Posted inUncategorized

ଆଇପିଏଲ୍‌ ନିଲାମରୁ ବାଦ୍‌ ପଡ଼ିଲେ ଜୋଫ୍ରା ଆର୍ଚର, ୩୭୦ ଖେଳାଳିଙ୍କ ଉପରେ ଝୁଲିଲା ଖଣ୍ଡା; କିଛି ଏଭଳି ରହିଛି କାରଣ…

ନୂଆଦିଲ୍ଲୀ,୧୫।୧୧: ଆଇପିଏଲ୍‌ ୨୦୨୫ ଲାଗି ଫାଇନାଲ ଖେଳାଳି ତାଲିକା ଜାରି କରାଯାଇଛି। ନଭେମ୍ବର ୨୫ ଏବଂ ୨୬ରେ ଏସବୁ ଖେଳାଳିଙ୍କ ଉପରେ ନିଲାମ ଡକାଯିବ। ଏହି ତାଲିକାରୁ ୧୦୦୦ ଖେଳାଳି ବାଦ୍‌ ପଡ଼ିଛନ୍ତି। ଯେଉଁଥିରୁ ଜଣେ ନାମ ଜୋଫ୍ରା ଆର୍ଚରଙ୍କର ରହିଛି। ସେହିଭଳି ଆଉ ୩୭୦ ଖେଳାଳିଙ୍କର ଉପରେ ମଧ୍ୟ ଖଣ୍ଡା ଝୁଲୁଛି।
ଆଇପିଏଲ୍‌ ପାଇଁ ପୂର୍ବରୁ ସମସ୍ତ ଖେଳାଳି ରେଜିଷ୍ଟର କରାଇଥାନ୍ତି। ଏହାପରେ ବେସ୍‌ ପ୍ରାଇସ୍‌ ହିସାବରେ ତାଙ୍କୁ ଚୟନ କରାଯାଏ। ଏହି ତାଲିକାରୁ ଆର୍ଚର ବାଦ୍‌ ପଡ଼ିଥିବା ଜଣାପଡ଼ିଛି।
ଇଂଲଣ୍ଡ ପାଇଁ ଟି୨୦ ଖେଳୁଥିବା ଆର୍ଚର ଜଣେ ପ୍ରତିଭାବାନ ଖେଳାଳି। ତାଙ୍କ ପ୍ରଦର୍ଶନ ବି ବେଶ ଭଲ ରହିଆସିଛି। ଏମିତିରେ ସେ ବାଦ୍‌ ପଡ଼ିବା କ୍ରିକେଟ ବିଶେଷଜ୍ଞଙ୍କୁ ଚମକାଇଛି। ତାଙ୍କ ବ୍ୟତିତ ଅମିତ ମିଶ୍ରା, ସୌରଭ ନେତ୍ରବଲକର, କ୍ୟାମରନ ଗ୍ରିନ ତାଲିକାରେ ନାହାନ୍ତି।
ଆଇପିଏଲ୍‌ ଖେଳାଳି ତାଲିକା:
-ଆଇପିଏଲ୍‌ ୨୦୨୫ ର ଖେଳାଳି ତାଲିକାରେ ୧୫୭୪ ଖେଳାଳି ପଞ୍ଜୀକୃତ ହୋଇଥିଲେ, ସେଥିମଧ୍ୟରୁ ୧୦୦୦ ଖେଳାଳି ବାଦ୍‌ ପଡ଼ିଛନ୍ତି।
-ମୋଟ ୫୭୪ ଖେଳାଳିଙ୍କୁ ନିଲାମ କରାଯିବ, ଏଣୁ ଆଉ ୩୭୦ ଖେଳାଳି ବାଦ୍‌ ପଡ଼ିପାରନ୍ତି। କାରଣ ସମସ୍ତଙ୍କୁ କିଣିବା କଷ୍ଟକର।
-୩୬୬ ଭାରତୀୟ ଖେଳାଳି ତାଲିକାରେ ସ୍ଥାନ ପାଇଛନ୍ତି, ସେଥିମଧ୍ୟରୁ ୩୧୮ ଅନ୍‌କ୍ୟାପ୍ଡ।
-୨୦୮ ବିଦେଶୀ ଖେଳାଳି ତାଲିକାରେ ସ୍ଥାନ ପାଇଛନ୍ତି, ଯେଉଁଥିରୁ ୧୨ ଜଣ ଅନ୍‌କ୍ୟାପ।
-ସହଯୋଗୀ ଦେଶଗୁଡିକର ୩ ଖେଳାଳି ଆଇପିଏଲ ପ୍ଲେୟାର ତାଲିକାରେ ସ୍ଥନ ପାଇଛନ୍ତି।
-୨ କୋଟି ବେସ୍‌ ପ୍ରାଇସ୍‌ର ୮୧ ଖେଳାଳି ତାଲିକାରେ  ସ୍ଥାନ ପାଇଛନ୍ତି।
-IPL ୨୦୨୫ ରେ ସର୍ବାଧିକ ୨୦୪ ଖେଳାଳି କିଣାଯାଇପାରିବେ।
-ଆଇପିଏଲ ୨୦୨୫ ନିଲାମରେ ସବୁଠାରୁ କନିଷ୍ଠ ଖେଳାଳି ହେଉଛନ୍ତି ବୈଭବ ସୂର୍ଯ୍ୟବଂଶୀ,ଯାହାଙ୍କୁ ମାତ୍ର ୧୪ ବର୍ଷ।
-ଆଇପିଏଲ ୨୦୨୫ ର ସର୍ବ ପୁରାତନ ଖେଳାଳି ହେଉଛନ୍ତି ଜେମ୍ସ ଆଣ୍ଡରସନ, ଯାହାଙ୍କୁ ଏବେ ୪୨ ବର୍ଷ।


Enter your email to get our daily news in your inbox.

All Right Reserved By Dharitri.Com

BCCI ଆଗରେ ଏମିତି ଡିମାଣ୍ଡ ରଖିଲେ ଅଜିତ ଅଗରକର: ହେବ କି ପୂରଣ

ନୂଆଦିଲ୍ଲୀ,୧୯।୩: ଟି୨୦ ବିଶ୍ୱକପରେ ଭାରତର ବିଜୟ ପରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ବିସିସିଆଇ ସାମ୍ନାରେ ଏକ ଡିମାଣ୍ଡ ରଖିଛନ୍ତି। ଅଗରକର ୨୦୨୭ ଏକଦିବସୀୟ ବିଶ୍ୱକପ ପର୍ଯ୍ୟନ୍ତ…

ଶେୟାର ମାର୍କେଟ୍‌ରେ ହାହାକାର: ଗୋଟିଏ ଘଣ୍ଟାରେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ମୁମ୍ବାଇ,୧୯।୩: ଭାରତୀୟ ଷ୍ଟକ ବଜାରରେ ଗୁରୁବାର ହାହାକାର ଦେଖିବାକୁ ମିଳିଛି। ବଜାର ଖୋଲିବାର ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ନିବେଶକମାନେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା…

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ପୁଣି ଯୁଦ୍ଧକୁ ଓହ୍ଲାଇବେ ଭାରତ-ପାକିସ୍ତାନ! ପରମାଣୁ ଆଟାକ୍‌ କରିପାରେ ପାକ୍‌…

ନୂଆଦିଲ୍ଲୀ,୧୯।୩: ଯଦିଓ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ବର୍ତ୍ତମାନ ଶାନ୍ତ ଦେଖାଯାଉଛି, ତଥାପି ବିପଦ ସମ୍ପୂର୍ଣ୍ଣ ହ୍ରାସ ପାଇନାହିଁ। ଏହି ଦାବି ଆମେ କରୁନୁ, ବରଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

୨୪ ଘଣ୍ଟା ଭିତରେ ୟୁ-ଟର୍ନ ନେଲେ ଟ୍ରମ୍ପ: ବ୍ୟାକ୍‌ଫୁଟ୍‌ରେ ଆମେରିକା

ଓ୍ବାଶିଂଟନ୍‌,୧୯।୩: ମଧ୍ୟପ୍ରାଚ୍ୟରେ ଗ୍ୟାସ ସୁବିଧା ଉପରେ ଇରାନର ପ୍ରତିଶୋଧମୂଳକ ଆକ୍ରମଣ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟେନ୍‌ସନ୍‌ରେ ପକାଇ ଦେଇଛି। ଏକ ବିବୃତ୍ତି ଜାରି କରି ସେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri