ଡିସେମ୍ବର ପହିଲାରୁ ହେବାକୁ ଯାଉଛି ଏସବୁ ପରିବର୍ତ୍ତନ: ଜାଣନ୍ତୁ ଆପଣଙ୍କ ଉପରେ ପଡ଼ିବ କି ପ୍ରଭାବ..

ନୂଆଦିଲ୍ଲୀ,୨୯।୧୧: ବର୍ଷର ଶେଷ ମାସ ଅର୍ଥାତ ଡିସେମ୍ବରରୁ ଅନେକ ପରିବର୍ତ୍ତନ ହେବାକୁ ଯାଉଛି। ଏଲ୍‌ପିଜି ଗ୍ୟାସ ସିଲିଣ୍ଡରଠାରୁ ଆରମ୍ଭ କରି ଅନ୍‌ଲାଇନ୍‌ ଟ୍ରାନ୍ଜାକ୍ସନ ଉପରେ ଏହି ପରିବର୍ତ୍ତନ ହେବ।
ପ୍ରତି ମାସ ପହିଲାରେ ଏଲ୍‌ପିଜି ଗ୍ୟାସ ସିଲିଣ୍ଡର ଦାମରେ ପରିବର୍ତ୍ତନ କରାଯାଇଥାଏ। ଏଣୁ ଡିସେମ୍ବର ପହିଲାରୁ ଗ୍ରାହକଙ୍କୁ ନୂତନ ଦାମ ଦେବାକୁ ପଡ଼ିପାରେ।

ଡିସେମ୍ବର ୧ରୁ ରିଅଲ ଟାଇମ୍‌ ଗ୍ରସ ସେଟଲମେଣ୍ଟ ସିଷ୍ଟମ(ଆର୍‌ଟିଜିଏସ୍‌) ସମ୍ପର୍କିତ ଏକ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି। ଡିଜିଟାଲ ନେଣଦେଣକୁ ପ୍ରୋତ୍ସାହିତ କରିବାକୁ ଯାଇ ଆର୍‌ବିଆଇ ଆର୍‌ଟିଜିଏସ୍‌ ସେବାକୁ ନିରନ୍ତର ଉପଲବ୍ଧ କରାଇବାକୁ ନିଷ୍ପତ୍ତି ନେଇଛି। ଏଥିଯୋଗୁ ଗ୍ରାହକମାନେ ଏବେ ଆର୍‌ଟିଜିଏସ୍‌ ଜରିଆରେ ଟଙ୍କା ନେଣଦେଣ କରିପାରିବେ। ପୂର୍ବରୁ ଏହା ନ ଥିଲା।

ପୂର୍ବରୁ ବୀମା କିସ୍ତି ଠିକ୍‌ ଭାବେ ନ ଭରିଲେ ଲାଭ ମିଳି ନଥାଏ। ଏପରିକି ପଲିସିକୁ କମ୍ପାନୀ ବନ୍ଦ କରିଦେଉଥିଲା। ହେଲେ ଏବେ ବୀମା କିସ୍ତି ଦେବାକୁ ଅସମର୍ଥ ହୋଇଥିଲେ ହେଁ ପଲିସି ବନ୍ଦ ହେବ ନାହିଁ। କାରଣ ନୂଆ ବ୍ୟବସ୍ଥାନୁଯାୟୀ ୫ ବର୍ଷ ପରେ ପଲିସିଧାରକ କିସ୍ତିର ପରିମାଣ ୫୦% କମ୍‌ କରିପାରିବେ। ଏଣୁ ଅଧା କିସ୍ତି ଦେଇ ପଲିସି ଜାରି ରଖିପାରିବେ।

ରେଳ ବିଭାଗ ପକ୍ଷରୁ କିଛି ପରିବର୍ତ୍ତନ କରାଯାଇ ଡିସେମ୍ବରରୁ କିଛି ନୂଆ ଟ୍ରେନ ଚାଲିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିରେ ଝେଲମ୍‌ ଏକ୍ସପ୍ରେସ୍‌ ଏବଂ ପଞ୍ଜାବ ମେଲ ସାମିଲ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରୀ ସୁବିଧା, ଆଧୁନିକୀକରଣକୁ ଗୁରୁତ୍ୱାରୋପ

ଭୁବନେଶ୍ୱର,୧୧ା୧: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୂପନାରାୟଣ ସୁନକର ମଙ୍ଗଳବାର ରେଳପଥର ବରିଷ୍ଠ ଅଧିକାରୀମାନଙ୍କ ସହ ସ୍ଥାନୀୟ ମଞ୍ଚେଶ୍ୱର ସ୍ଥିତ ରେଳଡବା ମରାମତି କାରଖାନା ନିରୀକ୍ଷଣ କରିଛନ୍ତି।...

ଏନ୍‌ଆର୍‌ଡିସି ସହ ସୋଆର ରାଜିନାମା

ନୂଆଦିଲ୍ଲୀ,୩।୬ ଭାରତ ସରକାରଙ୍କ ପ୍ରମୁଖ ଗବେଷଣା ସଂସ୍ଥା ନ୍ୟାଶନାଲ ରିସର୍ଚ୍ଚ ଡେଭଲପମେଣ୍ଟ କର୍ପୋରେଶନ(ଏନ୍‌ଆର୍‌ଡିସି) ସହ ଶିକ୍ଷାନୁଷ୍ଠାନ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଏକ ଦ୍ୱିପାକ୍ଷିକ ରାଜିନାମା...

ଶୀର୍ଷରେ ଜିଓର ଡାଉନ୍‌ଲୋଡ୍‌ ସ୍ପିଡ୍‌

ନୂଆଦିଲ୍ଲୀ,୧୪।୪: ରିଲାଏନ୍ସ ଜିଓ ୫ଜି ଗ୍ରାହକମାନଙ୍କୁ ହାଇ ସ୍ପିଡ୍‌ ଡାଟା ପ୍ରଦାନ କରୁଛି। ଜିଓ ଗ୍ରାହକଙ୍କୁ ହାରାହାରି ୩୧୫.୩ ଏମ୍‌ବିପିଏସ୍‌ର ସୁପର ଡାଉନ୍‌ଲୋଡ୍‌ ସ୍ପିଡ୍‌ ମିଳିଛି।...

୨୦୨୧ ଦ୍ୱିତୀୟାର୍ଦ୍ଧରେ ଜିଓ ଆଣିପାରେ ୫ଜି ସେବା

ନୂଆଦିଲ୍ଲୀ: ୨୦୨୧ ଦ୍ୱିତୀୟାର୍ଦ୍ଧରେ ଦେଶରେ ୫ଜି ସେବା ଉପଲବ୍ଧ ହେବ। ଏ ନେଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ମଙ୍ଗଳବାର ଆଭାସ ଦେଇଛନ୍ତି। ଅଲଟ୍ରା...

ପରବର୍ତ୍ତୀ ପର୍ଯ୍ୟାୟ ସ୍ପେକ୍ଟ୍ରମ ନିଲାମକୁ ମଞ୍ଜୁରୀ

ନୂଆଦିଲ୍ଲୀ: ପରବର୍ତ୍ତୀ ପର୍ଯ୍ୟାୟ ସ୍ପେକ୍ଟ୍ରମ ନିଲାମକୁ କେନ୍ଦ୍ର କ୍ୟାବିନେଟ ବୁଧବାର ମଞ୍ଜୁର ପ୍ରଦାନ କରିଛି। କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଏ...

ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମହଙ୍ଗା ଭତ୍ତା୧୭୩.୮%

ଭୁବନେଶ୍ୱର:  ଦେଶର ଶିଳ୍ପ ଶ୍ରମିକଙ୍କ ପାଇଁ ସର୍ବଭାରତୀୟ ଖାଉଟି ମୂଲ୍ୟସୂଚୀ ପ୍ରକାଶ ପାଇଛି। ୨୦୨୧ ଏପ୍ରିଲ ରେ ଏହା ୧୨୦.୧ ପଏଣ୍ଟ ରହିଥିଲା, ଯାହା ୨୦୨୧ ମେ’ରେ...

କ୍ରେଡାଇ ଓଡ଼ିଶା ପକ୍ଷରୁ ବାତ୍ୟା ପ୍ରଭାବିତଙ୍କୁ ସହାୟତା

ଭୁବନେଶ୍ୱର,୨୯-୬ -କ୍ରେଡାଇ ଓଡ଼ିଶା ପକ୍ଷରୁ ବାତ୍ୟା ପ୍ରଭାବିତ ଲୋକଙ୍କ ପୁନର୍ବାସ ଲାଗି ଗୃହ ନିର୍ମାଣ ସାମଗ୍ରୀ ପ୍ରଦାନ କରାଯାଇଛି। ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ...

କମ୍ପାନୀଙ୍କ ବଜାର ପୁଞ୍ଜୀକରଣ ୨.୨ ଲକ୍ଷ କୋଟି କମିଲା

ନୂଆଦିଲ୍ଲୀ,୧।୩: ଭାରତୀୟ ପୁଞ୍ଜି ବଜାରର ସବୁଠାରୁ ୧୦ ମୂଲ୍ୟବାନ କମ୍ପାନୀ ମଧ୍ୟରୁ ୯ କମ୍ପାନୀଙ୍କ ବଜାର ପୁଞ୍ଜୀକରଣ ୨.୨ ଲକ୍ଷ କୋଟି ଟଙ୍କା ହ୍ରାସ ହୋଇଛି।...

Advertisement
Archives

Model This Week