Posted inଫୁରସତ

ରାମମନ୍ଦିର ତିଆରି ନ ହେଲେ ବିବାହ କରିବେନି ବୋଲି ନେଇଥିଲେ ଶପଥ, ଏବେ ବିବାହ ବନ୍ଧନରେ ବାନ୍ଧିହେଲେ ଏହି ବ୍ୟକ୍ତି

ରାଜସ୍ଥାନରେ ରହୁଥିବା ଜଣେ ଯୁବକ ୩୩ ବର୍ଷ ପୂର୍ବରୁ ଶପଥ କରିଥିଲେ କି ଅଯୋଧ୍ୟାରେ ଯଦି ରାମମନ୍ଦିର ନ ହେବ ତେବେ ସେ ବିବାହ କରିବେ ନାହିଁ। ଏବେ ଏହି ବ୍ୟକ୍ତିଙ୍କ ସଂକଳ୍ପ ପୂରା ହୋଇଛି। ରାମଲାଲା ନିଜର ଭବ୍ୟମନ୍ଦିରରେ ବିରାଜମାନ ହୋଇସାରିଛନ୍ତି। ଆଉ ଏହି ବ୍ୟକ୍ତି ଅଯୋଧ୍ୟାର କାରସେବକପୁର ପରିସରରେ ଥିବା ଯଜ୍ଞବେଦୀରେ ଶାଳିନୀ ନାମକ ଜଣେ ଯୁବତୀଙ୍କ ସହ ସାତଫେରା ନେଇଛନ୍ତି। ଏହି ଯୋଡ଼ି ବରଣମାଳା ନେଇଛନ୍ତି ଯାହାକି ପ୍ରଭୁ ଶ୍ରୀରାମଙ୍କ ଶୃଙ୍ଗାର ପାଇଁ ବ୍ୟବହାର କରାଯାଇଥାଏ।

डॉ. शालिनी गौतम, डॉ. महेंद्र भारती.

ରାଜସ୍ଥାନର ଜୟପୁରରେ ରହୁଥିବା ଡା. ମହେନ୍ଦ୍ର ଭାରତୀ ଲାଲ୍‌ ୧୯୯୦ରେ ବିବାହ କରିବା ପାଇଁ ଯୋଗ୍ୟ ଥିଲେ। ମାତ୍ର ଏହି ସମୟରେ ଏକ ଗୁଳିକାଣ୍ଡ ଘଟଣାରେ ଏତେ ବ୍ୟଥିତ ହୋଇଥିଲେ ଯେ, ସେ ଶପଥ ନେଇଥିଲେ ଯେ ପର୍ଯ୍ୟନ୍ତ ଅଯୋଧ୍ୟାରେ ଭଗବାନ ରାମଙ୍କ ମନ୍ଦିର ନିର୍ମାଣ କରା ନ ଯିବ ସେପର୍ଯ୍ୟନ୍ତ ସେ ବିବାହ କରିବେ ନାହିଁ କି କୌଣସି ମାଳା ପିନ୍ଧିବେ ନାହିଁ। ଏବେ ଜାନୁଆରୀ ୨୨ରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ହୋଇଛି। ଏହା ପରେ ୩୩ ବର୍ଷର ପ୍ରତିଜ୍ଞା ଭଙ୍ଗ କରିଛନ୍ତି ମହେନ୍ଦ୍ର। ଶେଷରେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ୨୦ ବର୍ଷରୁ ଅଧିକ ହେବ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପ୍ରଚାରକ ରହିଆସିଛନ୍ତି। ତାଙ୍କ ଜୀବନସାଥୀ ଶାଳିନୀ ଗୌତମ ମହାବିଦ୍ୟାଳୟରେ ପିଲାଙ୍କୁ ପଢ଼ାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri