ଏମାନଙ୍କୁ ମିଳିବ ୧୦ ହଜାର ଟଙ୍କା: ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୧।୧୧: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଶନିବାର ବଡ଼ ଘୋଷଣା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ମାର୍ଚ୍ଚ ୮ରେ ସୁଭଦ୍ରାର ନୂଆ ହିତାଧିକାରୀଙ୍କୁ ଟଙ୍କା ମିଳିବ। ନୂଆ ହିତାଧିକାରୀଙ୍କୁ ମିଳିବ ୨ଟି କିସ୍ତିର ଟଙ୍କା।

‘ସୁଭଦ୍ରା’ ଯୋଜନାରେ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ଲାଗି ନଭେମ୍ବର ୧ ଶନିବାରଠାରୁ ପୋର୍ଟାଲ ଖୋଲିବ। ଏହି ପୋର୍ଟାଲ ମାଧ୍ୟମରେ ୨୦ ବର୍ଷ ପୂରି ୨୧ ଚାଲୁଥିବା ଯୁବତୀମାନେ ସୁଭଦ୍ରା ସହାୟତା ପାଇଁ ଆବେଦନ କରିପାରିବେ। ଏଥିସହ ଯେଉଁମାନେ ପୂର୍ବରୁ ଆବେଦନ କରିପାରି ନାହାନ୍ତି, ସେମାନେ ମଧ୍ୟ ସୁଯୋଗ ପାଇବେ। ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ନୂଆପଡ଼ା ଜିଲାକୁ ଛାଡି ଅନ୍ୟ ସମସ୍ତ ଅଞ୍ଚଳର ମହିଳା ଆବେଦନ କରିପାରିବେ।

 

Dharitri – Odisha’s No.1, Most Trusted Odia Daily

\

Share
Tags: odisha