Posted inଜାତୀୟ

ଏହି ୩ ବ୍ୟକ୍ତି ଲେଖନ୍ତି ରାହୁଲଙ୍କ ଭାଷଣ, ଗୋଟିଏ ଘରେ ଏକାଠି ବସି ହୁଏ ଷ୍ଟ୍ରାଟେଜି ପ୍ଲାନ୍‌

ନୂଆଦିଲ୍ଲୀ,୪।୮:‘ଏମାନେ ଦେଶବାସୀଙ୍କୁ ଚକ୍ରବ୍ୟୁହରେ ଫସାଇବାକୁ ଚାହୁଁଛନ୍ତି, ହେଲେ ଆମେ ଏହି ଚକ୍ରକୁ ଭାଙ୍ଗିବୁ’। ସଂସଦରେ ଏ ଡାଇଲଗ୍‌ ଥିଲା ବିରୋଧୀ ଦଳ ନେତା ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର। ଭାରତ ଯୋଡ ଯାତ୍ରା ପରେ ରାହୁଲଙ୍କ ରାଜନୈତିକ ଠାଣିରେ ଖୁବ୍‌ ପରିବର୍ତ୍ତନ ଆସିଛି। ତାଙ୍କ ଭାଷଣ ପରିପକ୍ୱ ହେବା ସହ ପଲଟିକାଲ ଷ୍ଟାଇଲ ମଧ୍ୟ ଲୋକଙ୍କୁ ଆକୃଷ୍ଟ କରୁଛି। ଏନେଇ ଅନେକ ଲୋକ ପ୍ରଶ୍ନ କରୁଛନ୍ତି, ରାହୁଲଙ୍କ ପାଇଁ ଷ୍ଟ୍ରାଟେଜି ପ୍ଲାନ କେଉଁମାନେ କରୁଛନ୍ତି । ରାହୁଲଙ୍କ ସ୍ପିଚ୍‌ କିଏ ଲେଖୁଛନ୍ତି? ଅନେକ ରାଜନୈତିକ ପଣ୍ଡିତମାନେ ମଧ୍ୟ ରାହୁଲଙ୍କ ଭାଷଣ ଦେବାର ଷ୍ଟାଇଲକୁ ଖୁବ୍‌ ପ୍ରଶଂସା କରୁଛନ୍ତି। ଏମିତି କି, ରାହୁଲଙ୍କ ବିରୋଧୀମାନେ ମଧ୍ୟ ତାଙ୍କ ଭାଷଣକୁ ମଧ୍ୟ ଉପରେ ନ କହିଲେ ବି ଭିତରେ ପ୍ରଶଂସା କରୁଛନ୍ତି। ଏବେ ନିଶ୍ଚିତ ଭାବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ରାହୁଲଙ୍କ ସ୍ପିଚ ଲେଖୁଛନ୍ତି କିଏ? ତେବେ ଆମେ ଆପଣଙ୍କୁ କହିବୁ ରାହୁଲଙ୍କ ସ୍ପିଚ୍‌ କେଉଁମାନେ ଲେଖନ୍ତ? କିପରି ଗୋଟିଏ ରୁମ୍‌ରେ ବସି ହୁଏ ଷ୍ଟ୍ରାଟେଜି ପ୍ଲାନ ଯାହାକୁ ନେଇ ଜାତୀୟ ରାଜନୀତିରେ ଚହଳ ସୃଷ୍ଟି ହୁଏ।

ଏଥର ଲୋକ ସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ସଂଖ୍ୟାଗରିଷ୍ଠତା ହାସଲ କରିପାରି ନାହିଁ। ଯଦିଓ କେନ୍ଦ୍ରରେ ଏନଡିଏ ସରକାର ଗଠନ ହୋଇଛି, କିନ୍ତୁ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଏବେ ରାଜନୈତିିକ ଘଟଣାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ରାଜନୈତିକ ପଣ୍ଡିତମାନେ କହିଛନ୍ତି, ବିଗତ ବର୍ଷ ତୁଳନାରେ ରାହୁଲ ଗାନ୍ଧୀଙ୍କ ଠାରେ ଏକ ବଡ଼ ପରିବର୍ତ୍ତନ ଆସିଛ। ସେ ଲୋକ ସଭାରେ ଅତ୍ୟନ୍ତ ପ୍ରଭାବୀ ଏବଂ ଶକ୍ତ ଢଙ୍ଗରେ ଦାବି ଉପସ୍ଥାପନ କରୁଛନ୍ତି। ଯାହା ଲୋକଙ୍କ ହୃଦୟ ଜିତିବା ସହ ଅତି ସରଳ ଭାବରେ ଲୋକ ବୁଝି ପାରୁଛନ୍ତି। ତେବେ ପ୍ରଶ୍ନ ଉଠୁଛି କି, ରାହୁଲଙ୍କ ଭାଷଣ କିଏ ଲେଖୁଛନ୍ତି?

ଭାରତ ଯୋଡା ଯାତ୍ରା ଆରମ୍ଭ କରିବା ଦିନଠାରୁ ରାହୁଲଙ୍କ ପାଖରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି। ସାମ୍ବାଦିକ ଆଦେଶ ରାୱଲ ଏକ ସାକ୍ଷାତକାରରେ ରାହୁଲଙ୍କ ଭାଷଣ ପ୍ରସ୍ତୁତ କରୁଥିବା ୩ ଷ୍ଟ୍ରାଟେଜିଷ୍ଟଙ୍କ ନାମର ଖୁଲାସା କରିଛନ୍ତି। ସେ କହିଛନ୍ତି, ଅଲଙ୍କାର ସଓ୍ବାଇ, ଶ୍ରୀବାସ୍ତବ, କୌଶଲ ବିଦାର୍ଥୀ ରାହୁଲଙ୍କ ପାଇଁ ଭାଷଣ ପ୍ରସ୍ତୁତ କରନ୍ତି। ଯାହାକୁ ବିରୋଧୀ ଦଳ ନେତା ସଂସଦରେ ଉପସ୍ଥାପନ କରନ୍ତି।

ଅଲଙ୍କାର ସଓ୍ବାଇ: ଆଇସିଆ ବ୍ୟାଙ୍କର ଏକ ପୂର୍ବତନ ଅଧିକାରୀ ସଓ୍ବାଇ, ରାହୁଲଙ୍କ ଅତି ନିକଟତର ଅଟନ୍ତି। ଅଲଙ୍କାର, ରାହୁଲଙ୍କ ପ୍ରତିଦିନର ରୁଟିନ୍‌ କିମ୍ବା କାର୍ଯ୍ୟସୂଚୀକୁ ସମ୍ଭାଳିଥାନ୍ତି। ସେ ପୂର୍ବରୁ ରାହୁଲଙ୍କର ସୋସିଆଲ ମିଡିଆ ଆକାଉଣ୍ଟର ପ୍ରଭାରୀ ବି ରହି ଆସିଛନ୍ତି। ରାହୁଲଙ୍କର ସବୁ ରାଜନୈତିକ ଯାତ୍ରାରେ ଅଲାଙ୍କାର ତାଙ୍କ ସହ ଏକାଠି ନଜିର ଆସନ୍ତି।

ବି ଶ୍ରୀବାସ୍ତ: କଂଗ୍ରେସ କାର୍ଯ୍ୟକର୍ତ୍ତା ଶ୍ରୀ ବାସ୍ତ ୨୦୨୧ରେ ରାହୁଲଙ୍କ ଟିମ୍‌ରେ ସାମିଲ୍‌ ହୋଇଛନ୍ତି। ସେ ୧୦ବର୍ଷ ସଫ୍ଟଓୟାର ଇଣ୍ଡଷ୍ଟ୍ରିରେ କାମ କରିଛନ୍ତି। ସେ ରାହୁଲଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ସମ୍ଭାଳିବା ସହ କଂଗ୍ରେସର ରାଷ୍ଟ୍ରୀୟ ସୋସିଆଲ ମିଡିଆ ଓ ସଂଞ୍ଚାର ଟିମ୍‌ ସମ୍ଭାଳିଛନ୍ତି।

କୌଶଲ ବିଦ୍ୟାର୍ଥୀ: କୌଶଲ, ଅଲାଙ୍କାରଙ୍କ ପରି ସେ ବି ରାହୁଲ ଗାନ୍ଧୀଙ୍କର ନିକଟତର ବ୍ୟକ୍ତି ଅଟନ୍ତି। ବିହାରର କୌଶଲ ଓକ୍ସଫୋର୍ଡରୁ ଗ୍ରାଜୁଏସନ କରିଛନ୍ତି। ୨୦୧୯ରୁ ବିଦ୍ୟାର୍ଥୀ, ରାହୁଲଙ୍କର ବ୍ୟକ୍ତିଗତ ସଚିବ ରହି ଆସିଛନ୍ତି। ପାର୍ଲିଆମେଣ୍ଟ ଅଧିବେଶନ କିମ୍ବା କୌଣସି ରାଜନୈତିକ ଯାତ୍ରାରେ ତାଙ୍କୁ ରାହୁଲଙ୍କ ସହିତ ନଜିର ଆସିଛନ୍ତି। ବିଭିନ୍ନ ବୈଠକ ସହ ତାଙ୍କର ଦିନ ଯାକର କାର୍ଯ୍ୟସୂଚୀ କିମ୍ବା କୌଣସି ଆପଓଣ୍ଟମେଣ୍ଟ କୌଶଲ ସ୍ଥିର କରିଥାନ୍ତି। ରିସର୍ଚ୍ଚ ଟିମ୍‌ ଦ୍ୱାରା ପ୍ରସ୍ତୁତ ଭାଷଣକୁ ବିଦ୍ୟାର୍ଥୀ ହିଁ ପ୍ରସ୍ତୁତ କରି ଦେଇଥାନ୍ତି। ଯାହାକୁ ନେଇ ରାହୁଲ ଲୋକ ସଭାରେ ଦମଦାର୍‌ ଭାଷଣ ଦେଇଥାନ୍ତି।

ତେବେ ସାମ୍ବାଦିକ ଆଦେଶ ରାୱଲ କହିଛନ୍ତି, ରାହୁଲ ଗାନ୍ଧୀଙ୍କ ଏକ ନୂତନ ବ୍ୟକ୍ତିତ୍ୱ ଉଭା ହୋଇଛି। ଯାହା ଭାରତ ଯୋଡ ଯାତ୍ରା ପରେ ତାଙ୍କୁ ବହୁତ ସାହାଯ୍ୟ କରିଛି। ପୂର୍ବରୁ ରାହୁଲଙ୍କ ଭାଷଣରେ ଅଧିକ ଇଂରାଜୀ ଶବ୍ଦ ଥିଲା, କିନ୍ତୁ ବର୍ତ୍ତମାନ ତାହା ନାହିଁ। ବର୍ତ୍ତମାନ ରାହୁଲ ଗାନ୍ଧୀ ଧର୍ମ ପ୍ରସଙ୍ଗକୁ ନେଇ ନିଜ ଦାବି ଉପସ୍ଥାପନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri