ଆଜିଠାରୁ ବଦଳି ଯାଇଛି ଏହି ୧୦ ବଡ଼ ନିୟମ, ଆପଣଙ୍କ ପକେଟ ଉପରେ ପଡ଼ିପାରେ ପ୍ରଭାବ…

ନୂଆଦିଲ୍ଲୀ,୧।୧: ଆସିଛି ନୂଆ ବର୍ଷ। ବର୍ଷ ଆରମ୍ଭ ହେବା ସହିତ ଆର୍ଥିକ ଏବଂ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଅନେକ ପ୍ରମୁଖ ପରିବର୍ତ୍ତନ କାର୍ଯ୍ୟକାରୀ ହୋଇଛି, ଯାହା ଆପଣଙ୍କର ଦୈନନ୍ଦିନ ଏବଂ ଆର୍ଥିକ ଜୀବନ ଉପରେ ପ୍ରଭାବ ପକାଇବ। ଏଠାରେ ଆମେ ପ୍ରାୟ ୧୦ ଟି ବଡ ପରିବର୍ତ୍ତନ ବିଷୟରେ କହୁଛୁ, ଯାହା ଆପଣଙ୍କ ଜାଣିବା ପାଇଁ ଗୁରୁତ୍ୱପୂର୍ଣ୍ଣ।

LPG ସିଲିଣ୍ଡର ମୂଲ୍ୟରେ ପରିବର୍ତ୍ତନ:
ପ୍ରତ୍ୟେକ ମାସ ଆରମ୍ଭରେ ଏଲପିଜି ସିଲିଣ୍ଡର ମୂଲ୍ୟ ବଦଳିଥାଏ। ନୂଆ ବର୍ଷରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୪.୫୦ ଟଙ୍କା ହ୍ରାସ ପାଇଛି।

କାର ମୂଲ୍ୟରେ ବୃଦ୍ଧି:
ମାରୁତି ସୁଜୁକି, ହୁଣ୍ଡାଇ, ମହିନ୍ଦ୍ରା ଏବଂ ବିଏମଡବ୍ଲୁ ଭଳି କମ୍ପାନୀ ସେମାନଙ୍କ କାରର ମୂଲ୍ୟ ୩% ବୃଦ୍ଧି କରିବାକୁ ଯାଉଛନ୍ତି। ଯଦି ଆପଣ ଏକ କାର କିଣିବାକୁ ଯୋଜନା କରୁଛନ୍ତି, ତେବେ ଅଧିକ ଖର୍ଚ୍ଚ କରିବାକୁ ପ୍ରସ୍ତୁତ ରୁହନ୍ତୁ।

E-KYC ବାଧ୍ୟତାମୂଳକ:
ରସନ କାର୍ଡଧାରୀମାନଙ୍କ ପାଇଁ ୩୧ ଡିସେମ୍ବର ୨୦୨୪ ସୁଦ୍ଧା ଇ- KYC ପ୍ରକ୍ରିୟା ସଂପୂର୍ଣ୍ଣ କରିବା ଆବଶ୍ୟକ ଥିଲା। ନଚେତ ଜାନୁଆରୀ ୧ ରୁ ରାସନ କାର୍ଡ ବାତିଲ ହୋଇପାରେ।

ପେନ୍‌ସନ ପ୍ରତ୍ୟାହାର ନିୟମରେ ଉନ୍ନତି:
ପେନ୍‌ସନଭୋଗୀଙ୍କୁ ଆଶ୍ୱସ୍ତି ଦେଇ ଇପିଏଫଓ ଦେଶର ଯେକୌଣସି ବ୍ୟାଙ୍କରୁ ପେନ୍‌ସନ ବାହାର କରିବାକୁ ଅନୁମତି ଦେଇଛି। ବର୍ତ୍ତମାନ ଅତିରିକ୍ତ ଯାଞ୍ଚ ଆବଶ୍ୟକ ହେବ ନାହିଁ।

EPFO ପାଇଁ ଏଟିଏମ ସୁବିଧା:
EPFO ଅଧୀନରେ କର୍ମଚାରୀମାନଙ୍କୁ PF ଆକାଉଣ୍ଟରୁ ଟଙ୍କା ଉଠାଇବା ପାଇଁ ଏଟିଏମ୍‌ କାର୍ଡର ସୁବିଧା ଦିଆଯିବ। ଏହା ଟଙ୍କା ଉଠାଣ ପ୍ରକ୍ରିୟାକୁ ସହଜ କରିବ।ଏହି ନିୟମ ଶୀଘ୍ର କାର୍ଯ୍ୟକାରୀ ହୋଇପାରେ ।

UPI ସୀମା ବୃଦ୍ଧି ପାଇଲା:
ଫୋନ ବ୍ୟବହାରକାରୀମାନେ ବର୍ତ୍ତମାନ UPI ୧୨୩ ପେ ସେବା ଅଧୀନରେ ୧୦,୦୦୦ ପର୍ଯ୍ୟନ୍ତ ପେମେଣ୍ଟ କରିପାରିବେ। ପୂର୍ବରୁ ଏହି ସୀମା୫,୦୦୦ ଥିଲା।

ଫିକ୍ସ ଡିପୋଜିଟ୍‌ ନିୟମ:
ଆରବିଆଇ NBFC ଏବଂ HFC ପାଇଁ ଫିକ୍ସ ଡିପୋଜିଟ୍‌ ନିୟମ ପରିବର୍ତ୍ତନ କରିଛି। ଡିପୋଜିଟ୍‌ଗୁଡିକର ସୁରକ୍ଷା ନିଶ୍ଚିତ କରିବାକୁ ଏହି ପଦକ୍ଷେପ ନିଆଯାଇଛି।

ଆମେରିକାର ଭିସା ନିୟମ:
ଭାରତରେ ଥିବା ଆମେରିକୀୟ ଦୂତାବାସ ବର୍ତ୍ତମାନ ଅଣ-ପ୍ରବାସୀ ଭାରତୀୟ ଭିସା ନିଯୁକ୍ତିକୁ କେବଳ ଥରେ ପୁନଃ ନିର୍ଦ୍ଧାରଣ କରିବାକୁ ଅନୁମତି ଦେବ। ଏହା ପରେ ପୁନଃ ନିର୍ଦ୍ଧାରଣ(ରି ସିଡ୍ୟୁଲିଂ) ପାଇଁ ଏକ ଦେୟ ଆଦାୟ ହେବ।

ସେନ୍ସେକ୍ସ ଡେରିଭେଟିଭ ପାଇଁ ନୂତନ ତାରିଖ:
ବିଏସ୍‌ଏଫ୍‌ ଘୋଷଣା କରିଛି ଯେ ସେନସେକ୍ସ ଏବଂ ବ୍ୟାଙ୍କକ୍ସ ସାପ୍ତାହିକ ଚୁକ୍ତିଗୁଡିକର ଅବଧିର ସମାପ୍ତି ବର୍ତ୍ତମାନ ଶୁକ୍ରବାର ପରିବର୍ତ୍ତେ ମଙ୍ଗଳବାର ହେବ।

ବ୍ୟାଙ୍କ ଛୁଟିଦିନ:
ଜାନୁଆରୀରେ ରବିବାର, ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଏବଂ ପର୍ବର ଛୁଟି ସହିତ ବ୍ୟାଙ୍କଗୁଡିକ ୧୫ ଦିନ ପାଇଁ ବନ୍ଦ ରହିବ। ଏହି ପରିବର୍ତ୍ତନଗୁଡିକ ଆପଣଙ୍କର ଆର୍ଥିକ ଯୋଜନା ଉପରେ ପ୍ରଭାବ ପକାଇପାରେ, ତେଣୁ ସମୟ ଥାଇ ପ୍ରସ୍ତୁତ ରୁହନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରମାବାସୀଙ୍କ ବିରୋଧ

ବୁଗୁଡ଼ା,୨୦ା୧(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ୍‌ ଅନ୍ତରପଡ଼ା ପଞ୍ଚାୟତ ଅଧୀନ କନ୍ଧଚନ୍ଦନପେଡ଼ି ଗ୍ରାମରେ ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri