ଭୁଲ୍‌ରେ ବି କାହାକୁ କୁହନ୍ତୁ ନାହିଁ ଏହି ୫ କଥା, ନଚେତ ପସ୍ତାଇବେ ସାରା ଜୀବନ !

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ସମସ୍ୟା ଏବଂ ତାର ସମାଧାନ ଉପରେ ବର୍ଣ୍ଣନା କରିଛନ୍ତି। ସେସବୁକୁ ଯଦି ଜୀବନରେ ପ୍ରୟୋଗ କରାଯାଏ ତେବେ ଜଣେ ସୁଖୀ ଜୀବନ ବିତାଇପାରିବ। ସେ ତାଙ୍କର ନୀତିରେ କିଛି କଥାକୁ ଗୋପନ ରଖିବାକୁ ପରାମର୍ଶ ଦେଇଛନ୍ତି। ବୁଦ୍ଧିମାନ ବ୍ୟକ୍ତି ସର୍ବଦା କିଛି କଥାକୁ ଗୋପନ ରଖିଥାନ୍ତି। ନଚେତ ଲୋକେ ଏହାର ଫାଇଦା ଉଠାନ୍ତି ବୋଲି ଚାଣକ୍ୟ କହିଛନ୍ତି। ଆସନ୍ତୁ ଆଜିର ବିଷୟରେ ସେସବୁକୁ ଜାଣିବା:-

-ସିଦ୍ଧ ପ୍ରାପ୍ତ ଔଷଧ: ଚାଣକ୍ୟ କୁହନ୍ତି କିଛି ଔଷଧ କିଛି ବ୍ୟକ୍ତିଙ୍କୁ ସିଦ୍ଧ ହୋଇଥାଏ। ଏଥିଲାଗି ଏହାକୁ ବିନିଯୋଗ କରି ଜଣେ ଅନ୍ୟର ଉପକାର କରିଥାଏ। କିନ୍ତୁ ଏହା ବିଷୟରେ କାହାକୁ କିଛି କହିବା ଉଚିତ ନୁହେଁ। ଏହାକୁ କହିବା ଦ୍ୱାରା ତାର ପ୍ରଭାବ ଶେଷ ହୋଇଯାଏ।

-ଧର୍ମ: ନିଜର ଧର୍ମ ଅଥବା କର୍ତ୍ତବ୍ୟ ବିଷୟରେ ଲୋକଙ୍କୁ କିଛି ବି କହିବା ଉଚିତ ନୁହେଁ, କେବଳ ଏହାର ପାଳନ କରାଯିବା ଉଚିତ।

-ଘରର ଅଭାବ: ନିଜ ଘରର ଅଭାବ ବିଷୟରେ କାହାକୁ ବି କହିବା ଦ୍ୱାରା ନିଜର ବଦ୍‌ନାମୀ ହୋଇଥାଏ। କାରଣ ଅସୁବିଧା ସବୁ ଘରେ ଥାଏ। ଅନ୍ତଃ ଏହାକୁ କହିବା ମୁର୍ଖତା।

-ସମ୍ଭୋଗ: ଚାଣକ୍ୟ କୁହନ୍ତି ସମ୍ଭୋଗ ବିଷୟରେ କାହାକୁ କିଛି ବି କହିବା ଅଶ୍ଳିଳତା ଏବଂ ଅସଭ୍ୟତା। ଏହି କାମ ଏକାନ୍ତରେ ଗୁପ୍ତ ଭାବେ କରାଯାଇଥାଏ।

-ଭୁଲ ଭୋଜନ: ଯଦି ଭୁଲ୍‌ରେ ଧର୍ମ କିମ୍ବା ସମାଜ ଅନୁମତି ଦେଉ ନ ଥିବା ଜିନିଷ ଖାଇ ଦିଅ ତେବେ ସେ ବିଷୟରେ କାହାକୁ କୁହନ୍ତୁ ନାହିଁ।

-ଶୁଣିଥିବା ଖରାପ କଥା: ଯଦି କେହି ଆପଣଙ୍କୁ କିଛି ଖରାପ କଥା କହିଛି କିମ୍ବା ଆପଣ କେଉଁଠାରୁ କିଛି ଖରାପ କଥା ଶୁଣିଛନ୍ତି ତେବେ ଏହାକୁ ହଜମ କରିନେବା ଉଚିତ। କାହାକୁ କିଛି କହିବା ଉଚିତ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri