ନୂଆ ବର୍ଷ ପ୍ରଥମ ଦିନରେ ହେବ ଏହି ୫ ବଡ଼ ପରିବର୍ତ୍ତନ; ଆପଣଙ୍କ ପକେଟରେ ପଡ଼ିବ ପ୍ରଭାବ…!

ନୂଆଦିଲ୍ଲୀ,୨୮।୧୨: ଶେଷ ହେବାକୁ ଯାଉଛି ବର୍ଷ ୨୦୨୨। ନୂତନ ବର୍ଷ ୨୦୨୩କୁ ସ୍ବାଗତ କରିବା ଲାଗି ପ୍ରସ୍ତୁତି ଜୋରଦାର ହୋଇଛି। ଏସବୁ ମଧ୍ୟରେ ନୂଆ ବର୍ଷର ପ୍ରଥମ ଦିନରେ କିଛି ପରିବର୍ତ୍ତନ ହେବାକୁ ଯାଉଛି, ଯାହାର ସିଧା ପ୍ରଭାବ ଆପଣଙ୍କ ପକେଟ ଉପରେ ପଡ଼ିବ। ଆସନ୍ତୁ ଜାଣିବା ଏଲ୍‌ପିଜି ସିଲିଣ୍ଡରଠାରୁ ଆରମ୍ଭ କରି ବ୍ୟାଙ୍କ ଲକର୍‌ ନିୟମ ଭଳି ନିୟମ ବିଷୟରେ:-

बदलावों के साथ नए साल की शुरुआत

୧ମ-ଜିଏସ୍‌ଟି ଇନଭଏସ୍‌ ନିୟମ:
ଜିଏସ୍‌ଟି ଇ-ଇନଭଏସ୍‌ କିମ୍ବା ଇଲେକ୍ଟ୍ରୋନିକ୍‌ ବିଲ୍‌ର ନିୟମ ଜାନୁୟାରୀ ପହିଲାରୁ ପରିବର୍ତ୍ତନ ହେବାକୁ ଯାଉଛି। ଇ-ଇନଭଏସ ପାଇଁ ସରକାର ୨୦ କୋଟିର ସୀମାକୁ କମ୍‌ କରି ୫ କୋଟି ଟଙ୍କା କରିଛନ୍ତି। ଏହି ନିୟମ ଲାଗୁ ହେବା ପରେ ଯେଉଁ ବ୍ୟବସାୟୀଙ୍କ ବାର୍ଷିକ କାରବାର ୫ କୋଟିରୁ ଅଧିକ, ସେମାନେ ଇଲେକ୍ଟ୍ରୋନିକ୍‌ ବିଲ୍‌ ଜେନେରେଟ୍‌ କରିବା ଜରୁରୀ ହେବ।

दूसरा बदलाव: Bank Locker के नियम

୨ୟ- ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା ନୂଆ ନିର୍ଦ୍ଦେଶକ ମୁତାବକ ଜାନୁୟାରୀ ପହିଲାରୁ ବ୍ୟାଙ୍କ ଲକର୍‌କୁ ନେଇ ସ୍ଥିର ହୋଇଥିବା ନିୟମ ପରିବର୍ତ୍ତନ ହେବ। ନୂଆ ନିୟମ ଲାଗୁ ହେବା ପରେ ବ୍ୟାଙ୍କଗୁଡ଼ିକ ଉପରେ ଲଗାମ ଲାଗିବ। ସେମାନେ ଆଉ ଗ୍ରାହକଙ୍କ ସହ ମନଇଚ୍ଛା କିଛି କରିବାକୁ ସମର୍ଥ ହେବେ ନାହିଁ। ଏହାପରେ ବ୍ୟାଙ୍କଗୁଡ଼ିକର ଦାୟିତ୍ୱ ଆହୁରି ବୃଦ୍ଧି ପାଇବ। କାରଣ ଯଦି ଗ୍ରାହକ ଲକର୍‌ରେ ରଖିଥିବା ସାମଗ୍ରୀକୁ କୌଣସି କାରଣବଶତଃ କ୍ଷତି ପହଞ୍ଚେ ତେବେ ଏଥିପାଇଁ ବ୍ୟାଙ୍କ ଦାୟୀ ହେବ। ଏଥିଲାଗି ଗ୍ରାହକମାନଙ୍କୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଏକ ଏଗ୍ରିମେଣ୍ଟ ସାଇନ୍‌ କରିବାକୁ ହେବ। ଏଥିଯେେଗେ ଗ୍ରାହକ ଲକର ନିୟମ ପରିବର୍ତ୍ତନ ବିଷୟରେ ଏସ୍‌ଏମ୍‌ଏସ୍‌ ଜରିଆରେ ସୂଚନା ପାଇବେ।

तीसरा बदलाव: Vehicle खरीदना महंगा!

୩ୟ- ଗାଡ଼ି କିଣିବା ହେବ ମହଙ୍ଗା !
ଯଦି ଆପଣ ନିଜ ପାଇଁ ଅଥବା ନିଜ ପରିବା ଲାଗି ଗାଡ଼ି କିଣିବାର ଯୋଜନା କରୁଛନ୍ତି ତେବେ ଜାନୁୟାରୀ ୧, ୨୦୧୩ରୁ ଅଧିକ ଟଙ୍କା ଗଣିବାକୁ ହେବ। କାରଣ ଆରମ୍ଭରୁ ହିଁ ଅନେକ ଚାରି ଚକିଆ କମ୍ପାନୀ ନିଜର ଗାଡ଼ିର ମୂଲ୍ୟ ବୃଦ୍ଧି କରିବେ। ଟାଟା ପହିଲାରୁ ଦାମ ବଢ଼ାଇବା ନେଇ ଘୋଷଣା କରିସାରିଛି।

चौथा बदलाव: Credit Card के नियम

୪ର୍ଥ-କ୍ରେଡିଟ୍‌ କାର୍ଡ ନିୟମ:
ବେସରକାରୀ ବ୍ୟାଙ୍କ ଏଚ୍‌ଡିଏଫ୍‌ସି ନିଜର କ୍ରେଡିଟ୍‌ କାର୍ଡ ନିୟମରେ ପରିବର୍ତ୍ତନ କରିବାକୁ ଯାଉଛି। ଏହା ଜାନୁୟାରୀ ପହିଲାରୁ ଲାଗୁ ହୋଇଯିବ। ଯଦି ଆପଣ ଏହି ବ୍ୟାଙ୍କର କ୍ରେଡିଟ୍‌ କାର୍ଡ ବ୍ୟବହାର କରୁଛନ୍ତି ତେବେ ସେ ବିଷୟରେ ଜାଣିନେବା ଉଚିତ। ତେବେ କ୍ରେଡିଟ୍‌ କାର୍ଡ ଯେଗେ ପେମେଣ୍ଟ କରିବା ବେଳେ ମିଳୁଥିବା ରିଓ୍ବାଡ୍‌ ପଏଣ୍ଟର ନିୟମ ବଦଳିଯିବ।ଏଣୁ ନିଜ ପାଖରେ ଥିବା ରିଓ୍ବାର୍ଡ ପଏଣ୍ଟକୁ ବ୍ୟବହାର କରିନେବା ଭଲ।

पांचवा बदलाव: LPG-CNG-PNG के दाम

୫ମ-ଏଲ୍‌ପିଜି-ସିଏନ୍‌ଜି-ପିଏନ୍‌ଜିର ମୂଲ୍ୟ:
ନୂଆ ବର୍ଷ ଆରମ୍ଭରୁ ଏଲ୍‌ପିଜି-ସିଏନ୍‌ଜି-ପିଏନ୍‌ଜିର ମୂଲ୍ୟକୁ ନେଇ ବଡ ନିଷ୍ପତ୍ତି ନିଆଯାଇପାରେ। ସାଧାରଣତଃ ତେଲ-ଗ୍ୟାସ କମ୍ପାନୀ ପ୍ରତି ମାସ ପ୍ରଥମ ତାରିଖରେ ଦାମ ସଂଶୋଧିତ କରିଥାନ୍ତି। ହେଲେ ନୂଆ ବର୍ଷରେ ସରକାରଙ୍କ ପକ୍ଷରୁ ସାଧାରଣଜନତାଙ୍କୁ ଆରାମ ମିଳିବ ବୋଲି ଆଶା କରାଯାଉଛି।

फोन कंपनियों के लिए नया रूल

୬ଷ୍ଠ-ଫୋନ କମ୍ପାନୀଗୁଡ଼ିକ ପାଇଁ ନୂଆ ନିୟମ:
ଜାନୁୟାରୀ ପହିଲାରୁ ଫୋନ ନିର୍ମାତା କମ୍ପାନୀ ପାଇଁ ନୂଆ ନିୟମ ଆସିବ। ଏଥିପାଇଁ କମ୍ପାନୀଗୁଡ଼ିକୁ ପ୍ରତି ଫୋନର ଆଇଏମ୍‌ଇଆଇ ନମ୍ବର ରେଜିଷ୍ଟ୍ରେଶନ କରିବାକୁ ହେବ। ଏହାଛଡ଼ା ଯେଉଁ ଫୋନ ବିଦେଶୀ ଯାତ୍ରୀଙ୍କ ସହ ଭାରତ ଆସିଛି, ସେମାନଙ୍କର ରେଜିଷ୍ଟ୍ରେଶନ ବାଧ୍ୟତାମୂଳକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?