ବିଜେଡିରେ ଏବେ କୁତୁକୁତୁ ହେଉଛନ୍ତି ଏସବୁ ନେତା: ଆଉ କେତେକ ଅଲୋଡ଼ା

ଭୁବନେଶ୍ୱର, ୨୧।୧(ସୁନିତ୍‌ ମିଶ୍ର): ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କିଛିଦିନ ହେଲା ବହୁମାତ୍ରାରେ ଚଳଚଞ୍ଚଳ ହୋଇ ଦଳୀୟ କାର୍ଯ୍ୟକ୍ରମ କରୁଛନ୍ତି। କେତେବେଳେ ବିଧାୟକମାନଙ୍କ ସହ ସିଧାସଳଖ ଆଲୋଚନା କରୁଛନ୍ତି ତ ଆଉ କେତେବେଳେ ବରିଷ୍ଠ ନେତାଙ୍କୁ ନବୀନ ନିବାସକୁ ଡାକି କଥା ହେଉଛନ୍ତି। ନବୀନ ନିବାସ ଭିତରୁ ବାରମ୍ବାର ଡକରା ମିଳିବା ପରେ ହାତଗଣତି କେତେଜଣ ନେତା ବର୍ତ୍ତମାନ କୁତୁକୁତୁ ହୋଇପଡ଼ିଛନ୍ତି। ଯେତେବେଳେ ସେମାନେ ନବୀନ ନିବାସରେ ପଶୁଥିବାର ଭିଡିଓ ଏବଂ ଫଟୋ ଗଣମାଧ୍ୟମରେ ଦେଖୁଛନ୍ତି ଖୁସିରେ ଫାଟି ପଡୁଛନ୍ତି ବୋଲି ରାଜନୈତିକ ମହଲରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ହେଲେ ରାଜ୍ୟ ରାଜନୀତିରେ ଏବଂ ନିଜ ନିର୍ବାଚନମଣ୍ଡଳୀ ବା ଜିଲାରେ ଏକାଧିକ ଥର ନିର୍ବାଚନ ଲଢି ବିଜୟୀ ହେଉଥିବା ଅନେକ ଚେହେରା ବର୍ତ୍ତମାନ ଦଳରେ ଅଲୋଡ଼ା ହୋଇପଡିଛନ୍ତି। ରାଜ୍ୟରେ ଏଭଳି ଉଦାହରଣ ଦେଖିଲେ ଅନେକଙ୍କ କଥା ଉଲ୍ଲେଖ କରାଯାଇପାରିବ।
ସୂଚନାଯୋଗ୍ୟ, ନବୀନ ବିଜେଡିର କେତେଜଣ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ପ୍ରତାପ ଜେନା, ପ୍ରମିଳା ମଲିକ ଏବଂ ଦେବୀ ମିଶ୍ରଙ୍କ ସହିତ ମଙ୍ଗଳବାର ଆଲୋଚନା କରିଛନ୍ତି। ମିଳିଥିବା ସୂଚନା ମୁତାବକ, ନିକଟରେ ଦଳରୁ ୨ ବିଧାୟକ ସନାତନ ମହାକୁଡ଼ ଏବଂ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ କରିବା ପରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ବିରୋଧରେ କାହିଁକି କେହି ପ୍ରତିକ୍ରିୟା ଦେଉନାହାନ୍ତି ବୋଲି କୁଆଡ଼େ ନବୀନ ପଚାରିଥିଲେ। ତେବେ ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସଞ୍ଜୟ କହିଛନ୍ତି, ବାଲେଶ୍ୱର ଜିଲା ସେକ୍‌ ମକାନ୍ଦର ମହମ୍ମଦଙ୍କୁ ବାଡ଼େଇ ମାରିଦିଆଯାଇଥିବା ଘଟଣାକୁ ନେଇ ନବୀନ ଉଦ୍‌ବେଗ ପ୍ରକାଶକଲେ। ରାଜ୍ୟରେ ସଂଖ୍ୟାଲଘୁ ସମ୍ପ୍ରଦାୟ ଲୋକଙ୍କୁ ହତ୍ୟା କରାଯାଉଛି। ଏ ସମ୍ପର୍କରେ ନବୀନ ଜାଣିବାକୁ ଚାହିଁଥିଲେ ବୋଲି ସଞ୍ଜୟ କହିଛନ୍ତି। ରାଜନୈତିକ ମହଲରେ ହେଉଥିବା ଆଲୋଚନା ମୁତାବକ, ସଞ୍ଜୟ ରାଜନୈତିକ ଦୃଷ୍ଟିକୋଣରୁ ନବୀନଙ୍କ ସହ ହୋଇଥିବା ଆଲୋଚନା ସମ୍ପର୍କରେ ଗଣମାଧ୍ୟମରେ କହିବାକୁ ନ ଚାହିଁବା ସ୍ବାଭାବିକ। ବିଗତ ଦିନରେ ନବୀନ ମୁମ୍ବାଇରେ ଚିକିତ୍ସାଧୀନ ଥିବାବେଳେ ରାଜ୍ୟର ବହୁ ନେତା ତାଙ୍କୁ ଭେଟିବା ଲାଗି ସେଠାକୁ ଗସ୍ତ କରିଥିଲେ। ହେଲେ ଶେଷରେ ଭିଡିଓ କଲ୍‌ ଜରିଆରେ ସେମାନେ ସେଠାରେ ନବୀନଙ୍କୁ ଭେଟିବାର ସୁଯୋଗ ପାଇଥିଲେ। ସେଠାରୁ ଫେରି ବାହାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସଞ୍ଜୟ ଏବଂ ଦଳର ରାଜ୍ୟ ସଭା ସଦସ୍ୟ ନବୀନଙ୍କୁ ଭେଟି ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଥିବା କଥା କହିଥିଲେ। ହେଲେ ମୁମ୍ବାଇ ଗସ୍ତ କରିଥିବା ବହୁ ନେତା ସତ କଥା କହିବା ପରେ ଗଣମାଧ୍ୟମକୁ ସଞ୍ଜୟ ଓ ମାନସ ଦେଇଥିବା ତଥ୍ୟକୁ ନେଇ ଚର୍ଚ୍ଚା ହେଇଥିଲା।
ଲକ୍ଷ୍ୟ କରାଯାଉଛି, ଦଳର ବହୁ ବରିଷ୍ଠ ନେତା ଯେପରି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବିଧାୟକ ଅରୁଣ କୁମାର ସାହୁ, ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଭଳି ଅନେକ ନେତା ବର୍ତ୍ତମାନ ବହୁ କାର୍ଯ୍ୟରେ ଲୋଡ଼ା ପଡୁନାହାନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯଦି ଆମେ ପ୍ରସନ୍ନ ଆଚାର୍ଯ୍ୟଙ୍କ କଥା ଆଲୋଚନା କରିବା ସେ ୩ ଥର ଲୋକ ସଭା, ଥରେ ରାଜ୍ୟ ସଭା ଏବଂ ୪ଥର ବିଧାନସଭାକୁ ନିର୍ବାଚିତ ହେଇଛନ୍ତି। ସେହିପରି ରଣେନ୍ଦ୍ର ପ୍ରତାପ ସ୍ବାଇଁ ୮ଥର ବିଧାନସଭାକୁ ନିର୍ବାଚିତ ହୋଇଆସୁଛନ୍ତି। ଛାତ୍ର ରାଜନୀତିରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ବିଧାୟକ ଅରୁଣ କୁମାର ସାହୁ ୨୦୦୪ରୁ ଲଗାତର ଏଯାଏଁ ବିଧାନସଭାକୁ ଜିତି ଆସୁଛନ୍ତି। ଦେଖାଯାଉଛି ୮ଥର, ୫ଥର ଲେଖା ଜିତିଥିବା ନେତାଙ୍କୁ ଦଳ ଲୋଡୁନାହିଁ ବରଂ ଯିଏ ନିର୍ଦ୍ଦିଷ୍ଟ ଗୋଟିଏ ଗୋଷ୍ଠୀ ସହ ରହୁଛନ୍ତି ସେମାନଙ୍କୁ ବାରମ୍ବାର ଡକରା ମିଳୁଛି। ୨୦୨୪ ସାଧାରଣ ନିର୍ବାଚନ ପରେ ବିଜେଡି ଓଡ଼ିଶାରେ ବିରୋଧୀ ଦଳକୁ ଆସିଯାଇଛି। ବିଧାନସଭାରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ସମୟରେ ବିଜେଡି ବରିଷ୍ଠ ନେତା ରଣେନ୍ଦ୍ର ଏବଂ ଅରୁଣ ଶାସକ ଦଳକୁ ଶାଣିତ ଢଙ୍ଗରେ ଟାର୍ଗେଟ କରୁଛନ୍ତି। ସରକାରଙ୍କ ବିଭିନ୍ନ ଆଭିମୁଖ୍ୟକୁ ନେଇ ସେମାନେ ଶାସକ ଦଳକୁ ଅନେକ ସମୟରେ କାଠଗଡ଼ାରେ ଠିଆ କରୁଛନ୍ତି। ଦଳରେ ଥିବା ଅନ୍ୟ ଯୁବ ବିଧାୟକମାନେ ମଧ୍ୟ ଏହି ୨ ନେତାଙ୍କଠାରୁ ଅନେକ କିଛି ଜାଣିବାକୁ ଚାହୁଁଥିବା ଲକ୍ଷ୍ୟ କରାଯାଉଛି। ହେଲେ ଦଳର ବହୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଏମାନଙ୍କୁ ଲୋଡ଼ା ନ ଯିବା ନେଇ ଚର୍ଚ୍ଚା ହେଉଛି। ସେହିପରି ପଶ୍ଚିମ ଓଡ଼ିଶାର ବହୁ ନେତା ବର୍ତ୍ତମାନ ବିଜେଡି ସହ ଆଉ ନାହାନ୍ତି କହିଲେ ଏକ ପ୍ରକାର ଠିକ୍‌ ହେବ। ନୂଆପଡ଼ା ଜିଲାରେ ଉପନିର୍ବାଚନ ସମୟରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ଭଳି ନେତା ସେଠାରେ ନ ରହିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। କେବଳ ସେ ନୁହନ୍ତି, ଆହୁରି ଅନେକ ପଶ୍ଚିମ ଓଡ଼ଶା ନେତା ଏବେ ଦଳୀୟ ବ୍ୟାପାରଠାରୁ ଦୂରେଇଗଲା ଭଳି ମନେହେଲାଣି। ସେହିପରି ବରିଷ୍ଠ ନେତା ଶଶିଭୂଷଣ ବେହେରା, ବଦ୍ରିନାରାୟଣ ପାତ୍ରଙ୍କ ଭଳି ବହୁ ନେତା ବର୍ତ୍ତମାନ ଦଳୀୟ ବ୍ୟାପାରରେ ଲୋଡ଼ା ପଡୁନାହାନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶା ଟପ୍ପର ସାତ୍ତ୍ୱିକ ସତ୍ୟକାମ: ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ କହିଲେ କେନ୍ଦୁଝରର ପୁଅ…

ଭୁବନେଶ୍ୱର,୭ା୩: ସର୍ବ ଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷା (UPSC)ରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଥିବା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri