Posted inଜାତୀୟ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେସ୍‌ରେ ଅଛନ୍ତି ଏହି ୫ ନେତା: ସବୁଠୁ ଆଗରେ…

ନୂଆଦିଲ୍ଲୀ,୧୬।୯: ଆମ ଆଦମୀ ପାର୍ଟି (ଏଏପି)ର ସୁପ୍ରିମୋ ଅରବିନ୍ଦ କେଜ୍‌ରିୱାଲଙ୍କ ପରେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ସେନେଇ ଆଲୋଚନା ଜୋର ଧରିଛି। ଏହି ପ୍ରଶ୍ନ ଉପରେ ସସପେନ୍ସ ରହିଯାଇଛି। ଗୋଟିଏ ପଟେ ଦେଶର ରାଜଧାନୀର ରାଜନୈତିକ କରିଡରରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ରେସ୍‌ରେ ଏଏପିର ପ୍ରାୟ ପାଞ୍ଚଜଣ ବଡ ନେତାଙ୍କ ନାମ ଆଗରେ ଥିବାବେଳେ ଅନ୍ୟ ପଟେ ନୂତନ ମୁଖ୍ୟମନ୍ତ୍ରୀ ନିର୍ବାଚନରେ କିଏ ଭୂମିକା ଗ୍ରହଣ କରିବ ତାହା ମଧ୍ୟ ପ୍ରକାଶ ପାଇଛି।

ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ସୋମବାର ସନ୍ଧ୍ୟାରେ ଏଏପିର ରାଜନୈତିକ ବ୍ୟାପାର କମିଟି (ପିଏସି)ର ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଚୂଡ଼ାନ୍ତ ହେବାକୁ ଥିବା ନାମ ଏଏପି ବିଧାନସଭା ପାର୍ଟି ବୈଠକରେ ଗୋଟିଏ ଦିନ ଅର୍ଥାତ୍‌ ମଙ୍ଗଳବାରରେ ରଖାଯିବ ଏବଂ ତା’ପରେ ନାମ ଘୋଷଣା କରାଯିବ।

ବିଧାନସଭା ଦଳର ନେତା ବାଛିବାରେ ଅରବିନ୍ଦ କେଜ୍‌ରିୱାଲ,ଭଗବାନ ମାନ,ମନୀଷ ସିସୋଡିଆ,ସଞ୍ଜୟ ସିଂ,ସନ୍ଦୀପ ପାଠକ,ଗୋପାଳ ରାୟ,ଆତିଶି,ଏନ୍‌ଡି ଗୁପ୍ତା,ଦୁର୍ଗେଶ ପାଠକ,ପଙ୍କଜ ଗୁପ୍ତା,ରାଘବ ଚଢା,ଇମ୍ରାନ ହୁସେନ ରାଖୀ ବିଡଲାନୀ ଏକ ଭୂମିକା ଗ୍ରହଣ କରିବେ।

ଅରବିନ୍ଦ କେଜ୍‌ରିୱାଲ ଏବଂ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ସୋମବାର ସାକ୍ଷାତ କରିବେ। ଏହି ସାକ୍ଷାତ ସମୟରେ ମୁଖ୍ୟମନ୍ତ୍ରୀ ନାଁକୁ ନେଇ ମୋହର ବାଜିବାର ସମ୍ଭାବନା ରହିଛି। ଦିଲ୍ଲୀ ମୁଖ୍ୟ ରେସ୍‌ରେ ଆତିଶି, ସୌରଭ ଭରଦ୍ୱାଜ, ରାଘବ ଚଢା, ଗୋପାଳ ରାୟ, କୈଳାଶ ଗେହଲଟ, ସୁନୀତା କେଜ୍‌ରିୱାଲଙ୍କ ନାଁ ଆଗରେ ରହିଛି।

ଏକ୍ସାଇଜ ନୀତି ସହ ଜଡିତ ଦୁର୍ନୀତି ମାମଲାରେ ତିହାର ଜେଲରୁ ଜାମିନରେ ମୁକ୍ତ ହୋଇଥିବା ଅରବିନ୍ଦ କେଜ୍‌ୱାଲ ରବିବାର ଏକ ବଡ ଘୋଷଣା କରିଛନ୍ତି। ସେ କହିଛନ୍ତି, ଦୁଇ ଦିନ ପରେ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ଜନସାଧାରଣ ତାଙ୍କୁ ‘ସଚ୍ଚୋଟତାର ପ୍ରମାଣପତ୍ର’ ନ ଦେବା ପର୍ଯ୍ୟନ୍ତ ସେ ଏହି ଚେୟାରରେ ବସିବେ ନାହିଁ। ଆସନ୍ତା କିଛି ଦିନ ମଧ୍ୟରେ ସେ ଏଏପି ବିଧାୟକଙ୍କ ଏକ ବୈଠକ କରିବେ ଏବଂ ତାଙ୍କର ଜଣେ ସହକର୍ମୀ ମୁଖ୍ୟମନ୍ତ୍ରୀ ନିର୍ବାଚିତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?