ଭୁବନେଶ୍ୱର,୧୮।୧୧: ଓଡ଼ିଶାର ସୁନାମଧନ୍ୟ ଓ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କର ପରଲୋକ ହୋଇଯାଇଛି। ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ଓଲିଉଡଜଗତରେ ଶୋକର ଛାୟା ଖେଳିଯାଇଛି। ଏହାରି ଭିତରେ ହ୍ୟୁମାନଙ୍କ ମାଆ ଶେଫାଳି ସୁନା ବିସ୍ଫୋରକ ବୟାନ ଦେଇ କହିଛନ୍ତି, ହ୍ୟୁମାନଙ୍କ ମୃତ୍ୟ ପାଇଁ ୩ ଜଣ ଦାୟୀ । ଜଣେ ମହିଳାଙ୍କ ସହ ଅନ୍ୟ ଦୁଇ ଯୁବକଙ୍କ ନାଁ ନେଲେ ହ୍ୟୁମାନଙ୍କ ମାଆ। ପପୁ, ପ୍ରଶାନ୍ତ, ଅର୍ପିତା ଚୌଧୁରୀ ମୋ ପୁଅର ଜୀବନ ନେଇଛନ୍ତ। ଅର୍ପିତା ମୋ ପୁଅକୁ ଧୋକା ଦେଇଛି । ମାନସିକ ବିଷାଦ ଭିତରେ ରହୁଥିଲା ମୋ ପୁଅ। କାଲି ICU ଆସିଥିଲେ ଏମାନେ। ମୋ ପୁଅକୁ ଅର୍ପିତା ମାରିଛି ବୋଲି ଅଭିଯୋଗ କରିଛନ୍ତି ହ୍ୟୁମାନଙ୍କ ମାଆ।
ଏପରିକି ତାଙ୍କର ମେଲୋଡ଼ି ଟିମ ଉପରେ ଦୋଷ ଲଦିଛନ୍ତି। ହ୍ୟୁମାନଙ୍କ ଦେହ ଅସୁସ୍ଥ ଥିବା ସତ୍ତ୍ୱେ ତାଙ୍କୁ ଷ୍ଟେଜ ଶୋ’ କରିବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ କରିଛନ୍ତି ତାଙ୍କ ମାଆ । ହ୍ୟୁମାନଙ୍କ ମାଆ କହିଛନ୍ତି, ମୋ ପୁଅକୁ ତାର ଦୁଇ ଜଣ ପିଏ ବ୍ୟବହାର କଲେ। ମୋ ପୁଅର ଦେହ ଖରାପ ଥିବା ସତ୍ତ୍ୱେ ତାକୁ ମେଡିକାଲ ନେବାକୁ ଛାଡ଼ିଲେନି।