ଦେଶର ୧୦୦ ଦୁର୍ଘଟଣାପ୍ରବଣ ଜିଲା ମଧ୍ୟରେ ଓଡ଼ିଶାର ଏହି ୨ ଜିଲା

ଭୁବନେଶ୍ୱର, ୧୫।୧୦(ସୁନିତ୍‌ ମିଶ୍ର):କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଦେଶର ୧୦୦ଟି ଦୁର୍ଘଟଣାପ୍ରବଣ ଜିଲାକୁ ଚିହ୍ନଟ କରାଯାଇଛି। ସେଥିମଧ୍ୟରେ ଓଡ଼ିଶାର ସୁନ୍ଦରଗଡ଼ ଏବଂ ଗଞ୍ଜାମ ଜିଲା ରହିଛି। ଓଡ଼ିଶାର ଏହି ୨ ଜିଲାରେ ଘଟୁଥିବା ଦୁର୍ଘଟଣା ଏବଂ ଏଥିଜନିତ ହେଉଥିବା ମୃତ୍ୟୁସଂଖ୍ୟା ଯେଉଁଭଳି ବୃଦ୍ଧି ଘଟୁଛି ତାହା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ୨୦୨୪ରେ ଜାନୁଆରୀରୁ ଜୁଲାଇ ମଧ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ଯେତିକି ଘଟିଥିଲା ୨୦୨୫ ଜାନୁଆରୀରୁ ଜୁଲାଇ ମଧ୍ୟରେ ଘଟିଥିବା ଦୁର୍ଘଟଣାକୁ ତୁଳନାକଲେ ଏଥିରେ ୨୩ ପ୍ରତିଶତ ବୃଦ୍ଧି ଘଟିଛି। ୨୦୨୪ ଜାନୁଆରୀରୁ ଜୁଲାଇ ମଧ୍ୟରେ ସୁନ୍ଦରଗଡ଼ରେ ୫୩୬ଟି ଦୁର୍ଘଟଣା ଘଟିଥିବା ବେଳେ ୩୦୨ ଜଣଙ୍କ ମୃତ୍ୟୁ ହୋଇଥିଲା। ସେହିପରି ୨୦୨୫ ଜାନୁଆରୀରୁ ଜୁଲାଇ ମଧ୍ୟରେ ସୁନ୍ଦରଗଡ଼ରେ ମୋଟ୍‌ ୪୯୯ଟି ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ୩୧୯ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଗଞ୍ଜାମ ଜିଲାରେ ୨୦୨୪ ଜାନୁଆରୀରୁ ଜୁଲାଇ ମଧ୍ୟରେ ୪୯୧ଟି ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ୨୩୩ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୨୫ ଜାନୁଆରୀରୁ ଜୁଲାଇ ମଧ୍ୟରେ ଗଞ୍ଜାମରେ ୫୫୪ଟି ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ୨୮୬ ଜଣଙ୍କ ମୃତ୍ୟୁଘଟିଛି। ୨୦୨୪ ଜାନୁଆରୀରୁ ଜୁଲାଇ ମଧ୍ୟରେ ଗଞ୍ଜାମ ଜିଲାରେ ଘଟିଥିବା ଘଟଣା ସହ ୨୦୨୫ର ଏହି ସମୟ ମଧ୍ୟରେ ଘଟିଥିବା ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟାକୁ ତୁଳନାକଲେ ଏଥିରେ ୬ ପ୍ରତିଶତ ବୃଦ୍ଧି ଘଟିଛି।
ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସେଭ୍‌ ଲାଇଫ୍‌ ଫାଉଣ୍ଡେଶନ ନାମକ ଏକ ଏନ୍‌ଜିଓକୁ ଦୁର୍ଘଟଣାପ୍ରବଣ ଜିଲା ଭାବେ ଦେଶରେ ଚିହ୍ନଟ ହୋଇଥିବା ୧୦୦ ଜିଲାରେ ସଡ଼କ ଦୁର୍ଘଟଣା ନିରାକରଣ ପରାମର୍ଶଦାତାଭାବେ ଚୟନ କରିଛି। ଉକ୍ତ ୧୦୦ ଜିଲାରେ କିପରି ଦୁର୍ଘଟଣା ହ୍ରାସ ଘଟିବ ସେଥିଲାଗି ଏହି ଏନ୍‌ଜିଓ ସଂସ୍ଥା କାର୍ଯ୍ୟ କରିବ। ସେହି କ୍ରମରେ ଓଡ଼ିଶାର ସୁନ୍ଦରଗଡ଼ ଏବଂ ଗଞ୍ଜାମ ଜିଲାରେ ଦୁର୍ଘଟଣା ହ୍ରାସ ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ପାଇଁ ଗତ ମାସ ୨୫ ତାରିଖରେ ସେଭ୍‌ ଲାଇଫ୍‌ ଫାଉଣ୍ଡେଶନ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକର ନିଷ୍ପତ୍ତି ଅନୁଯାୟୀ ସେଭ୍‌ ଲାଇଫ୍‌ ଫାଉଣ୍ଡେଶନ ଏହି ୨ ଜିଲାର ସମସ୍ତ ସମ୍ପୃକ୍ତ ଅଧିକାରୀମାନଙ୍କୁ ଅକ୍ଟୋବର ଶେଷ ସୁଦ୍ଧା ଟ୍ରେନିଂ ଦେବେ ଏବଂ ପ୍ରଶିକ୍ଷଣ ପରେ ନିଆଯାଉଥିବା ସମସ୍ତ କାର୍ଯ୍ୟକୁ ମନିଟରିଂକରି ସଡ଼କ ଦୁର୍ଘଟଣା କିପରି ହ୍ରାସ କରାଯାଇପାରିବ ସେ ସମ୍ବନ୍ଧରେ ପଦକ୍ଷେପ ନେବେ ବୋଲି ଜଣାପଡ଼ିଛି।

 

Dharitri – Odisha’s No.1 Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

ଭୟାବହ ଅଗ୍ନିକାଣ୍ଡ: ପିଚୁ କାରଖାନାରେ ଲାଗିଲା ନିଆଁ

ସମ୍ବଲପୁର,୧୯।୩(ପ୍ରମୋଦ ବହିଦାର): ସମ୍ବଲପୁର ସହର ଉପକଣ୍ଠରେ ଥିବା ଏକ ପିଚୁ କାରଖାନାରେ ଆଜି ସକାଳୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। କାରଖାନା ପରିସରରେ ହଠାତ ନିଆଁ ଲାଗିଯିବାରୁ…

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ ଦେଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୮।୩: ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ ଆମ୍ବାସଡର କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଜନଗଣନା…

ଗ୍ରାଉଣ୍ଡକୁ ଓହ୍ଲାଇଲା ଆମେରିକା ସେନା! ୩ୟ ବିଶ୍ୱଯୁଦ୍ଧକୁ ନେଇ ଭୟଙ୍କର ସଙ୍କେତ…

ଓ଼୍ବାଶିଂଟନ୍‌,୧୯।୩: ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେବୃଆରୀ 28ରେ ଇସ୍ରାଏଲ ସହିତ ଇରାନ ଉପରେ ମିଳିତ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇଥିଲେ, ସେତେବେଳେ “ପରବର୍ତ୍ତୀ ସମୟରେ…

୪ ଦିନରେ ୨ ଲକ୍ଷରୁ ଉର୍ଦ୍ଧ୍ୱ କଇଁଛଙ୍କ ଅଣ୍ଡାଦାନ: ସୁରକ୍ଷା ବ୍ୟବସ୍ଥା କଡାକଡି

ଗଞ୍ଜାମ,୧୯।୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଋଷିକୁଲ୍ୟା ମୁହାଁଣ ବେଳାଭୂମିର ବିସ୍ତିର୍ଣ୍ଣ ବାଲୁକା ଶଯ୍ୟାରେ ଚତୁର୍ଥ ରାତ୍ର ସୁଦ୍ଧା ୨ ଲକ୍ଷରୁ ଉର୍ଦ୍ଧ୍ୱ ସାମୁଦ୍ରିକ…

ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ…

ଶୋଇଥିଲେ ଚକ୍ରଧର: ଘରେ ପଶିଲେ ଦୁବୃର୍ତ୍ତ, ଆଉ ତା’ପରେ…

ସିମୁଳିଆ,୧୯।୩(ସନ୍ତୋଷ କୁମାର ନାୟକ) ବାଲେଶ୍ୱର ଜିଲା ଖଇରା ବ୍ଲକ ସିମୁଳିଆ ଥାନା ଅଧୀନ ଭୁଗୁପୁର ଶାସନରେ କୃଷ୍ଣ ଚନ୍ଦ୍ର ଉପାଧ୍ୟାୟ ଓ ଚକ୍ରଧର ଉପାଧ୍ୟାୟଙ୍କ ପରିବାର ଶୋଇଥିବାବେଳେ…

ଆଳୁ ବୋଝେଇ ଟ୍ରକକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ୨ ଜୀବନ

ସୋର,୧୯।୩(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ନଂ ଜାତୀୟ ରାଜପଥ ତଳନଗରଠାରେ ଗୁରବାର ଭୋର ଏକ ଟ୍ରକ ଓ ଅନ୍ୟ ଏକ ଆଳୁ ବୋଝେଇ ଟ୍ରକ…

ଯୁଦ୍ଧରେ ଭାରତକୁ ସମର୍ଥନ… ଯୁଦ୍ଧ ଭିତରେ ପୁଟିନ୍‌ଙ୍କ ବଡ଼ ବୟାନ, ଟ୍ରମ୍ପ ଛାନିଆ!

ନୂଆଦିଲ୍ଲୀ,୧୯।୩: ଇସ୍ରାଏଲ ଇରାନ ଉପରେ ଆକ୍ରମଣକୁ ତୀବ୍ର କରୁଥିବାରୁ, ମଧ୍ୟପ୍ରାଚ୍ୟରେ ସଂଘର୍ଷ କ୍ରମଶଃ ଭୟଙ୍କର ହେବାରେ ଲାଗିଛି। ଇସ୍ରାଏଲ ଏକ ଇରାନୀ ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri