Posted inଖେଳ

ଏହି ୪୮ ଘଣ୍ଟା ଆମ ଜୀବନର ସବୁଠାରୁ…ଭାବପ୍ରବଣ ହେଲେ ଅଶ୍ୱିନଙ୍କ ସ୍ତ୍ରୀ

ରାଜକୋଟ,୧୯।୨:ଭାରତୀୟ ଦଳ ରାଜକୋଟରେ ୪୩୪ ରନ ବ୍ୟବଧାନରେ ଇଂଲଣ୍ଡକୁ ପରାସ୍ତ କରିଛି। ଭାରତୀୟ ଦଳର ଭେଟେରାନ ସ୍ପିନ ବୋଲର ଆର ଅଶ୍ୱିନଙ୍କ ପାଇଁ ରାଜକୋଟ ମ୍ୟାଚ ଅତ୍ୟନ୍ତ ସ୍ବତନ୍ତ୍ର ଥିଲା। ଏହି ମ୍ୟାଚରେ ସେ ନିଜ ଟେଷ୍ଟ କ୍ୟାରିୟରରେ ୫୦୦ ଟେଷ୍ଟ ଉଇକେଟ ନେଇଥିଲେ। ଏହି ମ୍ୟାଚ ମଝିରେ ପାରିବାରିକ ଜରୁରିକାଳୀନ ପରିସ୍ଥିତି କାରଣରୁ ଅଶ୍ୱିନଙ୍କୁ ଦଳ ଛାଡି ଘରକୁ ଯିବାକୁ ପଡିଲା। କିନ୍ତୁ ଅଶ୍ୱିନ ଗୋଟିଏ ଦିନ ମଧ୍ୟରେ ଫେରି ଦଳରେ ଯୋଗ ଦେଇଥିଲେ। ବର୍ତ୍ତମାନ ରବିଚନ୍ଦ୍ରନ ଅଶ୍ୱିନଙ୍କ ସ୍ତ୍ରୀ ପ୍ରୀତି ୫୦୦ ଟେଷ୍ଟ ଉଇକେଟକୁ ନେଇ ଭାବପ୍ରବଣ ହୋଇଛନ୍ତି।
ପ୍ରୀତି ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ଭାବପ୍ରବଣ ପୋଷ୍ଟ ଶେୟାର କରି ଲେଖିଛନ୍ତି, ଆମେ ଆଶା କରିଥିଲୁ ଯେ ହାଇଦ୍ରାବାଦର ପ୍ରଥମ ଟେଷ୍ଟରେ ସେ ୫୦୦ ଟେଷ୍ଟ ଉଇକେଟ ପୂରଣ କରିବେ, ତଥାପି ତାହା ହୋଇ ନ ଥିଲା। ଏହା ପରେ ଭାଇଜାଗ୍‌ରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍‌ରେ ମଧ୍ୟ ସେ ତାହା କରିବାରେ ବିଫଳ ହୋଇଥିଲେ। ସେ ୪୯୯ ଉଇକେଟ ନେବା ପରେ ମୁଁ ବହୁତ ମିଠା କିଣି ଘରେ ସମସ୍ତଙ୍କୁ ବାଣ୍ଟିଥିଲି। କିନ୍ତୁ ଯେତେବେଳେ ୫୦୦ ତମ ଉଇକେଟ ଆସିଲା, ଏହି ସମୟ ଶାନ୍ତିପୂର୍ଣ୍ଣ ଭାବରେ ଚାଲିଗଲା। ୫୦୦ ରୁ ୫୦୧ ଉଇକେଟ ମଧ୍ୟରେ ବହୁତ ଘଟଣା ଘଟିଛି। ଏଗୁଡ଼ିକ ଆମ ଜୀବନର ସବୁଠୁ ଲମ୍ବା ୪୮ ଘଣ୍ଟା ଥିଲା। ଆଶ୍ଚର୍ଯ୍ୟଜନକ ସଫଳତା, ଚମତ୍କାର ବ୍ୟକ୍ତି, ଅଶ୍ୱିନ, ମୁଁ ତୁମ ପାଇଁ ଗର୍ବିତ ଏବଂ ଆମେ ତୁମକୁ ଭଲପାଉ।
ରାଜକୋଟ ଟେଷ୍ଟର ତୃତୀୟ ଦିନରେ ଆର ଅଶ୍ୱିନଙ୍କ ମା’ ଅସୁସ୍ଥ ଥିବାରଖବର ଆସିଥିଲା। ତେଣୁ ସେ ତୁରନ୍ତ ଚେନ୍ନାଇ ଯାଇଥିଲେ। ତେବେ ସେ ୨୪ ଘଣ୍ଟା ମଧ୍ୟରେ ଦଳକୁ ଫେରିଥିଲେ ଏବଂ ରାଜକୋଟ ଟେଷ୍ଟର ଚତୁର୍ଥ ଦିନରେ ତାଙ୍କୁ ପଡିଆରେ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡାଲମା ହାଣ୍ଡିରୁ ବାହାରିଲା ବିଷାକ୍ତ ସାପ, ପ୍ରସାଦ ସେବନ ପରେ ଘଟିଲା…

ପଟ୍ଟମୁଣ୍ଡାଇ,୧୯ା୩(କଳ୍ପତରୁ ନାୟକ): ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଯିବାରୁ ଏହି ଡାଲମା ଖାଇ ୩୦ ଅସୁସ୍ଥ ହୋଇପଡ଼ିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ଶେୟାର ମାର୍କେଟ୍‌ରେ ହାହାକାର: ଗୋଟିଏ ଘଣ୍ଟାରେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ମୁମ୍ବାଇ,୧୯।୩: ଭାରତୀୟ ଷ୍ଟକ ବଜାରରେ ଗୁରୁବାର ହାହାକାର ଦେଖିବାକୁ ମିଳିଛି। ବଜାର ଖୋଲିବାର ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ନିବେଶକମାନେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା…

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ପୁଣି ଯୁଦ୍ଧକୁ ଓହ୍ଲାଇବେ ଭାରତ-ପାକିସ୍ତାନ! ପରମାଣୁ ଆଟାକ୍‌ କରିପାରେ ପାକ୍‌…

ନୂଆଦିଲ୍ଲୀ,୧୯।୩: ଯଦିଓ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ବର୍ତ୍ତମାନ ଶାନ୍ତ ଦେଖାଯାଉଛି, ତଥାପି ବିପଦ ସମ୍ପୂର୍ଣ୍ଣ ହ୍ରାସ ପାଇନାହିଁ। ଏହି ଦାବି ଆମେ କରୁନୁ, ବରଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

୨୪ ଘଣ୍ଟା ଭିତରେ ୟୁ-ଟର୍ନ ନେଲେ ଟ୍ରମ୍ପ: ବ୍ୟାକ୍‌ଫୁଟ୍‌ରେ ଆମେରିକା

ଓ୍ବାଶିଂଟନ୍‌,୧୯।୩: ମଧ୍ୟପ୍ରାଚ୍ୟରେ ଗ୍ୟାସ ସୁବିଧା ଉପରେ ଇରାନର ପ୍ରତିଶୋଧମୂଳକ ଆକ୍ରମଣ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟେନ୍‌ସନ୍‌ରେ ପକାଇ ଦେଇଛି। ଏକ ବିବୃତ୍ତି ଜାରି କରି ସେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri