୍ରାଙ୍କ ପଦ ରଦ୍ଦ ମାମଲାରେ କାଉନସିଲରଙ୍କ ବିଜୟ: ଶ୍ରମିତା

ରାୟଗଡ଼ା,୨୩।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ କାଉନସିଲର ଆଣିଥିବା ଅନାସ୍ଥା ପ୍ରସ୍ତାବ ଭୋଟ ଗଣତି ହୋଇ ବାଲଟ ବାକ୍ସରେ କଏଦ…

ଆମ୍ବୁଲାନ୍ସ ନେଲା ଆରଏମ୍‌ସି କର୍ମଚାରୀଙ୍କ ଜୀବନ

ବିଷମକଟକ/ଗୁଣପୁର ୨୩।୨(ପ୍ରସନ୍ନ କୁମାର ପଣ୍ଡା/ ସଂକେତ ପାତ୍ର): ରାୟଗଡ଼ା ଜିଲା ବିଷମକଟକ ବ୍ଲକ କୁମାର ଢାମୁଣୀ ନିକଟରେ ସୋମବାର ଏକ ଆମ୍ବୁଲାନ୍ସ ଧକ୍କାରେ ଜଣେ ଆରଏମ୍‌ସି କର୍ମଚାରୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri